ଚେନ୍ନାଇ: ଘରୋଇ ଗ୍ରାଉଣ୍ଡରେ ଚମକିଲା ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲର ତୃତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ଓ୍ବିକେଟରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କଲା ସିଏସକେ । ଋତୁରାଜ ଗାଏକ୍ବାଡ ଓ ରଚିନ ରବିନ୍ଦ୍ରଙ୍କ ଅପରାଜିତ ଅର୍ଦ୍ଧଶତକ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ 156 ରନର ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ବିଜୟ ଲକ୍ଷ୍ୟକୁ ପିଛା କରି 19 ଓଭର 1 ବଲରେ 6 ୱିକେଟ ହରାଇ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ଚେନ୍ନାଇ । ନୁର ଅହମ୍ମଦ ସର୍ବାଧିକ 4 ଓ୍ବିକେଟ ନେଇ ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଛନ୍ତି ।
The RuPay On-the-go 4s of the Match between Chennai Super Kings & Mumbai Indians goes to Ruturaj Gaikwad.#TATAIPL | #CSKvMI | #AskForRuPay | @RuPay_npci pic.twitter.com/5JYMrSqsRL
— IndianPremierLeague (@IPL) March 23, 2025
ଆଜି IPL 2025ର ତୃତୀୟ ମ୍ୟାଚ୍ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଖେଳାଯାଇଥିଲା । ଏମଆଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍ରେ ଖେଳି ନଥିଲେ । ତାଙ୍କ ସ୍ଥାନରେ, ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଏସକେ କ୍ୟାପଟେନ ଋତୁରାଜ ଗାଏକ୍ବାଡ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇନିଂସ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ରିଆନ ରିକେଲଟନ । କିନ୍ତୁ ଚେନ୍ନାଇର ଘାତକ ବୋଲରଙ୍କ ଆଗରେ ରନ କରିବାକୁ ସମର୍ଥ ହୋଇନଥିଲେ ଦୁଇ ଓପନର । ଫଳରେ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା । ରୋହିତଙ୍କୁ ଖଲିଲ ଅହମ୍ମଦ ଜିରୋରେ ଆଉଟ କରିଥିଲେ । ପରେ, ରିକେଲଟନ 13 ରନ କରି ଆଉଟ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ 29 ରନ ଓ ତିଳକ ବର୍ମା 31 ରନ୍ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ 20 ଓଭରରେ 9 ୱିକେଟ ହରାଇ 155 ରନ୍ କରିଥିଲା । ଫଳରେ ଚେନ୍ନାଇ ଆଗରେ ବିଜୟର ଲକ୍ଷ୍ୟ 156 ରହିଥିଲା । ନୁର ଅହମ୍ମଦ ସର୍ବାଧିକ 4 ଓ୍ବିକେଟ ନେଇ ଘାତକ ସାବ୍ୟସ୍ତ ହୋଇଥିଲେ ।
Spin to Win 🕸👌
— IndianPremierLeague (@IPL) March 23, 2025
Noor Ahmad is the Player of the Match for his excellent spell of 4/18 on his #CSK debut 🔝
Scorecard ▶ https://t.co/QlMj4G7kV0#TATAIPL | #CSKvMI | @ChennaiIPL pic.twitter.com/gA4fQ6arVT
ସେପଟେ 156 ରନ ପିଛା କରି ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଚେନ୍ନାଇ ବ୍ୟାଟରଙ୍କୁ ଶେଷ ପର୍ଯ୍ୟନ୍ତ ଅଟକାଇବାକୁ ଚେଷ୍ଟା ଜାରି ରଖିଥିଲେ । ଲାଗୁଥିବା ମୁମ୍ବାଇ ସପକ୍ଷରେ ମ୍ୟାଚ ଚାଲିଯିବ । କିନ୍ତୁ ରଚିନ ରବିନ୍ଦ୍ର ଓପନର ଭାବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଖେଳି ଅପରାଜିତ 65 ରନ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ରଚିନ ଓ ଋତୁରାଜଙ୍କ ଅର୍ଦ୍ଧଶତକ ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲା । ମାତ୍ର ହାତରେ 5ଟି ବଲ ବାକିଥାଇ 6 ଓ୍ବିକେଟରେ 158 ରନ କରି ଦଳ ଚେନ୍ନାଇ ବିଜୟୀ ହୋଇଥିଲା । ମୁମ୍ବାଇର ଇମ୍ପାକ୍ଟ ପ୍ଲେୟାର ଭୁଗନେଶ ପୁଥୁର ସର୍ବାଧିକ 3ଟି ଓ୍ବିକେଟ ନେଇଥିଲେ ।