ETV Bharat / politics

ୱାକଫକୁ ନେଇ ଥମୁନି ବିଜେଡି କଳି: ବସୁଛି ଘନ ଘନ ବୈଠକ, ନବୀନଙ୍କୁ ଯୁବ ନେତାଙ୍କ ଚିଠି - BJD WAQF BILL ROW

ୱାକଫ ବିଲରେ ଦଳର ଆଭିମୁଖ୍ୟରୁ ଆରମ୍ଭ ହୋଇଥିବା ବିଜେଡି ବିବାଦ ବହୁତ ଆଗକୁ ଗଲାଣି । ବାହ୍ୟ ଶକ୍ତିକୁ ହଟେଇବା କହି ପଟିଆ ଅଞ୍ଚଳରେ ବିଜେଡିର ବରିଷ୍ଠ ଓ ଯୁବ ଗୋଷ୍ଠୀଙ୍କ ମେଳି ।

BJD LEADERS MEETING
BJD LEADERS MEETING (Etv Bharat)
author img

By ETV Bharat Odisha Team

Published : April 9, 2025 at 7:21 PM IST

Updated : April 9, 2025 at 9:04 PM IST

6 Min Read

ଭୁବନେଶ୍ବର: ୱାକଫ ବିଲକୁ ନେଇ ଦୁଇ ଫାଳ ବିଜେଡି । ପରସ୍ପର ବିରୋଧରେ ନେତା ଆରୋପ ପ୍ରତ୍ୟାରୋପ ସୀମା ଟପିଲାଣି । ଦଳ ଭିତରେ ଥିବା ଚାପା ଅସନ୍ତୋଷ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଘନ ଘନ ଚାଲିଛି ନେତାଙ୍କ ବୈଠକ । ଆଜି ଗୋଟିଏ ଦିନରେ ଦଳର ବସିଲା ଦୁଇଟି ବୈଠକ । ବାହ୍ୟ ଶକ୍ତିକୁ ହଟେଇବା କଥା କହି ଭୁବନେଶ୍ୱରର ପଟିଆ ଅଞ୍ଚଳରେ ମେଳି ବାନ୍ଧିଥିଲେ ବିଜେଡିର ବରିଷ୍ଠ ଓ ଯୁବ ଗୋଷ୍ଠୀ । ସେପଟେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଘରେ ଏକାଠି ହୋଇଥିଲେ କିଛି ବରିଷ୍ଠ ବିଜେଡି ନେତା ।

ବାହ୍ୟ ଶକ୍ତି କିଏ ?

ନବୀନଙ୍କୁ ଯୁବ ନେତା ଚିଠି ଲେଖି ଦଳର ନୀତି ଆଦର୍ଶରୁ କେଉଁ କାରଣରୁ ବିଚ୍ୟୁତ ହେଲେ ନେତା ସନେଇ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି । ଦଳରେ ଦ୍ବୈତ ନେତୃତ୍ବ ଚାଲିଥିବା ବେଳେ ଦଳ ହାରିବା ପରେ ବି ଭିକେ ପାଣ୍ଡିଆନଙ୍କ ଦବଦବା ଜାରି ରହିଛି । ପାଣ୍ଡିଆନଙ୍କ ପ୍ରଭାବକୁ ହ୍ରାସ କରିବାକୁ ଦଳୀୟ ନେତା ବୈଠକ କରିଥିଲେ ବୋଲି କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ । ସେପଟେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓଡ଼ିଆ ଅସ୍ମିତା କଥା କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ବିଧାୟକ ଅରୁଣ ସାହୁ ବାହ୍ୟ ଶକ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ।

BJD LEADERS MEETING IN BHUBANESWAR PATIA HOTEL
BJD LEADERS MEETING IN BHUBANESWAR PATIA HOTEL (ETV BHARAT ODISHA)

ହୋଟେଲରେ ବିଜେଡିର ବରିଷ୍ଠ ଓ ଯୁବ ନେତାଙ୍କ ମେଳି

ବିଜେଡି ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଗତକାଲି ପୂର୍ବାହ୍ନରେ ବିଜେଡି ସଭାପତିଙ୍କୁ ଭେଟିଥିଲେ ଦଳର ବରିଷ୍ଠ ନେତା । ଅପରାହ୍ନରେ ମେଳି କରିବା ସହ ସଭାପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ଦେଇଥିଲେ ଯୁବ ନେତା । ସ୍ଥିତି ନିୟନ୍ତ୍ରଣ ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ନରଖିବାକୁ ଉଭୟ ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ ପରାମର୍ଶ ଦେଇଥିଲା ଦଳ । କିନ୍ତୁ ଆଜି ରାଜଧାନୀର ପଟିଆ ଅଞ୍ଚଳରେ ଏକ ଘରୋଇ ହୋଟେଲରେ ଡେରା ପକାଇଥିଲେ ବିଜେଡିର ବରିଷ୍ଠ ଓ ଯୁବ ନେତା । ଗତକାଲି ପ୍ରକରଣରେ ସାମିଲ ଅଧିକାଂଶ ନେତା ହୋଟେଲରେ ହୋଇଥିଲେ ଉପସ୍ଥିତ । ଦଳର ସାମ୍ପ୍ରତିକ ସ୍ଥିତି ବାବଦରେ ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି ।

