ETV Bharat / opinion

OPINION: ଭାରତ ଏବଂ ବାଂଲାଦେଶ ପରସ୍ପରକୁ ବୁଝିବାକୁ ପଡିବ - INDIA BANGLADESH RELATION

ସସପେନ୍ସରେ ଏବଂ କୌଣସି ଆନୁଷ୍ଠାନିକ ଘୋଷଣା ବିନା ମୋଦି ଏବଂ ୟୁନୁସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବ୍ୟାଙ୍କକରେ ଅନୁଷ୍ଠିତ ହୋଇଥିଲା। ପଢନ୍ତୁ ହର୍ଷ କାକରଙ୍କ ଆଲେଖ୍ୟ ।

India and Bangladesh must understand each other
India and Bangladesh must understand each other (Indian Ministry of External Affairs via AP)
author img

By Major General Harsha Kakar

Published : April 6, 2025 at 6:03 PM IST

5 Min Read

ନୂଆଦିଲ୍ଲୀ: କୌଣସି ଆନୁଷ୍ଠାନିକ ଘୋଷଣା ବିନା ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବ୍ୟାଙ୍କକରେ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତହିଦ୍ ହୁସେନ୍ କହିଛନ୍ତି ଯେ, ଏହି ସାକ୍ଷାତ ପାଇଁ ଢାକା ନୂଆଦିଲ୍ଲୀ ସହ କଥା ହୋଇଥିଲା। ୟୁନୁସଙ୍କ ବେଜିଂ ଗସ୍ତକୁ ଦୃଷ୍ଟିରେ ରଖି ଭାରତ ଏଥିରେ ପ୍ରତିକ୍ରିୟା ଦେବା ନେଇ ଆଶା କରାଯାଉଥିଲା, କିନ୍ତୁ ସେମିତି କିଛି ହେଲା ନାହିଁ। ଗତ ବର୍ଷ ଅଗଷ୍ଟରେ ବାଂଲଦେଶରେ ଶେଖ ହସିନା ସରକାରଙ୍କୁ ବହିଷ୍କାର କରାଯିବା ଓ ଦେଶର ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ପୂର୍ଣ୍ଣ ରହିଛି। ଯେତେବେଳେ ଏହି ବୈଠକ ହେଲା, ସେତେବେଳେ ଚିନ୍ତାଜନକ ବିଷୟ ଉପରେ ଆଲୋକପାତ କରାଯାଇଥିଲା । କିନ୍ତୁ କୌଣସି ଠୋସ୍ ଫଳାଫଳ ବାହାରି ପାରିଲାନାହିଁ ।

ଭାରତୀୟ ବୈଦେଶିକ ସଚିବ କହିଛନ୍ତି ଯେ, ପିଏମ ମୋଦି ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ, ପ୍ରଗତିଶୀଳ ତଥା ସମାବେଶି ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଚାହୁଁଛି କି ସୀମା ସୁରକ୍ଷା ଏବଂ ନିରାପତ୍ତା ବଜାୟ ରଖିବା ପାଇଁ ଆଇନକୁ କଡାକଡି ପାଳନ କରିବା ଏବଂ ବେଆଇନ ସୀମା ପାର ଉପରେ ରୋକ ଲଗାଇବା ଆବଶ୍ୟକ ରହିଛି। ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ନିରାପତ୍ତାକୁ ନେଇ ଭାରତର ଚିନ୍ତାଧାରା ଉପରେ ମଧ୍ୟ ମୋଦି ଉଲ୍ଲେଖ କରିଛନ୍ତି।

India and Bangladesh must understand each other
India and Bangladesh must understand each other (Indian Ministry of External Affairs via APIndian Ministry of External Affairs via AP)

ବାଂଲାଦେଶୀ ଗଣମାଧ୍ୟମ କହିଛି ଯେ, ମୁଖ୍ୟ ଉପଦେଷ୍ଟାଙ୍କ ପ୍ରେସ ସଚିବ ଶଫିକୁଲ ଆଲାମ ବ୍ୟାଙ୍କକରେ ଗଣମାଧ୍ୟମକୁ କହିଛନ୍ତି, "ଆମର ଉପଦେଷ୍ଟା ଆମର ପାରସ୍ପରିକ ସ୍ୱାର୍ଥର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଉଦାହରଣ ସ୍ୱରୂପ, ଗଙ୍ଗା ଜଳ ଚୁକ୍ତି ନବୀକରଣ, ଟିସ୍ତା ଜଳ ବାଣ୍ଟିବା ଏବଂ ବଡର କିଲିଂ । ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ମଧ୍ୟ ଉଠାଯାଇଥି ଶଫିକୁଲ କହିଛନ୍ତି ।

