ଅହମ୍ମଦାବାଦ: ଆଜି ଆଇପିଏଲ୍ 2025ର 5ମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି) ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)କୁ ସାମ୍ନା କରିବ । ଗତ ସିଜନରେ ଉଭୟ ଦଳ ଅଷ୍ଟମ ଏବଂ ନବମ ସ୍ଥାନରେ ରହିଥିଲେ । ଟୁର୍ଣ୍ଣାମେଣ୍ଟର 18 ତମ ସିଜନରେ ଉଭୟ ଦଳରେ ଅନେକ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ସହିତ ନିଜ ନିଜ ଭାଗ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ଉଭୟ ଟିମ୍ ।
ଗୁଜରାଟ ଟାଇଟାନ୍ସ -
ଗୁଜରାଟ ଟାଇଟାନ୍ସ ଆଇପିଏଲରେ ଏକ ଭଲ ଆରମ୍ଭ କରିଥିଲା । 2022ରେ ପ୍ରଥମ ସିଜନରେ ଟାଇଟଲ୍ ଜିତିଥିଲା ଏବଂ 2023 ରେ ରନର୍ ଅପ୍ ଭାବରେ ଶେଷ ହୋଇଥିଲା । ଯଦିଓ 2024 ଏକ ନୈରାଶ୍ୟଜନକ ସିଜିନ ଥିଲା । ତେବେ ଏହି ସିଜିନରେ ଗୁଜରାଟ ଟାଇଟାନ୍ସ ଜୋସ୍ ବଟଲର, ଗ୍ଲେନ୍ ଫିଲିପ୍ସ, କାଗିସୋ ରାବାଡା ଏବଂ ମହମ୍ମଦ ସିରାଜଙ୍କ ଭଳି ଖେଳାଳିଙ୍କ ଆଗମନ ସହିତ ଶକ୍ତିଶାଳୀ ଦେଖାଯାଉଥିବାବେଳେ ରସିଦ ଖାନ, ଶୁବମନ ଗିଲ, ସାଇ ସୁଦର୍ଶନ, ଶାହାରୁଖ ଖାନ ଏବଂ ରାହୁଲ ତେୱାଟିଆ ଦଳକୁ ଅଧିକ ଶକ୍ତି ପ୍ରଦାନ କରୁଛନ୍ତି । ଏହି ଦଳର ଅଧିନାୟକ ଭାର ଶୁବମନ ଗିଲଙ୍କ କାନ୍ଧରେ ରହିଛି । ଟିମର ବଡ ଟେନସନ୍ ବଟଲର ଗିଲଙ୍କ ସହିତ ଓପନିଂ ଖୋଲିବା ଉଚିତ କି ସାଇ ସୁଦର୍ଶନଙ୍କ ସହିତ ଓପନିଂ ଜାରି ରଖିବ ଦଳ ତାକୁ ଅପେକ୍ଷା ।
Focused on tomorrow! 🔥#PunjabKings #IPL2025 #PBKSvGT pic.twitter.com/hvZY8gyEWI
— Punjab Kings (@PunjabKingsIPL) March 24, 2025
ଏହା ବି ପଢନ୍ତୁ- ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ, ଅଶୁତୋଷ ଖେଳିଲେ ବିସ୍ଫୋରକ ଇନିଂସ - DC VS LSG
ପଞ୍ଜାବ କିଙ୍ଗସ୍-
ଅନ୍ୟପକ୍ଷରେ, ପଞ୍ଜାବ କିଙ୍ଗ୍ସ 2014 ପରଠାରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ । କିନ୍ତୁ ଏହି ସିଜନରେ ପଞ୍ଜାବ ଶ୍ରେୟସ୍ ଆୟର୍ ଏବଂ ରିକି ପଣ୍ଟିଂଙ୍କୁ ଯଥାକ୍ରମେ କ୍ୟାପଟେନ୍ ଏବଂ କୋଚ ଭାବେ ପାଇଛି । ନୂତନ ପଞ୍ଜାବ ଦଳ ବର୍ତ୍ତମାନର ସର୍ବୋତ୍ତମ ପଞ୍ଜାବ ଦଳ ହେବ ବୋଲି ଆହ୍ୱାନ ଦେଇଛି । ଶ୍ରେୟସ୍ ଆୟରଙ୍କ ବ୍ୟତିତ ବ୍ୟାଟିଂ ଲାଇନ୍ଅପ୍ ରେ କୌଣସି ଘରୋଇ କ୍ରିକେଟର ଭାବେ ବଡ ନାମ ନାହିଁ, କେବଳ ଶଶାଙ୍କ ସିଂଙ୍କ ନାମ ରହିଛି । ଏହା ବ୍ୟତୀତ ଜୋସ୍ ଇଂଲିସ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ନିଜେ ମ୍ୟାଚ୍ ଜିତିବାର କ୍ଷମତା ରଖିନ୍ତି । ଏହି ଦଳର କୌଣସି ଅଭିଜ୍ଞ ଓପନିଂ ଯୋଡି ନାହିଁ । ଯଦି ପ୍ରଭାସୀମରନ୍ ସିଂ ଏବଂ ପ୍ରିୟଙ୍କା ଆର୍ଯ୍ୟ ଇନିଂସ ଓପନିଂ କରନ୍ତି, ତେବେ ସେମାନେ ଲିଗ୍ ର ସବୁଠାରୁ ଅଭିଜ୍ଞ ଓପନିଂ ଯୋଡି ହେବେ । ପଞ୍ଜାବର ବୋଲିଂ ଆକ୍ରମଣ ଉତ୍କୃଷ୍ଟ, ଯେଉଁଥିରେ ଅର୍ଶଦୀପ ସିଂ, ଲକି ଫର୍ଗୁସନ୍ ଏବଂ ୟୁଜଭେନ୍ଦ୍ର ଚହଲ ଅନ୍ତର୍ଭୁକ୍ତ ।