BJD LEADERS MEETING IN BHUBANESWAR PATIA HOTEL (Etv Bharat Odisha)

ଏହା ମଧ୍ୟ ପଢନ୍ତୁ-ଦେବାଶିଷଙ୍କୁ ଘେରିଲେ ପାଣ୍ଡିଆନ ସପକ୍ଷବାଦୀ ସାଂସଦ, ‘ବିବେକାନୁମୋଦିତ ଭୋଟ ଦେବାକୁ କହିଥିଲେ ନବୀନ’ - WAQF BILL ROW

"ବାହ୍ୟଶକ୍ତି ନବୀନଙ୍କୁ ଦୁର୍ବଳ କରିବାକୁ ଆସିଲେ ଆମେ ବରଦାସ୍ତ କରିବୁ ନାହିଁ"

ବୈଠକରେ ସାମିଲ ଶଶୀଭୂଷଣ ବେହେରା କହିଛନ୍ତି, "ସମ ଭାବପର୍ଣ୍ଣ ବ୍ୟକ୍ତି ରାଜନୈତିକ ବ୍ୟକ୍ତି ଏକାଠି ବସିବାରେ ଅସୁବିଧା ନାହିଁ । ଆମେ ଏକାଧିକ ନେତା ଏକାଠି ହୋଇ ବସିଥିଲୁ । ଏବେବି ଆମ ମନ ଓ ଓଡି଼ଶାବାସୀଙ୍କ ମନରେ ନବୀନ ବାବୁ ନିର୍ବାବାଦୀୟ ନେତା । ଆମେ ସମସ୍ତେ ନବୀନଙ୍କ ସାଥିରେ ଅଛୁ । କୌଣସି ପରିସ୍ଥିତିରେ କୌଣସି ବାହ୍ୟଶକ୍ତି ତାଙ୍କୁ ଦୁର୍ବଳ କରିବାକୁ ଆସିଲେ ଆମେ ବରଦାସ୍ତ କରିବୁ ନାହିଁ । ବାହ୍ୟ ଶକ୍ତି କେହିବି ହୋଇପାରେ । କେହିବି ତାଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରିବାକୁ ଦଳ ବାହାର ଲୋକ ଚେଷ୍ଟା କଲେ ଆମେ ବରଦାସ୍ତ କରିବୁ ନାହିଁ । ଆମେ ବିରୋଧୀ ଦଳରେ ଅଛୁ । ସଭାପତି କିମ୍ବା ଦଳକୁ କେହି ଦୁର୍ବଳ କରିବାକୁ ଚେଷ୍ଟା କଲେ ବରଦାସ୍ତ କରାଯିବ ନାହିଁ । ସାଙ୍ଗଠନିକ କଥା ଆଲୋଚନା ହୋଇଛି । ଲୋକପ୍ରିୟ ନେତାଙ୍କର ବହୁତ ସମୟରେ ଛବି ମଳିନ କରିବାକୁ ଉଦ୍ୟମ ହୁଏ । ଆମେ ଏହାକୁ ହେବାକୁ ଦେବୁନାହିଁ । ବରିଷ୍ଠ ନେତାଙ୍କୁ ନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉପଦେଷ୍ଟା କମିଟି ଗଠନ ହୋଇଛି । ଆମେ ମଝିରେ ମଝିରେ ବସୁ । ଆଜିର ବସିବା କଥା ମଧ୍ୟ ଦଳର ସଭାପତି ଜାଣିଛନ୍ତି ।"

BJD WAQF BILL ROW
BJD WAQF BILL ROW (ETV BHARAT ODISHA)

ଅନ୍ୟ ଜଣେ ବରିଷ୍ଠ ନେତା ନୃସିଂହ ଚରଣ ସାହୁ କହିଛନ୍ତି, "ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ନେତା । ଆଗାମୀ ଦିନରେ କିଭଳି ଦଳକୁ ଶୃଙ୍ଖଳିତ ଭାବେ ଚଳେଇବୁ ସେ ବାବଦରେ ଆମେ ଆଲୋଚନା କରିଛୁ । ସଭାପତି ଆମ କଥା ଶୁଣୁଛନ୍ତି, ପଦକ୍ଷେପ ନେବେ ।"

