ବେଙ୍ଗାଳୁରୁ: ଜୋସ୍ ବଟଲରଙ୍କ ଧୂଆଁଧାର୍ ସଟ୍ ଆଗରେ ପୁଣି ଧରାଶାୟୀ ବେଙ୍ଗୁଳୁରୁ ଦଳ। ଘରୋଇ ପିଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମାତ୍ ଦେଲା ଗୁଜୁରାଟ ଟାଇଟାନ୍ସ (ଜିଟି)। ଆଜି ଖେଳାଯାଇଥିବା ମ୍ୟାଚ୍ ରେ ଗୁଜୁରାଟ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ମ୍ୟାଚ୍ କୁ 8 ୱିକେଟରେ ଜିତି ନେଇଛି। ବଟଲରଙ୍କ ମାତ୍ର 39 ବଲ୍ ରେ 5ଟି ଚୌକା ଓ 6ଟି ଛକ୍କା ସହାୟତାରେ ଅପରାଜିତ 73 ରନ୍ ଗୁଜରାଟକୁ ଏକ ସହଜ ବିଜୟ ଦେଇଛି। ଦଳ 17.5 ଓଭରରେ ମାତ୍ର 2 ୱିକେଟ ହରାଇ 170 ରନ୍ ର ବିଜୟ ଲକ୍ଷକୁ ହାସଲ କରିନେଇଛି।
ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ 49 ଓ ସେରଫାନେ ରଦରଫୋର୍ଡ ଅପରାଜିତ 30 ରନ୍ କରିଛନ୍ତି। ଅଧିନାୟକ ଶୁବମନ ଗିଲ୍ ମାତ୍ର 14 ରନ୍ କରି ପେଭଲିୟନ ଫେରିବା ପରେ ଇନିଂସ ସମ୍ଭାଳିଥିଲେ ସାଇ ସୁଦର୍ଶନ ଓ ଜୋସ୍ ବଟଲର। ଆରସିବି ପକ୍ଷରୁ ଭୁବନେଶ୍ବର କୁମାର ଓ ସରଫାନେ ରଦରଫୋର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
On Display: Brute Force 💪
— IndianPremierLeague (@IPL) April 2, 2025
Scorecard ▶ https://t.co/teSEWkWPWL #TATAIPL | #RCBvGT | @gujarat_titans pic.twitter.com/XyHwMy3KVl
ଆଇପିଏଲ୍ 2025ର 14ତମ ମ୍ୟାଚ୍ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଗୁଜୁରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାିଥିଲା। ଯେଉଁଥିରେ ଗୁଜୁରାଟ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଲିଆମ୍ ଲିଭିଙ୍ଗଷ୍ଟୋନଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜରାଟ ଟାଇଟାନ୍ସ ବିପକ୍ଷରେ 170 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଆରସିବି ନିର୍ଦ୍ଧାରିତ 20 ଓଭରରେ 8ଟି ୱିକେଟ୍ ହରାଇ 169 ରନ୍ ସଂଗ୍ରହ କରିଥିଲା। ଏହାବାଦ୍ ଆରସିବି ପକ୍ଷରୁ ଜିତେଶ ଶର୍ମା 33 ଓ ଟିମ୍ ଡେଭିଡ୍ 32 ରନ୍ ର ଇନିଂସ ଖେଳିଥିଲେ। ଗୁଜୁରାଟ ପାଇଁ ମହମ୍ମଦ ସିରାଜ ତିନିଟି ୱିକେଟ୍ ନେଇଥିବା ବେଳେ ସାଇ କିଶୋର ଦୁଇଟି ୱିକେଟ୍ ନେଇଥିଲେ। ଅର୍ଶଦ ଖାନ, ପ୍ରସିଦ୍ଧ କୃଷ୍ଣା ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।
ଏହା ମଧ୍ୟ ପଢ଼ନ୍ତୁ- ପୁଣି ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ; ଡିସେମ୍ବର ୯ରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 ଫାଇଟ୍