ETV Bharat / opinion

ଅପରେସନ ସିନ୍ଦୂର: ନା ମିଳିଲା ହାସ୍ ଟାଗ, ନା ମିଳିଲା ବିଜୟ ଗୌରବ; ଅସ୍ତ୍ର ଯୁଦ୍ଧରେ ଜିତି ବି ସୂଚନା ଯୁଦ୍ଧରେ ହାରିଗଲା ଭାରତ - OPERATION SINDOOR

ବେଶ ଭାବିଚିନ୍ତି ବୁଦ୍ଦିମତାର ସହ କରଯାଇଥିଲା ଅପରେସନ ସିନ୍ଦୂର । ଭାରତ ବିଜୟର ଶୀର୍ଷ ଛୁଇଁଲା, ହେଲେ ଏହି ବିଜୟର ଖୁସି କଳା ବାଦଲର ଉହାଡରେ ଲୁଚିଗଲା ।

Chief of Defence Staff General Anil Chauhan visits Headquarters Western Air Command for operational discussions with Air Marshal Jeetendra Mishra, AOC-in-C, WAC, in New Delhi on May 23, 2025
Chief of Defence Staff General Anil Chauhan visits Headquarters Western Air Command for operational discussions with Air Marshal Jeetendra Mishra, AOC-in-C, WAC, in New Delhi on May 23, 2025 (ANI)
author img

By Brig Rakesh Bhatia

Published : June 10, 2025 at 11:08 PM IST

5 Min Read

ଭାରତର ଫାଇଟର ଜେଟ ସୁରକ୍ଷିତ ଭାବେ ଫେରି ଆସିଥିଲା । ବେଶ ଭାବିଚିନ୍ତି ବୁଦ୍ଦିମତାର ସହ କରଯାଇଥିଲା ଅପରେସନ ସିନ୍ଦୂର । କେଉଁଠି କିଛି ତ୍ରୁଟି ନ ଥିଲା । ପାକିସ୍ତାନର ସୀମା ଲଙ୍ଘି ଭାରତୀୟ ସେନା ଧ୍ଵଂସ କଲା ଆତଙ୍କୀ ଆଡ୍ଡା, ପାକ ଏଆର ବେସ । ଭାରତର ଆକ୍ରମଣ ଯେତିକି ଶକ୍ତିଶାଳୀ ଥିଲା, ସେତିକି ଲକ୍ଷ୍ୟଭେଦୀ ଥିଲା ।

ହେଲେ ଏହି ଯୁଦ୍ଧର ଧୂଆଁ ଲିଭିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଆଉ ଏକ ଯୁଦ୍ଧ । ଯେଉଁ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ନ ଥିଲା । ଏ ଯୁଦ୍ଧ ମିସାଇଲ ଯୁଦ୍ଧ ନ ଥିଲା, ଥିଲା ବାର୍ତ୍ତାର ଯୁଦ୍ଧ, ସୂଚନାର ଯୁଦ୍ଧ । ଏ ଯୁଦ୍ଧ ଥିଲା ବିଶ୍ଵ ଦରବାରରେ ଭାରତର ବାର୍ତ୍ତା ପହଞ୍ଚାଇବାର, ବିଶ୍ଵ ସମୁଦାୟର ଚିନ୍ତାଧାରା ବଦଳାଇବାର ।

ଯୁଦ୍ଧର ନୂଆ ନିୟମ

ପି ଡବ୍ଲିଉ ସିଙ୍ଗର ଏବଂ ଏମର୍ସନ ବୃକିଙ୍ଗ ତାଙ୍କର ପୁସ୍ତକ “LikeWar: The Weaponization of Social Media”ରେ 5ଟି ନୀତି ଉପରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଆଧୁନିକ ସଂଘର୍ଷକୁ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି । ସେହି 5ଟି ନୀତି କୁ ନେଇ ଆଜିର ଏହି ଆଲେଖ୍ୟ। ଅପରେସନ ସିନ୍ଦୂର ସମୟରେ ଏହି 5ଟି ନୀତିକୁ ହିସାବ କରିବାରେ ବିଫଳ ହୋଇଥିଲା ଭାରତ ।

