ETV Bharat / international

ଟିମ୍‌ ଓ୍ବାଲ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କମଲା ହାରିସ - US Presidental election

author img

By ETV Bharat Odisha Team

Published : Aug 6, 2024, 7:43 PM IST

Kamala Harris chooses Tim Walz as vice-presidential face: ଟିମ୍‌ ଓ୍ବାଲ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କମଲା ହାରିସ୍‌ । ଶାସକ ଦଳ ‘ଡେମୋକ୍ରାଟିକ ପାର୍ଟି’ରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ବର୍ତ୍ତମାନର ଉପରାଷ୍ଟ୍ରପତି କମଲା । ନଭେମ୍ବରରେ ନିର୍ବାଚନ । ଅଧିକ ପଢନ୍ତୁ

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟିମ୍‌ ଓ୍ବାଲ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କମଲା ହାରିସ
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଟିମ୍‌ ଓ୍ବାଲ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କମଲା ହାରିସ (ETV Bharat Odisha)

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଶାସକ ଦଳ ‘ଡେମୋକ୍ରାଟିକ ପାର୍ଟି’ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଭାରତୀୟ ବଂଶଜ କମଲା ହାରିସ ନିଜ ଡେପୁଟି ତଥା ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି । ଟିମ୍‌ ଓ୍ବାଲ୍ସ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ଭାବେ ଚଳିତ ନିର୍ବାଚନ ଲଢିବେ । ସେ ଏବେ ମିନେସୋଟାର ଗର୍ଭନର ଦାୟିତ୍ବରେ ଅଛନ୍ତି । ପୂର୍ବରୁ ବିରୋଧୀ ଦଳ ‘ରିପବ୍ଲିକାନ ପାର୍ଟି’ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିସାରିଛି । ଟ୍ରମ୍ପ ମଧ୍ୟ ନିଜ ଡେପୁଟି ତଥା ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏକଦା ନିଜର କଠୋର ସମାଲୋଚକ ଥିବା ଜେ.ଡି ଭେନ୍ସଙ୍କ ନାମ ଘୋଷଣା କରିସାରିଛନ୍ତି । ଏଥର ରାଷ୍ଟ୍ରପତି ପଦ ପାଇଁ ପୂର୍ବତନ ରାଷ୍ଟ୍ରପତି ଓ ବର୍ତ୍ତମାନର ଉପରାଷ୍ଟ୍ରପତି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ ।

  • ନିର୍ବାଚନୀ ଲଢେଇରୁ ଓହରିଥିଲେ ବାଇଡେନ

ପ୍ରଥମେ ଶାସକ ଦଳ ଡେମୋକ୍ରାଟିକ ପାର୍ଟିରୁ ପୁଣି ଥରେ ରାଷ୍ଟ୍ରପତି ଜୋ.ବାଇଡେନ ଏଥର ନିର୍ବାଚନ ଲଢିବା ନେଇ ଆଶା କରାଯାଉଥିଲା । ଏପରିକି ବାଇଡେନ ନିଜେ ନିର୍ବାଚନୀ କାର୍ଯ୍ୟକ୍ରମ ଆରମ୍ଭ କରିସାରିଥିବା ମଧ୍ୟ କିଛି ମାତ୍ରାରେ ଦୃଶ୍ୟମାନ ହେଉଥିଲା । ମାତ୍ର ବୟସାଧିକ ବାଇଡେନ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଥିଲେ । ବାଇଡେନ ପ୍ରଶାସନରେ ଉପରାଷ୍ଟ୍ରପତି ଥିବା କମଲା ହାରିସଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ଚୂଡାନ୍ତ ହୋଇଥିଲା । ଏହା ପରେ ଶାସକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କି’ଏ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଥିଲା ।

ପ୍ରଥମ କୃଷ୍ଣକାୟ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ

କମଲା ହାରିସ ହେଉଛନ୍ତି ଭାରତୀୟ ବଂଶଜ ଓ ଆମେରିକା ନିର୍ବାଚନ ଲଢୁଥିବା ପ୍ରଥମ କୃଷ୍ଣକାୟ ମହିଳା । ପୂର୍ବରୁ ଆମେରିକା ଇତିହାସରେ କେବଳ ଜଣେମାତ୍ର କୃଷ୍ଣକାୟ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ବାରାକ ଓବାମା । ତାଙ୍କ ପରେ ଏବେ ଦ୍ବିତୀୟ ଥର ପାଇଁ ଜଣେ କୃଷ୍ଣକାୟ ପ୍ରଥମ ମହିଳା ଭାବେ କମଲା ହାରିସ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କର ଜିତିବା ସମ୍ଭାବନା ମଧ୍ୟ ଅଧିକ ରହିଥିବା କୁହାଯାଉଛି । ମାତ୍ର ହତ୍ୟାର ଶିକାର ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ 3ୟ ଥର ପାଇଁ ‘ରିପବ୍ଲିକାନ ପାର୍ଟି’ରୁ ପ୍ରାର୍ଥୀ ହୋଇଛନ୍ତି । ଗୁଳିମାଡ ଘଟଣା ତାଙ୍କୁ ରାଜନୈତିକ ସମବେଦନାମୂଳକ ଭୋଟ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:-ଭାରତ ଆସିବାକୁ ହଠାତ ଅନୁରୋଧ କରିଥିଲେ ହସିନା, ଲୋକସଭାରେ ବିବୃତ୍ତି ରଖିଲେ ବିଦେଶ ମନ୍ତ୍ରୀ - JAISHANKAR S TATEMENT ON STATEMENT

  • ଟ୍ରମ୍ପଙ୍କ ଉପରେ ଭାରି ପଡିବେ କମଲା:

ବାଇଡେନ-ଟ୍ରମ୍ପ ଲଢେଇରେ ବାଇଡେନ ସାମାନ୍ୟ ଅଗ୍ରହଣୀୟ ହେବା ନେଇ ଅନୁମାନ କରାଯାଉଥିଲା । ଯାହାର ଲାଭ ଟ୍ରମ୍ପଙ୍କୁ ଯାଇଥାଆନ୍ତା । ମାତ୍ର ବାଇଡେନ ନିର୍ବାଚନୀ ଲଢେଇରୁ ଓହରିବା ପରେ କମଲା ହାରିସ ଟ୍ରମ୍ପଙ୍କ ଉପରେ ଭାରି ପଡିପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ଚଳିତବର୍ଷ ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବ । ପ୍ରତି 4 ବର୍ଷରେ ଥରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ବିଶ୍ବର ଶକ୍ତିଶାଳୀ ଦେଶର ସର୍ବଚ୍ଚ ନେତା କିଏ ହେବେ, ସେନେଇ ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.