ETV Bharat / international

କାନାଡାରେ ବ୍ୟାପୁଛି ବନାଗ୍ନି, 31000ରୁ ଊର୍ଦ୍ଧ୍ୱ ବାସିନ୍ଦା ସ୍ଥାନାନ୍ତରିତ - WILDFIRE SPREAD IN CANADA

କାନାଡାର ଜଙ୍ଗଲରେ ଲାଗିଥିବା ଭୟଙ୍କର ବନାଗ୍ନି ବ୍ୟାପି ବହୁ ଧନଜୀବନ ହାନି ଘଟିଛି ।

କାନାଡା ଜଙ୍ଗଲରେ ଭୟଙ୍କର ନିଆଁ
କାନାଡା ଜଙ୍ଗଲରେ ଭୟଙ୍କର ନିଆଁ (AP)
author img

By ETV Bharat Odisha Team

Published : June 5, 2025 at 7:59 PM IST

2 Min Read

ଓଟାୱା: ହୁତୁ ହୁତୁ ହୋଇ ଜଳୁଛି କାନାଡା । କାନାଡାର ଜଙ୍ଗଲରେ ଲାଗିଥିବା ଭୟଙ୍କର ବନାଗ୍ନି ବ୍ୟାପି ବହୁ ଧନଜୀବନ ହାନି ଘଟିଛି । ବୁଧବାର ଯାହା ଫଳରେ 31,000ରୁ ଉର୍ଦ୍ଧ୍ୱ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହି ନିଆଁ ଧୀରେ ଧୀରେ ଗାଁ ଓ ସହରକୁ ବ୍ୟାପୁଥିବାରୁ ଏହା ଅଗ୍ନିଶମ ବିଭାଗର ଚିନ୍ତା ବଢାଉଛି ବୋଲି ଅଧିକାରୀ କହିଛନ୍ତି ।

ପାଉଁଶ ହେଲାଣି 2.2 ମିଲିଅନ ହେକ୍ଟର:

କାନାଡାରେ 200ରୁ ଅଧିକ ସ୍ଥାନରେ ନିଆଁ ଲାଗିଛି । ସେଗୁଡିକ ମଧ୍ୟରୁ ଅର୍ଦ୍ଧେକ ଆୟତ୍ତ ବାହାରେ ରହିଥିବା ଜଣାପଡିଛି । ବର୍ତ୍ତମାନ ଏହି ନିଆଁ ଦ୍ୱାରା 2.2 ମିଲିଅନ ହେକ୍ଟର ପରିମିତ ଅଞ୍ଚଳ ଜଳି ନଷ୍ଟ ହୋଇଯାଇଥିବା ଜଣା ପଡିଛି । ସାସ୍କାଚେୱନ ଓ ମଣିତୋବା ଆଦି ସ୍ଥାନରେ ସର୍ବାଧିକ କ୍ଷୟକ୍ଷତି ଘଟିଛି । ଯାହା ଫଳରେ ଏହି ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରାଯାଇଛି । ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ବହୁ ଧନଜୀବନ ଓ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଛି ।

ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର:

ନିଆଁର ପ୍ରଭାବ ଯୋଗୁଁ 2500 ସଂଖ୍ୟା ବିଶିଷ୍ଟ ଏକ ଛୋଟ ସହରର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ସେଠାକାର ଏକ ହୋଟେଲ ବ୍ୟବସାୟର ମାଲିକ ତାରିକ୍ ହୋସେନ୍ ଆଲିନ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ପରିସ୍ଥିତି ସମ୍ଭାଳିବା ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି । ତାରିକ୍ ହୋସେନ୍ ଆଲିନଙ୍କ ଅନୁଯାୟୀ, 'ମୁଁ ଭୟଭୀତ ଅବସ୍ଥାରେ ଅଛି, ଲୋକେ ନିଜର ସମ୍ପତ୍ତି, ଧନ ଓ ସ୍ୱପ୍ନ ହରାଉଛନ୍ତି ।'