ସୋସିଆଲ ମିଡିଆ ଆଡକୁ ମାଡିଚାଲେ ଏ ଯୁଦ୍ଧ

ଏ ଯୁଦ୍ଧ ପାଇଁ ସେନା ମୋର୍ଚ୍ଚାର ଆବଶ୍ୟକତା ନାହିଁ । ଆବଶ୍ୟକତା ଅଛି ସମୟର । ଏ ଯୁଦ୍ଧ ସେଇ ଦିଗକୁ ମାଡି ଚାଲିଥାଏ, ଯେଉଁଠି ଲୋକ ସୋସିଆଲ ମିଡିଆରେ ବେଶି ଆକ୍ଟିଭ ଥାନ୍ତି । ପାକିସ୍ତାନ ଏହି ତତ୍ଵକୁ ଠିକ ଭାବେ ବୁଝି ପାରିଥିଲା । ଭାରତ ଆକ୍ରମଣ କରିବାର ମାତ୍ର କେଇ ମିନିଟ ପରେ ପାକିସ୍ତାନର ମିଲିଟାରୀ ୱିଙ୍ଗସ, ISPR(ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ) ପ୍ରଚାର ଆରମ୍ଭ କରିଦେଇଥିଲା । ବୋମାରେ ଧ୍ଵଂସ ହୋଇଥିବା ମସଜିଦର ଚିତ୍ର, ଆହତ ହୋଇଥିବା ନୀରିହ ଜନତା, କ୍ରନ୍ଦନରତ ଶିଶୁଙ୍କ ଫଟୋ ଛାଡିଥିଲା । ଏହାଭିତରୁ ଅଧିକାଂଶ ଫଟୋ ଥିଲା ନକଲି ଏବଂ ପୁରୁଣା । ତଥାପି ସେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା ଏବଂ ବିଶ୍ଵ ସମୁଦାୟର ସମବେଦନା ନିଜ ପକ୍ଷକୁ ଆଣିବାର ଚେଷ୍ଟା କରୁଥିଲା ।

ଏହି ଚିତ୍ରର ବନ୍ୟା ବିଶେଷ କରି x, ୟୁ ଟିୟୁବ, ଅଲ ଜଜିରା, TRT ୱର୍ଲ୍ଡ,ପରି ଇଣ୍ଟରନାଶନାଲ ନିଉଜ ରୁମରେ ଦେଖିବାକୁ ମିଳିଥିଲା । ଏହି ଭିଜୁଆଲ ପକାଇ ବିଶ୍ଵ ଜନମତ ସଂଗ୍ରହ କରି ନେଇଥିଲା ପାକିସ୍ଥାନ । ହେଲେ ଭରତ ଏଥିରେ ବିଫଳ ହୋଇଥିଲା । ଭରତ ନା ଆକାଶ ମାର୍ଗରୁ ଚିତ୍ର ଦେଖାଇ ପାରିଥିଲା ନା ବିଶ୍ଵସନୀୟ ଫୁଟେଜ ରଖି ପାରିଥିଲା । ଏପରିକି ସୁସଙ୍କଳିତ ମିଡିଆ ରିଲିଜ ବି ଦେଖାଇ ପାରି ନ ଥିଲା । ଏକ ଆଭ୍ଯନ୍ତରୀଣ ସମୀକ୍ଷାରେ କୁହାଯାଇଛି, ଭାରତର ରଣନୀତିକ ସ୍ଥିତି ସ୍ଥିର ହେବା ପୂର୍ବରୁ ଯେମିତି ଏହାକୁ ହାଇଜାକ କରିନିଆ ଯାଇଥିଲା ।

ଭାଇରାଲ ଖବର ବ୍ୟାପିଥାଏ, ସତ୍ୟ ଖବର ନୁହେଁ

ବର୍ତ୍ତମାନ ସ୍ଥିତି ଏମିତି ହୋଇଛି, ସତ୍ୟତା ନ ଥିଲେବି ଯାହା ସତ୍ୟ ପରି ଲାଗୁଛି ତାହା ଦ୍ରୁତ ଗତିରେ ବ୍ୟାପୀ ଯାଉଛି । ପାକିସ୍ତାନ କୁମ୍ଭୀର କାନ୍ଦଣା କାନ୍ଦି, ମିଛ ଛବି ଦେଖାଇ ଖୁବ ଶୀଘ୍ର ଅନଲାଇନକୁ ଚାଲି ଆସିଥିଲା । ଅନ୍ୟପକ୍ଷେ ଭାରତର ଉତ୍ତର ଯଥେଷ୍ଟ ବିଳମ୍ବରେ ଆସିଥିଲା । ହେଲେ ଲୋକ ସେତେବେଳକୁ ଏହି ମିଛ ଦୃଶ୍ୟପଟ୍ଟକୁ ଗ୍ରହଣ କରି ସାରିଥିଲେ ।

