ETV Bharat / politics

ପୁନର୍ବାର ସଭାପତି ହେବେ ନବୀନ, ଛାମୁଆ ସଂଗଠନ ଲାଗି ଲବି ଜୋରଦାର - NAVEEN PATNAIK FILE NOMINATION

ବିଜେଡି ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ । ସେପଟେ ଛାମୁଆ ସଂଗଠନ ଲାଗି ଲବି ଜୋରଦାର ।

ପୁନର୍ବାର ସଭାପତି ହେବେ ନବୀନ
ପୁନର୍ବାର ସଭାପତି ହେବେ ନବୀନ (ETV Bharat Odisha)
author img

By ETV Bharat Odisha Team

Published : April 17, 2025 at 9:56 PM IST

4 Min Read

ଭୁବନେଶ୍ବର: ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଧାର୍ଯ୍ୟ ସମୟ ମଧ୍ୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ନବମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାକୁ ଯାଉଛନ୍ତି ନବୀନ । ଆସନ୍ତା 19 ତାରିଖରେ ଏନେଇ ଔପଚାରିକ ବିଧିବଦ୍ଧ ଘୋଷଣା ହେବ । ସେପଟେ ଅନ୍ୟ ଛାମୁଆ ସଂଗଠନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହେବା ଲାଗି ଦଳରେ ଜୋରଦାର ଲବି ଆରମ୍ଭ ହୋଇଛି ।

ପୁନର୍ବାର ସଭାପତି ହେବେ ନବୀନ
ପୁନର୍ବାର ସଭାପତି ହେବେ ନବୀନ (ETV Bharat Odisha)

ସଭାପତି ପାଇଁ ନାମାଙ୍କନ ଭରିଲେ ନବୀନ:

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ପୂର୍ବାହ୍ନରେ ଶଙ୍ଖ ଭବନକୁ ଯାଇ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅପରାହ୍ନ 1 ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ସମୟ ଥିବା ଆଉ କେହି ପ୍ରାର୍ଥୀତ୍ବ ଦାଖଲ କରିନାହାନ୍ତି । ତେଣୁ ନିର୍ଦ୍ଵନ୍ଦ୍ବରେ ବିଜେଡି ସଭାପତି ନବୀନ ନିର୍ବାଚିତ ହେବେ । ଏନେଇ ଆସନ୍ତା 19 ତାରିଖରେ ବିଧିବଦ୍ଧ ଔପଚାରିକ ଘୋଷଣା ହେବ । ଫଳରେ ନବମ ଥର ପାଇଁ ନବୀନ ବିଜେଡି ସଭାପତି ହେବା ସ୍ପଷ୍ଟ ହୋଇଛି । ନିର୍ବାଚନ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 355 ଜଣିଆ ଷ୍ଟେଟ କାଉନସିଲ ଗଠନ ହୋଇଛି । ଆସନ୍ତା 19 ତାରିଖରେ 81 ଜଣିଆ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାଁ ଘୋଷଣା ହେବ ।

19ରେ ହେବ ବିଧିବଦ୍ଧ ଘୋଷଣା:

ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ କହିଛନ୍ତି, ‘ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲା ସଭାପତି ନିର୍ବାଚନ ହୋଇଛି । ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ସାଙ୍ଗରେ ହୁଏ । ରାଜ୍ୟ ପରିଷଦ ଓ ରାଜ୍ୟ ପରିଷଦରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ହୁଏ । ସଭାପତି ପଦ ପାଇଁ ଆଜି ପୂର୍ବାହ୍ନ 10ରୁ ଅପରାହ୍ନ 1 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ଏହି ସମୟ ମଧ୍ୟରେ କେବଳ ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା 19 ତାରିଖ ପୂର୍ବାହ୍ନ 11ରେ ଏନେଇ ବିଧିବଦ୍ଧ ଘୋଷଣା ହେବ । ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀର ବୈଠକ ଡକାଯାଇ ସଭାପତିଙ୍କ ନାଁ ଘୋଷଣା ହେବ । ରାଜ୍ୟ ପରିଷଦରରେ 355 ଜଣ ସଦସ୍ୟ ଅଛନ୍ତି । ସେହିପରି ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ସଂଖ୍ୟା 81 ।’

ଛାମୁଆ ସଂଗଠନର ନେତୃତ୍ୱ ନେବା ଲାଗି ଜୋରଦାର ଲବି:

