ipl-2025-final-match--rcb-vs-pbks-final-match ହାଇଦ୍ରାବାଦ: ପଞ୍ଜାବ ଆଗରେ ୧୯୧ ରନ୍ ଟାର୍ଗେଟ୍ । IPL ଫାଇନାଲରେ ପଞ୍ଜାବ ଆଗରେ 191 ରନ୍ର ଟାର୍ଗେଟ୍ ରଖିଲା ଆରସିବି । ପଞ୍ଜାବକୁ 191 ରନ୍ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ । 9 ୱିକେଟ୍ ବିନିମୟରେ RCBର ସ୍କୋର୍ 190 ରନ୍ । ପଞ୍ଜାବ କିଙ୍ଗସକୁ ବିଜୟ ପାଇଁ 191 ରନର ଟାର୍ଗେଟ ଦେଲା RCB । ଅର୍ଶଦୀପ ଏବଂ ଜାମିସନ 3-3 ୱିକେଟ ନେଇଛନ୍ତି ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025ର ଫାଇନାଲ୍ ମ୍ୟାଚରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏବଂ ପଞ୍ଜାବ କିଙ୍ଗସ (PBKS) ଦଳ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି IPL ଟ୍ରଫି ଜିତି ନାହାଁନ୍ତି। ଉଭୟ ଦଳ ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ଆଜି ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକର ଟାଇଟଲ୍ ମ୍ୟାଚ ଆଶା କରାଯାଉଛି ।
𝟐𝟎 𝐨𝐯𝐞𝐫𝐬 𝐛𝐞𝐭𝐰𝐞𝐞𝐧 𝐮𝐬 𝐚𝐧𝐝 🏆! pic.twitter.com/jWeqNB9PI1
— Punjab Kings (@PunjabKingsIPL) June 3, 2025
ପଞ୍ଜାବ ପାଇଁ ବିଜୟ ଲକ୍ଷ୍ୟ 191 ରନ୍-
- ପ୍ରଥମ ଇଂନିସରେ ୧୯୦ ରନ୍ କଲା ଆରସିବି
- 35 ବଲରୁ 43 ରନ୍ କଲେ ବିରାଟ କୋହଲି
- IPLଫାଇନାଲ୍; ପଞ୍ଜାବ ଆଗରେ ୧୯୧ ରନ୍ର ଟାର୍ଗେଟ୍
- ପଞ୍ଜାବକୁ 191 ରନ୍ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ
- 9 ୱିକେଟ୍ ବିନିମୟରେ RCBର ସ୍କୋର୍ 190 ରନ୍
ପଞ୍ଜାବକୁ ଜିତିବା ପାଇଁ ୧୯୧ ରନର ଟାର୍ଗେଟ ଦେଲା ଆରସିବି -
IPL ୨୦୨୫ର ଫାଇନାଲରେ ଟସ୍ ହାରିବା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୦ ରନ କରିଥିଲା । ଏବେ ପଞ୍ଜାବ କିଙ୍ଗ୍ସକୁ IPL ୨୦୨୫ର ବିଜେତା ହେବା ପାଇଁ ୨୦ ଓଭରରେ ୧୯୧ ରନ କରିବାକୁ ପଡିବ । ଏହି ମ୍ୟାଚରେ ବିରାଟ କୋହଲି ଏବଂ ଜିତେଶ ଶର୍ମା ଆରସିବି ପାଇଁ ସର୍ବାଧିକ ରନ କରିଥିଲେ । ବିରାଟ ୩୫ ବଲ୍ ରେ ୩ ଚୌକା ସହିତ ୪୩ ରନର ଇନିଂସ ଖେଳିଥିଲେ । ଜିତେଶ ୧୦ ବଲ୍ ରେ ୨ ଚୌକା ଏବଂ ୨ ଛକା ସହିତ ୨୪ ରନର ଇନିଂସ ଖେଳିଥିଲେ ।
