ETV Bharat / politics

ଓଡ଼ିଶାରେ ମୋହନ ମାଝୀ ସରକାରଙ୍କୁ ବର୍ଷେ, ବିରୋଧୀ ଗଣାଇଲେ ବିଫଳତା - BJD ON MOHAN MAJHI GOVT

ଗତ ଏକ ବର୍ଷରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ଏପରି ଅଭିଯୋଗ ଆଣିଛି ବିରୋଧୀ ବିଜେଡି ।

ସରକାରଙ୍କ ବିଫଳତା ଗଣାଇଲେ ବିରୋଧୀ
ସରକାରଙ୍କ ବିଫଳତା ଗଣାଇଲେ ବିରୋଧୀ (ETV Bharat)
author img

By ETV Bharat Odisha Team

Published : June 11, 2025 at 2:06 PM IST

3 Min Read

BJD On Mohan Majhi Govt One Year ଭୁବନେଶ୍ୱର: ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଛି । ଏହାର ଜବାବରେ ବିଜୁ ଜନତା ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଅଣ୍ଟା ଭିଡିଲେଣି ।

ସରକାରଙ୍କ ବିଫଳତା ଗଣାଇଲେ ବିରୋଧୀ (ETV Bharat)

ଯାଜପୁର ଓ ପୁରୀରେ ଗର୍ଜିବ ବିଜେଡି:

ବିଜେପି ସରକାର ବର୍ଷକ ମଧ୍ୟରେ ମହିଳା, ଯୁବକ ଓ ଛାତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜେଡି ତରଫରୁ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଆସନ୍ତା ୧୩ ତାରିଖରେ ଯାଜପୁରରେ ମହିଳା ଓ ଆସନ୍ତା ୧୮ ତାରିଖରେ ପୁରୀରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସ୍ୱାବଲମ୍ୱୀ କରିଥିଲା ନବିନ ସରକାର:

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ପ୍ରମିଳା କହିଛନ୍ତି, "ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣକୁ ୫୦ ପ୍ରତିଶତକୁ ବଢ଼ାଇଥିଲେ । ଏହା ଛଡା ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ମିଶନ ଶକ୍ତି ଆରମ୍ଭ କରିଥିଲେ । ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ । ଏହା ମାଧ୍ୟମରେ ବିନା ସୁଧରେ ଦୀର୍ଘ ମିଆଦି ଋଣ ପ୍ରଦାନର ସୁବିଧା କରିବା ସହିତ ରାଜ୍ୟ ସରକାରଙ୍କ ୨୦ଟି ବିଭାଗରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ ।’

ଏହା ମଧ୍ୟ ପଢନ୍ତୁ:

ବିଜେପି ସରକାର ବିରୋଧରେ ନବୀନଙ୍କ ରଣହୁଙ୍କାର, 15 ବର୍ଷର ଜବାବ ମାଗିଲେ ମନମୋହନ

ପଞ୍ଚାୟତିରାଜ ମନ୍ତ୍ରୀଙ୍କ 'ମୂଷା' ଉପାଖ୍ୟାନ, କଡ଼ା ସମାଲୋଚନା କଲେ ବିରୋଧୀ

ବିଜେଡି ଛାଡିବେ କି ମୁନ୍ନା, ସୁପ୍ରିମୋଙ୍କୁ ଭେଟି ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ରୁ ଇସ୍ତଫା ଦେବାନେଇ ଚର୍ଚ୍ଚା

ସୁଭଦ୍ରା ଯୋଜନାରେ ମିଛ ପ୍ରତିଶୃତି ଦେଇଛନ୍ତି ମୋହନ ସରକାର:

ବିଜେପି ସରକାର କ୍ଷମତାକୁ ଆସିବା ପରେ, ସେସବୁ କାର୍ଯ୍ୟକୁ ବନ୍ଦ କରିବାକୁ ବସିଛନ୍ତି । ମହିଳାଙ୍କୁ ସ୍ୱାବଲମ୍ୱୀ କରିବାକୁ ସୁଯୋଗ ପ୍ରଦାନ କରୁ ନାହାନ୍ତି କି ମହିଳାଙ୍କୁ ରାଜ୍ୟ ସରକାର ସମ୍ମାନ ମଧ୍ୟ ଦେଉନାହାନ୍ତି । ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ବିଜେପିର ପ୍ରତିଶୃତି ମିଛ ବୋଲି ପ୍ରମାଣିତ ହୋଇଛି । ଦୁଇ ବର୍ଷରେ ପଚାଶ ହଜାର ଜାଗାରେ ପାଞ୍ଚ ବର୍ଷରେ ପଚାଶ ହଜାର ଓ ତାହା ପୁଣି ଦଶଟି କିସ୍ତିରେ ।

ଯାଜପୁରରେ ହେବ ବିରାଟ ମହିଳା ସମ୍ମିଳନୀ:

ଏହା ବ୍ୟତୀତ ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା । ପ୍ରକୃତରେ, ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାଃ ବାଃ ନେବାକୁ ବୃଥା ଚେଷ୍ଟା କରୁଛି । ତେଣୁ ମହିଳାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ ଆସନ୍ତା ୧୩ ତାରିଖରେ ଯାଜପୁରରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ବିଜେଡି କହିଛି ।

ନିଯୁକ୍ତି ଦେବାରେ ବିଜେପି ସରକାର ବିଫଳ:
ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି, "କୌଣସି ରାଜ୍ୟ ବା ଦେଶର ଭବିଷ୍ୟତ ନିର୍ମାଣରେ ଯୁବକ ଓ ଛାତ୍ର ମାନଙ୍କର ବିକାଶ ବିନା ସମ୍ଭବ ନୁହେଁ । ଏକ ବର୍ଷର ବିଜେପି ସରକାର, ରାଜ୍ୟରେ ଯୁବ ଓ ଛାତ୍ରଙ୍କୁ ଦେଇଥିବା ପ୍ରତିଶୃତି ପୂରଣରେ ବିଫଳ ହେବା ସହିତ ଯୁବକ ଓ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟର ୧.୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶୃତି ପାଣିର ଗାର ପାଲଟିଛି ।

ପରୀକ୍ଷାରେ ବଡ ବିଭ୍ରାଟ:

ଗତ ଏକ ବର୍ଷରେ ରାଜ୍ୟରେ ବିଭିନ୍ନ ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ବଡ ବିଭ୍ରାଟ ଦେଖିବାକୁ ମିଳିଛି । ଯେଉଁଥିପାଇଁ, ପରୀକ୍ଷାର୍ଥୀ ମାନେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିଛନ୍ତି । ଓଜେଏସ ପରୀକ୍ଷାରେ ପ୍ରଶ୍ନ ପତ୍ର ବିଭ୍ରାଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟିପ୍ପଣୀ ରାଜ୍ୟ ସରକାରଙ୍କ ପାରିବାପଣିଆକୁ କାଠଗଡାରେ ଛିଡା କରିଛି । ସେହିପରି ଷ୍ଟାଫ ସିଲେକସନ, ଓପିଏସସିର ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଥିଲା । କେଉଁଠି ପ୍ରଶ୍ନ ପତ୍ର ଲିକ ତ କେଉଁଠି ଭୁଲ ପ୍ରଶ୍ନ ପତ୍ର ବଣ୍ଟନ, ଯାହା ଫଳରେ ଗତ ଏକ ବର୍ଷ ଭିତରେ ଗୋଟିଏ ବି ପରୀକ୍ଷା ତ୍ରୁଟିଶୂନ୍ୟ ଭାବରେ କରିବାରେ ସକ୍ଷମ ହୋଇ ପାରି ନାହାନ୍ତି ସରକାର ।

ଅପର ପକ୍ଷରେ, ଉଚ୍ଚ ଶିକ୍ଷା ପାଇଁ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ନୂଆ ଓ ଛାତ୍ରବୃତିକୁ ମଧ୍ୟ ରାଜ୍ୟ ବିଜେପି ସରକାର ବାତିଲ କରି ଦେଇଛନ୍ତି । ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.