ETV Bharat / sports

ଦୁଲୀପ ଟ୍ରଫି ପାଇଁ ଘୋଷଣା ହେଲା ଦଳ; ରୋହିତ-କୋହଲିଙ୍କୁ ମିଳିଲାନି ସ୍ଥାନ ! - Duleep Trophy 2024

author img

By ETV Bharat Sports Team

Published : Aug 14, 2024, 7:14 PM IST

DULEEP TROPHY 2024 : ଦୁଲୀପ ଟ୍ରଫି ପାଇଁ ବୁଧବାର ଘୋଷଣା ହୋଇଛି ଟିମ୍‌ A, B, C, D । ହେଲେ କୌଣସି ଦଳରେ ରୋହିତ, କୋହଲି କିମ୍ବା ବୁମରାଙ୍କୁ ମିଳିନି ସ୍ଥାନ । ଅଧିକ ପଢ଼ନ୍ତୁ

DULEEP TROPHY 2024
DULEEP TROPHY 2024 (IANS PHOTO)

ନୂଆଦିଲ୍ଲୀ : ଅଜିତ ଅଗରକରଙ୍କ ନେତୃତ୍ବାଧୀନ ପୁରୁଷ ଭାରତୀୟ କ୍ରିକେଟ ଦଳ ଚୟନ କମିଟି ବୁଧବାର ଦିନ ଦୁଲୀପ ଟ୍ରଫି, 2024-25ର ପ୍ରଥମ ରାଉଣ୍ଡ ପାଇଁ ଦଳ ଘୋଷଣା କରିଛି । ଏହି ଟୁର୍ଣ୍ଣାମେଣ୍ଟର ଘରୋଇ ସିଜିନରେ ଅନେକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟପ୍ରାପ୍ତ ଖେଳାଳୀ ଏବଂ କିଛି ଯୁବକ ତଥା ଉଦୀୟମାନ ତାରକା ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏହି ଟୁର୍ଣ୍ଣାମେଣ୍ଟ 5 ସେପ୍ଟେମ୍ବର 2024ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହେବ । ହେଲେ ସବୁଠାରୁ ବଡ଼ କଥା ହେଉଛି ସମସ୍ତ ଦଳ ଏବଂ ସ୍କ୍ବାଡ୍‌ ଘୋଷଣା ହୋଇଥିବାବେଳେ କୌଣସି ଦଳରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ହାଇ-ପ୍ରୋଫାଇଲ କ୍ରିକେଟରଙ୍କ ନାଁ ନାହିଁ ।

ରୋହିତ, କୋହଲି ଓ ବୁମ୍‌ରାଙ୍କୁ ବିଶ୍ରାମ :-

ବୁଧବାର ଅଜିତ ଅଗରକର ନେତୃତ୍ବାଧୀନ ପୁରୁଷ ଚୟନ କମିଟି ଘୋଷଣା କରିଥିବା କୌଣସି ଦଳରେ ଭାରତୀୟ ଜାତୀୟ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି କିମ୍ବା ସ୍ପିଡଷ୍ଟାର ଯଶପ୍ରୀତ ବୁମ୍‌ରାଙ୍କୁ ସ୍ଥାନ ମିଳିନାହିଁ । ଏହାପୂର୍ବରୁ ରୋହିତ, ବିରାଟ ଏବଂ ବୁମ୍‌ରା ମଧ୍ୟ ଏଥିରେ ଖେଳିବେ ବୋଲି ଆଲୋଚନା ହୋଇଥିଲା । ତେବେ ଘୋଷଣା ପରେ ସେମାନେ ଘୋରୋଇ ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ପ୍ରକାଶ ଥାଉ, ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଆଧାରରେ ଖେଳାଳିମାନଙ୍କୁ ସେପ୍ଟେମ୍ବର 19ରୁ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ଅନ୍ତର୍ଭୁକ୍ତ କରାଯିବ ।

ଦୁଲୀପ ଟ୍ରଫି ପ୍ରଥମ ରାଉଣ୍ଡ ପାଇଁ 4 ଦଳ : -

ଟିମ୍‌ 'ଏ': ଶୁବମନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିୟାନ ପରାଗ, ଧ୍ରୁବ ଜୁରେଲ (ୱିକେଟ କିପର), କେଏଲ୍‌ ରାହୁଲ (ୱିକେଟ କିପର), ତିଲକ ବର୍ମା, ଶିବମ ଦୁବେ, ତନୁଷ କୋଟିୟନ, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣା, ଖଲିଲ ଅହମ୍ମଦ, ଅଭେଶ ଖାନ, ବିଦବଥ କାବରପ୍ପା, କୁମାର କୁଶଗ୍ର, ଶାସ୍ବତ ରାୱତ

ଟିମ୍‌ 'ବି': ଅଭିମନ୍ୟୁ ଈଶ୍ବରନ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ମୁଶୀର ଖାନ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ୟଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅୱସ୍ତି, ଏନ୍‌ ଜଗଦ୍ଦିଶନ (ୱିକେଟ କିପର)

ଟିମ୍‌ 'ସି' : ଋତୁରାଜ ଗାଏକୱାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ଅଭିଷେକ ପୋରେଲ (ୱିକେଟ କିପର), ସୂର୍ଯ୍ୟ କୁମାର ଯାଦବ, ବି ଇନ୍ଦ୍ରଜିତ, ରିତିକ ସୌକିନ, ମାନବ ସୁତାର, ଉମ୍ରାନ ମଲିକ, ବୈଶ୍ୟକ ବିଜୟକୁମାର, ଅଂଶୁଲ ଖମ୍ବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ ଜୁଏଲ (ୱିକେଟ କିପର), ସନ୍ଦୀପ ୱାରିୟର

ଟିମ 'ଡି' : ଶ୍ରେୟସ ଆୟର (ଅଧିନାୟକ), ଅଥର୍ବ ଟାଇଡେ, ୟଶ ଦୁବେ, ଦେବଦତ୍ତ ପାଡ୍ଡିକଲ, ଈଶାନ କିଷାନ (ୱିକେଟ କିପର), ରିକି ଭୁଇ, ସାରାଂଶ ଜୈନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, ଆକାଶ ସେନଗୁପ୍ତା, କେଏସ୍‌ ଭରତ (ୱିକେଟ କିପର), ସୌରଭ କୁମାର

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ଦଳକୁ ଆସିଲେ ନୂଆ ବୋଲିଂ କୋଚ୍‌; ଗମ୍ଭୀରଙ୍କ ଇଚ୍ଛା ପୂରଣ କଲା BCCI - Indian Cricket Team Bowling coach

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.