ETV Bharat / sports

ଲୋ ସ୍କୋରିଂ ମ୍ୟାଚ୍ ରେ କେକେଆର୍ କୁ 16 ରନ୍ ରେ ହରାଇଲା ପଞ୍ଜାବ କିଙ୍ଗସ୍, 4 ୱିକେଟ ନେଇ ହଲଚଲ କଲେ ଚହଲ - PBKS WIN OVER KKR

ଏକ ଲୋ ସ୍କୋରିଂ ମ୍ୟାଚ୍ ରେ ମାତ୍ ଖାଇଲା କୋଲକାତା। ପଞ୍ଜାବ ଦ୍ବାରା ନିର୍ଦ୍ଧାରିତ 111 ରନ୍ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ଅସମର୍ଥ।

PBKS VS KKR MATCH
PBKS VS KKR MATCH (AP)
author img

By ETV Bharat Odisha Team

Published : April 15, 2025 at 10:56 PM IST

2 Min Read

ମୁଲାନପୁର: ଏକ ରୋମାଞ୍ଚକର ମ୍ୟାଚ୍‌ରେ ଜିତିଲା ପଞ୍ଜାବ। ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଞ୍ଜାବ କିଙ୍ଗସ୍, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ 16 ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 15.3 ଓଭରରେ 111 ରନ୍ କରିଥିଲା। ଜବାବରେ ସମଗ୍ର KKR ଦଳ 15.1 ଓଭରରେ 95 ରନରେ ଅଲଆଉଟ୍ ହୋଇଯାଇଥିଲା। ପଞ୍ଜାବ ପକ୍ଷରୁ ଚହଲ 4 ଓଭରରେ 28 ରନ ଦେଇ 4ଟି ୱିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ମାର୍କୋ ଜାନସେନ୍ 17 ରନ ଦେଇ 3ଟି ୱିକେଟ୍ ନେଇ ଦଳର ଅଭୂତପୂର୍ବ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

ଏହିପରି ପଞ୍ଜାବ ଆଇପିଏଲ ଇତିହାସର ସର୍ବନିମ୍ନ ସ୍କୋରକୁ ରକ୍ଷା କରିଛି। ଟାର୍ଗେଟର ପିଛା କରିବା ସମୟରେ KKR ପ୍ରଥମ ଓଭରରେ ହିଁ ୱିକେଟ ହରାଇବାରୁ କୌଣସି ସମୟରେ ଭଲ ସ୍ଥିତିରେ ଦେଖାଯାଇ ନଥିଲା। ତଥାପି ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଭାବଶାଳୀ ଖେଳାଳି ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ତୃତୀୟ ୱିକେଟ ପାଇଁ 55 ରନର ଭାଗୀଦାରୀ କରିଥିଲେ। କିନ୍ତୁ ଏହି ଭାଗୀଦାରି ଭାଙ୍ଗିବା ମାତ୍ରେ କେକେଆରର ଇନିଂସ ତାସ ଘର ପରି ଭାଙ୍ଗି ପଡ଼ିଲା। ଶେଷରେ ଆଣ୍ଡ୍ରେ ରସେଲ ନିଶ୍ଚିତ ଭାବେ କିଛି ବଡ଼ ସଟ୍ ଖେଳି ଦଳକୁ ଜିତାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରୁ କ୍ରମାଗତ ୱିକେଟ୍ ପତନ ଯୋଗୁଁ ସେ ତାଙ୍କ ପ୍ରୟାସରେ ସଫଳ ହୋଇନଥିଲେ।

