ETV Bharat / sports

ପଞ୍ଜାବକୁ ହରାଇ ଆଇପିଏଲ ଅଭିଯାନ ଶେଷ କଲା ଦିଲ୍ଲୀ - DC BEAT PBKS

ଆଇପିଏଲର 66ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ 6 ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।

dc beat pbks
dc beat pbks (ANI)
author img

By ETV Bharat Odisha Team

Published : May 24, 2025 at 11:48 PM IST

Updated : May 24, 2025 at 11:56 PM IST

1 Min Read

ହାଇଦ୍ରାବାଦ: ଆଇପିଏଲର 66ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ 6 ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ଲେ ଅଫକୁ ଯାଇଥିବା ଦଳକୁ ଦିଲ୍ଲୀ ତାର ଶେଷ ଲିଗ ମ୍ୟାଚରେ ପରାସ୍ତ କରି ବିଜୟ ସହ ଆଇପିଏଲ ଅଭିଯାନ ଶେଷ କରିଛି । ଦିଲ୍ଲୀ ପକ୍ଷରୁ ଶମିର ରିଜଭ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ମ୍ୟାଚ ହାରିବା ପରେ ବି ପଏଣ୍ଟ ଟେବୁଲ ଦ୍ବିତୀୟରେ ପଞ୍ଜାବ ।

ରାଜସ୍ଥାନର ସ୍ବାଇ ମାନସିଂ ଷ୍ଟାଡିୟମରେ ଆଜି ଡିସି ଓ ପିବିକେଏସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ଦିଲ୍ଲୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ନିର୍ଦ୍ଧାରିତ 20 ଓଭରରେ ଦଳ 8 ଓ୍ବିକେଟ ହରାଇ 206 ରନ କରିଥିଲା । 207 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । 19.3 ଓଭରରେ 4 ଓ୍ବିକେଟ ହରାଇ 208 ରନ କରି ବିଜୟୀ ହୋଇଥିଲା ।

ଦିଲ୍ଲୀ ପକ୍ଷରୁ ଆଜି ଶମୀର ରିଜଭି ଧୂଆଁଧାର ପାଳି ଖେଳି ଅପରାଜିତ ରହିବା ସହ ସର୍ବାଧିକ ରନ କରିଥିଲେ । ସେ 25 ବଲରେ 58 ରନ କରିଥିଲେ । ଏଥିରେ 3ଟି ଚୌକା ଓ 5ଟି ଛକା ସାମିଲ ରହିଛି । ଅନ୍ୟାମାନଙ୍କ ମଧ୍ୟରେ କେଏଲ ରାହୁଲ 35, ଡୁପ୍ଲେସିସ 23, କରୁନ 44, ଅଟଲ 22 ଓ ଟ୍ରିଷ୍ଟନ ଅପରାଜିତ 18 ରନ କରିଥିଲେ । ପଞ୍ଜାବ ପକ୍ଷରୁ ହରପ୍ରିତ ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ଲେ ଅଫରୁ ଆଉଟ ହୋଇବି ଗୁଜୁରାଟକୁ 33 ରନରେ ହରାଇଲା ଲକ୍ଷ୍ନୌ, ମାର୍ଶଙ୍କ ଶତକ - LUCKNOW BEATS GUJARAT

ପଞ୍ଜାବ ପକ୍ଷରୁ ଅଧିନାୟକ ଶ୍ରେୟସ ଆସର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାହା ବିଫଳ ଯାଇଛି । ସେ 34 ରନରେ 53 ରନର ପାଳି ଖେଳିଥିଲେ । ସେହିପରି ପ୍ରଭାସିମରନ 28, ଜଶ ଇଙ୍ଗ୍ଲିସ 32, ମାର୍କସ ଷ୍ଟୋନିସ 44 ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ ।

Last Updated : May 24, 2025 at 11:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.