ଏହାପୂର୍ବରୁ ଫେବୃଆରୀରେ ଜୟଶଙ୍କର କହିଥିଲେ ଯେ, ପ୍ରତିଦିନ ଦିନ (ବାଂଲାଦେଶ) ମଧ୍ୟବର୍ତ୍ତୀକାଳୀନ ସରକାରର କେହି ନା କେହି ସବୁ ସମସ୍ୟା ପାଇଁ ଭାରତକୁ ଦାୟୀ କରନ୍ତି । ସେମାନେ ଆମ ସହ କି ପ୍ରକାର ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତାହା ତାଙ୍କୁ ସ୍ଥିର କରିବାକୁ ହେବ। ଏହାର ଜବାବରେ ବାଂଲାଦେଶ କହିଥିଲା ସେମାନେ କେଉଁ ପ୍ରକାର ସମ୍ପର୍କ ରଖିବାକୁ ଚାହୁଁଛି ତାହା ନୂଆଦିଲ୍ଲୀ ସ୍ଥିର କରିବା ଉଚିତ୍। ଭାରତୀୟ ଗଣମାଧ୍ୟମ ତାଙ୍କୁ ଖରାପ ଢଙ୍ଗରେ ଉପସ୍ଥାପନ କରୁଥିବା ବାଂଲାଦେଶ କହିଛି ।

India and Bangladesh must understand each other (Thailand's Foreign Affairs Ministry via AP)

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହା ସହିତ,ଏହାର ଅର୍ଥ ବ୍ୟବସ୍ଥାରେ ହ୍ରାସ ପାଇଛି ଏବଂ ଏହାର ପୋଷାକ ରପ୍ତାନୀ ଶିଳ୍ପ ଯାହା ପୂର୍ବରୁ ସଂଘର୍ଷ କରୁଥିଲା, ଟ୍ରମ୍ପଙ୍କ ଦ୍ବାରା ଅତିରିକ୍ତ 37 ପ୍ରତିଶତ ଶୁଳ୍କ ଲଗାଯିବା ପରେ ଏହା ଅଧିକ ପ୍ରଭାବିତ ହୋଇଛି। ପୂର୍ବରୁ ନିଷିଦ୍ଧ ହୋଇଥିବା ହିଜବା ଉତ-ତହିରିର, ତୋହିଦ ଜନତା, ହିଫାଜତ-ଇ-ଇସଲାମ, ଜମାତ-ଇ-ଇସଲାମି ଏବଂ ଇନସରୁଲ୍ଲା ବଙ୍ଗଳା ଦଳ ଭଳି ଇସଲାମ ଗୋଷ୍ଠୀ ସେମାନଙ୍କର ଜମି ହାସଲ କରୁଛନ୍ତି ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବାରେ ଆଗରେ ରହିଛନ୍ତି। ଏହି ଗୋଷ୍ଠୀଗୁଡିକ ମଧ୍ୟରୁ କେତେକ ମଧ୍ୟବର୍ତ୍ତୀକାଳୀନ ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି । ସମସ୍ତଙ୍କର ସମାନ ଲକ୍ଷ୍ୟଇସଲାମବାଦୀ ଖଲିଫଟ୍ ।

କେଉଁ ବି ଦେଶ ଯେଉଁଠାରେ କଟରପନ୍ଥି ଇସଲାମବାଦୀ କେନ୍ଦ୍ରରେ ଆସନ୍ତି ସେମାନେ ଆତଙ୍କବାଦୀ ରାଜ୍ୟ ହୋଇପାରେ, ତେଣୁ ଏହା ଏକ ଚିନ୍ତାର ବିଷୟ, ବିଶେଷତ ଭାବରେ ଯେତେବେଳେ ଏହା ପଡୋଶୀ ଦେଶରେ ଥାଏ । ଭାରତ ଦ୍ବାରା ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କୁ ଇସଲାମ ସମର୍ଥକ ତଥା ପାକିସ୍ତାନ ସମର୍ଥକ ଜେନେରାଲଙ୍କ ଦ୍ବାରା ତକତା ପଲଟ ଆକ୍ରମଣ ବିଷୟରେ ଚେତାବନୀ ଦେଇଥିବା ଅନିଶ୍ଚିତ ଖବର ରହିଛି।