POV: You received insider access to the match-day mindset of our Titans! 🧠#AavaDe | #TATAIPL2025 | #GTvPBKS pic.twitter.com/g6jMZgjMEJ
— Gujarat Titans (@gujarat_titans) March 24, 2025
GT ବନାମ PBKS: ପିଚ୍ ଏବଂ ପାଣିପାଗ ରିପୋର୍ଟ-
ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ୱର୍ଗ ଭାବରେ ବିବେଚନା କରାଯାଏ । ଏଠାରେ ହୋଇ ସ୍କୋରିଂ ମ୍ୟାଚ୍ ପ୍ରାୟତଃ ହୋଇଥାଏ । ପ୍ରଥମ ଇନିଂସରେ ହାରାହାରି 200 ରନ୍ ସ୍କୋର ହୋଇଛି । ପ୍ରାରମ୍ଭରେ ଦ୍ରୁତ ବୋଲରମାନେ ପିଚରୁ ଗତି ପାଆନ୍ତି, କିନ୍ତୁ ମ୍ୟାଚ୍ ଅଗ୍ରଗତି କଲାବେଳେ ପିଚ୍ ମନ୍ଥର ହୋଇଯାଏ ଏବଂ ସ୍ପିନରମାନେ କମାଲ କରନ୍ତି । ପାଗ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ହେବ ଏବଂ ଏକ ଚମତ୍କାର ଖେଳ ଆଶା କରାଯାଏ । ଏଠାରେ ଟସ୍ର କୌଣସି ପ୍ରଭାବ ପଡ଼ିବ ନାହିଁ, କାରଣ ନୂତନ ନିୟମ ହେତୁ ଉଭୟ ଦଳ ପ୍ରଥମେ ଫିଲ୍ଡ କରିବାକୁ ପସନ୍ଦ କରିପାରନ୍ତି । ଏବଂ ନୂତନ ନିୟମ ଅନୁଯାୟୀ, ଦ୍ୱିତୀୟ ଇନିଂସରେ କୌଣସି ପ୍ରକାରର କାକରରୁ ରକ୍ଷା ପାଇବା ପାଇଁ ଦ୍ୱିତୀୟ ବଲ୍ ନିଆଯାଇପାରେ ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦଳ ପିଛା କରି ଅଧିକ ମ୍ୟାଚ୍ ଜିତିଛି-
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ 199 କିମ୍ବା ଅଧିକ ଥର ସ୍କୋର କରିଛି, ସେଥିମଧ୍ୟରୁ PBKS ଏହି ସ୍କୋର ଦୁଇଥର ପିଛା କରି ବିଜୟୀ ହୋଇଛି । ମୋଟ ଉପରେ, ଆଇପିଏଲ 2024 ରେ ଅହମ୍ମଦାବାଦରେ ଖେଳାଯାଇଥିବା ଆଠଟି ମ୍ୟାଚ ମଧ୍ୟରୁ ଚେଜିଂ ଦଳ 6ଟି ଜିତିଛନ୍ତି।
One day to go. One goal in mind. ⚡💙#AavaDe | #TATAIPL2025 | #GTvPBKS pic.twitter.com/61RDROyQ9u
— Gujarat Titans (@gujarat_titans) March 24, 2025
GT ବନାମ PBKS ହେଡ୍ -ଟୁ -ହେଡ୍ ରେକର୍ଡ-
ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 5ଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଟାଇଟାନ୍ସ 3-2ରେ ଆଗରେ ରହିଛି । କିନ୍ତୁ ଗତ ବର୍ଷ ଅହମ୍ମଦାବାଦରେ ଖେଳାଯାଇଥିବା ଏକମାତ୍ର ମ୍ୟାଚରେ ପଞ୍ଜାବ ଗୁଜରାଟକୁ ପରାସ୍ତ କରିଥିଲା ।
GT ବନାମ PBKS ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ ?
ଗୁଜରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ ମ୍ୟାଚ 25 ମାର୍ଚ୍ଚ 2025, 7:30 PM ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।
GT ବନାମ PBKS ମ୍ୟାଚ କେଉଁଠାରେ ଦେଖିପାରିବେ ?
ଗୁଜରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ ମ୍ୟାଚର ଲାଇଭ ଟେଲିକାଷ୍ଟ ସ୍ପୋର୍ଟସ 18 / ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଉପଲବ୍ଧ ଥିବାବେଳେ ମ୍ୟାଚଟି ଜିଓ ହଟଷ୍ଟାର (ଆପ ଏବଂ ୱେବସାଇଟ) ରେ ସିଧା ପ୍ରସାରଣ ହେବ
GT ବନାମ PBKS: ସମ୍ଭାବିତ ଏକାଦଶ
ଗୁଜରାଟ ଟାଇଟାନ୍ସ (ଜିଟି): ଶୁବମାନ ଗିଲ (ଅଧିନାୟକ), ଜୋସ ବଟଲର, ସାଇ ସୁଦର୍ଶନ, ଶାହାରୁଖ ଖାନ, ଗ୍ଲେନ ଫିଲିପ୍ସ, ୱାଶିଂଟନ ସୁନ୍ଦର, ରାହୁଲ ତେୱାଟିଆ, ରସିଦ ଖାନ, କାଗିସୋ ରାବାଡା, ପ୍ରସିଦ୍ଧ କ୍ରୀଷ୍ଣା, ମହମ୍ମଦ ସିରାଜ।
ପଞ୍ଜାବ କିଙ୍ଗସ୍ (PBKS): ପ୍ରଭାସୀମରନ୍ ସିଂ, ଜୋସ୍ ଇଂଲିସ୍ (ଓ୍ବିକେଟ କିପର), ଶ୍ରେୟସ୍ ଆୟର (ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ, ଶଶାଙ୍କ ସିଂ, ନେହଲ ୱାଡେରା, ମାର୍କୋ ଜନସନ, ହରପ୍ରୀତ ବ୍ରା, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ।
GT ଏବଂ PBKS ସ୍କ୍ୱାଡ-
ଗୁଜରାଟ ଟାଇଟାନ୍ସ: ଜୋସ୍ ବଟଲର, ଶୁବମାନ ଗିଲ, ସାଇ ସୁଦର୍ଶନ, ଗ୍ଲେନ ଫିଲିପ୍ସ, ଶାହାରୁଖ ଖାନ, ୱାଶିଂଟନ ସୁନ୍ଦର, ରାହୁଲ ତେୱାଟିଆ, ରସିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଇଶାନ୍ତ ଶର୍ମା, ଜୟନ୍ତ ଯାଦବ, ମହିପାଲ ଲୋମର, କରିମ ଜନତ, କୁଲଓ୍ବନ୍ତ ଖେଜରିଲିଓ୍ବା, ଅନୁଜ ରାଓ୍ବତ, ଗେରାଲ୍ଡ କୋର୍ଟିଜ୍, ସେରଫାନ୍ ରଦରଫର୍ଡ, ମାନବ ସୁଥାର, କୁମାର କୁଶାଗ୍ରା, ଅର୍ଶଦ ଖାନ, ଗୁରୁନୁର ବ୍ର, ନିଶାନ୍ତ ସିନ୍ଧୁ ।
ପଞ୍ଜାବ କିଙ୍ଗସ୍: ଜୋସ୍ ଇଂଲିସ୍, ପ୍ରଭାସୀମନ୍ ସିଂ, ଶ୍ରେୟସ୍ ଆୟର, ଗ୍ଲେନ୍ ମ୍ୟାକ୍ସୱେଲ, ନେହଲ ୱାଡେରା, ମାର୍କସ୍ ଷ୍ଟୋଇନିସ୍, ଶଶାଙ୍କ ସିଂ, ମାର୍କୋ ଜୋନ୍ସ, ହରପ୍ରୀତ ବ୍ରା, ଅର୍ଶଦୀପ ସିଂ, ୟୁଜଭେନ୍ଦ୍ର ଚହଲ, ବିଜୟକୁମାର ବିଶାକ୍, ପ୍ରବୀନ୍ ଦୁବେ, ଲକି ଫର୍ଗୁସୁଲ, ଜାଭିନ୍ ବାର୍ଟୁଲ, ଉମରଜାଇ, କୁଲଦୀପ ସେନ୍, ପ୍ରିୟଙ୍କା ଆର୍ଯ୍ୟ, ସୁର୍ଯ୍ୟନ୍ ଶେଜ୍, ହର୍ନୁର ସିଂ, ମୁଶୀର ଖାନ୍, ପାୟଲା ଅବିନାଶ