ବେଙ୍ଗାଲୁରୁ: ଆରସିବିର ବିଜୟ ଧାରାରେ ବ୍ରେକ ଲଗାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଘରେ ପଶି ହରାଇଲା ଡିସି । କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଲଗାତାର ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ଅକ୍ସର ପଟ୍ଟେଲ ବାହିନୀ । ଚଳିତ ଆଇପିଏଲର 18ତମ ସଂସ୍କରଣର 24 ତମ ମୁକାବିଲାରେ ଦିଲ୍ଲୀ ଠାରୁ 6 ଓ୍ବିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
ବେଙ୍ଗାଲୁରୁକୁ ହରାଇଲା ଦିଲ୍ଲୀ
𝗞𝗟assy. 𝗞𝗟inical. 𝗞𝗟utch 💥
— IndianPremierLeague (@IPL) April 10, 2025
KL Rahul wins the Player of the Match award for guiding #DC home with a stunning 9⃣3⃣* 🙌
Scorecard ▶ https://t.co/h5Vb7spAOE#TATAIPL | #RCBvDC | @DelhiCapitals | @klrahul pic.twitter.com/PFie6BHeBf
ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି ଆଇପିଏଲର 24 ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ 20 ଓଭରରେ 7 ଓ୍ବିକେଟ ହରାଇ 163 ରନ କରିଥିଲା । 164 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । 18 ଓଭର ଶେଷ ଶୁଦ୍ଧା ଦଳ 4 ଓ୍ବିକେଟ ହରାଇ 169 ରନ କରି ବିଜୟୀ ହୋଇଥିଲା ।
ଅଳ୍ପକେ ଶତକରୁ ବଞ୍ଚିତ କେଏଲ ରାହୁଲ
Match 24. Delhi Capitals Won by 6 Wicket(s) https://t.co/h5Vb7sp2Z6 #RCBvDC #TATAIPL #IPL2025
— IndianPremierLeague (@IPL) April 10, 2025
164 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଡୁପ୍ଲେସିସି ଓ ମାକଗ୍ରକ । କିନ୍ତୁ ଉଭୟ ପଡିଆରେ ବେଶି ସମୟ ତିଷ୍ଟି ପାରିନଥିଲେ । ତିନି ନମ୍ବରରେ ଅଭିଶେଖ ପୋରାଲ ବ୍ୟାଟିଂ କରିବାକୁ ଆସି ମାତ୍ର 7 ରନରେ ଆଉଟ ହୋଇଥିଲେ । ଏହାପରେ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସି ଏକା ପାଳି ସମ୍ଭାଳିଥିଲେ । ସେ ବେଶ ଦୃଢତାର ସହ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇ ଅପରାଜିତ ରହିଥିଲେ । 6 ଛକା ଓ 7 ଚୌକା ବଳରେ ସେ 53 ବଲରେ 93 ରନ କରି ଶତକରୁ ମାତ୍ର 7 ରନ ଦୂରରେ ରହିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ସର ପଟେଲ 15, ଟ୍ରିଷ୍ଟନ ଅପରାଜିତ 38 ରନ କରିଥିଲେ । ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।
ଘରୋଇ ଗ୍ରାଉଣ୍ଡରେ ଆରସିବିର ପରାଜୟ
Take us home, KL & Stubbsy🤞 pic.twitter.com/SpcbkBYt1B
— Delhi Capitals (@DelhiCapitals) April 10, 2025
ଘରୋଇ ଗ୍ରାଉଣ୍ଡରେ ଆଜି ବିଜୟ ଲକ୍ଷ୍ୟ ନେଇ ଦଳ ବେଶ ଆଶାବାଦୀ ଥିଲା । କିନ୍ତୁ ବୋଲିଂରେ ଏତେଟା ଭଲ ନହେବାରୁ ଦଳ ବିଜୟ ଠାରୁ ଦୂରରେ ରହିଯାଇଥିଲା । ବେଙ୍ଗାଲୁରୁ ପକ୍ଷରୁ ଫିଲ ସଲ୍ଟ ସର୍ବାଧିତ 37, ଟିମ ଡେଭିଡ 37 ରନ କରିଥିଲେ । ବିରାଟ କୋହଲି 22, ରଜତ ପଟିଦାର 25 ରନ କରିଥିଲେ । ଆଉ କୌଣସି ବ୍ୟାଟର 20 ରନ କରିବାକୁ ମଧ୍ୟ ସମର୍ଥ ହୋଇନଥିଲେ ।