ନୂଆଦିଲ୍ଲୀ: 18 ବର୍ଷ ପରେ ଆଇପିଏଳ ଜିତିଲା ଆରସିବି । ଭିକ୍ଟ୍ରି ପରେଡ ସେଲିବ୍ରେସନ୍ ସମୟରେ ଦଳାଚକଟାରେ ଚାଲିଗଲା 11 ଜଣଙ୍କ ଜୀବନ । ଆହତ ହେଲେ ଏକାଧିକ ଫ୍ୟାନ୍ସ । ଦୁଃଖଦ ଘଟଣାରେ ସାରା ଦେଶରେ ସ୍ତବ୍ଧ । ଗତକାଲି କର୍ଣ୍ଣାଟକ ସରକାର ମୃତକଙ୍କ ନିକଟସମ୍ପର୍କୀୟଙ୍କ ପାଇଁ 10 ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲା ।
Royal Challengers Bengaluru announces ex-gratia of Rs 10 lakhs to the kin of 11 victims of the Bengaluru stampede.
— ANI (@ANI) June 5, 2025
" the unfortunate incident in bengaluru yesterday has caused a lot of anguish and pain to the rcb family. as a mark of respect and a gesture of solidarity, rcb has… pic.twitter.com/FPw5apgxXg
ଏପଟେ ଆଜି IPL 2025 ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ବଡ଼ ପଦକ୍ଷେପ ନେଇଛି। RCB ବିଜୟ ପରେଡ୍ ପୂର୍ବରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ 11 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 33 ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ସାରା ଦେଶରେ ଉତ୍ତେଜନାର ବାତାବରଣ ରହିଛି । ଏହି ମଧ୍ୟରେ, ଏବେ RCB ପ୍ରତ୍ୟେକ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଘୋଷଣା କରିଛି ।
10 ଲକ୍ଷ ଅନୁକମ୍ପା ଘୋଷଣା କଲା RCB-
- ଦଳାଚକଟାରେ 11 ମୃତକଙ୍କ ପାଇଁ 10 ଲକ୍ଷର ସହାୟତା ଘୋଷଣା
- ଆହତଙ୍କୁ ସହାୟତା ପାଇଁ RCB କେୟର୍ସ ପାଣ୍ଠି ସୃଷ୍ଟି
- ଗତକାଲି ବେଙ୍ଗାଲୁରୁରେ ଦଳାଚକଟାରେ 11 ଜଣଙ୍କ ମୃତ୍ୟୁ ହୋଇଥିଲା
𝗢𝗳𝗳𝗶𝗰𝗶𝗮𝗹 𝗦𝘁𝗮𝘁𝗲𝗺𝗲𝗻𝘁: 𝗥𝗼𝘆𝗮𝗹 𝗖𝗵𝗮𝗹𝗹𝗲𝗻𝗴𝗲𝗿𝘀 𝗕𝗲𝗻𝗴𝗮𝗹𝘂𝗿𝘂
— Royal Challengers Bengaluru (@RCBTweets) June 5, 2025
The unfortunate incident in Bengaluru yesterday has caused a lot of anguish and pain to the RCB family. As a mark of respect and a gesture of solidarity, RCB has announced a financial… pic.twitter.com/C50WID1FEI
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁରୁବାର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହା ଘୋଷଣା କରିଛି । RCB 'ଏକ୍ସ'ରେ ଲେଖିଛି, "ଦଳର ଆଗମନ ଅପେକ୍ଷାରେ ବାଙ୍ଗାଲୋର ସାରା ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ପ୍ରକାଶିତ ଦୁର୍ଭାଗ୍ୟଜନକ ଘଟଣା ପାଇଁ ଆମେ ଗଭୀର ଦୁଃଖିତ । ସମସ୍ତଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆରସିବି ଜୀବନହାନୀରେ ଶୋକ ପ୍ରକାଶ କରୁଛି ଏବଂ ପ୍ରଭାବିତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ।"
ଆରସିବି ଆହୁରି ଲେଖିଛି, "ଗତକାଲି ବେଙ୍ଗାଲୁରୁରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଆରସିବି ପରିବାରକୁ ବହୁତ ଯନ୍ତ୍ରଣା ଦେଇଛି । ଆରସିବି ମୃତକଙ୍କ ପ୍ରତ୍ୟେକ ଏଗାର ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି । ଏହା ବ୍ୟତୀତ, ଏହି ଦୁଃଖଦ ଘଟଣାରେ ଆହତ ପ୍ରଶଂସକମାନଙ୍କୁ ସାହାଯ୍ୟ କରିବା ପାଇଁ 'ଆରସିବି କେୟର୍ସ' ନାମକ ଏକ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଉଛି ।"
𝗢𝗳𝗳𝗶𝗰𝗶𝗮𝗹 𝗦𝘁𝗮𝘁𝗲𝗺𝗲𝗻𝘁: 𝗥𝗼𝘆𝗮𝗹 𝗖𝗵𝗮𝗹𝗹𝗲𝗻𝗴𝗲𝗿𝘀 𝗕𝗲𝗻𝗴𝗮𝗹𝘂𝗿𝘂
— Royal Challengers Bengaluru (@RCBTweets) June 4, 2025
We are deeply anguished by the unfortunate incidents that have come to light through media reports regarding public gatherings all over Bengaluru in anticipation of the team’s arrival this… pic.twitter.com/C0RsCUzKtQ
ଆଇପିଏଲ 2025ର ଫାଇନାଲରେ, ଆରସିବି ପଞ୍ଜାବ କିଙ୍ଗ୍ସକୁ 6 ରନରେ ପରାସ୍ତ କରି ଟ୍ରଫି ଜିତିଥିଲା । ଏହି ମ୍ୟାଚରେ ବିରାଟ କୋହଲି 43 ରନର ଇନିଂସ ଖେଳିଥିଲେ । ଆରସିବି 190 ରନ କରିପାରିଥିଲା । ଏହା ପରେ ପଞ୍ଜାବ କିଙ୍ଗ୍ସ କେବଳ 184 ରନ କରିପାରିଥିଲା ଏବଂ 6 ରନରେ ଟାଇଟଲ ଜିତିବାରୁ ବଞ୍ଚିତ ହୋଇଥିଲା । କୃନାଲ ପାଣ୍ଡ୍ୟା 4 ଓଭରରେ 17 ରନ ଦେଇ 2 ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।