ETV Bharat / sports

କେରଳ କ୍ରିକେଟ୍ ଲିଗରୁ ଆଇପିଏଲ; ବିଗ୍ନେଶଙ୍କ ଫ୍ୟାନ ବନିଗଲେ ଧୋନୀ, ପିଠି ଥାପୁଡାଇଲେ - MS DHONI VIGNESH PUTHUR

ଆଇପିଏଲ 2025: ବିଗ୍ନେଶ ପୁଥୁରଙ୍କ ପ୍ରଶଂସକ ସାଜିଲେ ଏମଏସ ଧୋନି । ମ୍ୟାଚ ପରେ ଯୁବ କ୍ରିକେଟରଙ୍କ କାନ୍ଧରେ ଥୋଇଲେ ହାତ । ଭିଡିଓ ଭାଇରାଲ ।

MS DHONI VIGNESH PUTHUR
MS DHONI VIGNESH PUTHUR (AP)
author img

By ETV Bharat Odisha Team

Published : March 24, 2025 at 2:49 PM IST

1 Min Read

ହାଇଦ୍ରାବାଦ: 24 ବର୍ଷୀୟ କେରଳ ସ୍ପିନର ବିଗ୍ନେଶ ପୁଥୁର ଆଇପିଏଲ 2025 ରେ ଡେବ୍ୟୁ ମ୍ୟାଚରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇଠୁ ଚାରି ୱିକେଟରେ ପରାସ୍ତ ହୋଇଛି କିନ୍ତୁ ଏମଆଇର ଯୁବ ଖେଳାଳି ବିଗ୍ନେଶ ପୁଥୁର ତିନି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ବିଗ୍ନେଶ ପୁଥୁର ଅଧିନାୟକ ଋତୁରାଜ ଗାଏକୱାଡ, ଶିବମ ଦୁବେ ଏବଂ ଦୀପକ ହୁଡ୍ଡାଙ୍କ ପରି ଖେଳାଳିଙ୍କ ୱିକେଟ୍ ନେଇ 4 ଓଭରରେ ମାତ୍ର 32 ରନ୍ ଖର୍ଚ୍ଚ କରିଥିଲେ । ତାଙ୍କର ଚମତ୍କାର ପ୍ରଦର୍ଶନ ମ୍ୟାଚର ଶେଷ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ଏମଏସ ଧୋନିଙ୍କୁ ମଧ୍ୟ ପ୍ରଭାବିତ କରିଥିଲା।

ଧୋନି ବିଗ୍ନେଶ ପୁଥୁରଙ୍କ ପ୍ରଶଂସକ ବନିଗଲେ-

ମ୍ୟାଚ୍ ଶେଷ ହେବା ପରେ ଧୋନି ଯୁବ ଖେଳାଳିଙ୍କୁ ଭେଟିଥିଲେ ଏବଂ ତାଙ୍କ ଉତ୍କୃଷ୍ଟ ବୋଲିଂ ପାଇଁ ତାଙ୍କୁ ପିଠି ଥାପୁଡାଇଥିଲେ । ଏହି ଘଟଣାରେ ଭାରତର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମନ୍ତବ୍ୟ ବକ୍ସରେ ଥିଲେ ଏବଂ ପୁଥୁର ଏହି ବିଶେଷ ମୁହୂର୍ତ୍ତକୁ କେବେବି ଭୁଲି ପାରିବେ ନାହିଁ ବୋଲି କହିଥିଲେ । ଧୋନିଙ୍କ ଜଣେ ଯୁବ ଖେଳାଳିଙ୍କ କାନ୍ଧରେ ହାତ ପକାଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲୋକମାନେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଯୁବ କ୍ରିକେଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହା ବି ପଢନ୍ତୁ- ଆଇପିଏଲରେ ଗୋଟିଏ ମ୍ୟାଚ ପରେ ଚର୍ଚ୍ଚାରେ ଅଟୋ ଡ୍ରାଇଭରଙ୍କ ପୁଅ, ଜାଣନ୍ତୁ କିଏ ବିଗ୍ନେଶ ପୁଥୁର ?

CSK ବନାମ MI ମ୍ୟାଚ୍ ରେ ସ୍ପିନରଙ୍କ ଆଧିପତ୍ୟ-

ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ହୋଇଥିବା ମ୍ୟାଚରେ ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ, କାରଣ ନୁର ଅହମ୍ମଦ ଏବଂ ପୁଥୁର ବ୍ୟାଟ୍ସମ୍ୟାନଙ୍କୁ ସ୍ପିନ ଜାଲରେ ଛନ୍ଦି ସ୍କୋରକୁ ଧୀମା ଗତିରେ ବାନ୍ଧି ରଖିଥିଲେ । ଯଦିଓ ପୁଥୁର ଚମତ୍କାର ବୋଲିଂ କରିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ୱିକେଟରେ ମ୍ୟାଚ ହାରିଛି । ତେବେ ଚେନ୍ନାଇର ନୁରଙ୍କ ଚାରି ୱିକେଟ୍ ଏବଂ ରଚିନ୍ ରବିନ୍ଦ୍ରଙ୍କ ଅର୍ଦ୍ଧଶତକ ପାଇଁ ବିଜୟୀ ହୋଇଛି ।

ବିଗ୍ନେଶ ମୁମ୍ବାଇ ଇଣ୍ଡିଆନ୍ସର ନୂତନ ଆବିଷ୍କାର-

ବିଗତ କିଛି ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଆବିଷ୍କାର କରିଥିବା ଯୁବ ଖେଳାଳିଙ୍କ ମଧ୍ୟରୁ ବିଗ୍ନେଶ ପୁଥୁର ଅନ୍ୟତମ। ଯେଉଁଥିରେ ସୌରଭ ତିୱାରୀ, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମାଙ୍କ ନାମ ଅନ୍ତର୍ଭୁକ୍ତ । ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ତାଙ୍କୁ କେରଳ କ୍ରିକେଟ୍ ଲିଗର ଉଦ୍ଘାଟନୀ ସିଜିନରେ ଆଲେପ୍ପି ରିପଲ୍ସରେ ଖେଳୁଥିବା ଦେଖିଥିଲେ ଏବଂ ପରେ ତାଙ୍କୁ 2025 ଆଇପିଏଲ୍ ନିଲାମରେ 30 ଲକ୍ଷ ଟଙ୍କାରେ କିଣିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.