ETV Bharat / sports

IPL 2025; ନୂଆ ଇତିହାସ ରଚିଲେ ହାର୍ଦ୍ଦିକ, 16 ବର୍ଷ ପରେ ଭାଙ୍ଗିଲା କୁମ୍ବଲେଙ୍କ ରେକର୍ଡ - HARDIK 1ST CAPTAIN TO TAKE 5 WICKET

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ବୋଲିଂ, ଆଇପିଏଲ୍ ଇତିହାସରେ ପ୍ରଥମ ଅଧିନାୟକ ଭାବେ 5 ୱିକେଟ୍ ହାସଲ ।

HARDIK PANDYA
HARDIK PANDYA (AP)
author img

By ETV Bharat Odisha Team

Published : April 5, 2025 at 6:10 PM IST

2 Min Read

ଲକ୍ଷ୍ନୌ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ରେକର୍ଡ । ଭାଙ୍ଗିଲା ଅନୀଲ କୁମ୍ବଲେଙ୍କ 16 ବର୍ଷର ରେକର୍ଡ । ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇତିହାସ ରଚିଛନ୍ତି ପାଣ୍ଡ୍ଯା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଆଜି ପର୍ଯ୍ୟନ୍ତ କେହି କରିପାରିନଥିବା ରେକର୍ଡକୁ ନିଜ ନାଁରେ କହିଛନ୍ତି ହାର୍ଦ୍ଦିକ । ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍ 2025 ର 16 ତମ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି ।

ଆଇପିଏଲରେ 5 ୱିକେଟ୍ ନେଇଥିବା ପ୍ରଥମ ଅଧିନାୟକ ହାର୍ଦ୍ଦିକ

ଲକ୍ଷ୍ନୌ ବନାମ ମୁମ୍ବାଇ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା 4 ଓଭରରେ 36 ରନ୍ ଦେଇ 5 ୱିକେଟ୍ ନେଇଥିଲେ । ଏହା ସହ ସେ ପାଞ୍ଚଟି ୱିକେଟ୍ ନେଇଥିବା ଆଇପିଏଲର ପ୍ରଥମ ଅଧିନାୟକ ହୋଇଥିଲେ । ହାର୍ଦ୍ଦିକ ଆଡେନ ମାର୍କ୍ରାମ (38 ବଲରେ 53 ରନ), ନିକୋଲାସ ପୁରନ (12), ଋଷଭ ପନ୍ତ (2), ଡେଭିଡ ମିଲର (27) ଏବଂ ଆକାଶ ଦୀପ (0) ଙ୍କ ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ- କାମ ଦେଲାନି ପାଣ୍ଡ୍ୟାଙ୍କ ଘାତକ ବୋଲିଂ, ଲକ୍ଷ୍ନୌଠୁ 12 ରନରେ ହାରିଲା ମୁମ୍ବାଇ - IPL 2025 LSG VS MI

ଏହି ମ୍ୟାଚରେ ଟସ୍ ହରାଇବା ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ 20 ଓଭରରେ 8 ୱିକେଟ୍ ହରାଇ 203 ରନ୍ ସଂଗ୍ରହ କରିଥିଲେ । ଓପନର ମିଚେଲ ମାର୍ଶ ଏବଂ ଏଡେନ ମାର୍କ୍ରାମଙ୍କ ଅର୍ଦ୍ଧଶତକୀୟଶତକ ଯୋଗୁଁ ବଡ ସ୍କୋର ହୋଇପାରିଥିଲା । କିନ୍ତୁ ହାର୍ଦ୍ଦିକଙ୍କ ପ୍ରଭାବଶାଳୀ ବୋଲିଂ ସତ୍ତ୍ୱେ 200 ଡେଇଁଥିଲା ଲକ୍ଷ୍ନୌ ସ୍କୋର । ଚାରିଟି ମ୍ୟାଚରେ ମାର୍ଶ ତାଙ୍କର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 31 ବଲରେ 60 ରନର ଇନିଂସ ଖେଳିଥିଲେ । ମାର୍ଶ ଦର୍ଶନୀୟ ଇନିଂସରେ 9ଟି ଚୌକା ଏବଂ 2ଟି ଛକା ମାରିଥିଲେ ।

ଏହି ମ୍ୟାଚ୍‌ରେ ଲକ୍ଷ୍ନୌର ଏଡେନ ମାର୍କ୍ରାମ 53 ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେମାନଙ୍କ ବ୍ୟତୀତ ଆୟୁଷ ବଦୋନି 30 ରନ୍ ଏବଂ ଡେଭିଡ ମିଲର 27 ରନ ଯୋଗଦାନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଟ୍ରେଣ୍ଟ ବୋଲ୍ଟ, ବିଗ୍ନେଶ ପୁଥୁର ଏବଂ ଅଶ୍ୱିନୀ କୁମାର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 1-1 ୱିକେଟ୍ ନେଇଥିଲେ।

16 ବର୍ଷ ପରେ ଭାଙ୍ଗିଲା ଅନୀଲ କୁମ୍ବଲେଙ୍କ ରେକର୍ଡ-

ଆରସିବିର ତତ୍କାଳୀନ ଅଧିନାୟକ ଅନୀଲ କୁମ୍ବଲେ 2009 ମସିହାରେ ଡେକାନ ଚାର୍ଜର୍ସ ବିପକ୍ଷରେ 16 ରନରେ 4ଟି ଓ୍ବିକେଟ ନେଇଥିଲେ । ଏହାସହିତ ପରବର୍ଷ ଅର୍ଥାତ୍ 2010ରେ ମଧ୍ୟ କୁମ୍ବଲେ 16 ରନରେ 4ଟି ଓ୍ବିକେଟ ନେଇଥିଲେ । ଆଉ ବର୍ତ୍ତମାନ ଏହି ରେକର୍ଡକୁ 16 ବର୍ଷ ପରେ ଭାଙ୍ଗିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମ ଆଇପିଏଲ୍ ଅଧିନାୟକ ଭାବେ ନେଇଛନ୍ତି 5ଟି ଓ୍ବିକେଟ ।

ଆଇପିଏଲରେ ଅଧିନାୟକଙ୍କ ବୋଷ୍ଟ ବୋଲିଂ-

5/36 - ହାର୍ଦ୍ଦିକ ପାଣ୍ଡ୍ୟା, ଏଲଏସଜି ବିପକ୍ଷରେ, ଲକ୍ଷ୍ନୌ, 2025

4/16 - ଅନୀଲ କୁମ୍ବଲେ, ଡେକାନ ଚାର୍ଜର୍ସ ବିପକ୍ଷରେ, ଜୋହାନ୍ସବର୍ଗ, 2009

4/16 - ଅନୀଲ କୁମ୍ବଲେ , ଡେକାନ ଚାର୍ଜର୍ସ ବିପକ୍ଷରେ, ମୁମ୍ବାଇ, 2010

4/17 - ଜେପି ଡୁମିନି, ହାଇଦ୍ରାବାଦ ପିକ୍ଷରେ, ଭାଇଜାଗ, 2015

4/21 -ଶେନ୍ ଓ୍ବାର୍ଣ୍ଣ, ଡେକାନ ଚାର୍ଜର୍ସ ବିପକ୍ଷରେ, ନାଗପୁର, 2010

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.