ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ହେବ । ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ । ଅର୍ଥ ସମାଗମର ବାଟ ଖୋଲିଯିବ । ଜୀବନ ଖୁସି ଓ ସନ୍ତୋଷପୂର୍ଣ୍ଣ ରହିବ । ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ । କିନ୍ତୁ ନିଜ କଥା କହିବାରେ ସଂଯତ ରଖନ୍ତୁ । ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ ।
ବୃଷ : ଆଜି ଦିନ ସାରା ଖୁସିରେ ରହିବେ । ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ । ଶେଷ ହୋଇନଥିବା କାମକୁ ସମାପ୍ତ କରିବେ । ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ । ଏହା ସହିତ ସେମାନଙ୍କଠାରୁ ଲାଭ ମଧ୍ୟ ପାଇବେ । ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ ।
ମିଥୁନ : ଆଜି ଦିନଟି ସ୍ମରଣୀୟ ରହିବ । ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ,କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନରହିବା ଆପଣଙ୍କୁ ବ୍ୟସ୍ତ କରିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଖୁସୀ କରିବ । ଛାତ୍ରଙ୍କ ପାଇଁ ଭଲ ଦିନ ନୁହେଁ ମାତ୍ର କଠିନ ପରିଶ୍ରମ ଫଳ ଆଣିବ ।
କର୍କଟ: ଆଜି ଦିନର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ ।ଏହା ଖରାପ ସମୟ ଅଟେ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ କଳି କରିବେ , ଅର୍ଥ ହାନି ହୋଇପାରେ । କିଛି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।
ସିଂହ : ଆଜି ଦିନଟି ଭଲରେ କଟିବ । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ସ୍ଥାନ ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଆପଣଙ୍କ ଉନ୍ନତିରେ ସହାୟ ହେବେ । ଶରୀର ,ମନ ଓ ଆତ୍ମା ପାଇଁ ଭଲ ଦିନ ଅଟେ ।
କନ୍ୟା :ଆପଣଙ୍କୁ ମିଛ ପ୍ରଶଂସା ଭଲ ଲାଗିବ । ପରିବାର ଲୋକେ ନିଶ୍ଚିତ ଭାବରେ ଆପଣଙ୍କ ଉନ୍ନତିରେ ସହଯୋଗ କରିବେ । ଆପଣଙ୍କ ଖୁସୀ ଅର୍ଥ ଉପାର୍ଜନ ପାଇଁ ସହାୟକ ହେବ। ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ସମୟଟି ଉପଭୋଗ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ ।
ତୁଳା : ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବିଛା : ଆଜି ସାବଧାନର ଦିନଟିଏ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବନି, ବ୍ୟସ୍ତ ଲାଗିବ । ବିଳାସବ୍ୟସନରେ ଅର୍ଥହାନୀ ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ ।
ଧନୁ : ଆଜି ପାଇବାର ଦିନ ଅଟେ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।
ମକର :ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନି । ସ୍ୱାସ୍ଥ୍ୟହାନୀ ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ବେପାର କାମରେ ଭ୍ରମଣରେ ଯିବେ । ଉପରିସ୍ଥ ଅଧିକାରୀ ଖୁସୀ ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସୀ ହେବେ । ଦିନଟି ଅତି ଭଲ ରହିବ ।
କୁମ୍ଭ : ଆଜି ମିଶ୍ରିତ ଦିନଟିଏ । ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଭଗ୍ନ ସ୍ୱାସ୍ଥ୍ୟ କାର୍ଯ୍ୟ ଦକ୍ଷତାରେ ପ୍ରଭାବ ପକାଇବ । ଖର୍ଚ୍ଚକୁ ମାର୍ଜିତ କରନ୍ତୁ ।ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବ । ଯୁକ୍ତିତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।
ମୀନ :ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ଓ ସତର୍କ ରୁହନ୍ତୁ । ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ । ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୂଲ ଅଟେ । ନିଜେ ଶାନ୍ତ ରହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତି ବିଶେଷଙ୍କୁ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ ।