ETV Bharat / sports

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଭାରତ ! ବିସିସିଆଇର ବଡ଼ ଅପ୍‌ଡେଟ୍‌ - Champions Trophy 2025

Champions Trophy 2025 : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତୀୟ ଦଳ ? କ'ଣ ନିଷ୍ପତ୍ତି ନେଉଛି ବିସିସିଆଇ ? ଜାଣନ୍ତୁ କ'ଣ ରହିଛି ଅପ୍‌ଡେଟ୍‌,

author img

By ETV Bharat Sports Team

Published : Oct 1, 2024, 4:26 PM IST

Rohit Sharma and Babar Azam
Rohit Sharma and Babar Azam (ETV Bharat Odisha)

କାନପୁର (ଉତ୍ତର ପ୍ରଦେଶ) : ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ସବୁଜ ସଂକେତ ଦେଇ ସାରିଛି ଆଇସିସି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ପାଇଁ ବଜେଟ ପାସ କରିବା ପରେ ଏବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରି ମଧ୍ୟ ଆଇସିସି ପ୍ରତିନିଧି ମଣ୍ଡଳୀ ପିସିବି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସତ୍ତ୍ବେ ଏହି ମିନି ବିଶ୍ବକପ୍‌ ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ, ତାହା ଉପରୁ ହଟିନି ସସ୍ପେନ୍ସ । ଏହାରି ଭିତରେ ଏହି ପ୍ରସଙ୍ଗରେ ବଡ଼ ଅପ୍‌ଡେଟ୍‌ ଆସିଛି ।

ବିସିସିଆଇର ବଡ଼ ଅପ୍‌ଡେଟ୍‌ :-

ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି 2025କୁ ନେଇ ଭାରତର ଆଭିମୁଖ୍ୟ କ'ଣ, ସେନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି । ନିଜ ବୟାନକୁ ଦୋହରାଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ଟିମ୍‌ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ କି ନାହିଁ, ସେ ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଦୋହରାଇଛନ୍ତି ରାଜୀବ ଶୁକ୍ଳା । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର 4ର୍ଥ ଦିନ ଖେଳ ଦେଖିବାକୁ ଆସି ବିସିସିଆଇ ଉପାଧ୍ୟକ୍ଷ ଗଣମାଧ୍ୟମକୁ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, "ଭାରତୀୟ ଟିମ୍‌ ପାକିସ୍ତାନ ଯିବ କି ନାହିଁ, ତା'ର ନିଷ୍ପତ୍ତି ଏଯାଏଁ ହୋଇନାହିଁ । କିନ୍ତୁ ଆମେ କୌଣସି ଅନ୍ତର୍ଜାତୀୟ ଟୁର ପୂର୍ବରୁ ସବୁବେଳେ ସରକାରଙ୍କ ଅନୁମତି ନେଇଥାଉ । ଆମ ଟିମ କେଉଁ ଦେଶକୁ ଯିବ ଓ କେଉଁ ଦେଶକୁ ଯିବ ନାହିଁ, ସେ ନିଷ୍ପତ୍ତି ସରକାର ନିଅନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ସରକାର ନିଷ୍ପତ୍ତି ନେବେ । ସରକାର ଯାହା ନିଷ୍ପତ୍ତି ନେବେ, ଆମେ ତାହା ପାଳନ କରିବାକୁ ବାଧ୍ୟ ।"

ପାକିସ୍ତାନରେ ପ୍ରସ୍ତୁତିକୁ ନେଇ ଆଇସିସି ସନ୍ତୁଷ୍ଟ :-

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ପାକିସ୍ତାନ ଗସ୍ତ କରି ଚାମ୍ପିୟନ୍ସ ଟ୍ରଫି 2025ର ପ୍ରସ୍ତୁତିକୁ ତଦାରଖ କରିଥିଲେ । ସେଠାରେ ଏହି ପ୍ରତିନିଧି ଦଳ ସ୍ବତନ୍ତ୍ର ଭାବେ ସେହି ସ୍ଥାନ ପରିଦର୍ଶନ କରିଥିଲେ, ଯେଉଁଠାରେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଲାହୋରର ପ୍ରସିଦ୍ଧ ଗଦ୍ଦାଫି ଷ୍ଟାଡିୟମ୍, ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ ଏବଂ କରାଚି ନ୍ୟାସନାଲ ଷ୍ଟାଡିୟମ୍ ଅନ୍ତର୍ଭୁକ୍ତ । ଏହି ପ୍ରତିନିଧି ଦଳ ମୁଖ୍ୟତଃ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଷ୍ଟାଡିୟମରେ ପ୍ରସ୍ତୁତିରେ ସନ୍ତୋଷ ପ୍ରକାଶ କରିବା ସହିତ ଆଇସିସି ପ୍ରତିନିଧି ଲାହୋର ଏବଂ କରାଚି ତଥା ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସନ୍ତୋଷଜନକ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆଇସିସି ପ୍ରତିନିଧି ଦଳ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ମଧ୍ୟ ଭେଟିଥିଲେ, ଏଠାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳ ଗୁଡ଼ିକୁ ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥା ଦିଆଯିବା ନେଇ ପିସିବି ଆଇସିସି ପ୍ରତିନିଧି ଦଳକୁ ନିଶ୍ଚିତ କରିଥିଲେ । ଦଳଗୁଡିକ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସେ ନିଶ୍ଚିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.