ଏହା ମଧ୍ୟ ପଢନ୍ତୁ-OPINION: ଡ୍ରାଗନ୍ ସହ ବନ୍ଧୁତା ପାଇଁ ଭାରତ ଉପରେ ଖପ୍ପା! ଚୀନର ମାୟାଜାଲରେ ପଡ଼ିଛନ୍ତି କି ମହମ୍ମଦ ୟୁନୁସ? - INDO BANGLA RELATION

ଏହା ବ୍ୟତିତ ଢାକାର ଇସଲାମାବାଦ ଏବଂ ବେଜିଂ ସହିତ ବଢୁଥିବା ସମ୍ପର୍କ ମଧ୍ୟ ଚିନ୍ତାର ବିଷୟ, ଯେତେବଳେ କି ପ୍ରତ୍ୟେକ ଦେଶ ନିଜର ବୈଦେଶିକ ନୀତି ଅନୁସରଣ କରିପାରନ୍ତି, କିନ୍ତୁ ୟୁନୁସଙ୍କ ବାର୍ତ୍ତା ହେଉଛି ଭାରତ ବିରୋଧୀ ଦେଶମାନଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପନ କରିବା। ପାକିସ୍ତାନର ଆଇଏସଆଇର ସଦସ୍ୟମାନଙ୍କ ଦ୍ୱାରା ବୃଦ୍ଧି ହୋଇଥିବା ପରିଦର୍ଶନ ଏବଂ ପାକିସ୍ତାନ ଦ୍ୱାରା ବାଂଲାଦେଶ ସେନାକୁ ଦିଆଯାଇଥିବା ତାଲିମରେ ଭାରତ ବିରୋଧୀ ଏବଂ ଇସଲାମ ବିରୋଧୀ ଚିନ୍ତାଧାରା ସୃଷ୍ଟି କରିବ, ଯାହା ଦିଲ୍ଲୀର ସୁରକ୍ଷା ଚିନ୍ତା ବଢିବ ।

ସବୁଠୁ ବଡ କଥା ହେଲା, ଭାରତର ପୂର୍ବ ରାଜ୍ୟ ଉପରେ ବେଜିଂରେ ୟୁନୁସଙ୍କ ମନ୍ତବ୍ୟ ଏବଂ ଚୀନ୍ କୁ ଟିସ୍ତା ନଦୀ ଏବଂ ବନ୍ଦର ପ୍ରକଳ୍ପରେ ଜଡିତ କରିବା ଭାରତର ସୁରକ୍ଷା ଚିନ୍ତା ବଢାଇ ଦେଇଛି। ଭାରତ ଆକଳନ କରିଛି ଯେ ପାକିସ୍ତାନ ଭାରତର ପୂର୍ବ-ଉତ୍ତରରେ ପୁଣି ଉଗ୍ରବାଦକୁ ବଢାଇବା ସହିତ ବାଂଲାଦେଶ ଅଞ୍ଚଳର ଲାଭ ଉଠାଇ କାଶ୍ମୀର ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରିବାକୁ ଚାହୁଁଛି। ପାକିସ୍ତାନର ଇସାରାରେ ନାଚୁଥିବା ୟୁନୁସ ସାର୍କକୁ ପୁନଃ ସକ୍ରିୟ କରିବାକୁ ଆହ୍ବାନ କରୁଛନ୍ତି । ଯାହା ପାକିସ୍ତାନ ଦ୍ବାରା ଆତଙ୍କବାଦକୁ ସମର୍ଥନ ଦ୍ବାରା ଠପ ହୋଇପଡିଛି ।

ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇଁ ବାଂଲାଦେଶ ନେତାମାନେ ଶେଖ ହସିନାଙ୍କୁ ଦିଲ୍ଲୀର ଜାରି ସମର୍ଥନକୁ ଦାୟୀ କରୁଥିବାବେଳେ ୟୁନୁସ ସରକାର ଏହାକୁ ଉତ୍ସାହିତ କରୁଛନ୍ତି ବୋଲି ଭାରତ ବିଶ୍ୱାସ କରୁଛି। ଏହା ବ୍ୟତୀତ ୟୁନୁସ ଶାସନର ସଦସ୍ୟମାନେ ମଧ୍ୟ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ବାଂଲାଦେଶ ଡିସେମ୍ବରରେ ୟୁନୁସଙ୍କ ବେଜିଂ ଗସ୍ତ ପୂର୍ବରୁ ଗସ୍ତ ବିଷୟରେ ଭାରତ ସହ ସମ୍ପର୍କ କରିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିଲା ନାହିଁ । ଯାହାର ଅର୍ଥ ଦିଲ୍ଲୀ ଏଥିରେ କୌଣସି ପ୍ରକାର ଆଗ୍ରହ ଦେଖାଉନାହିଁ ।

ଉଭୟ ଦେଶର ସୀମା ବହୁତ ବଡ । ଭାରତ ହେଉଛି ଏକମାତ୍ର ପଡୋଶୀ ଯିଏ ବିକାଶ ଏବଂ ଖାଦ୍ୟ ଅଭାବକୁ ପୂରଣ କରିବା ସହିତ ବାଂଲାଦେଶକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିପାରିବ। ନିକଟରେ ଏହାର ଏକ ଉଦାହରଣ ହେଉଛି, ଦିଲ୍ଲୀ କମ୍ ମୂଲ୍ୟରେ ବାଂଲାଦେଶକୁ 50,000 ଟନ୍ ଚାଉଳ ରପ୍ତାନୀ ଗ୍ରହଣ କରିଥିଲା। ହସିନାଙ୍କ ଶାସନ କାଳରେ ଭାରତ ବାଂଲାଦେଶର ସର୍ବ ବୃହତ ବିକାଶ ଭାଗିଦାରୀ ଥିଲା ଏବଂ ଅନେକ ସଂଯୋଗ ପ୍ରକଳ୍ପରେ 8 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ବିନିଯୋଗ କରିଥିଲା। ଏହି ସମସ୍ତ ପ୍ରକଳ୍ପ ବର୍ତ୍ତମାନ ଅଧାରେ ଅଟକିଛି ।

ବାଂଲାଦେଶ ମାଧ୍ୟମରେ ପୂର୍ବ- ଉତ୍ତରରେ ଭାରତର ବିକଳ୍ପ ସଂଯୋଗ ମଧ୍ୟ ପ୍ରଭାବିତ ହୋଇଛି। ସେହିଭଳି ଭାରତୀୟ କମ୍ପାନୀ ଦ୍ୱାରା ଦେଶରେ ବିନିଯୋଗ ବନ୍ଦ ହୋଇଯାଇଛି। ଯେତେବେଳେ ଭାରତ ବିରୋଧୀ ଭାବନା କମି ନ ଯାଏ ଏବଂ ସରକାର ଦିଲ୍ଲୀକୁ ଏହାର ଉଦ୍ଦେଶ୍ୟ ବିଷୟରେ ଆଶ୍ୱାସନା ନ ଦିଅନ୍ତି, ସେପର୍ଯ୍ୟନ୍ତ ଭାରତୀୟ ସହାୟତା ପୁନଃ ଆରମ୍ଭ ହେବାର ସମ୍ଭାବନା ନାହିଁ।

ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ରାଇସିନା ଆଲୋଚନାରେ ଭାରତର ଅସନ୍ତୋଷ ସ୍ପଷ୍ଟ ହୋଇଛି। ବାଂଲାଦେଶରୁ କୌଣସି ଅଂଶଗ୍ରହଣକାରୀ ନଥିଲେ, ଯାହା ଅତୀତ ତୁଳନାରେ ବିରଳ, ଯେତେବେଳେ ଢାକାରୁ ଅତି କମରେ ଦୁଇଜଣ ବକ୍ତା ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ଭାରତ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ତୁଳସୀ ଗାବାର୍ଡଙ୍କ ସହ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସହ ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ବାଂଲାଦେଶ ଅନୁଭବ କଲା ଯେ ଭାରତ ତଥ୍ୟକୁ ବିକୃତ କରୁଛି ।

