ETV Bharat / lifestyle

AC ରୁମରେ କରନ୍ତୁନି ଏହି ଭୁଲ, ବ୍ଲାଷ୍ଟ ହେବାର ଅଛି ସମ୍ଭାବନା - SMOKING IN AC ROOM

ଏସି ରୁମରେ ସିଗାରେଟ ପିଇଲେ ବ୍ଲାଷ୍ଟ ହେବାର ସମ୍ଭାବନା ଅଛ କି ? କଣ କହୁଛି ନୂଆ ଅଧ୍ୟୟନ । ଜାଣନ୍ତୁ

AC BLAST REASON
AC BLAST REASON (GETTY IMAGES)
author img

By ETV Bharat Odisha Team

Published : April 18, 2025 at 4:29 PM IST

2 Min Read

ହାଇଦ୍ରାବାଦ: ଚାଲିଛି ଏପ୍ରିଲ ମାସ । ଅଧିକାଶଂ ସ୍ଥାନରେ ପାରଦ 40 ପାର୍‌ । ଗରମକୁ ଟିକେ ତ୍ରାହି ପାଇବାକୁ ଅଧିକାଂଶ ଲୋକେ ଘରେ ଏସି ବ୍ୟବହାର କରନ୍ତି । ତେବେ ଖରାଦିନେ ଏସି ବ୍ଲାଷ୍ଟ ହେବା ଖବର ମଧ୍ୟ ଆପଣ ଶୁଣିଥିବେ । ତେବେ ଜାଣିଛନ୍ତି ଏସି ଲାଗିଥିବା ରୁମରେ ସିଗାରେଟ ପିଇବା ବିପଦର କାରଣ ହୋଇପାରେ । ହଁ ଆଜ୍ଞା ଏସି ଲାଗିଥିବା ରୁମରେ ସିଗାରେଟ ପିଇଲେ ଏସି ବ୍ଲାଷ୍ଟ ହେବାର ସମ୍ଭାବନା ଅଧିକ ଥାଏ । ଏହାର କାରଣ କଣ ? ଚାଲନ୍ତୁ ଜାଣିବା ।

ଶୀତତାପ ନିୟନ୍ତ୍ରିତ ରୁମରେ ସିଗାରେଟ ପିଇବା ବିପଦ !

ଭୀଷଣ ଗରମରେ ଏସି ବିନା ରହିବା କଷ୍ଟସାଧ୍ୟ । ଆଉ ଧୂମ୍ରପାନ କରୁଥିବା ବ୍ୟକ୍ତି କେଉଁଠିବି ସମୟ ପାଆନ୍ତୁନା କାହିଁକି ସ୍ମୋକିଂ କରିବା ଆରମ୍ଭ କରିଦିଅନ୍ତି । ଏପରିକି ଏସି ରୁମରେ ବସି ମଧ୍ୟ ଧୂମ୍ରପାନ କରନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏସି ରୁମରେ ଧୂମ୍ରପାନ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ । ଏମିତି କରିବା ଦ୍ବାରା ଏସି ବ୍ଲାଷ୍ଟ ହେବାର ସମ୍ଭାବନା ଅଧିକ । ଏଥିସହ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ହାନିକାରକ ।

Pubmed.ncbi ଅଧ୍ୟୟନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏସି ରୁମରେ ସ୍ମୋକିଂ କରିବା ଦ୍ବାରା ଶରୀର ଥଣ୍ଡା କରିବା ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ସିଗାରେଟ ଧୂଆଁରୁ ବାହାରୁଥିବା ଗରମ ଶରୀର ଭିତରେ ରୁହେ । ଯାହାର ପ୍ରଭାବ ହାର୍ଟ, ମସ୍ତିଷ୍କ ସହ ବିଭିନ୍ନ ଅଂଶ ଉପରେ ପଡିଥାଏ । ଯାହା ଫଳରେ ହିଟ ଷ୍ଟ୍ରୋକ ଭଳି ସମସ୍ୟା ବଢିପାରେ । ଏହା ସହ ସିଗାଟେର ଧୂଆଁ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ଘାତକ ହୋଇପାରେ । ଡାକ୍ତରଙ୍କ କହିବା ଅନୁସାରେ କ୍ୟାନସର ସମସ୍ୟା ମଧ୍ୟ ବଢିବାରେ । ଯେଉଁ ମାନେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଛନ୍ତି ତାଙ୍କ ପାଇଁ ବି ଏହା ଜଟିଳ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:

ଏହି ଟିପ୍ସ ଆପଣାଇଲେ ଖରାଦିନେ କମ ଆସିବ ଏସି ବିଲ୍‌

ଏହି ସ୍ଥାନରେ ଅଛି ବିଶ୍ବର ସବୁଠୁ ବଡ ମନ୍ଦିର, ଭରି ରହିଛି ରୋଚକ ତଥ୍ୟ

ଧୂମ୍ରପାନ ଓ ଏସି ବ୍ଲାଷ୍ଟ ହେବା ପଛରେ କାରଣ କଣ ?

ଏୟାର କଣ୍ଡିନସରରେ ଇନଡୋର ଏୟାର କ୍ବାଲିଟି ବଢାଇବା ପାଇଁ ଡିଜାଇନ ଫିଲ୍ଟର ବ୍ୟବହାର ହୋଇଥାଏ । ସିଗାରେଟ ଧୂଆଁରୁ ଏତେ ମାତ୍ରାରେ ପ୍ରଭାବ ପକାଏ ଯେ ଫିଲ୍ଟର ଉପରେ ଏକ ଆସ୍ତରଣ ଜମିଯାଏ । ଏପରି ସ୍ଥିତିରେ ମାସକୁ ଥରେ ଫିଲ୍ଟର ପରିବର୍ତ୍ତନ କରିବା ଆବଶ୍ୟକ । ତେବେ ଫିଲ୍ଟର ପରିବର୍ତ୍ତନ ଏହା ଉପରେ ନିର୍ଭର କରେ ଘରେ କେତେ ଲୋକ ସିଗାରେଟ ପିଉଛନ୍ତି । ତେବେ କହି ରଖୁଛୁ, ଏସି ରୁମରେ ସିଗାରେଟ ପିଇବା ଦ୍ବାରା ସିଧାସଳଖ ବ୍ଲାଷ୍ଟ ହୁଏ ନାହିଁ । କିନ୍ତୁ ନିଆଁ ଲାଗିବାର ସମ୍ଭାବନା ଅନେକ ଥାଏ । ଏଥିସହ ସିଗାରେଟ ଧୂଆଁରୁ ବାହାରୁଥିବା ହାନିକାରକ କେମିକାଲ ଆଉ ଏସିର ଧୂଳି ସହ ମିଶି ଜଳନଶୀଳ ପଦାର୍ଥ ହୋଇଯାଏ । ଯଦି ଏସିରେ କୌଣସି ଖରାପ ଥାଏ ତାହାଲେ ନିଆଁ ଲାଗିବା ବ୍ଲାଷ୍ଟ ହେବାର ସମ୍ଭାବନା ଥାଏ ।

ସୋର୍ସ: https://pubmed.ncbi.nlm.nih.gov/35862623/

Disclaimer: ଏହା କେବଳ ସାଧାରଣ ସୂଚନା ପାଇଁ ଦିଆଯାଇଥିବା ତଥ୍ୟ । ETV Bharat ଏହି ତଥ୍ୟକୁ ବୈଜ୍ଞାନିକ କାରଣ ନେଇ କୌଣସି ଦାବି କରେନାହିଁ । ଏହା କେବଳ ଜାଣିବା ପାଇଁ ଉଲ୍ଲେଖ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.