ETV Bharat / politics

Waqf ବିଲକୁ ନେଇ ବିଜେଡି ହାଇଡ୍ରାମା: କଂଗ୍ରେସ କଲା ଭବିଷ୍ୟବାଣୀ, ବିଜେପି କହିଲା ନବୀନ ଖଳନାୟକ - WAQF BILL ROW

Waqf ବିଲରେ ଭୋଟିଂକୁ ନେଇ ବିଜେଡିରେ ଜାରି ରହିଥିବା ହାଇ ଭୋଲ୍ଟେଜ ଡ୍ରାମା ରାଜ୍ୟର ରାଜନୀତିର ପାରଦ ବଢ଼ାଇଛି ।

କଂଗ୍ରେସ କଲା ଭବିଷ୍ୟବାଣୀ
କଂଗ୍ରେସ କଲା ଭବିଷ୍ୟବାଣୀ (ETV Bharat)
author img

By ETV Bharat Odisha Team

Published : April 8, 2025 at 8:27 PM IST

4 Min Read

ଭୁବନେଶ୍ବର: Waqf ବିଲରେ ଭୋଟିଂକୁ ନେଇ ବିଜେଡିରେ ଜାରି ରହିଥିବା ହାଇ ଭୋଲ୍ଟେଜ ଡ୍ରାମା ରାଜ୍ୟର ରାଜନୀତିର ପାରଦ ବଢ଼ାଇଛି । ଗତକାଲି ରାଜ୍ୟସଭା ସାଂସଦ ମୁନା ଖାଁ ନବୀନଙ୍କ ସହ ସାକ୍ଷାତ କଲା ପରେ ମଧ୍ୟ ଆଜି ସୁଦ୍ଧା ମୁହଁ ଖୋଲି ନାହାଁନ୍ତି ବିଜେଡି ସୁପ୍ରିମୋ । ତେବେ ନବୀନ କାହିଁକି ଚୁପ,ଦଳ ଭିତରେ ମୁଣ୍ଡ ଟେକିଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ପ୍ରଶମନ କରିବାରେ ସକ୍ଷମ ନୁହନ୍ତି କି ନବୀନ ? ନବୀନଙ୍କ ଏଭଳି ନୀରବତା ଖାଲି ବିଜେଡି ଦଳ ନୁହେଁ ରାଜ୍ୟବାସୀଙ୍କ ପାଖରେ ମିଲିୟନ ଡଲାର ପ୍ରଶ୍ନ ଛିଡା କରିଛି । ସବୁଠୁ ବଡ଼ କଥା ହେଉଛି ଦେଶରେ ଏକ ଅଗ୍ରଣୀ ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିବା ବିଜୁ ଜନତା ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ଆଗକୁ ଏହାର ଭୋଟ ବ୍ୟାଙ୍କକୁ ପୂର୍ବଭଳି ବାନ୍ଧି ରଖିବ ବିଜେଡି ନା ଏହାର ଫାଇଦା ନେବ କଂଗ୍ରେସ ।

  • କଂଗ୍ରେସର ଭବିଷ୍ୟବାଣୀ

କଂଗ୍ରେସ ଭବିଷ୍ୟବାଣୀ କରିଛି ଯେ ଆଗକୁ ତଳକୁ ଖସିବ ବିଜେଡି ଉପରକୁ ଉଠିବ କଂଗ୍ରେସ । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଦଳ ଭିତରେ ଏବେ ଗୋଷ୍ଠୀ ବିବାଦ ଉଗ୍ର ହେଉଥିବାରୁ ନବୀନ ଚୁପ ରହିଲେ ହେବ ନାହିଁ । ଆଗକୁ ଆସି ଏଭଳି ସ୍ଥିତିର ସାମ୍ନା କରି ଘଟଣା ବିଷୟରେ ସ୍ପଷ୍ଟତା ରଖନ୍ତୁ । ନଚେତ ଆଗାମୀ ଦିନରେ ବିଜେଡି ଦୁର୍ବଳ ହେବା ସହ ଏହି ସ୍ଥିତିର ଫାଇଦା କଂଗ୍ରେସ କିମ୍ବା ବିଜେପି ନେଇପାରେ ଯାହାକୁ ନେଇ ତେଜିଛି ରାଜନୀତି ।

