ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025ରେ ବିଜୟରୁ ଖାତା ଖୋଲିଛି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ବିପକ୍ଷ ମ୍ୟାଚକୁ ମାତ୍ର ଗୋଟିଏ ଓ୍ବିକେଟରେ ଜିତିଛି ଟିମ୍ ଅକ୍ଷର ପଟେଲ । ଏମିତିକି ଏକପ୍ରକାର ହାରିବା ମ୍ୟାଚ୍ ଜିତି ଆଇପିଏଲର 18 ତମ ସିଜିନରେ ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ଟିମ୍ । ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ଆଶୁତୋଷ ଶର୍ମା ଏବଂ ଡେବ୍ୟୁଟାଣ୍ଟ ବିପରାଜ ନିଗମ ଦିଲ୍ଲୀ ପାଇଁ ଦର୍ଶନୀୟ ଇନିଂସ ଖେଳିଥିଲେ । ଆଇପିଏଲ୍ 2025 ର ମେଗା ନିଲାମରେ ଡିସି 3.8 କୋଟି ଟଙ୍କାରେ ଆଶୁତୋଷଙ୍କୁ କିଣିଥିଲା।
Goooood night, DC fam 💙❤️pic.twitter.com/YZTh3g589l
— Delhi Capitals (@DelhiCapitals) March 24, 2025
ଆଶୁତୋଷଙ୍କ ଅବିଶ୍ୱସନୀୟ ଇନିଂସ-
210 ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ଏକ ସମୟରେ 65 ରନରେ 5 ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ଯେଉଁଠାରୁ ସେମାନଙ୍କର ବିଜୟ ସମ୍ଭାବନା ଦୁଇ ପ୍ରତିଶତକୁ ହ୍ରାସ ପାଇଥିଲା । ତେବେ ଆଶୁତୋଷ ଶର୍ମାଙ୍କ 31 ବଲରେ 66 ରନ ଏବଂ 15ଟି ବଲରେ ବିପରାଜ ନିଗମଙ୍କ 39 ରନ୍ ବିଜୟ ସମ୍ଭାବନାକୁ 100 ପ୍ରତିଶତକୁ ବଦଳାଇ ଦେଇଥିଲା । 26 ବର୍ଷୀୟ ଆଶୁତୋଷଙ୍କୁ ମୁକେଶ କୁମାରଙ୍କ ସ୍ଥାନରେ ଇମ୍ପପ୍ୟାକ୍ଟ ଖେଳାଳି ଭାବରେ ପଠାଯାଇଥିଲା ଏବଂ ସେ ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ । 15 ଓଭର ଶେଷ ହେବା ବେଳକୁ ଆଶୁତୋଷ 20 ବଲରେ 20 ରନ୍ ସ୍କୋର କରିଥିଲେ, କିନ୍ତୁ ଶେଷ ପାଞ୍ଚ ଓଭରରେ ସେ LSG ର ବୋଲିଂ ଲାଇନ୍ ଅପ୍ ଧ୍ୱଂସ କରି ମାତ୍ର 11 ବଲରେ 46 ରନ୍ ସ୍କୋର କରିଥିଲେ ।
Ashu 🫂 Gabbar
— Delhi Capitals (@DelhiCapitals) March 24, 2025
It’s a Dilli love story 💙❤️ pic.twitter.com/HZkeC3sWUE
ଶେଷ ଓଭରରେ ରିଷଭ ପନ୍ତଙ୍କ ବଡ଼ ଭୁଲ-
ଶେଷ ଓଭରରେ ଦିଲ୍ଲୀ 6 ରନ୍ ଆବଶ୍ୟକ କରୁଥିଲା । ଦିଲ୍ଲୀର କେବଳ ଗୋଟିଏ ୱିକେଟ୍ ବାକି ଥିଲା । ମୋହିତ ଶର୍ମା ଷ୍ଟ୍ରାଇକରେ ଥିଲେ ଏବଂ ପ୍ରଥମ ବଲରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ମୋହିତଙ୍କୁ ବିଟ୍ କରି ଷ୍ଟମ୍ପିଂ ସୁଯୋଗ ସୃଷ୍ଟି କରିଥିଲେ କିନ୍ତୁ ପନ୍ତ ବଲ ସଂଗ୍ରହ କରି ପାରିନଥିଲେ ଏବଂ ଏକ ସହଜ ଷ୍ଟମ୍ପିଂ ହରାଇଥିଲେ ।