ଏହି ସ୍ରୋତ ଆହୁରି ବ୍ୟାପୀ ଚାଲିଥିଲା ଯେତେବେଳେ ଲୋକେ ଅଧିକରୁ ଅଧିକ ଏହିପରି ଦ୍ରୁଶ୍ଯ ଦେଖିବାକୁ ଲାଗିଲେ । ଅଧିକ ଦେଖିବାର ଅର୍ଥ ଟିଭି ଓ ସୋସିଆଲ ମିଡିଆ ପାଇଁ ଅଧିକ ଅର୍ଥ ରୋଜଗାରର ବାଚ ଖୋଲିବା । ତେଣୁ କହିବାକୁ ଗଲେ, ମିଛ ଖବର ଦ୍ରୁତ ଗତିରେ ଅଧିକ ଦୂର ବ୍ୟାପି ଯାଇପାରେ ।

ଆଧୁନିକ ସଂଘର୍ଷ ବା ଯୁଦ୍ଧ କେବଳ ତଥ୍ୟକୁ ନେଇ ନୁହେଁ ବରଂ କେମିତି ଏହାକୁ ଆକାର ଦିଆଯାଉଛି ତାହାକୁ ନେଇ ହୋଇଥାଏ । ଯିଏ ଧ୍ୟାନ ଆକର୍ଷିତ କରିଥାଏ ସେ ଧାରଣାକୁ ଆକାର ଦେଇଥାଏ । ପାକିସ୍ତାନର ଚିତ୍ର ଓ କାହାଣୀ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥିଲା ହେଲେ ଭାରତର ନୀରବତା ଏ ଦିଗରେ ବିଫଳ ହୋଇଥିଲା ।

ଧ୍ୟାନ ଆକର୍ଷଣ ପାଲଟିଲା ସବୁଠାରୁ ବିବାଦୀୟ କ୍ଷେତ୍ର

ଏପରିକି ଏହି ସଂଘର୍ଷ ଭିତରକୁ ବରିଷ୍ଠ ନେତୃତ୍ଵଙ୍କୁ ବି ଟଣାଯାଇଥିଲା । ପ୍ରତିରକ୍ଷା ମୁଖ୍ୟ(ସିଡିଏସ) ଙ୍କ ଦ୍ଵାରା ସାବଧାନତା ପୂର୍ବକ ଲେଖା ଯାଇଥିବା ଇଣ୍ଟରଭିୟୁର ଉଦ୍ଦେଶ୍ୟ ଥିଲା ଭାରତରେ ସଞ୍ଜମତା ଏବଂ ପରିଚାଳନାଗତ ସ୍ପଷ୍ଟତାକୁ ସାମନାକୁ ଆଣିବା । ହେଲେ ଏହାକୁ ଭୁଲ ଭାବେ ଉପସ୍ଥାପିତ କରଯାଇଥିଲା । ଜାତୀୟ ଏବଂ ଆନ୍ତର୍ଜାତୀୟ ମିଡିଆ ଉଭୟେ ଏହାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରିଥିଲେ । ଏକ ଶାନ୍ତ ବୃତ୍ତିଗତ ପ୍ରଦର୍ଶନ ପାଇଁ ଯାହା ଉଦ୍ଦିଷ୍ଟ ଥିଲା, ତାହା ଦ୍ୱନ୍ଦ୍ୱର ଉତ୍ସ ପାଲଟିଗଲା ।

ଭାରତର ଏହି କ୍ଷତି ଆକସ୍ମିକ ନଥିଲା । ଦୃଢ, ଏକୀକୃତ, ପୂର୍ବପ୍ରସ୍ତୁତ ଯୋଗାଯୋଗ ରଣକୌଶଳର ଅଭାବ ଯୋଗୁ ଭାରତକୁ ଏପରି ବିଫଳତାର ସାମ୍ନା କରିବାକୁ ପଡିଲା । ଏହା ବ୍ଯତୀତ ନିଜ ଖବରକୁ ସାମ୍ନାକୁ ଆଣିବା ପାଇଁ ଭାରତର କୌଣସି ମିଲିଟାରୀ ମିଡିଆ ହାଉସ ନ ଥିବା ମଧ୍ୟ ଏହି ବିଫଳତାର କାରଣ ବୋଲି କୁହାଯାଇ ପାରିବ ।

ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଥିଲା ଧାରଣା

ଅପରେସନ ସିଂଦୂରରେ ଭାରତୀୟ ସେନାର ଲକ୍ଷ୍ୟ ଥିଲା କେବଳ ପ୍ରତିରୋଧ । ହେଲେ ପ୍ରତିରୋଧ ସେତିକିବେଳେ କାମ କରିବ ଯେତେବେଳେ ଅନ୍ୟମାନେ ବିଶ୍ବାସ କରିବେ ଯେ ତୁମେ ଏହାକୁ ହାସଲ କରିଛ । ଏହି ଅପରେସନରେ ଭରତ ସାଧାରଣ ନାଗରିକଙ୍କୁ ଟାରଗେଟରେ ରଖି ନ ଥିଲା । ତଥାପି ବିଶ୍ଵ ଜନମତ ଭିନ୍ନ ଦୃଷ୍ଟିରେ ଏହାକୁ ଦେଖିଥିଲେ ।

ଏପରିକି ଭାରତର ରଣନୀତିକ ସହଯୋଗୀମାନେ ନୀରବ ରହିଲେ । ଆମେରିକା ଯୁଦ୍ଧ ବିରତି ପାଇଁ କହିଲା । ଏଠି ଆମେରିକା ଭାରତ ଏବଂ ପାକିସ୍ତାନ ଉଭୟଙ୍କୁ ସମାନ ମାନ୍ୟତା ଦେଇଥିଲା ଆମୋରିକା । ଏ କ୍ଷେତ୍ରରେ କୂଟନୀତିକ ପରିଣାମ ମଧ୍ୟ ନୈରାଶ୍ୟଜନକ ଥିଲା ।

ଭାରତ ତାର ଶକ୍ତିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିଥିଲା, ତଥାପି “ପ୍ରତିରୋଧ”ର ରାଜନୈତିକ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । କାରଣ “ଧାରଣା” ଭୌତିକତାକୁ ଗ୍ରହଣ କରିସାରିଥିଲା ।

ଏ ଯୁଦ୍ଧରେ ସମସ୍ତେ ଥିଲେ ଜଣେ ଜଣେ ସେନା

ଆଜିର ଏହି “ସୂଚନା ଯୁଦ୍ଧ”ରେ ପ୍ରତ୍ଯେକ ଯେମିତି ଯୁଦ୍ଧକ୍ଷେତ୍ରରେ ଜଣେ ଜଣେ ସେନା ପାଲଟି ଯାଇଥିଲେ । ନିଉଜ ଆଙ୍କର, ଇନଫ୍ଳୁଏନ୍ସର, ମିମସ କ୍ରିଏଟର ଏବଂ ସମାଲୋଚକ ସମସ୍ତେ ପାଲଟି ଯାଇଥିଲେ ଯୋଦ୍ଧା, ଯେଉଁମାନଙ୍କୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିଲେ ।

TV ଆଙ୍କର ମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ କରିଦେଇଥିଲେ । କେହି କେହି କରାଚି ବନ୍ଦର ଉପରେ ବୋମାମାଡ ହୋଇଥିବା ବି ଘୋଷଣା କରିଦେଲେ । କେହି କେହି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବଙ୍କର ଭିତରେ ଲୁଚିଛନ୍ତି । ଗ୍ଲୋବାଲ ଫ୍ଯାକ୍ଟ ଚେକର ଏପରି ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଥିଲେ । ହେଲେ ସେତେବେଳକୁ ଯାହା ହେବାର କଥା ହୋଇ ସାରିଥିଲା । ଭାରତ ତାର ବିଶ୍ଵାସନୀୟତା ହରାଇ ସାରିଥିଲା । ତେବେ ଦୁଃଖର କଥା, ଏ ଦୁର୍ଦ୍ଦିନ ଆସିଥିଲା ଶତ୍ରୁ ପାଇଁ ନୁହେଁ ନିଜ ଦେଶର ମିଡିଆ ହାଉସ ପାଇଁ ।

