ମୁମ୍ବାଇ: ରାଜନୀତିରେ ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ । ଗତକାଲି ଏପ୍ରିଲ ୮, ମଙ୍ଗଳବାର ଦିନ ମହାରାଷ୍ଟ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଯାଦବ । ସେ ନିଜେ ଏହି ସୂଚନା ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
କେଦାର ଯାଦବ ବିଜେପିରେ ଯୋଗ ସାମିଲ -
ଯାଦବ ବିଜେପିରେ ଯୋଗଦେବା ପରେ କହିଛନ୍ତି, "ମୁଁ ଛତ୍ରପତି ଶିବାଜୀ ମହାରାଜାଙ୍କୁ ପ୍ରଣାମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ବିଜେପି ବିକାଶ ରାଜନୀତି କରୁଛି । ଏହା କହି ମୁଁ ବାୱାନକୁଲେଙ୍କ ନେତୃତ୍ୱରେ ବିଜେପିରେ ଯୋଗଦେଉଛି ।"
" a cricketer's second innings begins - not with the bat, but with a purpose.
— IamKedar (@JadhavKedar) April 8, 2025
with the people's trust and the bjp's vision, i take this leap to serve the people of maharashtra and india
let love and support be my guiding force!"@BJP4India @narendramodi @AmitShah @JPNadda… pic.twitter.com/Dp9mAECGIN
ଏହି ସମୟରେ ପୁଣେ ବାସିନ୍ଦା ଯାଦବ ଶାସକ ଦଳରେ ଯୋଗ ଦେଇଥିବାରୁ ବାୱାନକୁଲେ ଖୁସି ବ୍ୟକ୍ତ କରି କହିଛନ୍ତି, "ଏହା ଆମ ପାଇଁ ଖୁସିର ଦିନ । ଜୀବନର ସମସ୍ତ କ୍ଷେତ୍ରରେ ତାଙ୍କର ପ୍ରଭାବ ପଡିଛି । ମୁଁ ତାଙ୍କୁ ବିଜେପିରେ ସ୍ୱାଗତ କରୁଛି । ତାଙ୍କ ବ୍ୟତୀତ ହିଙ୍ଗୋଲି ଏବଂ ନନ୍ଦେଡର ଅନେକ ଲୋକ ମଧ୍ୟ ଆମ ସହ ଯୋଗ ଦେଇଛନ୍ତି।"

୨୦୨୪ରେ କ୍ରିକେଟରୁ ଅବସର ନେଇଥିଲେ କେଦାର :
କେଦାର ଯାଦବ 2024ରେ 39 ବର୍ଷ ବୟସରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କର ସର୍ବୋତ୍ତମ ବନ୍ଧୁ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
କେଦାର ଯାଦବଙ୍କ କ୍ରିକେଟ୍ କ୍ୟାରିୟର
2019 ବିଶ୍ୱକପରେ ଭାରତ ଦଳର ଏକ ଅଂଶ ଥିବା ଯାଦବ ନଭେମ୍ବର 16, 2014 ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଏକ ଦିନିକିଆ ଅନ୍ତର୍ଜାତୀୟ (ODI) ଏବଂ ଜୁଲାଇ 17, 2015 ରେ ଜିମ୍ବାୱେ ବିପକ୍ଷରେ ଟି -20 ଡେବ୍ୟୁ କରିଥିଲେ । ସେ 2014 ରୁ 2020 ମଧ୍ୟରେ 73 ଟି ODI ଏବଂ 9 ଟି-20 ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।
2 ଶତକ ଏବଂ 6 ଅର୍ଦ୍ଧଶତକ ସହ କେଦାର ଭାରତ ପାଇଁ 73 ଟି ଦିନିକିଆରେ 1389 ରନ୍ ସଂଗ୍ରହ କରିଛି । ସେ 9 ଟି -20 ରେ ଗୋଟିଏ ଅର୍ଦ୍ଧଶତକ ସହ 199 ରନ୍ ସଂଗ୍ରହ କରିଛନ୍ତି । ODI ରେ ତାଙ୍କ ନାମରେ 27 ୱିକେଟ୍ ମଧ୍ୟ ରହିଛି ।