BANGLADESH TO HOLD ELECTIONS ଢାକା: ବାଂଲାଦେଶରେ 2026 ଏପ୍ରିଲରେ ହେବ ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ମଧ୍ୟବର୍ତ୍ତୀକାଳୀନ ନେତା ମହମ୍ମଦ ୟୁନୁସ । ମହମ୍ମଦ ୟୁନୁସ ଏକ ଟେଲିଭିଜନ ସାକ୍ଷାତ ଦେଇ କହିଛନ୍ତି, ‘ସରକାର ନିର୍ବାଚନ ଉପଲକ୍ଷେ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ସବୁ ପ୍ରକାର ପ୍ରୟାସ କରିବେ ।’
ଏଥି ସହିତ ନିର୍ବାଚନରେ ସୁଧାର ଆଣିବାର ଆବଶ୍ୟକ୍ୟତା ରହିଛି ବୋଲି ବି କହିଛନ୍ତି । ଇଦ୍-ଉଲ-ଜୁହା ପୂର୍ବ ସଂଧ୍ୟାରେ ମହମ୍ମଦ ୟୁନୁସ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘ମନେରଖିବା ଉଚିତ ଯେ, ବାଂଲାଦେଶରେ ଯେତେବେଳେ ଯିଏ ଭୁଲ ଉପାୟରେ ନିର୍ବାଚନ ଜିତିଛି ସେ ପରବର୍ତ୍ତୀ ସମୟରେ ମହା ସଙ୍କଟରେ ଫସିଛି ।’
ୟୁନୁସଙ୍କ ଘୋଷଣା ପରେ ବଢିଲା ଅସନ୍ତୋଷ:
ୟୁନୁସଙ୍କର ଏହି ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛି ବାଂଲାଦେଶ ନ୍ୟାସନାଲ ପାର୍ଟି (BNP) । 2026 ଏପ୍ରିଲ ପରିବର୍ତ୍ତେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବା ପାଇଁ ଦାବି କରିଛି ବିଏନପି । ଶନିବାର ଢାକା ଟ୍ରିବ୍ୟୁନକୁ ଏକ ସାକ୍ଷାତ ଦେଇ ଦଳ ପକ୍ଷରୁ କୁହାଯାଇଛି, ଜୁଲାଇରେ ଦେଖା ଦେଇଥିବା ବିଦ୍ରୋହ ସମୟରେ ସାଧାରଣ ଜନତା ଏବଂ ଛାତ୍ରମାନଙ୍କର ବଳିଦାନ ଯୋଗୁ ଦେଶକୁ ଏକ ବଡ ବିଜୟ ମିଳିଥିଲା । ହେଲେ ନିର୍ବାଚନ ଆୟୋଜନରେ ଏପରି ଅନାବଶ୍ୟକ ବିଳମ୍ବ ଜନସାଧାରଣଙ୍କୁ ହତାଶ କରିବା ସହ କ୍ଷୁବ୍ଧ କରିଛି । ଦଳ ପକ୍ଷରୁ କୁହାଯାଇଛି, ବିଏନପିର ନାଶନାଲ ଷ୍ଟାଣ୍ଡିଂ କମିଟି ଭର୍ଚୁଆଲ ମିଟିଂରେ ନିର୍ବାଚନ ଆଗାମୀ ଡିସେମ୍ବରରେ କରିବା ପାଇଁ ଦାବି କରାଯାଇଛି। ରାମଦାନ, ସେକେଣ୍ଡାରୀ, ହାୟର ସେକେଣ୍ଡାରୀ ଏବଂ ଆନ୍ୟାନ୍ୟ ପରୀକ୍ଷା ତଥା ପାଣିପାଗକୁ ଦୃଷ୍ଟିରେ ରଖି ଏହି ସମୟରେ ନିର୍ବାଚନ କରିବାକୁ ଦଳ ଦାବି କରିଛି ।
ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରେହମାନ କହିଛନ୍ତି, ‘ଏହି ବାଂଲାଦେଶର ଜନତା ପ୍ରାୟ ଦେଢ ଦଶନ୍ଧି ଧରି ଭୋଟ ଅଧିକାରରୁ ବଞ୍ଚିତ ହୋଇଥିଲେ । ଏକ ଦୀର୍ଘ, ନୀରବଚ୍ଛିନ୍ନ ,ସଂଘର୍ଷ ପରେ ଏବେ ଗଣତନ୍ତ୍ରକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ।’
