ETV Bharat / international

ଟ୍ରମ୍ପଙ୍କ 'ଯେସାକୁ ତେସା ନୀତି'; ଆଜିଠୁ ଚୀନ ଉପରେ ୧୦୪% ଶୁଳ୍କ, ଭାରତର ଉପରେ କେତେ ? - TRUMP RECIPROCAL TARIFFS ON CHINA

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ଅନେକ ଦେଶ ସହିତ ଭାରତ ଉପରେ ୨୬% ଏବଂ ଚୀନ ଉପରେ ୧୦୪% ଲାଗୁ ହୋଇଛି ।

Donald Trump
Donald Trump (AP Photo)
author img

By ETV Bharat Odisha Team

Published : April 9, 2025 at 11:54 AM IST

2 Min Read

ନୂଆଦିଲ୍ଲୀ: ଆଜିଠାରୁ ଭାରତ ସମେତ ସମଗ୍ର ବିଶ୍ୱରେ ଟ୍ରମ୍ପ ଶୁଳ୍କ ଲାଗୁ ହୋଇଛି । ଚୀନ୍ ଉପରେ 104 ପ୍ରତିଶତ ଟିକସ ଲାଗୁ ହୋଇଛି । ଆଜିଠାରୁ ଟ୍ରମ୍ପଙ୍କ ଯେସାକୁ ତେସା ନୀତିରେ ପାଲଟା ଆମଦାନୀ ଶୁଳ୍କ ଅନେକ ଦେଶ ଉପରେ ଲାଗୁ ହୋଇଛି । ଏପଟେ ଭାରତୀୟ ସାମଗ୍ରୀ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ 26 ପ୍ରତିଶତ ଶୁଳ୍କ ବୁଧବାର ସକାଳ 9:30ରେ କାର୍ଯ୍ୟକାରୀ ହୋଇଛି । ଏକାଧିକ ଶୁଳ୍କକୁ ଲକ୍ଷ୍ୟ କରି ଏହି ଶୁଳ୍କ ଆମେରିକାର ବ୍ୟାପକ ବାଣିଜ୍ୟ ନୀତିର ଏକ ଅଂଶ ବୋଲି କହିଛନ୍ତି ଟ୍ରମ୍ପ ।

ଚୀନ ଏବଂ ଆମେରିକା ଟାରିଫ ଯୁଦ୍ଧ ଜାରି-

ଚୀନ ଉପରେ ଆମେରିକା ଲଗାଇଲା 104 ପ୍ରତିଶତ ଟାରିଫ । ପୂର୍ବରୁ ଆମେରିକା ଚୀନ ଉପରେ 54 ପ୍ରତିଶତ ପାଲଟା ଆମଦାନୀ ଶୁଳ୍କ ଘୋଷଣା କରିଥିଲା । କିନ୍ତୁ ଚୀନ ପୁଣି ଥରେ ଆମେରିକା ସାମଗ୍ରୀ ଉଫରେ ଶୁଳ୍କ ବୃଦ୍ଧି କରିବା ପରେ ଚୀନ ଉପରେ ପୁଣି ଥରେ ଶୁଳ୍କ ବଢାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚେତାବନୀର ଦିନକ ପରେ ବର୍ଦ୍ଧିତ ଟାରିଫ ଲଗାଇଲେ ଟ୍ରମ୍ପ । ଆଜିଠୁ ଚୀନ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଦର । ଚୀନ ଉପରେ ପୂର୍ବରୁ 54% ଆମଦାନୀ ଶୁଳ୍କ ଲାଗୁ କରିଥିଲେ ଟ୍ରମ୍ପ ।

  • ଚୀନ ଉପରେ 104% ଆମଦାନୀ ଶୁଳ୍କ ଲଗାଇଲା ଆମେରିକା-
  • ଚେତାବନୀର ଦିନକ ପରେ ବର୍ଦ୍ଧିତ ଟାରିଫ ଲଗାଇଲେ ଟ୍ରମ୍ପ
  • ଆଜିଠୁ ଚୀନ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଦର
  • ଚୀନ ଉପରେ ପୂର୍ବରୁ 54% ଆମଦାନୀ ଶୁଳ୍କ ଲାଗୁ କରିଥିଲେ ଟ୍ରମ୍ପ

ସୋମବାର ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରତିଶୋଧମୂଳ 34 ପ୍ରତିଶତ ଟାରିଫ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ, ଚୀନ୍ ଉପରେ ଅତିରିକ୍ତ 50 ପ୍ରତିଶତ ଟାରିଫ୍ ଲଗାଇବାକୁ ଦେଇଥିଲେ ଚେତାବନୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା 'ଯେସାକୁ ତେସା' ନୀତିରେ ପାଲଟା ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି । ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା । ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ପ୍ରତିଶୋଧମୂଳକ ଅଧିକ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି ।

TRUMP TARIFFS ON CHINA
TRUMP TARIFFS ON CHINA (TRUMP TARIFFS ON CHINA)

ଭାରତ ଉପରେ କେତେ ଲାଗିଛି ଶୁଳ୍କ-

ଭାରତ ଉପରେ 26 ପ୍ରତିଶତ ଶୁଳ୍କ ଏବଂ ଚୀନ୍ ଉପରେ 104 ପ୍ରତିଶତ ଶୁଳ୍କ ସମେତ ଅନେକ ଦେଶ ଉପରେ ଶୁଳ୍କ ଲାଗୁ କରାଯାଇଛି । ଏହି ଟିକସ ଜାରି ରହିଥିବା ବିଶ୍ୱ ବାଣିଜ୍ୟ ଯୁଦ୍ଧରେ ଅଧିକ ଚାପ ସୃଷ୍ଟି କରିଥିବାବେଳେ ଟ୍ରମ୍ପ ପ୍ରଶାସନ କହିଛି ଯେ ପ୍ରାଥମିକ ଆଲୋଚନା ପାଇଁ ଅନେକ ଦେଶ ସେମାନଙ୍କ ନିକଟକୁ ଆସିଛନ୍ତି । ଆମେରିକା-ଚୀନ୍ ଟାରିଫ୍ ୱାର୍ ଭିତରେ ଭାରତର ବଜାର ସ୍ଥିତି ଉପରେ କଣ ପ୍ରଭାବ ପଡ଼ିବ, ସେନେଇ ଆଶଙ୍କା ଭିତରେ ଅଛନ୍ତି ନିବେଶକ ।

ଏହା ବି ପଢନ୍ତୁ- ଟ୍ରମ୍ପଙ୍କ ଟାରିଫ୍‌ ପ୍ରଭାବ; ଆମେରିକାକୁ ଯିବ 'ମେଡ ଇନ ଇଣ୍ଡିଆ ଆଇଫୋନ' - MADE IN INDIA IPHONE TO US

ଏହା ବି ପଢନ୍ତୁ- ଭାରତ ଉପରେ ୨୬% ଟିକସ ଲଗାଇଲା ଟ୍ରମ୍ପ ପ୍ରଶାସନ, ତର୍ଜମା କରୁଛି ନୂଆଦିଲ୍ଲୀ - TRUMP RECIPROCAL TARIFF ON INDIA

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.