ETV Bharat / sports

ଶ୍ରେୟସ ଆୟର ICC ପ୍ଲେଆର ଅଫ୍ ମନ୍ଥ, ଚାମ୍ପିଅନ୍ସ ଟ୍ରଫିରେ କରିଥିଲେ କମାଲ - IYER ICC PLAYER OF THE MONTH

ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ର ଓ ଜୋକବ ଡଫିଙ୍କୁ ପଛରେ ପକାଇ ମାର୍ଚ୍ଚ ମାସର ଆଇସିସି ପ୍ଲେୟାର ଅଫ ଦ ମନ୍ଥ ସମ୍ମାନକୁ ନିଜ ନାମରେ କରିଛନ୍ତି ବ୍ୟାଟର ଶ୍ରେୟସ ଆୟର ।

Shreyas Iyer named ICC Player of the Month for March
Shreyas Iyer named ICC Player of the Month for March (ANI)
author img

By ETV Bharat Odisha Team

Published : April 15, 2025 at 1:05 PM IST

Updated : April 15, 2025 at 1:30 PM IST

2 Min Read

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଡ୍ସମ୍ୟାନ ଶ୍ରେୟସ ଆୟର ହେଲେ ମାର୍ଚ୍ଚ ମାସର ଶ୍ରେଷ୍ଠ ଖେଳାଳି । ଆୟରଙ୍କୁ ଆଇସିସି ପ୍ଲେଆର ଅଫ ଦ ମନ୍ଥ (ICC Men's Player of the Month) ଘୋଷଣା କରିଛି ଆଇସିସି । ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ଓ ଜୋକବ ଡଫିଙ୍କୁ ପଛରେ ପକାଇ ଏହି ସମ୍ମାନକୁ ନିଜ ନାମରେ କରିଛନ୍ତି ଆୟର । ଚାମ୍ପିଅନ୍ସ ଟ୍ରଫିରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତ ପକ୍ଷରୁ ଆୟର ସର୍ବାଧିକ 243 ରନ କରିଥିଲେ । ଗତ ଫେବୃଆରୀ ମାସରେ ଗିଲ ଆଇସିସି ପ୍ଲେଆର ଅଫ ଦ ମନ୍ଥ ଆଓ୍ବାର୍ଡ ପାଇଥିଲେ ।

ଚାମ୍ପିଅନ୍ସ ଟ୍ରଫିରେ ଆୟରଙ୍କ ପ୍ରଭାବୀ ପ୍ରଦର୍ଶନ:

ପାକିସ୍ତାନ ଓ ଦୁବାଇରେ ଆୟୋଜିତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଶ୍ରେୟସ ଆୟରଙ୍କ ପ୍ରଭାବୀ ପ୍ରଦର୍ଶନ ରହିଥିଲା । ଟିମ ଇଣ୍ଡିଆର ମଧ୍ୟମ କ୍ରମରେ ବ୍ୟାଟିଂ କରିବାକୁ ଆସି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆୟର । ପୁରା ଟୁର୍ଣ୍ଣାମେଣ୍ଟର ସେ ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ ମଧ୍ୟ । ତାଙ୍କର ପ୍ରଦର୍ଶନ ଭାରତରୁ ଟ୍ରଫି ହାତେଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । 5ଟି ମ୍ୟାଚ୍ ରେ 243 ରନ୍ କରିଥିଲେ ଆୟର । ଏଥରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି । ଭାରତୀୟ ଦଳ ପକ୍ଷରୁ ସେ ସର୍ବାଧିକ ରନ କରିଥିଲେ । ତାଙ୍କର ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡ ବିପକ୍ଷରେ 79 ରନ କରିଥିଲେ । ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ 45 ଏବଂ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରକେ 48 କରି ଭାରତକୁ ଟାଇଟଲ୍ ଜିତିବାରେ ସାହାଯ୍ୟ କରିଥିଲେ।ମାର୍ଚ୍ଚ ମାସରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତିନିଟି ODI ରେ 172 ରନ୍ ସଂଗ୍ରହ କରିଥିଲେ ।

IYER ICC PLAYER OF THE MONTH

ଏହା ମଧ୍ଯ ପଢନ୍ତୁ-ଆଇସିସି ପ୍ରେୟର ଅଫ ଦ ମନ୍ଥ ପାଇଁ ଶ୍ରେୟସ ଆୟର ମନୋନୀତ - ICC PLAYER OF THE MONTH AWARD

ଏହା ମଧ୍ୟ ପଢନ୍ତୁ-କୋହଲିଙ୍କ ରେକର୍ଡ; ଟି-20 କ୍ରିକେଟରେ 13000 ରନ୍ ସ୍କୋରର ପ୍ରଥମ ଭାରତୀୟ - VIRAT KOHLI 13000 T20 RUN

'ଏହି ସମ୍ମାନ ମୋ ପାଇଁ ସ୍ବତନ୍ତ୍ର'

ମାର୍ଚ୍ଚ ମାସର ଆଇସିସି ମେନ୍ସ ପ୍ଲେଆର ଅଫ ଦ ମନ୍ଥ ଶ୍ରେଷ୍ଠ ଖେଳାଳି ବିବେଚିତ ହେବାପରେ କୃତଜ୍ଞତା ଜଣାଇଛନ୍ତି ଆୟର ।ଏହି ସଫଳତା ପାଇଁ ସାଥି ଖେଳାଳି, କୋଚ ଓ ସହାୟକ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆୟର କହିଛନ୍ତି, '' ମାର୍ଚ୍ଚ ମାସର ଆଇସିସି ମେନ୍ସ ପ୍ଲେଆର ଅଫ ଦ ମନ୍ଥ ଭାବରେ ଚୟନ କରାଯାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ସମ୍ମାନ ମୋ ପାଇଁ ସ୍ବତନ୍ତ୍ର । ବିଶେଷକରି ଏପରି ଏକ ମାସରେ ଯେଉଁ ମାସରେ ଆମେ ICC ଚାମ୍ପିଅନ୍ସ ଟ୍ରଫି ହାସଲ କରିଛୁ । ଏହି ମୁହୁର୍ତ୍ତ ମୋ ପାଇଁ ସ୍ବତନ୍ତ୍ର । ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ସଫଳତାରେ ଯୋଗଦାନ ଦେବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ୱପ୍ନ। ମୁଁ ମୋର ସାଥୀ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ନିକଟରେ କୃତଜ୍ଞ । ''

ଶ୍ରେୟସ ଆୟାର ଆଇପିଏଲ-୨୫ରେ ପଞ୍ଜାବ କିଙ୍ଗ୍ସ ଟିମ ପାଇଁ ଖେଳୁଛନ୍ତି । ସେ ଚଳିତ ଆଇପିଏଲ ସିଜନରେ ପଞ୍ଜାବ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ।

Last Updated : April 15, 2025 at 1:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.