ନୂଆଦିଲ୍ଲୀ: ଭାରତୀୟ ବକ୍ସର ମେରୀ କମ୍ ତାଙ୍କ ଜୀବନର ଏକ ଅଶାନ୍ତ ପର୍ଯ୍ୟାୟ ଦେଇ ଗତି କରୁଥିବା ଜଣାପଡ଼ିଛି। ମେରୀ କମ୍ ତାଙ୍କ ସ୍ୱାମୀ ଅନଲରଙ୍କଠାରୁ ଛାଡ଼ପତ୍ର ନେଉଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଛାଡ଼ପତ୍ର ଦେବାକୁ ଯାଉଛନ୍ତି ଏବଂ କିଛି ସମୟ ଧରି ପୃଥକ ଭାବେ ରହୁଛନ୍ତି।
ମଣିପୁର ନିର୍ବାଚନରେ ଅନଲରଙ୍କ ପରାଜୟ ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ନିର୍ବାଚନ ପ୍ରଚାରରେ ପ୍ରାୟ ୨-୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ନିର୍ବାଚନରେ ପରାଜୟ ସେମାନଙ୍କ ସମ୍ପର୍କରେ ବହୁତ ଖରାପ ପ୍ରଭାବ ପକାଇଲା ଏବଂ ଉଭୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଲା। ରିପୋର୍ଟ ଅନୁଯାୟୀ, ମେରୀ ତାଙ୍କ ଫରିଦାବାଦ ଘରକୁ ଚାଲିଯାଇଛନ୍ତି ଏବଂ ତାଙ୍କ ସ୍ୱାମୀ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ସହିତ ତାଙ୍କର ଚାରି ପିଲା ଅଛନ୍ତି।

ଦମ୍ପତିଙ୍କ ନିକଟତର ଏକ ସୂତ୍ର କହିଛି, "ମେରି ତାଙ୍କ (ଚାରି) ପିଲାଙ୍କ ସହିତ ଫରିଦାବାଦକୁ ଚାଲିଯାଇଛନ୍ତି, ଯେତେବେଳେ ଅନଲର୍ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି। ନିର୍ବାଚନ ପରେ ସେମାନଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଥିଲା। ପ୍ରଚାର ସମୟରେ ହୋଇଥିବା ପ୍ରାୟ 2-3 କୋଟି ଟଙ୍କାର ଆର୍ଥିକ କ୍ଷତି ପାଇଁ ମେରି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଯାହା ତାଙ୍କ ସ୍ୱାମୀ ନିର୍ବାଚନ ସମୟରେ ହରାଇଥିଲେ।"
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅନଲର୍ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନଥିଲେ କିନ୍ତୁ ମେରୀ ତାଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ ଏବଂ ସେ ତାହା କରିଥିଲେ। କିନ୍ତୁ ପରାଜୟ ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ଏବଂ ସେମାନଙ୍କ ମଧ୍ୟରେ ମତଭେଦ ଗମ୍ଭୀର ହୋଇଥିଲା।
ରିପୋର୍ଟରେ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ, 'ଏହା ମେରୀଙ୍କ ଧାରଣା ଥିଲା।' ସେ ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିଲେ ଏବଂ ତାଙ୍କୁ ଚେତାବନୀ ଦେଇଥିଲେ ଯେ, ସେତେବେଳେ ମଣିପୁରର ରାଜନୈତିକ ପରିସ୍ଥିତି ଅସ୍ଥିର ଥିଲା। ପରାଜୟ ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ସେମାନଙ୍କର ସାଧାରଣ ବୈବାହିକ ମତଭେଦ ଗମ୍ଭୀର ହୋଇଗଲା ଏବଂ ମେରୀ ପିଲାମାନଙ୍କ ସହିତ ଫରିଦାବାଦରେ ଥିବା ତାଙ୍କ ଘରକୁ ଚାଲିଗଲେ।
ଛଅ ଥର ବିଶ୍ୱ ଚାମ୍ପିଅନ ଏବଂ ଅଲିମ୍ପିକ୍ସ ପଦକ ବିଜୟିନୀ ମେରୀ କମ୍ ୨୦୦୫ ମସିହାରେ ଓନଲରଙ୍କୁ ବିବାହ କରିଥିଲେ। ଦୁଇ ବର୍ଷ ପରେ ସେମାନଙ୍କର ଯମଜ ପୁଅ ହୋଇଥିଲେ ଏବଂ ୨୦୧୩ ମସିହାରେ ଆଉ ଏକ ପୁଅ ହୋଇଥିଲା। ୨୦୧୮ ମସିହାରେ ଏହି ଦମ୍ପତି ଏକ ଝିଅକୁ ପୋଷ୍ୟ ଗ୍ରହଣ କରିଥିଲେ। ଏପରି ତାଙ୍କର ମୋଟ୍ ୪ଟି ସନ୍ତାନ ଅଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ- 4 କୋଟି ଟଙ୍କାର ପୁରସ୍କାର ବାଛିଲେ ଭିନେଶ ଫୋଗଟ, ଗ୍ରେଡ୍ ଏ ସରକାରୀ ଚାକିରି ପ୍ରତ୍ୟାଖ୍ୟାନ