ETV Bharat / lifestyle

ଚମକିବ ତ୍ବଚା ! ଏମିତି କରନ୍ତୁ Vitamin Cର ବ୍ୟବହାର - VITAMIN C FOR SKIN

ଭିଟାମିନ୍ ସି' ଚେହେରା ପାଇଁ ଏକ ଜରୁରୀ ଉପାଦାନ । କିପରି ବ୍ୟବହାର କଲେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ, ଜାଣନ୍ତୁ

How to use vitamin C for youthful skin
How to use vitamin C for youthful skin (Getty)
author img

By ETV Bharat Odisha Team

Published : May 29, 2025 at 12:46 PM IST

2 Min Read

ହାଇଦ୍ରାବାଦ: ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି'ସ୍କିନ୍ କେୟାର୍ ଜଗତରେ ଭିଟାମିନ ସି ଏକ ଅମୋଘ ଅସ୍ତ୍ର । ଏହାର ସଠିକ୍ ଉପଯୋଗ ଦ୍ୱାରା ଚେହେରାରେ ନୂତନ ଉଜ୍ଜଳତା ଆସିବା ସହ ଚେହେରା ଥିବା ଦାଗକୁ ଦୂର କରିଥାଏ । ମାତ୍ର ଭିଟାମିନ ସି'ର ବ୍ୟବହାରକୁ ନେଇ ଅନେକ ଭୁଲ ଧାରଣା ରହିଛି । ତେବେ ଚାଲନ୍ତୁ ଜାଣିବା ଭିଟାମିନ ସି'ର ସଠିକ୍ ବ୍ୟବହାର ବିଷୟରେ । କିପରି ବ୍ୟବହାର କଲେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ...

କାହିଁକି ଭିଟାମିନ ସି'ର ବ୍ୟବହାର କରାଯାଏ:

  • ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ
  • ତ୍ୱଚାରେ ବିଭିନ୍ନ ଦାଗ ତଥା ଦାନାର ସମସ୍ୟା ଥିଲେ, ତାକୁ ଦୂର କରେ
  • ମୁହଁରୁ ଟ୍ୟାନକୁ ହଟାଇଥାଏ
  • କୋଲାଜେନର ମାତ୍ରା ବୃଦ୍ଧି କରାଇଥାଏ, ଯାହା ତ୍ୱଚାକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ
  • ଫ୍ରୀ ରାଡିକାଲ୍ସ ସହିତ ଲଢେଇ କରିଥାଏ, ଯାହାଦ୍ୱାରା ବୟସର ଛାପ ଜଲଦି ପଡିନଥାଏ
  • ଭିଟାମିନ ସି'ରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ତ୍ୱଚାକୁ ପୋଷଣ ଦେଇଥାଏ

ଯଦି ଆପଣ ସୁସ୍ଥ, ଉଜ୍ଜ୍ୱଳ ଓ ଆକର୍ଷଣୀୟ ତ୍ୱଚା ଚାହାଁନ୍ତି, ତେବେ ଭିଟାମିନ ସି'କୁ ଆପଣ ନିଜର ବେଷ୍ଟ ଫ୍ରେଣ୍ଡ ବନାଇ ପାରିବେ । 3 ରୁ 4 ସପ୍ତାହ ପର୍ଯ୍ୟନ୍ତ ଏହାକୁ ଲଗାତାର ବ୍ୟବହାର କରିଲେ,ଏହାର ସୁଫଳ ଆପଣ ନିଜ ଚେହେରାରେ ଲକ୍ଷ୍ୟ କରିପାରିବେ । ଏବଂ ଫଟୋ ଉଠାଇବା ବେଳେ ଆପଣଙ୍କୁ କୌଣସି ଫିଲ୍ଟରର ଆବଶ୍ୟକତା ପଡିବନି ।

କେତେବେଳେ ଏହାର ବ୍ୟବହାର କରିବେ:

ଏଠାରେ ବହୁ ଲୋକ ଭୁଲ୍ କରନ୍ତି, ଯାହାଦ୍ୱାରା ଏହାର ସଠିକ୍ ଫଳ ପାଇପାରନ୍ତି ନାହିଁ । ଭିଟାମିନ ସି'କୁ ଆପଣ ଉଭୟ ଦିନ ଓ ରାତିରେ ଲଗାଇପାରିବେ । କିନ୍ତୁ ଭିଟାମିନ ସି'କୁ ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ହେଉଛି ରାତ୍ରି ସମୟ । କାରଣ ଏହାକୁ ଲଗାଇବା ପରେ ତ୍ୱଚା ସମ୍ବେଦନଶୀଳ ହୋଇଉଠେ । ଏହାକୁ ଲଗାଇ ସୂର୍ଯ୍ୟକିରଣକୁ ବାହାରିବା ଅନୁଚିତ । ଯଦି ଯିବାକୁ ପଡେ ତେବେ ଅଧିକ SPF ଥିବା ସନସ୍କ୍ରିନର ବ୍ୟବହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:

ଜାଣନ୍ତୁ, କୋଭିଡ-19 ଚିକିତ୍ସାରେ ଭିଟାମିନ-ସି ଭୂମିକା ?