ଏହା ବି ପଢନ୍ତୁ- IPL 2025: ବିଜୟରୁ CSKର ଅଭିଯାନ ଆରମ୍ଭ, 4 ଓ୍ବିକେଟରେ ହାରିଲା MI - IPL 2025
INJECTTTTT!!! 🔥🔥pic.twitter.com/vvrnPmiK2d
— Delhi Capitals (@DelhiCapitals) March 24, 2025
ମ୍ୟାଚ୍ ପରେ ଆଶୁତୋଷ କହିଲେ ଏହି ବଡ କଥା-
ମ୍ୟାଚ୍ ଜିତିବା ପରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିବା ଆଶୁତୋଷ ଶର୍ମା କହିଛନ୍ତି, "ମୁଁ ଗତବର୍ଷଠାରୁ ଶିଖିଛି, କାରଣ ଏପରି କିଛି ଖେଳ ଥିଲା ଯେଉଁଠାରେ ମୁଁ ଖେଳ ଶେଷ କରିପାରି ନ ଥିଲି । ତେଣୁ ଘରୋଇ କ୍ରିକେଟରେ ମଧ୍ୟ ଖେଳ ଶେଷ କରିବାକୁ ଧ୍ୟାନ ଦେଉଛି । ମୋର ନିଜ ଉପରେ ବହୁତ ଆତ୍ମବିଶ୍ୱାସ ଅଛି । ଯଦି ମୁଁ ଶେଷ ଓଭର ଏବଂ ଶେଷ ବଲ୍ ପର୍ଯ୍ୟନ୍ତ ଖେଳିବି, ତେବେ କିଛି ହୋଇପାରେ । ତୁମକୁ କେବଳ ଶାନ୍ତ ରହିବାକୁ ପଡିବ, ଆତ୍ମବିଶ୍ୱାସ ରହିବା ଉଚିତ ଏବଂ ତୁମେ କେଉଁ ସଟ ଖେଳି ପାରିବ ସେ ବିଷୟରେ ଚିନ୍ତା କର, ଯାହା ତୁମେ ଅଭ୍ୟାସ କରିଛ, ତେଣୁ ମୁଁ ଆଜି ତାହା କରିଥିଲି ।"
ଧାୱନଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ' ଆଓ୍ବାର୍ଡ ଉତ୍ସର୍ଗ କଲେ ଆଶୁତୋଷ-
ଆଶୁତୋଷ ତାଙ୍କ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାରକୁ ତାଙ୍କ ପରାମର୍ଶଦାତା, ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ଶିଖର ଧାୱନଙ୍କୁ ଉତ୍ସର୍ଗ କରିଥିଲେ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆଶୁତୋଷ ଶର୍ମା ଆଇପିଏଲ 2024 ପୂର୍ବରୁ ପଞ୍ଜାବ କିଙ୍ଗସ୍ ସହିତ ପ୍ରି-ସିଜନ୍ କ୍ୟାମ୍ପରେ ପ୍ରଥମ ଥର ଶିଖର ଧାୱନଙ୍କୁ ଭେଟିଥିଲେ । ତାଙ୍କ ମନୋଭାବରେ ପ୍ରଭାବିତ ହୋଇ ଧାୱନ ତାଙ୍କ ବ୍ୟାଟ୍କୁ ଆଶୁତୋଷଙ୍କୁ ଉପହାର ଦେଇଥିଲେ, ଯାହା ଆଶୁତୋଷଙ୍କ ପାଇଁ ଏକ ସ୍ମରଣୀୟ ଉପହାର ଥିଲା ।
A win for the ages 💙❤️ pic.twitter.com/DmeAgPoGES
— Delhi Capitals (@DelhiCapitals) March 24, 2025
ଆଶୁତୋଷଙ୍କୁ କଲ୍ କରିଥିଲେ ଧାୱନ-
ମ୍ୟାଚ୍ ପରେ ଡ୍ରେସିଂ ରୁମକୁ ଯାଉଥିବାବେଳେ ଆଶୁତୋଷ ଭିଡିଓ କଲ୍ ରେ ଧାୱନଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ଅଭିନନ୍ଦନ ବାର୍ତ୍ତା ପାଇଁ ଧାଓ୍ବନଙ୍କୁ ଧନ୍ୟବାଦ ଜଣାଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓ କ୍ଲିପ୍ରେ ଆଶୁତୋଷ ଏବଂ ଧାଓ୍ବାନଙ୍କ ଭିଡିଓ କଲ୍ ରହିଛି ।