ଏହି ଦୁଇଜଣଙ୍କ ବ୍ୟତୀତ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧୫ ବଲ୍ ରେ ୨୫ ରନ, ମୟଙ୍କ ଯାଦବ ୧୮ ବଲରେ ୨୪ ରନ ଏବଂ ରଜତ ପାଟିଦାର ୧୮ ବଲ୍ ରେ ୨୬ ରନ କରିଥିଲେ । ପଞ୍ଜାବ କିଙ୍ଗ୍ସ ପାଇଁ କାଇଲ୍ ଜାମିସନ୍ ସର୍ବାଧିକ ୱିକେଟ୍ ନେଇଥିଲେ । ସେ ୪ ଓଭରରେ ୪୮ ରନ ଦେଇ ୩ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ, ଅର୍ଶଦୀପ ସିଂହ ଶେଷ ଓଭରରେ 3ଟି ୱିକେଟ୍ ନେଇଥିଲେ । ସେ 17 ରନ୍ ରେ ରୋମାରିଓ ସେଫର୍ଡଙ୍କୁ, କ୍ରୁନାଲ ପାଣ୍ଡ୍ୟାଙ୍କୁ 4 ରନ୍ ରେ ଏବଂ ଭୁବନେଶ୍ୱର କୁମାରଙ୍କୁ 1 ରନ୍ ରେ ଆୟରଙ୍କ ହାତରେ କ୍ୟାଚ୍ ଦେଇଥିଲେ । ଜାମିସନଙ୍କ ବ୍ୟତୀତ ଆଜମତୁଲ୍ଲା ଉମରଜାଇ, ୟୁଜଭେନ୍ଦ୍ର ଚହଲ୍ ଏବଂ ବିଜୟ କୁମାର ବୈଶ୍ୟକ ପ୍ରତ୍ୟେକ 1 ୱିକେଟ୍ ନେଇଥିଲେ ।
ଲିଆମ୍ ଲିଭିଙ୍ଗଷ୍ଟୋନ୍ 25 ରନ୍ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ-
ଲିଆମ୍ ଲିଭିଙ୍ଗଷ୍ଟୋନ୍ 25 ରନ୍ କରିବା ପରେ ପ୍ୟାଭିଲିୟନ୍ ଫେରିଥିଲେ। 17ତମ ଓଭରର ପଞ୍ଚମ ବଲ୍ ରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ରୂପରେ RCBକୁ ପଞ୍ଚମ ଝଟକା ଲାଗିଥିଲା । ତାଙ୍କୁ 25 ରନ୍ ସ୍କୋରରେ କାଇଲ୍ ଜାମିସନ୍ ପ୍ୟାଭିଲିୟନ୍ ପଠାଇଥିଲେ ।
ମ୍ୟାଚ୍ ଆରମ୍ଭରୁ ଆରସିବି ଧର୍ଯ୍ୟପୂର୍ଣ୍ଣ ଇନିଂସ ଆରମ୍ଭ କରିଥିଲା । ଏପଟେ ମାପିଚୁପି ବୋଲିଂ କରିଥିଲେ ପଞ୍ଜାବ ବୋଲର । ଆରସିବି ବ୍ୟାଟର ଆକ୍ରମଣାତ୍ମକ ଖେଳ ଆରମ୍ଭ କରିବା କ୍ଷଣି ଗୋଟିଏ ଗୋଟିଏ ଓ୍ବିକେଟ ହରାଇ ଚାଲିଲା । ଫଳରେ ବଡ ସ୍କୋର କରିବାରେ ବିଫଳ ହେଲେ ଆରସିବି ବ୍ୟାଟର । ଶେଷ ଆଡକୁ ଜିତେଷ ଶର୍ମା ବିସ୍ଫୋରକ ଇନିଂସ ଖେଳିବା ଆରମ୍ଭ କରିଥିଲେ ହେଲେ ତାଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା ପଞ୍ଜାବ । ମ୍ୟାଚ ଫିନିଂସ କରିବାରେ ବିଫଳ ହୋଇଥିଲେ ଆରସିବି ବ୍ୟାଟର ଆଉ ଶେଷ ଆଡକୁ ଦମଦାର ବୋଲିଂ କରିଥିଲେ ପଞ୍ଜାବ ବୋଲର ।