ETV Bharat / sports

IPL 2025 FINAL: 'ଅପରେସନ୍ ସିନ୍ଦୂର' ପାଇଁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଲା ଆରସିବି ! - IPL 2025 FINAL

ଆରସିବିର ଭାଗ୍ୟ ଖୋଲିଦେଲା 'ଅପରେସନ୍ ସିନ୍ଦୂର' । ସେନାର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଲକ୍ଷ ଲକ୍ଷ ଆରିସିବି ଫ୍ୟାନ୍ସଙ୍କ ସ୍ୱପ୍ନ ପୂରଣ ହୋଇଛି ।

RCB vs PBKS Press Conference
RCB vs PBKS Press Conference ((ETV Bharat))
author img

By ETV Bharat Odisha Team

Published : June 4, 2025 at 5:54 PM IST

2 Min Read

ହାଇଦ୍ରାବାଦ: ଅପରେସନ୍ ସିନ୍ଦୂର ପାଇଁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଲା ଆରସିବି । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ । ଏ କଥା କହିଛନ୍ତି ଆରିସିବି ଟିମ୍ ମୁଖ୍ୟ ପ୍ରଶିକ୍ଷକ । ତେବେ କିଭଳି ଆରସିବିର 18 ବର୍ଷର ଅପେକ୍ଷାର ଅନ୍ତ ଘଟଇଲା ଅପରେସନ୍ ସିନ୍ଦୂର ତାହା ଜାଣନ୍ତୁ ?

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମୁଖ୍ୟ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାର ସ୍ୱୀକାର ପୋଷ୍ଟ ମ୍ୟାଚ୍ ପ୍ରେସ୍ କନଫରେନ୍ସରେ କହିଛନ୍ତି କି, 'ଅପରେସନ୍ ସିନ୍ଦୂର' ଆରସିବି ଫ୍ରାଞ୍ଚାଇଜ୍ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଆରସିବିର ପ୍ରଥମ IPL ଟାଇଟଲ୍ ଟ୍ରଫି ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନ । ତେବେ ଆରସିବି IPL ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ 6 ରନ୍‌ରେ ପରାସ୍ତ କରି ୧୮ ବର୍ଷରେ ପ୍ରଥମ ଥର ପାଇଁ ଟ୍ରଫି ଜିତିଛି ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସଶସ୍ତ୍ର ବାହିନୀ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର । ପାକିସ୍ତାନ ଉପରେ ମିସାଇଲ ଆକ୍ରମଣ କରି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା ସେନା । ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପ୍ରାୟ ସ୍ଥିତି ଉପୁଜିଥିଲା । ପାକିସ୍ତାନ, ଭାରତର ମିସାଇଲ ମାଡ ଜବାବରେ ଡ୍ରୋନରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ଭାରତୀୟ ସେନା ବାହିନୀ ପାକିସ୍ତାନରେ ପୁଣି ଆକ୍ରମଣ କରି 11ଟି ସ୍ଥାନରେ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ କରିଥିଲେ । ଏହାରି ମଧ୍ୟରେ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା । ଏହି ସ୍ଥଗିତ ନେଇ RCB ମୁଖ୍ୟ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାର କହିଛନ୍ତି, ଯେ ଏହି ପଦକ୍ଷେପ ଦଳ ପାଇଁ ଆଶୀର୍ବାଦ ଭାବରେ କାମ କରିଥିଲା ।

ଅପରେସନ୍ ସିନ୍ଦୂର ଯୋଗୁଁ IPL ସ୍ଥଗିତ ରହିବା ଦଳକୁ ଟାଇଟଲ୍ ଜିତାଇଲା-

RCB ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି, "RCB ଅଧିନାୟକ ରଜତ ପାଟିଦାର ବିରତି ସମୟରେ ଆହତ ସମସ୍ୟାରୁ ସୁସ୍ଥ ହୋଇଥିଲେ । ଏହା ସହିତ ଦଳର ପେସ ବୋଲର ତଥା ପେସ୍ ଆଟାକର ମୁଖ୍ୟ ପୁରୋଧା ଜୋଶ୍ ହେଜଲଉଡ୍ ଅଷ୍ଟ୍ରେଲିଆରେ ଏହି ସମୟରେ ତାଲିମ ନେବା ପରେ କାନ୍ଧ ଆଘାତରୁ ସୁସ୍ଥ ହୋଇଥିଲେ ।"

ସେ ପୁଣି କହିଛନ୍ତି, "ଆଜି ସନ୍ଧ୍ୟାରେ ଆମେ ଉତ୍ସବ ପାଳନ କରୁଥିବା ସମୟରେ ମଧ୍ୟ, କିଛି ଲୋକ ମୋତେ କହିଥିଲେ ଯେ 'ଅପରେସନ୍ ସିନ୍ଦୂର' ପାଇଁ ମିଳିଥିବା ସମୟ ହେଜଲଉଡ୍‌ଙ୍କୁ ସୁସ୍ଥ ହେବା ପାଇଁ ସମୟ ଦେଇଥିଲା । ଏହାସହିତ ଅଧିନାୟକ ରଜତଙ୍କୁ ମଧ୍ୟ ସୁସ୍ଥ ହେବା ପାଇଁ ସମୟ ଦେଇଥିଲା ।" RCB ପ୍ରଥମ IPL ଟ୍ରଫି ଉଠାଇବା ପରେ ଫ୍ଲାୱାର ସାମ୍ବାଦିକମାନଙ୍କୁ ଏହା କହିଥିଲେ।

ଏହା ବି ପଢନ୍ତୁ- IPL 2025 Final: 18ବର୍ଷ ପରେ ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଲା ଆରସିବି, 6 ରନରେ ହାରିଲା ପଞ୍ଜାବ - RCB IPL 2025 CHAMPION

"କିନ୍ତୁ ଆମେ ଏପର୍ଯ୍ୟନ୍ତ ଆମର ପ୍ରାରମ୍ଭିକ ଦଳରୁ ଟିମ୍ ଡେଭିଡ୍ ଏବଂ ଦେବଦତ୍ତ ପାଡିକ୍କଲଙ୍କୁ ମିସ୍ କରିଥିଲୁ । ସେମାନେ ଆମ ଅଭିଯାନର ଏକ ବିରାଟ ଅଂଶ ଥିଲେ," ବୋଲି ଫ୍ଲାଓ୍ବାର କହିଛନ୍ତି ।

RCB ଏକ ରୋମାଞ୍ଚକର ଫାଇନାଲ୍‌ରେ ପଞ୍ଜାବ କିଙ୍ଗସ୍‌କୁ ଛଅ ରନ୍‌ରେ ପରାସ୍ତ କରିଥିଲା ​​ଏବଂ ଟୁର୍ନାମେଣ୍ଟ ଇତିହାସରେ ସେମାନଙ୍କର ପ୍ରଥମ ଟାଇଟଲ୍ ଜିତିଥିଲା । ବିରାଟ କୋହଲି 35 ବଲରୁ 43 ରନ୍‌ ସ୍କୋର କରି ଫାଇନାଲରେ ଆରସିବିର ଟପ ସ୍କୋର ଥିଲେ ଏବଂ ଆଇପିଏଲ୍ 2025ରେ ଫ୍ରାଞ୍ଚାଇଜ୍‌ ପାଇଁ ସର୍ବାଧିକ ରନ୍‌ ସ୍କୋର ଖେଳାଳି ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.