ସାରା ଦେଶରେ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ସତର୍କ ରହିଥିବା ବେଳେ 140 ଆମେରିକୀୟ ଅଧିକାରୀ କାନାଡାରେ ପହଁଚି ନିଆଁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛନ୍ତି । ଲା'ରୋଞ୍ଜ ଅଗ୍ନିଶମ ବିଭାଗ କହିଛି, 'ଗତ ଶେଷ କିଛି ଘଣ୍ଟା ସଂଘର୍ଷପୂର୍ଣ୍ଣ ଥିଲା ।' ଲା'ରୋଞ୍ଜ ଅଞ୍ଚଳ ଆଖପାଖ ଅଞ୍ଚଳରେ ସକ୍ରିୟ ଭାବେ ଅଗ୍ନି ବ୍ୟାପୁଥିବାର ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ:

ବାୟୁ ଗୁଣବତ୍ତା ହ୍ରାସ କରୁଛି ଜଙ୍ଗଲ ନିଆଁ; ବନାଗ୍ନିରୁ ନିର୍ଗତ ଅଙ୍ଗାରକାମ୍ଳ 60%ରେ ପହଞ୍ଚିଲା

ଚିଲିରେ ଜନବହୁଳ ଅଞ୍ଚଳକୁ ବ୍ୟାପିଲା ଜଙ୍ଗଲ ନିଆଁ: 50ରୁ ଅଧିକ ମୃତ, ଜରୁରୀ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ଅଷ୍ଟ୍ରେଲିଆ ଜଙ୍ଗଲରେ ଜାରି ରହିଛି ଅଗ୍ନିକାଣ୍ଡ, ବିଦ୍ୟୁତ ସଙ୍କଟରେ ଦେଶବାସୀ

ଭୟଙ୍କର ବନାଗ୍ନି ଦ୍ୱାରା ଗୋଟିଏ ଅଞ୍ଚଳରେ 4,70,000 ହେକ୍ଟର ପରିମିତ ଅଞ୍ଚଳ ନଷ୍ଟ ହୋଇଯାଇଥିବା ବେଳେ ପଶ୍ଚିମାଞ୍ଚଳରେ ମଧ୍ୟ 1,40,000 ହେକ୍ଟର ପରିମିତ ଅଞ୍ଚଳ ପାଉଁଶରେ ପରିଣତ ହୋଇଛି । ଏହି ନିଆଁ ଦ୍ୱାରା କେନ୍ଦ୍ରୀୟ କାନାଡା ସମେତ ଆମେରିକାର ଉତ୍ତର ଭାଗର ବାୟୁର ମାନ ନିମ୍ନସ୍ତରକୁ ହ୍ରାସ ପାଇଛି । ଏହି ନିଆଁରୁ ବାହାରୁ ଥିବା ଗ୍ୟାସ୍ ଗୁଡିକରେ କାର୍ବନ ମନୋକ୍ସାଇଡ ଭଳି କ୍ଷତିକାରକ ପ୍ରଦୂଷକ ରହିଥିବା ବେଳେ ଏହା ସେଠାକାର ବାସିନ୍ଦାଙ୍କ ଶରୀର ଉପରେ କ୍ଷତିକାରୀ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

ମାନବକୃତ କାରଣ:

କାନାଡାରେ ଘଟୁଥିବା ପ୍ରମୁଖ ଅଗ୍ନିକାଣ୍ଡ ଗୁଡିକ ପଛରେ ମାନବକୃତ କାରଣ ରହିଛି । ପ୍ରାୟତଃ ଅସାବଧାନତାବଶତଃ ବଣଭୋଜିରୁ ନିଆଁ ବ୍ୟାପି କିମ୍ବା ଶୁଷ୍କ ଅଞ୍ଚଳରେ ଯାନବାହାନ ଚଳାଚଳ ଫଳରେ ଏପରି ନିଆଁ ବ୍ୟାପିବାର ପ୍ରମୁଖ କାରଣ ବୋଲି କୁହାଯାଉଛି ।

ମନରୁ ଲିଭିନି 2023ର ଭୟଙ୍କର ବନାଗ୍ନି:

ଜଳବାୟୁ ପରିବର୍ତ୍ତନ ଦ୍ୱାରା କାନାଡାରେ ଖରାପ ପାଣିପାଗର ପରିସ୍ଥିତି ସୃଷ୍ଟି ହୋଇଛି । ଗତ 2023 ମସିହାରେ କାନାଡାରେ ଭୟଙ୍କର ବନାଗ୍ନି ଯୋଗୁଁ 15 ନିୟୁତ ହେକ୍ଟର ଜଙ୍ଗଲ ଜଳି ଧ୍ୱଂସ ହୋଇଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.