ନବୀନ ପୁନର୍ବାର ରାଜ୍ୟ ସଭାପତି ହେବେ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ନବୀନଙ୍କ ନମ୍ବର ଦୁଇ କିଏ ହେବେ ଚର୍ଚ୍ଚା ଲାଗି ରହିଛି । ସେହିପରି ଦଳର ବିଭିନ୍ନ ଛାମୁଆ ସଂଗଠନର ନେତୃତ୍ୱ ନେବା ଲାଗି ଦଳ ଭିତରେ ଜୋରଦାର ଲବି ଆରମ୍ଭ ହୋଇଛି । ଯୁବ, ଛାତ୍ର ଓ ମହିଳା ସଂଗଠନର ନେତୃତ୍ୱରେ ନେବା ଲାଗି ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଯୁବ ବିଜେଡି ସଭାପତି ଲାଗି ଆରମ୍ଭରୁ ଆଗରେ ଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଛାତ୍ର ସଂଗଠନର ନେତୃତ୍ୱ ନେଇ ସଫଳ ହୋଇଥିବା ଦେବୀ ଯୁବ ସଭାପତି ହେବାକୁ ଅଶାୟୀ ଥିଲେ । କିନ୍ତୁ କିଛି ମାସ ହେଲା ଦଳରେ ସୃଷ୍ଟି ହୋଇଥିବା ବିବାଦ ପାଇଁ ସେ ଯୁବ ସଭାପତି ରେସରୁ ବାଦ ପଡିପାରନ୍ତି । ଯୁବ ନେତାଙ୍କ ମେଳିରେ ସାମିଲ, ବାପା ପ୍ରଭାତ ତ୍ରିପାଠୀଙ୍କୁ ଦଳରେ ବିବାଦ ତାଙ୍କୁ ଏଥିରୁ ବଞ୍ଚିତ କରିପାରେ । କାରଣ ବର୍ତ୍ତମାନ ବିଜେଡିର ଗୋଟେ ଗୋଷ୍ଠୀ ଦେବୀଙ୍କ ବିପକ୍ଷରେ ଅଛନ୍ତି ।

ଏମାନଙ୍କ ନାଁ ଅଛି ଚର୍ଚ୍ଚାରେ:

ସେହିପରି ୱାକଫ ବିଲ ବିବାଦରେ ମୁହଁ ଖୋଲି ଦଳର ଗୋଟେ ଶକ୍ତିଶାଳୀ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିପାରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେଥିପାଇଁ ଶୁଭାଶିଷଙ୍କ ନାଁ ଯୁବ ସଭାପତିଙ୍କ ପାଇଁ ଆଗକୁ ଆସିଛି । ବାଣୀବିହାରର ପରେ ରାଜ୍ୟର ଛାତ୍ର ନେତୃତ୍ୱକୁ ବଳ ଯୋଗାଇଥିବା ଚିନ୍ମୟ ସାହୁଙ୍କ ନାଁ ମଧ୍ୟ ଯୁବ ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଛି । ଚିନ୍ମୟଙ୍କୁ ବିଧାୟକ ତଥା ବରିଷ୍ଠ ନେତା ଅରୁଣ ସାହୁଙ୍କ ସମର୍ଥନ ରହିଛି । ଦଳ ଭିତରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ପୁନର୍ବାର ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟଙ୍କୁ ସଭାପତି ପଦ ଦିଆଯାଇପାରେ ବୋଲି ଆକଳନ ହେଉଛି । ଭଦ୍ରକ ଜିଲ୍ଲାରୁ ଆସୁଥିବା ବ୍ୟୋମକେଶଙ୍କୁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ କାଉଣ୍ଟର କରିବା ଲାଗି ଦଳ ଏହି ନିଷ୍ପତ୍ତି ନେଇପାରେ ।

ଛାତ୍ର ସଙ୍ଗଠନ ନେତୃତ୍ବ ନେବାକୁ ଏମାନେ ଆଶାୟୀ:

ଛାତ୍ର ସଂଗଠନ ନେତୃତ୍ୱ ନେବାକୁ ଦଳରେ 10ରୁ ଅଧିକ ଅଶାୟୀ ଆଗକୁ ଆସିଲେଣି । ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥି, ହରିଶଙ୍କର ରାଉତ, ପ୍ରଦୋଷ ପରିଡ଼ା, ରାଜେଶ ରାଜ ସ୍ବାଇଁ ଓ ଇପସିତା ସାହୁ ଆଶାୟୀ ଅଛନ୍ତି । କଟକ ଜିଲ୍ଲାକୁ ସନ୍ତୁଷ୍ଟ କରିବା ପାଇଁ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଛାତ୍ର ସଂଗଠନର ନେତୃତ୍ୱ ମିଳିପାରେ । ପୁରୀ ଜିଲ୍ଲାରେ ଦୁର୍ବଳ ସଂଗଠନକୁ ସଜାଡିବା ଲାଗି ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଏହି ଦାୟିତ୍ୱ ପାଇଁ ଦଳର ଗୋଟେ ଗୋଷ୍ଠୀ ସମର୍ଥନ କରୁଛି । ସେହିପରି ହରିଶଙ୍କରଙ୍କୁ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମର୍ଥନ ଥିବାବେଳେ ପ୍ରଦୋଷଙ୍କ ପଛରେ ଅଛି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମର୍ଥନ । ରାଜେଶଙ୍କ ପଛରେ ରହିଛି ଅରୁଣଙ୍କ ସମର୍ଥନ । ମହିଳା ନେତ୍ରୀ ଭାବେ ଇପ୍ସିତା ସାହୁଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି ।

ମହିଳା ସଙ୍ଗଠନ ପାଇଁ ଦାବିଦାର ଅନେକ:

ବିଜେଡି ମହିଳା ସଂଗଠନ ପାଇଁ ଦାବିଦାରଙ୍କ ସଂଖ୍ୟା ମଧ୍ୟ ବେଶ ଲମ୍ବା । ପୁନର୍ବାର ସଭାନେତ୍ରୀ ପାଇଁ ସ୍ନେହାଙ୍ଗିନୀ ଛୁରିଆ ଆଶାବାଦୀ ଥିବାବେଳେ ବିଧାୟିକା ସୁବସିନୀ ଜେନା, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଶ୍ରୀମୟୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଓ ସାଂସଦ ସୁଲତା ଦେଓ ଆଶାୟୀ ରେସରେ ଅଛନ୍ତି । ସ୍ନେହାଙ୍ଗିନୀଙ୍କ ଦାବିଦାରୀକୁ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସମର୍ଥନ ରହିଛି । ଲତିକାଙ୍କୁ ଅତନୁ, ଦେବୀ ଓ ବବିଙ୍କ ସମର୍ଥନ ଥିବା କଥା କୁହାଯାଉଛି । ନିର୍ବାଚନ ଟିକେଟରୁ ବଞ୍ଚିତ ଶ୍ରୀମୟୀ ମିଶ୍ରଙ୍କୁ ଦଳ ସନ୍ତୁଷ୍ଟ କରି ଟ୍ରାକକୁ ଆଣିବା ଲାଗି ଚେଷ୍ଟା କରିପାରେ ।

ଏହା ମଧ୍ୟ ପଢନ୍ତୁ:

ଛିଣ୍ଡୁନି ବିଜେଡି ଅଙ୍କ, ଫାଙ୍କା ରହିଲା 15 ଜିଲ୍ଲା ସଭାପତି ଘୋଷଣା

ବିଜେଡି ସଂଗଠନ ନିର୍ବାଚନ, 18 ଜିଲ୍ଲା ପାଇଲା ସଭାପତି

ପଞ୍ଚାୟତ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ, ଚିନ୍ତାରେ ବିଜେଡି

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ଛାମୁଆ ସଂଗଠନର କର୍ମକର୍ତ୍ତା ଘୋଷଣା ଆସନ୍ତା 19 ତାରିଖ ପରେ ଆରମ୍ଭ ହେବ । ଏହା ସହ ବିଜେଡିର ବିଭିନ୍ନ ସେଲ ବା ସାମୁଖ୍ୟ ମଧ୍ୟ ଗଠନ ହେବ । ଶ୍ରମିକ ସାମୁଖ୍ୟ ଗଠନ ହୋଇଛି । ଏସସି ଏସଟି, ସଂଖ୍ୟାଲଘୁ, ସାଂସ୍କୃତିକ ସାମୁଖ୍ୟ ଗଠନ ହେବ । ବରିଷ୍ଠ, କନିଷ୍ଠ, ଦକ୍ଷତା, ଅଞ୍ଚଳ ମଧ୍ୟରେ ସମନ୍ୱୟର ସନ୍ତୁଳନ ରକ୍ଷା କରି ନିଷ୍ପତ୍ତି ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.