ଭୁବନେଶ୍ବର: କିମ୍ବଦନ୍ତୀ ଭାରତୀୟ ୱିକେଟକିପର- ବ୍ୟାଟ୍ସମ୍ୟାନ୍ ଏବଂ ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନିଙ୍କୁ ମର୍ଯ୍ୟାଦାଜନକ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ବିଶ୍ୱକପ୍ ବିଜୟୀ ଭାରତୀୟ ଅଧିନାୟକ ଏହି ସାତ ଜଣ କିମ୍ବଦନ୍ତୀଙ୍କ ମଧ୍ୟରେ ସାମିଲ ହୋଇଥିବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ- (ICC) ସୋମବାର, ଜୁନ୍ 9 ତାରିଖରେ ଲଣ୍ଡନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛି।
ଅଧିନାୟକ ଚାପରେ ତାଙ୍କର ଶାନ୍ତ ଆଚରଣ ଏବଂ ଅତୁଳନୀୟ ଦକ୍ଷତା ପାଇଁ ଜଣାଶୁଣା, ଖେଳର ସର୍ବଶ୍ରେଷ୍ଠ ଫିନିସର, ଲିଡରସିପ୍ ଏବଂ ୱିକେଟକିପର ଭାବେ ଏମ୍ଏସ୍ ଧୋନିଙ୍କ ଅବଦାନକୁ ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇ ସମ୍ମାନିତ କରାଯାଇଛି। "ଧୋନି ସମସ୍ତ ଫର୍ମାଟରେ ୱିକେଟକିପିଂରେ ତାଙ୍କ ସମୟଠାରୁ ଆଗରେ ଥିଲେ। ହୁଏତ ଧଳା ବଲ୍ ରେ ସେ ସର୍ବାଧିକ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ, ଯେତେବେଳେ ସେ ଶେଷ ଓଭରଗୁଡ଼ିକରେ ରନ୍ ପିଛା କରିବାର କ୍ଷମତା ପାଇଁ ଜଣାଶୁଣା ଥିଲେ," ବୋଲି ଆଇସିସି ବିବୃତ୍ତିରେ କୁହାଯାଇଛି।
Unorthodox, unconventional and effective 🙌
— ICC (@ICC) June 9, 2025
A cricketer beyond numbers and statistics 👏
MS Dhoni is inducted in the ICC Hall of Fame 🥇
More ➡️ https://t.co/oV8mFaBfze pic.twitter.com/AGRzL0aP79
ଏହି ଭାରତୀୟ ମହାନ ଖେଳାଳି ଏକମାତ୍ର ଅଧିନାୟକ, ଯିଏ ICCର ସମସ୍ତ ତିନିଟି ଫର୍ମାଟରେ ବିଶ୍ବକପ୍ ଜିତିଛନ୍ତି। 2007 ମସିହାରେ ପ୍ରଥମ ICC ପୁରୁଷ T20 ବିଶ୍ୱକପ୍, 2011 ମସିହାରେ 50 ଓଭର ବିଶ୍ୱକପ୍ ଏବଂ 2013 ମସିହାରେ ICC ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ସଫଳତା ଦେଇଥିଲେ। ଧୋନି ସମସ୍ତ ଫର୍ମାଟରେ ମୋଟ 17,266 ରନ କରିଛନ୍ତି, ଷ୍ଟମ୍ପ ପଛରେ 829ଟି ଡିସମିସାଲ୍ ଅର୍ଥାତ୍ ଷ୍ଟମ୍ପିଂ କରିଛନ୍ତି ଏବଂ 538 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ତିନିଟି ଫର୍ମାଟରେ ଧୋନିଙ୍କ ରେକର୍ଡ
- ୯୦ ଟେଷ୍ଟ - ୩୮.୦୮ ହାରରେ ୪,୮୭୬ ରନ୍, ୨୯୪ ଆଉଟ୍
- ୩୫୦ ଦିନିକିଆ - ୫୦.୫୭ ହାରରେ ୧୦,୭୭୩ ରନ୍, ୪୪୪ ଆଉଟ୍
- ୯୮ ଟି-୨୦ - ୩୭.୬୦ ହାରରେ ୧,୬୧୭ ରନ୍, ୯୧ ଆଉଟ୍
2⃣0⃣0⃣7⃣ ICC World T20 winning captain
— BCCI (@BCCI) June 9, 2025
2⃣0⃣1⃣1⃣ ICC Cricket World Cup winning captain
2⃣0⃣1⃣3⃣ ICC Champions Trophy winning captain
1️⃣ Led India to the top spot in ICC Test rankings for the first time in 2009 🙌