ଛାତ୍ର, ଇସଲାମବାଦୀ ଏବଂ ବାଂଲାଦେଶୀ ସେନା ମଧ୍ୟରେ ବଢୁଥିବାବା ତିକ୍ତତା ଏବଂ ସାମରିକ ପ୍ରତିଷ୍ଠାନ ମଧ୍ୟରେ ଆଭ୍ୟନ୍ତରୀଣ ପାର୍ଥକ୍ୟ ଭାରତ ପାଇଁ ଚିନ୍ତାର ବିଷୟ। ସେନା ମୁଖ୍ୟଙ୍କ ଭାରତ ନିକଟତର ହେବା ଏବଂ ଶେଖ ହାସିନାଙ୍କ ଆୱାମୀ ଲିଗ୍ ପାର୍ଟିକୁ ଏକ ଅଲଗା ଅବତାରରେ ପୁଣି ଲଞ୍ଚ କରିବା ପାଇଁ ଦିଲ୍ଲୀ ସହ କାମ କରୁଥିବା ଗୁଜବ ବାଂଲାଦେଶରେ କ୍ରମାଗତ ଭାବେ ବ୍ୟାପିବାରେ ଲାଗିଛି। ଦେଶ ଉପରେ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ବାଂଲାଦେଶୀ ସେନା ଏହାର ନିୟୋଜନ ବୃଦ୍ଧି କରିଛି। ସେନା ମୁଖ୍ୟ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ନୀତିଗତ ପାର୍ଥକ୍ୟ ମଧ୍ୟ ରହିଛି।

ମୋଟ ଉପରେ କହିବାକୁ ଗଲେ ବାଂଲାଦେଶରେ ଅସ୍ଥିରତା ବୃଦ୍ଧି ପାଉଛି। ଜେନେରାଲ ୱାକର-ଉଜ-ଜମାନ ନିକଟରେ ରାଜନୀତିକୁ ଚେତାବନୀ ଦେଇଛନ୍ତି ଯେ, ଯଦି ତୁମେ ତୁମର ମତଭେଦକୁ ନଭୁଲି ସାଥିରେ ଯଦି କାମ ନକରନ୍ତି, ଯଦି ତୁମେ ପରସ୍ପର ଉପରେ କାଦୁଅ ଫିଙ୍ଗିବ, ପରସ୍ପର ସହ ଲଢିବା ଏବଂ ପରସ୍ପରକୁ ଆକ୍ରମଣ କରିବ ତେବେ ଦେଶ ତଥା ଏହି ସମ୍ପ୍ରଦାୟର ସ୍ୱାଧୀନତା ବୃଥା ହୋଇଯିବ ।

ଅପରପକ୍ଷେ, ବାଂଲାଦେଶ ଜୋର ଦେଇ କହିଛି ଯେ, ଭାରତ ଶେଖ ହସିନାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ବିଚାରର ସମ୍ମୁଖୀନ ହେବାକୁ ଫେରାଇବ। ଏହି ପ୍ରସଙ୍ଗରେ ଭାରତର ନିରବତା ଏବଂ ୟୁନୁସ SAARC କୁ ପୁନଃ ଆରମ୍ଭ କରିବା ଚାହିଦାକୁ ଗ୍ରହଣ କରିବାକୁ ଅନିଚ୍ଛା ଏକ ଚିନ୍ତାର ବିଷୟ । ଏହା ବାଦ ବାଂଲାଦେଶ ଦ୍ବାରା ଭାରତକୁ ଏହାର ସ୍ଥଗିତ ପ୍ରକଳ୍ପଗୁଡିକୁ ପୁନଃ ଆରମ୍ଭ କରିବାକୁ ଏବଂ ସମାଧାନ ହୋଇ ନ ଥିବା ନଦୀ ଜଳ ସମସ୍ୟା ଉପରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ ସତ୍ତ୍ବେ କୌଣସି ପ୍ରତିକ୍ରିୟା ଗ୍ରହଣ କରାଯାଇ ନାହିଁ।