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଭିଟାମିନ 'ସି'

କିପରି ବ୍ୟବହାର କରିବେ:

  • ପ୍ରଥମେ ମୁହଁକୁ ଭଲଭାବେ ଧୋଇନିଅନ୍ତୁ ଓ ଟୋନର୍ ଲଗାନ୍ତୁ
  • 3-4 ବୁନ୍ଦା ଭିଟାମିନ୍ ସି ସିରମ୍ ନେଇ କୌଣସି କ୍ରିମ୍ ଜେଲରେ ମିଶାଇ ମୁହଁରେ ଲଗାନ୍ତୁ
  • ମୁହଁ ଓ ବେକରେ ଭଲଭାବରେ ପ୍ରୟୋଗ କରନ୍ତୁ
  • ଯଦି ଭିଟାମିନ୍ ସି ସିରମକୁ ସିଧାସଳଖ ତ୍ୱଚାରେ ପ୍ରୟୋଗ କରୁଥାନ୍ତି, ତେବେ ମଶ୍ଚରାଇଜର ଲଗାଇବା ଆଗରୁ କିଛି ସମୟ ଅପେକ୍ଷା କରନ୍ତୁ
  • ଯଦି ଆପଣ ନୂଆ ଭାବେ ଭିଟାମିନ୍ ସି'ର ବ୍ୟବହାର କରୁଥାନ୍ତି, ତେବେ 5-10% ସାନ୍ଧ୍ରତା ବିଶିଷ୍ଟ ସିରମ ବ୍ୟବହାର କରନ୍ତୁ । କିଛିଦିନ ଏହାକୁ ବ୍ୟବହାର କରିବା ପରେ ଅଧିକ ଭିଟାମିନ୍ ସି ମାତ୍ରା ବିଶିଷ୍ଟ ସିରମ ବ୍ୟବହାର କରିପାରିବେ

ଏହା କରନ୍ତୁ:

  1. ଭିଟାମିନ୍ ସି' ସିରମକୁ ଥଣ୍ଡା ଓ ଅନ୍ଧାର ସ୍ଥାନରେ ରଖନ୍ତୁ । ଆଲୋକ ସଂସ୍ପର୍ଶରେ ଆସିଲେ ଏହା ଖରାପ ହୋଇଯାଏ
  2. ଭିଟାମିନ୍ ସି'ର ସୁଫଳ ପାଇବା ପାଇଁ ପ୍ରତିଦିନ ଏହାର ବ୍ୟବହାର କରନ୍ତୁ

ଏହା କରନ୍ତୁ ନାହିଁ:

  1. ଏହାକୁ ସିଧାସଳଖ ରେଟିନୋଲ୍, AHA କିମ୍ବା BHA ସହ ମିଶାଇ ଲଗାନ୍ତୁ ନାହିଁ, ଏହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ
  2. ଦୈନିକ ଥରେ ବ୍ୟବହାର କରନ୍ତୁ, ଜଲଦି ଏହାର ସୁଫଳ ପାଇବା ପାଇଁ ଅଧିକ ଲଗାନ୍ତୁ ନାହିଁ

ଭିଟାମିନ୍ ସି' ଚେହେରା ପାଇଁ ଏକ ଜରୁରୀ ଉପାଦାନ । ଯାହାକୁ ସଠିକ୍ ଭାବେ ବ୍ୟବହାର କରିଲେ ଏହାର ଭଲ ପ୍ରଭାବ ତ୍ୱଚାରେ ପରିଲକ୍ଷିତ ହୁଏ । ସଠିକ୍ ପରିମାଣର ଭିଟାମିନ୍ ସି', ସବୁଦିନ ବ୍ୟବହାର ଓ ସାମାନ୍ୟ ଧୈର୍ଯ୍ୟ ଧରିଲେ ଆପଣ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ।

Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ETV Bharatର ନିଜସ୍ବ ମତ ନୁହେଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.