ହର୍ଷିତ ରାଣାଙ୍କ ନେତୃତ୍ୱରେ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ କେକେଆର ପଞ୍ଜାବକୁ 15.3 ଓଭରରେ ମାତ୍ର 111 ରନରେ ଅଲଆଉଟ୍ କରିଦେଇଥିଲା। ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ KKR ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ଯାହା ଫଳରେ ପଞ୍ଜାବ ଦଳ ସମ୍ପୂର୍ଣ୍ଣ 20 ଓଭର ମଧ୍ୟ ଖେଳିପାରିନଥିଲା। ପଞ୍ଜାବ ପକ୍ଷରୁ ଓପନର ପ୍ରଭସିମରନ ସିଂହ ସର୍ବାଧିକ ରନ କରିଥିଲେ। ପ୍ରଭସିମରନ ସିଂହ ୧୫ ବଲ୍‌ରେ ଦୁଇଟି ଚୌକା ଏବଂ ତିନିଟି ଛକା ସହାୟତାରେ ସର୍ବାଧିକ 30 ରନ୍ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ପ୍ରଭସିମରନ୍ ଏବଂ ପ୍ରିୟାଂଶ ଆର୍ଯ୍ୟ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ଏବଂ ଦଳ ମାତ୍ର ତିନି ଓଭରରେ 30 ରନ ଅତିକ୍ରମ କରିଥିଲା। ହେଲେ ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିବା ହର୍ଷିତ, ପ୍ରିୟାଂଶଙ୍କୁ ଆଉଟ୍ କରି ପଞ୍ଜାବ ପାଇଁ ପ୍ରଥମ ସଫଳତା ପ୍ରଦାନ କରିଥିଲେ, ଯିଏ 12 ବଲ୍ ରୁ 3ଟି ଚୌକା ଓ ଗୋଟିଏ ଛକା ସହାୟତାରେ 22 ରନ୍ କରି ଆଉଟ୍ ହୋଇଥିଲେ। ଏହିଠାରୁ ପଞ୍ଜାବ ଇନିଂସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ଭଲ ଫର୍ମରେ ଥିବା ଅଧିନାୟକ ଶ୍ରେୟସ ଆୟର ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ।

ପଞ୍ଜାବର କେବଳ 5 ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ

ପଞ୍ଜାବର ବ୍ୟାଟିଂ ଏତେ ଖରାପ ଥିଲା ଯେ, ଦଳର କେବଳ 5 ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ। ପଞ୍ଜାବ ପକ୍ଷରୁ ଶଶାଙ୍କ ସିଂହ ୧୮ ରନ୍ କରିଥିଲେ, ଯାହା ଦଳକୁ ୧୦୦ ଅତିକ୍ରମ କରିବାରେ ସାହାଯ୍ୟ କରିଥିଲା। ଏମାନଙ୍କ ବ୍ୟତୀତ ଜାଭିୟର ବାର୍ଟଲେଟ୍ ୧୧, ନେହାଲ୍ ୱାଧେରା ୧୦, ଗ୍ଲେନ୍ ମ୍ୟାକ୍ସୱେଲ୍ ୭, ସୂର୍ଯ୍ୟାଂଶ ସେଡଗେ ୪ ଏବଂ ମାର୍କୋ ଜାନସେନ୍ ଗୋଟିଏ ରନ୍ କରିଥିଲେ। ଏହି ସମୟରେ, ଅର୍ଶଦୀପ ସିଂହ 1 ରନ୍ କରି ଅପରାଜିତ ଫେରିଥିଲେ। କେକେଆର ପକ୍ଷରୁ ହର୍ଷିତ ସବୁଠାରୁ ସଫଳ ବୋଲର ଥିଲେ ଯିଏ ତିନି ଓଭରରେ ୨୫ ରନ ଦେଇ ତିନିଟି ୱିକେଟ ନେଇଥିଲେ। ତାଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ସୁନୀଲ ନାରିନ 2ଟି ଲେଖାଏଁ ୱିକେଟ୍ ପାଇଥିଲେ। ଏହା ବାଦ୍ ବୈଭବ ଆରୋରା ଏବଂ ଆନରିଚ୍ ନୋର୍ଜ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ- ପାଞ୍ଚୋଟି ପରାଜୟ ପରେ ଚେନ୍ନାଇର ଲକ୍ଷ୍ନୌ ବିଜୟ, ଆଇପିଏଲରେ ଇତିହାସ ରଚିଲେ ମାହି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.