ପ୍ରକୃତ କଥା ହେଉଛି ଯେ ବାଂଲାଦେଶ ଅନେକ କ୍ଷେତ୍ରରେ ଭାରତୀୟ ସମର୍ଥନ ଆବଶ୍ୟକତା ରହିଛି , ଯେତେବେଳେ ବାଂଲାଦେଶ ଅସୁବିଧାରେ ପଡ଼େ ସେତେବେଳେ ଭାରତ ସର୍ବଦା ସାହାଯ୍ୟ ପାଇଁ ଆଗରେ ରହିବ । ଏହା ସହିତ ଭାରତ ବାଂଲାଦେଶ ସହିତ ସମ୍ପର୍କକୁ ବଜାୟ ରଖିବା ଆବଶ୍ୟକ, କାରଣ ଏହା ସର୍ବାଧିକ ବେଆଇନ ଇମିଗ୍ରେସନର ଉତ୍ସ ହୋଇ ରହିଥାଏ ଏବଂ ପାକିସ୍ତାନର ଆଇଏସଆଇ ପାଇଁ ଆତଙ୍କବାଦୀମାନଙ୍କୁ କାଶ୍ମୀରରେ ପ୍ରବେଶ କରିବା ଏବଂ ଉତ୍ତର-ପୂର୍ବରେ ସୈନ୍ୟବାହିନୀକୁ ପୁନର୍ଜୀବିତ କରିବା ପାଇଁ ଏକ ସମ୍ଭାବ୍ୟ ମାଧ୍ୟମ ଅଟେ । ଏହା ବାଦ ଭାରତ କୌଣସି ସକ୍ରିୟ ତୃତୀୟ ଫ୍ରଣ୍ଟକୁ ଇଚ୍ଛା କରେ ନାହିଁ ।

ତେବେ ଢାକା ଭାରତୀୟ ଚିନ୍ତାଧାରା ପ୍ରତି ଉଦାସୀନ, ଯାହା ଦ୍ବାରା ସମ୍ପର୍କରେ ଆହୁରି ଦୂରତା ଆସିଯାଉଛି । ଏହା ସେ ବୁଝିପାରୁନାହିଁ ଯେ, ମାଲଦ୍ୱୀପ ଏବଂ ଶ୍ରୀଲଙ୍କା, ଯେଉଁମାନେ ଭାରତଠାରୁ ଦୂରେଇ ଯାଇଥିଲେ ଏବଂ ଚୀନ୍ ନିକଟତର ହୋଇଥିଲେ, ପରେ ଯେତେବେଳେ ସେମାନେ ବୁଝିଲେ ଯେ ନୂଆଦିଲ୍ଲୀର କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ଏହା ସେମାନଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ଥିଲା । ଯେପର୍ଯ୍ୟନ୍ତ ଭାରତ ବିରୋଧୀ ଭାବନାକୁ ରୋକାଯାଇପାରିବ ନାହିଁ ଏବଂ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନହୁଏ, ଭାରତ ବୋଧହୁଏ ଏହାର ଦୂରତା ବଜାୟ ରଖିବ।

ଢାକା ଜାଣିବା ଉଚିତ ଯେ ସେମାନଙ୍କର ସମସ୍ତ ଦାବି ସତ୍ତ୍ବେ ଶେଖ ହସିନା ଭାରତୀୟ ମାଟିରେ ରହିବେ ଏବଂ ଏହା ମଧ୍ୟ ଆଇନଗତ ଭାବରେ ଯଥାର୍ଥ ଅଟେ । ଏଥିସହ ପ୍ରଧାନମନ୍ତ୍ରୀ ସ୍ତରରେ ଦ୍ୱିପାକ୍ଷିକ ଆଲୋଚନା ଘୋଷଣା ଶେଷ ମହୁର୍ତ୍ତ ପର୍ଯ୍ୟନ୍ତ ନକରି ବାଂଲାଦେଶକୁ ଅଣଦେଖା କରିବା ମଧ୍ୟ ଏକ ଶକ୍ତିଶାଳୀ ପଡ଼ୋଶୀଙ୍କ ଆଦର୍ଶ ବାର୍ତ୍ତା ନୁହେଁ। ପରିଶେଷରେ, ଭାରତ ଏକ ସ୍ଥିର ପଡ଼ୋଶୀ ଚାହୁଁଛି । ବାଂଲାଦେଶରେ ଅସ୍ଥିରତା ଭାରତର ସୁରକ୍ଷା ସ୍ୱାର୍ଥରେ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.