ଏହା ମଧ୍ୟ ପଢନ୍ତୁ:

ଶକ୍ତି ପ୍ରଦର୍ଶନ କଲେ ମୁନ୍ନା: ପାଣ୍ଡିଆନ ଗୋ ବ୍ୟାକ ନାରାରେ କମ୍ପିଲା ନବୀନ ନିବାସ, କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ୱାକଫ୍ ଭୋଟ ନେଇ ବିଜେଡିରେ ବିସ୍ଫୋରଣ; ପରାମର୍ଶଦାତାଙ୍କୁ ଟାର୍ଗେଟ କଲେ ଦେବାଶିଷ, ନବୀନଙ୍କୁ ଚିଠି ଲେଖିଲେ ପ୍ରତାପ, ବିଜେପି କହିଲା 'କର୍ପୁର ଉଡିଯାଇଛି କନା ପଡିଛି'

ୱାକଫ ଭୋଟ; ବିଜେଡିରେ ବିବାଦ, ନବୀନଙ୍କ ସହ ଆଲୋଚନା କରିବେ ବରିଷ୍ଠ ନେତା

ଓ୍ବାକଫ୍‌ ବିଲ୍‌ ବିଜେଡିର ୟୁ-ଟର୍ଣ୍ଣ; ବିବେକ ଅନୁସାରେ ଭୋଟ ଦେବେ ବିଜେଡିର ରାଜ୍ୟସଭା ସାଂସଦ

" ଏବେ ବିଜେଡିରେ ମନ୍ଥନ ଚାଲିଛି"

ବୈଠକରେ ସାମିଲ ହେବାକୁ ଆସିଥିବା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ । ବୈଠକ ପରେ ସେ ଆସି ହୋଟେଲରେ ପହଞ୍ଚିଥିଲେ । ୟାକୁବ କହିଛନ୍ତି, "ଭୁପିନ୍ଦର ସିଂଙ୍କ ଫୋନ ପାଇ ଏଠାକୁ ଆସିଥିଲି । 4 ଶହ କିଲୋମିଟରରୁ ଅଧିକ ବାଟ ଆସିବାରେ ବିଳମ୍ବ ହେଲା । ସମୁଦ୍ର ମନ୍ଥନ ହୋଇଥିଲା । ବିଷ ଆଉ ଅମୃତ ବାହାରିଥିଲା । ଏବେ ବିଜେଡିରେ ମନ୍ଥନ ଚାଲିଛି । ଦଳର ପୁରୁଣା ଓ ସମର୍ପିତ ନେତା ଅମୃତ ପିଇବେ । ବିଷ ଫୋପଡ଼ା ଯିବ । ଯେଉଁମାନେ ଦଳର କ୍ଷତି କରୁଛନ୍ତି ତାଙ୍କୁ ବିଷ ଦିଆଯିବ । ଆମେ ନବୀନଙ୍କ ସପକ୍ଷରେ ଅଛୁ । କିନ୍ତୁ ୱାକଫ ବିଲରେ ଦଳର ଆଭିମୁଖ୍ୟ ପରିବର୍ତ୍ତନ ଠିକ ନଥିଲା ।"

