ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଚାରି ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପର୍ତ୍ତୁଗାଲର ରାଜଧାନୀ ଲିସବନ୍ ରେ ପହଞ୍ଚିଛନ୍ତି। ପ୍ରାୟ ତିନି ଦଶନ୍ଧି ମଧ୍ୟରେ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ପର୍ତ୍ତୁଗାଲ ଗସ୍ତ। ଫିଗୋ ମାଦୁରୋ ସାମରିକ ବିମାନ ଘାଟିରେ ରାଷ୍ଟ୍ରପତିଙ୍କୁ ପର୍ତ୍ତୁଗାଲରେ ଭାରତର ରାଷ୍ଟ୍ରଦୂତ ପୁନିତ ଆର୍ କୁଣ୍ଡଲ ଏବଂ ଭାରତରେ ପର୍ତ୍ତୁଗାଲର ରାଷ୍ଟ୍ରଦୂତ ଜୋଆଓ ରିବେଇରୋ ଡି ଆଲମେଦିଆ ସ୍ୱାଗତ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି, ଯେତେବେଳେ କି ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଅନ୍ତର୍ଜାତୀୟ ବାଣିଜ୍ୟକୁ ପୁନଃଆକୃତି ଦେବା, ବାଣିଜ୍ୟ ଶୁଳ୍କ ଲାଗୁ କରାଯିବା ଏବଂ ୟୁରୋପ ସହିତ ଭାରତର ବଢ଼ୁଥିବା ସମ୍ପର୍କ ଆଦି ଜାରି ରହିଛି। ଫେବୃଆରୀରେ, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଏବଂ କମିଶନର୍ସ କଲେଜ ଭାରତ ଗସ୍ତ କରିଥିଲେ। ଭାରତ କହିଛି, ଏହି ବର୍ଷ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆଶାବାଦୀ।
#WATCH | President Droupadi Murmu arrives in Lisbon, Portugal.
— ANI (@ANI) April 6, 2025
The President is on a state visit to Portugal at the invitation of the President of Portugal, Marcelo Rebelo de Sousa. pic.twitter.com/cTgxIlO5b1
ଏପରିବି ଭାରତ-ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କର 50ତମ ବାର୍ଷିକୀ ଅବସରରେ 27 ବର୍ଷର ବ୍ୟବଧାନ ପରେ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଗସ୍ତ ବିଶେଷ ମହତ୍ବ ରଖୁଛି। ଏହା ପୂର୍ବରୁ 1998 ରେ ରାଷ୍ଟ୍ରପତି କେ.ଆର ନାରାୟଣନ ପର୍ତ୍ତୁଗାଲ ଗସ୍ତରେ ଯାଇଥିଲେ।
ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସାଙ୍କ ନିମନ୍ତ୍ରଣକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଗସ୍ତ ଭାରତ-ପର୍ତ୍ତୁଗାଲ ଏବଂ ୟୁରୋପୀୟ ସଂଘ ସହ ସମ୍ପର୍କକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସମୟ ମଧ୍ୟରେ ରାଷ୍ଟ୍ରପତି ଏକ ପ୍ରତିନିଧୀ ସଭା କରିବେ ଏବଂ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ।
ଆଜି ରାଷ୍ଟ୍ରପତି ମୁର୍ମୁ, ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା, ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଏବଂ ବିଧାନସଭା ବାଚସ୍ପତି ଡକ୍ଟର ଜୋସ୍ ପେଡ୍ରୋ ଆଗୁଆର-ବ୍ରାଙ୍କୋ ସମେତ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ପରେ ଲିସବନର ମେୟର କାର୍ଲୋସ୍ ମାନୁଏଲ୍ ଫେଲିକ୍ସ ମୋଏଡାସ୍ ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ। ସେ ରାଷ୍ଟ୍ରପତି ରେବେଲୋ ଡି ସୌସାଙ୍କ ଦ୍ୱାରା ଆୟୋଜିତ ଏକ ଭୋଜିରେ ମଧ୍ୟ ଯୋଗଦେବେ।
#WATCH | राष्ट्रपति द्रौपदी मुर्मु ने पुर्तगाल की राजधानी लिस्बन में चार दिवसीय दौरे के पहले चरण की शुरुआत की।
— PB-SHABD (@PBSHABD) April 7, 2025
पुर्तगाल के राष्ट्रपति के आमंत्रण पर यह यात्रा, भारत-पुर्तगाल और यूरोपीय संघ के संबंधों को मजबूत करने की दिशा में महत्वपूर्ण कदम है।
राष्ट्रपति इस दौरान प्रतिनिधिमंडल… pic.twitter.com/72kTPs1sZt
"ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ବାଣିଜ୍ୟ ମୂଲ୍ୟ ୧.୫ ବିଲିୟନ ଆମେରିକୀୟ ଡଲାର ରହିଛି ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ସହିତ ସ୍ଥିର ଭାବେ ବୃଦ୍ଧି ପାଉଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ତନ୍ମୟ ଲାଲ ଶୁକ୍ରବାର ଦିନ ଗସ୍ତ ବିଷୟରେ ସୂଚନା ଦେଇ କହିଥିଲେ।
ରାଷ୍ଟ୍ରପତି ବିଭିନ୍ନ ପର୍ତ୍ତୁଗୀଜ୍ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଗବେଷକଙ୍କ ସମେତ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ଆଲୋଚନା କରିବେ। ପର୍ତ୍ତୁଗାଲରେ ଭାରତୀୟ ସମ୍ପ୍ରଦାୟ ପ୍ରାୟ 1,25,000 ଥିବାବେଳେ ସେଥିରେ 35,000ରୁ ଅଧିକ ଭାରତୀୟ ନାଗରିକ ଏବଂ 90,000 ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଛନ୍ତି। ଲିସବନ୍, ଆଲଗାର୍ଭ ଏବଂ ପୋର୍ଟୋ ଆଦି ସହରରେ ଏହିସବୁ ଭାରତୀୟ ରହୁଥିବା ବେଳେ ପର୍ତ୍ତୁଗାଲର ସାମାଜିକ ଏବଂ ଅର୍ଥନୈତିକ ଦୃଶ୍ୟପଟର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛନ୍ତି।
ରାଷ୍ଟ୍ରପତି 'ଆଲାମେଡା ମହାତ୍ମା ଗାନ୍ଧି (ଆଭେନ୍ୟୁ)'ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ଏପ୍ରିଲ 9-10ରେ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଲୋଭାକିଆ ଗଣରାଜ୍ୟ ଯିବେ।
ଏହା ମଧ୍ୟ ପଢ଼ନ୍ତୁ- ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବିଶାଳ ବିକ୍ଷୋଭ; ସମସ୍ତ 50 ରାଜ୍ୟରେ 'ହ୍ୟାଣ୍ଡସ୍ ଅଫ୍' ଆନ୍ଦୋଳନ ଜୋରଦାର