Congratulations to the legendary former #TeamIndia Captain MS… pic.twitter.com/vVI3U7kQKv
ଧୋନି ଏହି ତାଲିକାରେ ସାମିଲ ହୋଇଥିବା ୧୧ତମ ଭାରତୀୟ
ଏମ୍ଏସ୍ ଧୋନି ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ୧୧ତମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ଅନିଲ କୁମ୍ବଲେଙ୍କ ଭଳି ଅନ୍ୟାନ୍ୟ କିମ୍ବଦନ୍ତୀ ଭାରତୀୟ ଏହି ତାଲିକାରେ ସ୍ଥାନ ପାଇ ସାରିଛନ୍ତି।
ICC ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିବା ଭାରତୀୟ ଖେଳାଳି
- ବିଶନ ସିଂ ବେଦୀ- ୨୦୦୯
- କପିଲ୍ ଦେବ- ୨୦୦୯
- ସୁନୀଲ ଗାଭାସ୍କର- ୨୦୦୯
- ଅନୀଲ କୁମ୍ବଲେ- ୨୦୧୫
- ରାହୁଲ ଦ୍ରାବିଡ୍- ୨୦୧୮
- ସଚିନ୍ ତେନ୍ଦୁଲକର- ୨୦୧୯
- ବୀନୁ ମଙ୍କଡ- ୨୦୨୧
- ଡାୟାନା ଏଡୁଲଜି- ୨୦୨୩
- ବୀରେନ୍ଦ୍ର ସେହୱାଗ- ୨୦୨୩
- ନୀତୁ ଡେଭିଡ୍- ୨୦୨୩
- ଏମଏସ୍ ଧୋନି- ୨୦୨୫
ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହେବା ପରେ ଧୋନିଙ୍କ ପ୍ରତିକ୍ରିୟା
ପୂର୍ବତନ ଭାରତୀୟ କ୍ରିକେଟର୍ ଏମ୍ଏସ୍ ଧୋନି ହଲ୍ ଅଫ୍ ଫେମ୍ରେ ସାମିଲ ହେବା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଧୋନି କହିଛନ୍ତି, 'ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହେବା ଏକ ସମ୍ମାନର ବିଷୟ, ଯାହା ବିଶ୍ୱର ଅନେକ ପିଢ଼ିର କ୍ରିକେଟରଙ୍କ ଅବଦାନକୁ ସ୍ୱୀକୃତି ଦିଏ। ଏପରି ସର୍ବକାଳୀନ ମହାନ ଖେଳାଳିମାନଙ୍କ ସହିତ ମୋ ନାମ ମନେ ରଖିବା ଏକ ସୁନ୍ଦର ଅନୁଭବ। ଏହା ଏପରି ଏକ ଅନୁଭୁତି, ଯାହାକୁ ମୁଁ ସର୍ବଦା ସ୍ମୃତିରେ ରଖିବି।'
ଚଳିତ ବର୍ଷ ଏହି ସଫଳତା ହାସଲ କରିଥିବା ଅନ୍ୟ ଖେଳାଳି
ଚଳିତ ବର୍ଷ ଏହି ସମ୍ମାନଜନକ ତାଲିକାରେ ମୋଟ 5 ଜଣ ପୁରୁଷ ଏବଂ 2 ଜଣ ମହିଳା କ୍ରିକେଟରଙ୍କୁ ସାମିଲ କରାଯାଇଛି। ଧୋନିଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି, ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ମାଥ୍ୟୁ ହେଡେନ, ଦକ୍ଷିଣ ଆଫ୍ରିକାର ହାସିମ ଆମଲା, ଗ୍ରାଏମ ସ୍ମିଥ ଏବଂ ନ୍ୟୁଜିଲାଣ୍ଡର ଡାନିଏଲ ଭିଟୋରୀଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ହଲ୍ ଅଫ୍ ଫେମ୍ ରେ ସାମିଲ କରାଯାଇଛି। ସେହିପରି ଇଂଲଣ୍ଡର କିମ୍ବଦନ୍ତୀ ମହିଳା କ୍ରିକେଟର ସାରା ଟେଲର ଏବଂ ପାକିସ୍ତାନର ଆଇକନ ସାନା ମିରଙ୍କୁ ମଧ୍ୟ ICC ହଲ ଅଫ୍ ଫେମରେ ସାମିଲ କରାଯାଇଛି।
The seven new inductees for the ICC Hall of Fame have been confirmed 🙌
— ICC (@ICC) June 9, 2025
Details 👇https://t.co/fREMwMjIkB
ଏହା ମଧ୍ୟ ପଢ଼ନ୍ତୁ- ବାରବାଟୀ T20 ମ୍ୟାଚ୍ ଅପରିବର୍ତ୍ତିତ, ଡିସେମ୍ବର 9ରେ ଦ.ଆଫ୍ରିକା ବିପକ୍ଷ ଖେଳ ନେଇ ସ୍ପଷ୍ଟ କଲା ବିସିସିଆଇ