ଲିଡ୍ସ: ଭାରତ- ଇଂଲଣ୍ଡ ମଧ୍ୟରେ ଲିଡ୍ସର ହେଡିଂଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ର ପ୍ରଥମ ଦିନରେ ଭାରତ ଭଲ ସ୍ଥିତିରେ ଅଛି। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ଯଶସ୍ୱୀ ଜୟସୱାଲ ଓ ଶୁଭମନ ଗିଲ୍ ଙ୍କ ଶତକ ଓ ଋଷଭ ପନ୍ତଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ 3 ୱିକେଟ ହରାଇ 359 ରନ୍ କରିଛି। ଫଳରେ ଭାରତ ଏକ ବୃହତ ସ୍କୋର ଅଭିମୁଖେ ଅଗ୍ରସର ହେଉଥିବା ଆଶା କରାଯାଉଛି।
Stumps on the opening day of the 1st Test!
— BCCI (@BCCI) June 20, 2025
An excellent day with the bat as #TeamIndia reach 359/3 🙌
Captain Shubman Gill (127*) and Vice-captain Rishabh Pant (65*) at the crease 🤝
Scorecard ▶️ https://t.co/CuzAEnBkyu#ENGvIND pic.twitter.com/kMTaCwYkYo
ଶତକ ହାସଲ କଲେ ଯଶସ୍ୱୀ ଜୟସୱାଲ
ଏହି ମ୍ୟାଚ୍ ରେ ଯଶସ୍ୱୀ ଜୟସୱାଲ ଚମତ୍କାର ବ୍ୟାଟିଂ କରି ତାଙ୍କର ଶତକ ପୂରଣ କରିଥିଲେ। ସେ 144 ବଲ୍ ସାମ୍ନା କରି 16ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ 100 ରନ୍ କରି ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ପୂରଣ କରିଥିଲେ। ତେବେ ଦଳୀୟ ସ୍କୋର୍ 221 ଓ ନିଜସ୍ବ ସ୍କୋର୍ 101 ରନ୍ କରି ଥିବାବେଳେ ବେନ୍ ଷ୍ଟୋକ୍ସସଙ୍କ ବଲ୍ ରେ ଆଉଟ୍ ହୋଇଥିଲେ ଜୟସୱାଲ।
Yashasvi Jaiswal notches up a gritty hundred in his first-ever Test innings on England soil 💯#ENGvIND 📝: https://t.co/FXxW1HkGLm pic.twitter.com/Oa1b4ghj0t
— ICC (@ICC) June 20, 2025
ଏହି ଶତକ ସହିତ ଜୟସୱାଲ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ତାଙ୍କର ଡେବ୍ୟୁ ଟେଷ୍ଟରେ ଶତକ ମାରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଅଷ୍ଟ୍ରେଲିଆରେ ପର୍ଥ ଟେଷ୍ଟରେ ମଧ୍ୟ ଏକ ଶତକ ମାରିଥିଲେ। ତାଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟସମ୍ୟାନ୍ ଏହି ସଫଳତା ପାଇ ନାହାନ୍ତି।
ଶୁଭମନ ଗିଲ୍ ଙ୍କ ଐତିହାସିକ ଶତକାୟ ଇନିଂସ
ଭାରତ ପାଇଁ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍ ଖେଳୁଥିବା ଶୁଭମନ ଗିଲ୍ ମଧ୍ୟ ତାଙ୍କ ଶତକ ପୂରଣ କରି ଇତିହାସ ରଚିଛନ୍ତି। ଏପରିକି ସେ ବିଜୟ ହଜାରେ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ସହ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଗିଲ୍ 16ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ 127 ରନି କରି ଖେଳୁଛନ୍ତି। ଦ୍ୱିତୀୟ ସେସନର ଆରମ୍ଭରେ ସାଇ ସୁଦର୍ଶନ ଶୂନ୍ ରେ ଆଉଟ୍ ହେବାପରେ ସେ କ୍ରିଜକୁ ଆସିଥିଲେ। ଗିଲ୍ ଆସିବା ମାତ୍ରେ ଝଡ଼ ସୃଷ୍ଟି କରି ଖେଳିଥିଲେ ଏବଂ ମାତ୍ର 56 ବଲ୍ ରେ 8ଟି ଚୌକା ସହାୟତାରେ ଅର୍ଦ୍ଧଶତକ ହାସଲ କରିଥିଲେ।