କଂଗ୍ରେସ କଲା ଭବିଷ୍ୟବାଣୀ
କଂଗ୍ରେସ କଲା ଭବିଷ୍ୟବାଣୀ (ETV Bharat)

ବିଜେଡି ଏହି ସଙ୍କଟର କିଭଳି ସମାଧାନ କରୁଛି । ବିଜେଡି ଏକ ଆଦର୍ଶ ଭିତ୍ତିକ ଦଳ ଭାବେ ରହିବ ନା କୌଣସି ପ୍ରକାରେ କଥାଜୁ ଚପାଇ ଦେଇ ନୀତିହୀନ ସୁବିଧାଵାଦୀ ଦଳ ଭାବେ ରହିବ । ନବୀନଙ୍କ ଚୁପ ରହିବା ସୁଚେଇ ଦେଉଛି ଏହି ଘଟଣା ରେ ତାଙ୍କର ଭୂମିକା ରହିଛି । ପୂର୍ବରୁ ପ୍ୟାରୀ ମହାପାତ୍ରଙ୍କ ଘଟଣା ରେ ସେ ଆକ୍ସନ ନେଇଛନ୍ତି । ଏବେ କାହିଁକି ଚୁପ । ସୁବିଧାଵାଦୀ ରାଜନୀତି ଆଉ ଚାଲିବ ନାହିଁ,ଏମିତି ହେଲେ ଦଳ ବିଭାଜିତ ହୋଇଯିବ । ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ ନାହିଁ ତାହେଲେ ବିଜେଡି ଦୁର୍ବଳ ହେବ । ସାଧାରଣ ବିଜେଡି କର୍ମୀମାନଙ୍କ ଉପରେ ଯେଉଁଭଳି ପ୍ରଭାବ ପଡିଛି ସେମାନେ ନିଶ୍ଚିତ ଭାବେ ଏହି ପରିସ୍ଥିତିରେ କଂଗ୍ରେସକୁ ପସନ୍ଦ କରିବେ । ଦଳ ଯଦି ନୀତିଗତ କାରଣରୁ ବିଭାଜନ ହୁଏ ତାହେଲେ ଏହାର ଫାଇଦା କଂଗ୍ରେସ କୁ ଯିବ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ସକ୍ରିୟ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ବିଜେଡ଼ିର ଘମାଶାନକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନରସିଂହ ଏନେଇ ଭବିଷ୍ୟ ବାଣୀ କରିଛନ୍ତି । ‘‘ଆଗକୁ ବିଜେଡି ତଳକୁ ତଳକୁ ଯିବ ଆଉ କଂଗ୍ରେସ ଉପରକୁ ଉଠିବ । ନିର୍ବାଚନରେ ହାରିଯିବା ପରେ ବିଜେଡି ଖଣ୍ଡବିଖଣ୍ଡିତ ହେବାକୁ ଯାଉଛି । ବିଜେଡି ଦଳ ନେଉଥିବା ପଦକ୍ଷେପ ନିଆଁରେ ଘିଅ ଢାଳିବା ସଦୃଶ ହୋଇଗଲା ।ବିଜେଡ଼ି କହିଲା waqf ବିଲକୁ ଆମେ ବିରୋଧ କରିବୁ କିନ୍ତୁ ପରବର୍ତ୍ତୀ ସମୟରେ ବିବେକ ଅନୁସାରେ ଭୋଟ ଦେବାକୁ ନିର୍ଦ୍ଦେଶ ରହିଲା,ଯାହାକୁ ନେଇ ତୀବ୍ର ମତଭେବ ଦେଖାଦେଇଛି’’ ।