ସବୁଠାରୁ ପରିତାପର ବିଷୟ ଥିଲା, କେତେକ ମିଡିଆ ହାଉସ ଧର୍ମ ଆଖ୍ୟା ଦେଇ ଏହାକୁ ସମ୍ପ୍ରଦାୟିକତା ରୂପ ଦେଇଥିଲେ । ଏହି କ୍ଲିପକୁ ମୁସଲିମ ଜଗତକୁ ଦେଖାଇ ପାକିସ୍ତାନ ନିଜକୁ ପୀଡିତ ବୋଲି ପ୍ରମାଣ ଦେବାରେ ସଫଳ ହୋଇଥିଲା ।

କଣ ଥିଲା ଭାରତୀୟ ମିଡିଆର ତ୍ରୁଟି ?

ରୁବେନ ବାନାର୍ଜୀ ତାଙ୍କ ପୁସ୍ତକ “ଏଡିଟର ମିସିଂ: ଦ ମିଡିଆ ଇନ ଟୁଡେଜ ଇଣ୍ଡିଆ’’ରେ ଆଜିର ସାମ୍ବାଦିକତାକୁ କଡା ସମାଲୋଚନା କରି ଲେଖିଛନ୍ତି, ଆଜିକାଲି ଗୋଟିଏ ଗୋଷ୍ଠୀ କ୍ଷମତାରେ ଥିବା ସରକାର ସପକ୍ଷରେ ପ୍ରଚାର କରିଚାଲେ, ଅନ୍ୟ ଗୋଟିଏ ଗୋଷ୍ଠୀ ଏହାକୁ ସମାଲୋଚନା କରିବାର କୌଣସି ସୁଯୋଗ ଛଡେନି । ଏହି ପକ୍ଷପାତପୂର୍ଣ୍ଣ ପ୍ରତିଯୋଗୀତା ଜାତୀୟ ଏକତାକୁ ନଷ୍ଟ କରିଥାଏ । ଏହା ଦ୍ଵାରା ବାସ୍ତବ ସମ୍ବାଦିକତାର ଜାଗା ନିଏ ବିଚାରାଗତ ପ୍ରଦର୍ଶନ । ସତ୍ୟ ଏଠି ଦୁର୍ବଳ ହୋଇପଡେ ବୋଲି ବାନାର୍ଜୀ ଚେତାବନୀ ଦେଇଛନ୍ତି । ଭାରତୀୟ ମିଡିଆ 4ର୍ଥ ସ୍ତମ୍ଭ ହୋଇ ଆଉ ନାହିଁ । ସମ୍ବାଦିକତା ଏକ କୋଳାହଳମୟ କାର୍ଯ୍ୟରେ ପରିଣତ ହୋଇଛି । ଜାତୀୟ ବିପତ୍ତି ସମୟରେ ଏହାର ସ୍ଵର ସ୍ପଷ୍ଟତା ଏବଂ ବିଶ୍ଵାସନୀୟତାକୁ ନଷ୍ଟ କରି ଦେଉଛି ।

ଅପରେସନ ସିଂଦୂର ସମୟରେ ଶୃଙ୍ଖଳିତ ସମ୍ପାଦକୀୟର ଅଭାବ ଯୋଗୁ ଅନେକ ଷଡଯନ୍ତ୍ରପୂର୍ଣ ତଥ୍ୟ, ଭ୍ରମାତ୍ମକ ଖବର, ଘୃଣା ଉଦ୍ରେକକାରୀ ଖବର ପ୍ରକାଶ ପାଇଲ। ଏଠି ମିଡିଆ ଯୁଦ୍ଧର ରିପୋର୍ଟ କରୁ ନ ଥିଲା, ବରଂ ପ୍ରଦର୍ଶନ କରୁଥିଲା। ତାହା ପୁଣି ଅତି ଖରାପ ଭାବେ ପ୍ରଦର୍ଶନ କରୁଥିଲା ।