The newest entrant of a commendable record 👏👏
— BCCI (@BCCI) June 20, 2025
Shubman Gill is now part of an elite list 💯#TeamIndia | #ENGvIND | @ShubmanGill pic.twitter.com/oZLhXFXbxm
ବ୍ରାଇଡନ୍ କାର୍ସେ ଏବଂ ବେନ୍ ଷ୍ଟୋକ୍ସ ୱିକେଟ୍ ନେଇଥିଲେ
ଇଂଲଣ୍ଡ ବୋଲରମାନେ ଚା’ ବିଶ୍ରାମ ପର୍ଯ୍ୟନ୍ତ ଆଉ କୌଣସି ସଫଳତା ପାଇ ନଥିଲେ। ଦ୍ୱିତୀୟ ସେସନ୍ରେ ସେମାନଙ୍କୁ ବିନା ୱିକେଟ୍ରେ ଖାଲି ହାତରେ ଫେରିବାକୁ ପଡିଥିଲା। ପୂର୍ବରୁ, ଇଂଲଣ୍ଡ ପାଇଁ ବ୍ରାଇଡନ୍ କାର୍ସେ ଏବଂ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଆରମ୍ଭରେ, ଯଶସ୍ୱୀ ଜୟସ୍ୱାଲ ଏବଂ କେଏଲ ରାହୁଲ ମିଶି ଭାରତକୁ ଏକ ଦୃଢ଼ ଆରମ୍ଭ ଦେଇଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ର ଭାଗୀଦାରୀ କରିଥିଲେ।
That's Tea 🫖 on Day 1 at Headingley!
— BCCI (@BCCI) June 20, 2025
A solid 1⃣2⃣3⃣-run Second Session for #TeamIndia! 💪 💪
Stay Tuned for the third & final Session of the Day! ⏳
Updates ▶️ https://t.co/CuzAEnAMIW#ENGvIND | @ybj_19 | @ShubmanGill pic.twitter.com/DALSetHcop
65 ରନ୍ କରି ଖେଳୁଛନ୍ତି ପନ୍ତ
ପ୍ରଥମ ଦିନ ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଉପଅଧିନାୟକ ଋଷଭ ପନ୍ତ 102 ବଲ୍ ରେ 6ଟି ଚୌକା ଓ 2ଟି ଛକ୍କା ସହାୟତାରେ 65 ରନ୍ କରି ଅପରାଜିତ ଅଛନ୍ତି।
କେଏଲ ରାହୁଲଙ୍କ 42 ରନର ଇନିଂସ
କେଏଲ ରାହୁଲଙ୍କ ଆଉଟ୍ ହେବାସହ ଭାରତକୁ କାଲି ପ୍ରଥମ ଝଟକା ଲାଗିଥିଲା। ସେ ବ୍ରାଇଡନ କାର୍ସେଙ୍କ ବଲ୍ ରେ ଜୋ ରୁଟଙ୍କ ଦ୍ୱାରା ପ୍ରଥମ ସ୍ଲିପରେ କ୍ୟାଚ୍ ଆଉଟ ହୋଇଥିଲେ। ରାହୁଲ 78 ବଲ୍ ସାମ୍ନା କରିଥିଲେ ଏବଂ 8ଟି ଚୌକା ସହାୟତାରେ 42 ରନ୍ କରିଥିଲେ। ଏହାପରେ ବେନ୍ ଷ୍ଟୋକ୍ସ ଭାରତ ପାଇଁ ଡେବ୍ୟୁ କରିଥିବା ସାଇ ସୁଦର୍ଶନଙ୍କୁ 0 ସ୍କୋରରେ ଜେମି ସ୍ମିଥଙ୍କ ଦ୍ୱାରା ୱିକେଟ ପଛରେ କ୍ୟାଚ୍ ଆଉଟ କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ- ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ ଟ୍ରଫିର ନାମ ପରିବର୍ତ୍ତନ, ଜାଣନ୍ତୁ ଏହା ପଛର କାରଣ
ଏହା ମଧ୍ୟ ପଢ଼ନ୍ତୁ- ଷ୍ଟାର ସ୍ପୋର୍ଟସ୍ ନୁହେଁ କି ହଟଷ୍ଟାର; ଏହି ଚ୍ୟାନେଲରେ ମାଗଣାରେ ଦେଖନ୍ତୁ INDvsENG ଟେଷ୍ଟ ସିରିଜ ଲାଇଭ୍ ଷ୍ଟ୍ରିମିଂ