ସେ ଆହୁରି କହିଛନ୍ତି, ‘ଏହି ସରକାରଙ୍କ ନେତୃତ୍ୱରେ ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହେବ ବୋଲି ଜନସାଧାରଣ ବିଶ୍ୱାସ ରଖିଛନ୍ତି । ତେବେ ନିର୍ବାଚନ ଯଦି ଏପ୍ରିଲକୁ ଘୁଞ୍ଚାଯାଏ ତେବେ ଅନେକ ସମସ୍ୟା ସୃଷ୍ଟି ହେବ । କାରଣ ଏହି ସମୟରେ ପ୍ରତିକୂଳ ପାଣିପାଗ ନିର୍ବାଚନ ପ୍ରଚାର ଏବଂ ଅନ୍ୟାନ୍ୟ କାମରେ ବାଧା ସ଼ଷ୍ଟି କରିବ । ତା ଛଡା ଏହି ସମୟରେ ରାମଦାନ ରହୁଥିବାରୁ ଲୋକମାନେ ଏଥିରେ ବ୍ୟସ୍ତ ରହିବେ ଯାହା ନିର୍ବାଚନ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ପରବର୍ତ୍ତୀ ସମୟରେ ନିର୍ବାଚନ ବନ୍ଦ କରିବା ପରିସ୍ଥିତି ସୃଷ୍ଟି କରିପାରେ ।’
ଏହା ମଧ୍ୟ ପଢନ୍ତୁ: |
ବିଦ୍ରୋହ ପାଇଁ କ୍ଷମତାଚ୍ୟୁତ ହୋଇଥିଲେ ହସିନା:
ସୂଚନା ଥାଉ କି, 2024 ଅଗଷ୍ଟରେ ଛାତ୍ରଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରାଯାଇଥିଲା । ବିଦ୍ରୋହୀ ଗୋଷ୍ଠୀ 15 ବର୍ଷର ସରକାରକୁ କ୍ଷମତାଚ୍ୟୁତ କରିଥିଲେ । ଫଳରେ 170 ମିଲିୟନ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଏସିଆର ଏହି ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଏହାପରେ ମହମ୍ମଦ ୟୁନୁସ ଦେଶର ଶାସନ କ୍ଷମତା ସମ୍ଭାଳିଥିଲେ ।
BNP ଲିଡର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ତଥା ଅନ୍ୟାନ୍ୟ ଦଳ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ଚାପ ପକାଇବା ପରେ ୟୁନୁସ ଏହି ଘୋଷଣା କରିଥିଲେ । ଅନ୍ୟପକ୍ଷେ ଛାତ୍ର ନେତୃତ୍ୱାଧୀନ NCP ଓ ଅନ୍ୟ କେତେକ ଦଳ ସୁଧାର ଏବଂ ନ୍ୟାୟ ମିଳିବା ପର୍ଯ୍ୟନ୍ତ ନିର୍ବାଚନ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ କାନାଡାରେ ବ୍ୟାପୁଛି ବନାଗ୍ନି, 31000ରୁ ଊର୍ଦ୍ଧ୍ୱ ବାସିନ୍ଦା ସ୍ଥାନାନ୍ତରିତ
ଏହା ମଧ୍ୟ ପଢନ୍ତୁ ଜୁନ ୬ରେ ଚନ୍ଦ୍ରର ଥଣ୍ଡା ଅଞ୍ଚଳରେ ଓହ୍ଲାଇବାକୁ ଦୁଃସାହସ କରିବ ଜାପାନୀ ସ୍ପେଶକ୍ରାଫ୍ଟ, ରଚିପାରେ ଇତିହାସ