Waqf ବିଲ ରେ ଭୋଟିଂକୁ ନେଇ ବିଜୁ ଜନତା ଦଳରେ ଯେଉଁଭଳି ବିବାଦ ଲାଗିରହିଛି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟସଭାରେ ଭୋଟିଂ ପ୍ରକ୍ରିୟାରେ ୭ ଜଣ ରାଜ୍ୟସଭା ସାଂସଦଙ୍କ ଭିତରେ ୩ଟି ଆଭିମୁଖ୍ୟ ଦେଖିବାକୁ ମିଳିଛି ଯାହା ପ୍ରମାଣିତ କରୁଛି ଏବେ ବିଜେଡିର "all is not well" । ଜଣେ ଭୋଟିଂରୁ ବିରତ ରହିଲେ ,ଦୁଇ ଜଣ ବିଲ ବିରୋଧରେ ଯାଇ ଭୋଟ ଦେଲେ । ଆଉ ୪ ଜଣ ବିଲ ସପକ୍ଷରେ ଭୋଟ ଦେଲେ, ତେବେ ତିନୋଟି ଗ୍ରୁପରେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତାଙ୍କ ଏଭଳି କାର୍ଯ୍ୟ କେଉଁ ପରିସ୍ଥିତିରେ ହେଲା ତାହା ଅସ୍ପଷ୍ଟ ରହିଛି । ସର୍ବୋପରି ନବୀନଙ୍କ ନୀରବତା ବିଜେଡିର ସମସ୍ୟାକୁ ସମାଧାନ ପରିବର୍ତ୍ତେ ଅଧିକ ଗୋଳିଆ କରୁଛି । ବର୍ତ୍ତମାନ ତୃଣମୂଳ ସ୍ତରରେ ଥିବା କର୍ମୀ ଓ ନେତାଙ୍କ ଭିତରେ ଦଳର ରାଜନୈତିକ ଆଭିମୁଖ୍ୟ କଣ ହେବ ତାକୁ ନେଇ ସୃଷ୍ଟି ହୋଇଛି ଭ୍ରମ । ଅନିଶ୍ଚିତତା ଭିତରେ ବିଜେଡ଼ି ନେତା ଓ କର୍ମୀ ।

  • ନବୀନଙ୍କୁ ନାୟକ ଖଳନାୟକ କହିଲା ବିଜେପି

ସେପଟେ ବିଜେପି କହୁଛି ବିଜେଡ଼ିରେ ଯାହା ଚାଲିଛି, ସବୁ କାର୍ଯ୍ୟକ୍ରମର ମୁଖ୍ୟ ନାୟକ ବି ନବୀନ ଓ ଖଳନାୟକ ବି ନବୀନ ପଟ୍ଟନାୟକ । ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ । ଯାହା ଚାଲିଛି ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ । ୱାକଫ୍ ବିଲ୍ ଭୋଟିଂକୁ ନେଇ ଫାଳ ଫାଳ ବିଜେଡି ସଂସଦୀୟ ଦଳ। ଦଳ ଭିତରେ ଦୁଇ ଫାଳ ହୋଇଗଲାଣି ବିଜେଡି। ଏହାକୁ ନେଇ ବିଜେପି ଫାଇଦା ହାସଲ କରିବା ପାଇଁ ଉଦ୍ୟମ କରୁଛି ।

ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ‘‘ବିଜେଡ଼ିରେ ଯାହା ଚାଲିଛି, ସବୁ କାର୍ଯ୍ୟକ୍ରମର ମୁଖ୍ୟ ନାୟକ ବି ନବୀନ ଓ ଖଳନାୟକ ବି ନବୀନ ପଟ୍ଟନାୟକ । ନବୀନ ବାବୁ ଜଣେ ସାଇଲେଣ୍ଟ କିଲର୍ । ଯାହା ଚାଲିଛି ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ । ନବୀନ କେତେବେଳେ ନାୟକ ହୋଇଯାଉଛନ୍ତି, ପୁଣି କେତେବେଳେ ଖଳନାୟକ ହୋଇ ଓଡ଼ିଶାବାସୀଙ୍କ ଆଗରେ ଦେଖାଉଛନ୍ତି । ସବୁ ନବୀନ ବାବୁଙ୍କ ଇସାରାରେ ହେଉଛି । କାଳେ ଭୋଟ କମିଯିବ, ସେଥିପାଇଁ ପ୍ରଚାର କରୁଛନ୍ତି, ଯେ ନବୀନ କିଛି ଜାଣୁନାହାନ୍ତି । ଦିନେ ପ୍ୟାରୀ ବାବୁଙ୍କ ଠାରୁ ପରାମର୍ଶ ନେଉଥିଲେ, ଦରକାର ପଡ଼ିଲା ତାଙ୍କୁ ହଟାଇ ଦେଲେ । 25 ବର୍ଷ ଭିତରେ କାହାକୁ ପାଖରେ ରଖିଛନ୍ତି, କାହାକୁ ହଟାଇଛନ୍ତି ସମସ୍ତେ ଦେଖିଛନ୍ତି ।’

ଯେତେବେଳେ ୨୦୨୭ ପଂଚାୟତ ଏବଂ ପୌର ନିର୍ବାଚନ ଆଡକୁ ବିଜେପି ଏବଂ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସେତେବେଳେ ,ବିଜେଡି ଯିଏକି ପଞ୍ଚାୟତ ଏବଂ ପୌରାଞ୍ଚଳରେ ନିଜର ଆଧିପତ୍ୟ ବା ଦବଦବା ରଖିଛି ତାହା ବଜାୟ ରଖିବ ନା ବିଜେଡି ହାତରୁ ଖସିଯିବ ତାକୁ ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ:

ବିଜେଡିରେ କୁହୁଳୁଛି ଅସନ୍ତୋଷ, ଦଳ ଭିତରେ ଅସମ୍ଭବ ନୀରବତା !

ବିଜେଡି ପଲିଟିକ୍ସ; ମୌକା ଦେଖି ରାଗ ସୁଝାଉଛନ୍ତି ହାରୁ ଓ ବିତାଡିତ ନେତା

ଦେବାଶିଷଙ୍କୁ ଘେରିଲେ ପାଣ୍ଡିଆନ ସପକ୍ଷବାଦୀ ସାଂସଦ, ‘ବିବେକାନୁମୋଦିତ ଭୋଟ ଦେବାକୁ କହିଥିଲେ ନବୀନ’

ଶକ୍ତି ପ୍ରଦର୍ଶନ କଲେ ମୁନ୍ନା: ପାଣ୍ଡିଆନ ଗୋ ବ୍ୟାକ ନାରାରେ କମ୍ପିଲା ନବୀନ ନିବାସ, କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ବିଗତ ୨୪ ବର୍ଷ ହେବ ରାଜ୍ୟରେ ଶାସନ କରୁଥିବା ବିଜେଡି ନିଜର ଆଧିପତ୍ୟ ବିସ୍ତାର କରି ରଖିଥିଲା । ତୃଣମୂଳ ସ୍ତରରେ ବିଜେଡ଼ି ଭୋଟ ନିଜ ସପକ୍ଷରେ ରଖିବାରେ ସଫଳ ହେଉଥିଲା । ରାଜ୍ୟରେ ୩୧୪ ବ୍ଲକ ରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ବ ପଞ୍ଚାୟତରେ ଲକ୍ଷାଧିକ ବିଜେଡି ଭୋଟର ଏବେ ଆଶା ଆଉ ଆଶଙ୍କାରେ । ନବୀନଙ୍କ ନୀରବତାକୁ ନେଇ ସସପେନ୍ସ ଲାଗିରହିଥିବା ବେଳେ ଆଗାମୀ ଦିନରେ ଦଳର ପଦର୍ଶନ କିଭଳି ହେବ ତାକୁ ନେଇ ବିଜେଡି କର୍ମୀ ଓ ତୃଣମୂଳ ସ୍ତରର ନେତା ସନ୍ଦିହାନ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.