ନବୀନଙ୍କୁ ଯୁବ ନେତାଙ୍କ ଚିଠି

ସେପଟେ ଯୁବ ନେତା ଦଳର ସଭାପତିଙ୍କ ପାଖକୁ ଚିଠି ଲେଖିଛନ୍ତି । ସେମାନେ ଚିଠିରେ ଦର୍ଶାଇଛନ୍ତି, "ସେମାନେ ବିଜୁ ଜନତା ଦଳ ତଥା ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ । ପିଢି ପରେ ପିଢି ଆମ୍ଭମାନଙ୍କର ପରିବାର ଧର୍ମ ନିରେପକ୍ଷ ରାଜନୀତିକୁ ସମ୍ମାନ ଦେଇ ଆସିଛନ୍ତି । ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନ ନିର୍ମାଣ ସ୍ୱପ୍ନରେ ଆମ୍ଭେ ଜଣେ ଜଣେ କ୍ଷୁଦ୍ର ଅଂଶ ବିଶେଷ । ଅତୀତରେ ଦଳର ଧର୍ମ ନିରେପକ୍ଷ ନିଷ୍ପତ୍ତି ସାରାଦେଶ ଏବଂ ରାଜ୍ୟରେ ଖୁବ ପ୍ରଶଂସିତ । ଆମ୍ଭେମାନେ ଆପଣଙ୍କ ବଳିଷ୍ଠ ନେତୃତ୍ବ ନିର୍ଦ୍ଦେଶ ତଥା ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିଆସିଛୁ । ରାଜ୍ୟସଭାରେ ଦଳର ସାଂସଦମାନେ ୱାକଫ ବିଲ ମତଦାନକୁ ନେଇ ଯେଭଳି ବିଭାଜିତ ହେଲେ ତାହା ଆମ ସମସ୍ତଙ୍କୁ ହତବାକ କରିଛି । ଏହାବ୍ୟତୀତ ସାରା ରାଜ୍ୟର ବିଜୁ ପ୍ରେମୀଙ୍କ ମନରେ ଆଘାତ ଦେଇଛି । ଦଳର ନୀତି ଆଦର୍ଶରୁ କେଉଁମାନେ କିପରି, କାହିଁକି ଓ କେଉଁ କେଉଁ କାରଣରୁ ବିଚ୍ୟୁତ ହେଲେ ତାହାର ସମୀକ୍ଷା ପୂର୍ବକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।"

ଏହି ମାନେ ହୋଇଥିଲେ ସାମିଲ

ହୋଟେଲରେ ହୋଇଥିବା ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବିଧାନସଭାର ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଅଶୋକ ଚନ୍ଦ୍ର ପଣ୍ଡା, ଅନଙ୍ଗ ଉଦୟ ସିଂଦେଓ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା, ପ୍ରଭାତ ତ୍ରିପାଠୀ, ପ୍ରଫୁଲ୍ଲ ମଲ୍ଲିକ, ଡାକ୍ତର ନୃସିଂହ ସାହୁ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ପ୍ରତାପ ମହାରଥୀଙ୍କ ଭଳି ନେତା ସାମିଲ ହୋଇଥିଲେ । ନେତାଙ୍କ ମେଳି ପରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁ ମଧ୍ୟ ହୋଟେଲରେ ପହଞ୍ଚିଥିଲେ । ୱାକଫ ବିଲକୁ ନେଇ ଦଳର ଆଭିମୁଖ୍ୟକୁ ନେଇ ଗତ କିଛିଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ୱାକଫ ବିଲରେ ଦଳର ଆଭିମୁଖ୍ୟ ପରିବର୍ତ୍ତନ ନେଇ ସୃଷ୍ଟି ହୋଇଥିବା ପ୍ରସଙ୍ଗରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମଧ୍ୟରେ ଲଗାତାର ହେଉଥିବା ମେଳି ଅନେକ ପ୍ରଶ୍ନ ଉଠାଇଛି ।

"ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ?"

ସେହିପରି ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ଘରେ ଏକାଠି ହୋଇଥିଲେ କିଛି ବରିଷ୍ଠ ବିଜେଡି ନେତା । ବୈଠକରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମାଙ୍କ ଭଳି ନେତା ଏକାଠି ହୋଇଥିଲେ । ବୈଠକ ପରେ ବିଧାୟକ ଅରୁଣ ସାହୁ କହିଛନ୍ତି, "ସଂଗଠନ ନିର୍ବାଚନ ନେଇ ବୈଠକ ହୋଇଥିଲା । ସବୁ ବୈଠକର ନିଷ୍ପତ୍ତି ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଉଛି । ବହୁ କଥାକୁ ବିଚାର ବିମର୍ଷ କରି ପଦକ୍ଷେପ ନିଆଯାଉଛି । ଯିଏ ଯାହା କହୁଛନ୍ତି ସ୍ପଷ୍ଟ ଭାବରେ କୁହନ୍ତୁ ବାହ୍ୟ ଶକ୍ତି କିଏ ? ଭିତର ଶକ୍ତି କିଏ ବୁଲେଇ ବାଙ୍କେଇ କୁହନ୍ତୁ ନାହିଁ । ଦଳର ଜଣିଏ ନେତା ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଯିଏ ଯେଉଁଠି ବସୁଛନ୍ତି, ସମସ୍ତଙ୍କର ଜଣେ ନେତା ହେଉଛନ୍ତି ନବୀନ । ସବୁ କଥାର ଅନ୍ତ ଘଟିବ । ଓଡିଶା ବାସୀ ସବୁ ଜାଣିବେ । ବିଜେଡି ଆହୁରି ଶକ୍ତିଶାଳୀ ହେବ । ମୁଁ ଇସାରା ଦେଉଛି । ବିଜେଡି ମହା ସମୁଦ୍ର । ସବୁ ନଦୀ ସେଇଠି ପଡିବେ ।" ସ

ମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଗତକାଲି ଦଳର ସଭାପତିଙ୍କୁ ଭେଟିଥିଲୁ । ଆସନ୍ତାକାଲି ମଧ୍ୟ ଭେଟିବୁ । ନିର୍ବାଚନ ପ୍ରକ୍ରିୟା ଚାଲିଛି । ମାସକ ମଧ୍ୟରେ ସାରିବା ଲାଗି ନିର୍ଦ୍ଦେଶ ରହିଛି । ଦଳରେ ସମନ୍ୱୟ ରହିଛି । ସମସ୍ତେ ଠିକ ଅଛନ୍ତି ।

ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସାଂସଦ ଦେବାଶିଷ ସାମନ୍ତରାୟ

ସେପଟେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓଡ଼ିଆ ଅସ୍ମିତା କଥା କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଦେବାଶିଷ ସାମନ୍ତରାୟ କହିଛନ୍ତି, "ନିକଟରେ ଯେଉଁମାନେ ବିଜେଡିରେ ଯୋଗ ଦେଇ ପଦ ପଦବୀ ପାଇଛନ୍ତି, ସେମାନେ ଦଳର ଇତିହାସ ଜାଣିନାହାନ୍ତି । ନବୀନ ବାବୁ ଓ ବିଜୁ ବାବୁଙ୍କ ଆଦର୍ଶ ଜାଣିନାହାନ୍ତି । ଦଳ ପ୍ରତିଷ୍ଠା ହେବା ଦିନରୁ ଲକ୍ଷ ଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ ଓ ସଂଘର୍ଷ କରି ଏକ ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ପହଞ୍ଚେଇ ପାରିଥିଲେ । ମାତ୍ର ଏବେର କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ । ସେମାନେ ଆଉ କାହା ଈଶାରାରେ ପରିଚାଳିତ । ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହାଯାଇପାରେ, ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର । ଶେଷରେ ଏତିକି କହିବି, ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ 'ଓଡ଼ିଆ ଅସ୍ମିତା' ପାଇଁ ହେଇଥିଲା । ଆମେ ଜଗନ୍ନାଥ ପ୍ରଦେଶର ଲୋକ । ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ୍ୟ ।" ଦେବାଶିଷ ଓଡ଼ିଆ ଅସ୍ମିତା କଥା କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।

''ବିଜେଡି ଫାଳ ଫାଳ ନୁହେଁ ପୁରା ଡୁବି ଗଲାଣି''

ବିଜେଡିରେ ପାଣ୍ଡିଆନ ବିବାଦ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ''ଅତିଦର୍ପେ ହତଲଙ୍କା, ସେମାନେ ଅତି ହେଲେ ବୋଲି ଧ୍ୱଂସ ହେଲେ। ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପର, ପର ପଡିଶା ଘରେ କଣ ହେଲା ଆମେ ଜାଣିବା ଆବଶ୍ୟକତା ନାହିଁ। ବିଶୃଙ୍ଖଳିତ ଭାବେ ସେମାନେ ଅଛନ୍ତି, କୌଣସି ଗଣତନ୍ତ୍ର ନାହିଁ। ପୁରା ଅସ୍ମିତାର ଧଜିଆ ଉଡାଇ ଦେଇଥିଲେ ସେଥିପାଇଁ ପ୍ରତ୍ୟାଖାନ ହେଲେ । ଏବେ ଯାହା କରିଛନ୍ତି ଆଗରୁ ତର୍ଜମା କରିବାର ଥିଲା ।’

''ପାଣ୍ଡିଆନ୍ ସନ୍ୟାସୀ ହୋଇଗଲାଣି''

ସେହିପରି ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ''ଏବେ ଶୁଣିବାକୁ ମିଳୁଛି ଯେ ପାଣ୍ଡିଆନ୍ ସନ୍ୟାସୀ ହୋଇଗଲାଣି । ତାଙ୍କ ବିଷୟରେ ଚିନ୍ତା କାହିଁ କରିବା । ତେଣୁ ନୀଳବର୍ଣ୍ଣ ଶୃଗାଳ ସବୁବେଳେ ନୀଳବର୍ଣ୍ଣ ଶୃଗାଳ । ପ୍ରତ୍ୟେକ ବର୍ଷରେ ସେ ରଙ୍ଗ ବଦଳେଇବା । ଆଜି ବି ବଦଳିଛି ସେ ରଙ୍ଗ। ''

ଇଟିଭି ଭାରତ, ଭୁବନେଶ୍ବର

Last Updated : April 9, 2025 at 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.