Saturn Transit 2025 ହାଇଦ୍ରାବାଦ: ଜ୍ୟୋତିଶ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଖୁବ ମହତ୍ତ୍ବପୂର୍ଣ୍ଣ । ଗ୍ରହଙ୍କ ଚଳନ ସିଧାସଳଖ ପ୍ରଭାବ ପକାଏ ମାନବ ଜୀବନରେ ଉପରେ । କାହା ଉପରେ ଖୁସିର ବର୍ଷା ହୁଏ ତ । କାହା ଉପରେ ଘୋଟି ଯାଏ କଳାବାଦଲ । ନ୍ୟାୟର ଦେବତା ଶନିଦେବଙ୍କ ଚଳନ ବେଶ ପ୍ରଭାବ ପକାଏ ରାଶି ମାନଙ୍କ ଉପରେ । ତେବେ ଗତ 27 ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ 28 ଏପ୍ରିଲ 2025 ସକାଳ 7ଟା52 ମିନିଟରେ ହେବାକୁ ଯାଉଛି । ଯାହାର ପ୍ରଭାବ 3 ଅକ୍ଚୋବର 2025 ପର୍ଯ୍ୟନ୍ତ ରହିବ । କେଉଁ ରାଶିଙ୍କ ଉପରେ ହେବ କୃପା ବର୍ଷା ଜାଣନ୍ତୁ ।
ଜ୍ୟୋତିଷ ଆଚାର୍ଯ୍ୟ ଉମାଶଙ୍କର ମିଶ୍ରାଙ୍କ କହିବା ଅନୁଯାୟୀ, ଶନି ଦେବ କର୍ମର ଦେବତା । ନ୍ୟାୟ ପ୍ରିୟ ଓ ତପସ୍ବୀ ଗ୍ରହ ଭାବେ ଜଣାଶୁଣା । ଯେତେବେଳେ ଶନି ନିଜ ନକ୍ଷତ୍ରରେ ପ୍ରବେଶ କରନ୍ତି । ତାହାର ଗଭୀର ପ୍ରଭାବ ଦେଖିବାକୁ ମିଳେ । ଏହି ସମୟରେ କିଛି ରାଶିଙ୍କ ଭାଗ୍ୟ ଖୋଲିଯାଏ । ଧନଧାନ୍ୟ, ସୁଖ ସମୃଦ୍ଧି ପ୍ରଦାନ କରନ୍ତି ଶନିଦେବ । ସଫଳତା ପାଦ ଛୁଏଁ ।’
ଶନିଙ୍କ ନକ୍ଷତ୍ର ଗୋଚର ବିଶେଷ କାହିଁକି ?
ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବା ଏକ ଦୁର୍ଲଭ ସଂଯୋଗ ଅଟେ । ଏହି ପରିବର୍ତ୍ତନ ପ୍ରଭାବ କେବଳ ବ୍ୟକ୍ତିଗତ ନୁହେଁ ସାମାଜିକ ଓ ଆର୍ଥିକ, ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳେ । ଶନି ନିଜ ନକ୍ଷତ୍ରରେ ରହିବା କାରଣରୁ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳେ ।
କେଉଁ କେଉଁ ରାଶି ଉପରେ ପଡିବ ଶୁଭ ପ୍ରଭାବ:
କୁମ୍ଭ ରାଶି:
କୁମ୍ଭରାଶିର ବ୍ୟକ୍ତିଙ୍କ ପାଇଁ ବେଶ ଶୁଭଫଳ ପ୍ରଦାନ କରିବ ଶନିଙ୍କ ଗୋଚର । କ୍ୟାରିୟରରେ ବଡ ପରିବର୍ତ୍ତନ ଦେଖିବାକୁ ପାଇବେ । ବିଦେଶ ଯାତ୍ରା କରିପାରନ୍ତି ଅବା ବିଦେଶ ସମ୍ପର୍କକୁ ବେଶ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଧିକ ଲାଭ ମିଳିବାର ପ୍ରବଳ ସମ୍ଭାବନା ରହିଛି । ଘର କିମ୍ବା ଯାନବାହାନ କିଣିବେ । ସ୍ବାସ୍ଥ୍ୟ ପୂର୍ବଅପେକ୍ଷା ଭଲ ରହିବ । ଆତ୍ମବିଶ୍ବାସ ବଢିବ । କୁମ୍ଭରାଶିଙ୍କ ପାଇଁ ବହୁତ ଭଲ ରହିବ ଏହି ସମୟ ।
ମିଥୁନ ରାଶି:
ଶନିଙ୍କ ଗୋଚର ମିଥୁନ ରାଶି ବ୍ୟକ୍ତିବିଶେଷଙ୍କୁ ଶୁଭ ଫଳ ପ୍ରଦାନ କରିବ । କ୍ୟାରିୟର ଭଲ ହେବ । ଯେଉଁ କ୍ଷେତ୍ରରେ ଜଡିତ ଅଛନ୍ତି ଲାଭ ମିଳିବ । ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ । ପ୍ରୋମୋସନ ହେବାର ସମ୍ଭାବନା ରହିଛି । ଆପଣ ଅନେକ ଅଧୁରା କାମ ପୂରା କରିବେ । ଭୌତିକ ସୁଖ ମଧ୍ୟ ବୃଦ୍ଧି ପାଇବ । ଶନିଙ୍କ ଏହି ଗୋଚର କ୍ୟାରିୟରରେ ଶୁଭଫଳ ପ୍ରଦାନ କରିବ ।
ବୃଷ ରାଶି:
ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶି ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି । ଶନି ଏହି ରାଶିର ଏକାଦଶରେ ରହିବେ । ଯାହାକି ଆୟ ଓ ଲାଭ ସହ ଜଡିତ । ଚାକିରିରେ ଥିବା ଚିନ୍ତାରୁ ମୁକ୍ତି ପାଇବେ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ହେବ । ବଡ଼ ଡିଲ କରିବେ । ଲାଭ ମିଳିବ । ଦୀର୍ଘ ସମୟ ଧରି ଅଟକି ଥିବା କାମ ପୂରା ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆୟର ନୂଆ ଉପାୟ ବାହାରିବ ।