ଟେଲିଭିଜନର ଆଶ୍ଚର୍ଯ୍ୟଜନକ ବିଫଳତା

ସବୁ ମିଡିଆ ସମାନ ଭାବେ ବିଫଳ ହୋଇନଥିଲେ । କେତେକ ପ୍ରିଣ୍ଟ ମିଡିଆ ସମ୍ଭ୍ରମତାର ସହ ଏହି ଖବର ପ୍ରକାଶ କରିଥିଲେ । ସତ୍ୟକୁ ପରୀକ୍ଷା କରି ଗୁଜବଠାରୁ ଦୂରେଇ ଖବର ପରିବେଷଣ କରୁଥିଲେ । ଟେଲିଭିଜନରେ ଯାହା ଦେଖାଉଥିଲେ ତାହାର ଠିକ ଓଲଟା ସମ୍ପାଦକୀୟ ସେମାନେ ଲେଖୁଥିଲେ । ସୋସିଆଲ ମିଡିଆ ନୁହେଁ, ଭାରତୀୟ TV ହିଁ ସବୁଠାରୁ ବେଶୀ ଦ୍ଵନ୍ଦ୍ଵ ଭିତରେ ଫସି ଯାଇଥିଲା ।

ଅର୍ଥନୈତିକ ସର୍ଭେ ତଥ୍ୟ ଅନୁଯାୟୀ, ଅପରେସନ ସିଂଦୂର ସମୟରେ TVର ପ୍ରାଇମ ଟାଇମ ସୋ ସୁସଜ୍ଜିତ ଭିଜୁଆଲ, ଯୁଦ୍ଧତ୍ରସ୍ତଙ୍କ କାନ୍ଦଣା, ଆଙ୍କରଙ୍କ ଚିତ୍କାରରେ ଫାଟି ପଡୁଥିଲା । ଜଣେ ଅତିଥି ଏକଥା ମଧ୍ୟ କହୁଥିଲେ, କରାଚିରେ ନିଆଁ ଲଗାଇଦିଅ, ପୁରା ସହରକୁ ଜାଳିଦିଅ। ନୌସେନାର ଆକ୍ରମଣ, ପାକିସ୍ଥାନରେ ସରକାରର ପତନ ପରି ମିଛ ଖବର ବି ପ୍ରସାରଣ କରାଯାଉଥିଲା । ଅଲେଖ୍ୟରେ ଏହାର ସାରାଂଶ ଭାବେ ଏତିକି କୁହାଯାଇପାରେ ଯେ, TV ଚାନେଲ ଶୋଚନୀୟ ଭାବେ ବିଫଳ ହୋଇଥିଲେ । ଏହା ଭାରତକୁ ପୀଡିତ ବଦଳରେ ଆକ୍ରମଣକାରୀ ଭାବେ ଉପସ୍ଥାପିତ କଲା। ଏପରି ପ୍ରସାରଣ ସରକାରଙ୍କ ରଣନୀତିକ ବାର୍ତ୍ତା ଏବଂ ବିଶ୍ଵ ଦରବାରରେ ଭାରତର ବିଶ୍ଵାସନୀୟତକୁ ଦୁର୍ବଳ କରିଦେଲା ।

ଏହା ପୂର୍ବରୁ ଡୋକଲାମ, ବାଲାକୋଟ, ଗଲବାନ ଘଟଣାରେ ଭାରତ ଏମିତି ବିଫଳତାର ସାମ୍ନା କରିସିରିଛି। ତଥାପି ସରକାର ସଚେତନ ହୋଇ ନାହାନ୍ତି ।

ଶେଷକଥା-

ଅପରେସନ ସିଂଦୂର ଏକ ସାମରିକ ଅପରେସନ ଥିଲା । ଏହା ଭାରତର ରଣନୀତିକ ସଂଯମତା ସହିତ ଦକ୍ଷତାର ପ୍ରଦର୍ଶିନ କରିଥିଲା । ହେଲେ ଆଜିର ଏହି ସଜ୍ଞାନାତ୍ମକ ଯୁଦ୍ଧରେ ପ୍ରିଣ୍ଟ ମିଡିଆ ନୁହେଁ, TV ସ୍କ୍ରିନରେ ମଧ୍ୟ ରଣନୀତିର ଆବଶ୍ୟକତା ରହିଛି । କାରଣ ଅସ୍ତ୍ର ଯୁଦ୍ଧରେ ଜିତାଏ କିନ୍ତୁ କଥା ଏହି ବିଜୟକୁ ରୂପ ଦିଏ ।

ଶେଷରେ ଏତିକି କହିହେବ, ଭାରତ ବିଜୟର ଶୀର୍ଷ ଛୁଇଁଲା, ହେଲେ ଏହି ବିଜୟର ଖୁସି କଳା ବାଦଲର ଉହାଡରେ ଲୁଚିଗଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.