ETV Bharat / international

ପରଲୋକରେ ପୋପ ଫ୍ରାନସିସ୍‌, ନିମୋନିଆରେ ଥିଲେ ପୀଡିତ - POPE FRANCIS DEATH

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କ ଦେହାନ୍ତ । 88 ବର୍ଷରେ ନିଧନ ।

pope francis
pope francis (AP)
author img

By ETV Bharat Odisha Team

Published : April 21, 2025 at 1:54 PM IST

Updated : April 21, 2025 at 2:29 PM IST

1 Min Read

ଭାଟିକାନ ସିଟି: ଆଉ ନାହାନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ । ପୋପଙ୍କ ନିଧନ ନେଇ ଭାଟିକାନ ପକ୍ଷରୁ ସୂଚନା ଦିଆଯାଇଛି । 88 ବର୍ଷରେ ପୋପଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ନିମୋନିଆ ରୋଗରେ ପୀଡିତ ଥିଲେ । ପୋପ୍‌ ଫ୍ରାନସିସ୍‌ ଜୀବନବ୍ୟାପି ଖ୍ରୀଷ୍ଟ ଧର୍ମର ସେବା କରିଥିଲେ । ଆଜି(ସୋମବାର) ସକାଳ 7ଟା 35 ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ଭାଟିକାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ପୋପ୍‌ ଫ୍ରାନସିସ୍‌ ରୋମାନ କ୍ୟାଥଲିକ ଚର୍ଚ୍ଚରେ ପ୍ରଥମ ଧର୍ମଗୁରୁ ଥିଲେ । ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ଥିଲେ । ନିମୋନିଆ କାରଣରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ଏଥିପାଇଁ ଦୀର୍ଘ 38 ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ ନିଜ ବାସଭବନ କାସା ସାଣ୍ଟା ମାର୍ଟାରେ ତାଙ୍କର ଦେହାନ୍ତ ହୋଇଛି ।

ଇଷ୍ଟର ପାଇଁ ରବିବାର ପୋପ୍‌ ଫ୍ରାନସିସ୍‌ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ । ସେଣ୍ଟ ପିଣ୍ଟର ସ୍କୋୟାରରେ ଲୋକଙ୍କୁ ଦର୍ଶନ ଦେଇଥିଲେ । ଯେଉଁଠି ପାଖାପାଖି 35000 ଲୋକଙ୍କ ଭିଡ ଜମିଥିଲା । ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ ପୋପ୍‌ । ସାରା ଜୀବନ ଇଶ୍ବରଙ୍କ ସେବାରେ ବିତାଇଥିଲେ ପୋପ୍‌ ।

ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ପର୍କରେ...

ପୋପ ଫ୍ରାନସିସଙ୍କ ଜନ୍ମ ଆର୍ଜେଣ୍ଟିନାରେ ହୋଇଥିଲା । ତାଙ୍କ ନାଁ ଜାର୍ଜ ମାରିୟୋ ବେର୍ଗୋଲିୟୋ ଥିଲା । ପୋପ୍‌ ଫ୍ରାନସିସ ଗତ 2013ରେ ଏହି ପଦରେ ଥିଲେ । ପୋପ୍‌ ବେନେଡିକ୍ଟ XVI ଇସ୍ତଫା ଦେବା ପରେ ସେ ଏହି ପଦ ସମ୍ଭାଳିଥିଲେ । କାର୍ଡିନଲ ତାଙ୍କୁ 266ତମ ପୋପ୍‌ ଭାବେ ଚୟନ କରିଥିଲେ । ତେବେ ଏହା ପ୍ରଥମ ଥିଲା, ଜଣେ ଅଣ ୟୁରୋପିୟଙ୍କୁ ପୋପ୍‌ ଭାବେ ବଛା ଯାଇଥିଲା ।

ପୋପ୍‌ଙ୍କ ଦେହାନ୍ତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦୁଃଖ ପ୍ରକାଶ:

ପୋପ୍‌ଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପୋପ୍‌ ଚାହୁଁଥିଲେ ଗରିବଙ୍କ ପାଇଁ ଚର୍ଚ୍ଚ ନୂଆ ଆଶା ଆଉ ଖୁସି ନେଇ ଆସୁ । ଏହା ପ୍ରତ୍ୟେକ ଲୋକଙ୍କୁ ଯୋଡୁ । ଏହି ଭଳି ଦୁଃଖର ଘଡିସନ୍ଦି ମୁର୍ହୂତ୍ତରେ ମୁଁ ଆଉ ମୋ ପତ୍ନୀ କ୍ୟାଥେଲିକ ଲୋକ ଆଉ ଶୋକସନ୍ତପ୍ତ ଦୁନିଆ ସହ ଅଛୁ ।

ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ବର୍ଷ G7 ସମିଟିରେ ପୋପ ଫ୍ରାନସିସିଙ୍କ ସହ ସାକ୍ଷାତ କରିଥିଲେ । ଭାରତ ଆସିବାକୁ ପୋପଙ୍କୁ ନିମନ୍ତ୍ରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:

Balasore train tragedy: ଭାଟିକାନ ସିଟିରୁ ଶୋକ, ସମବେଦନା ଜଣାଇଲେ ପୋପ ଫ୍ରାନ୍ସିସ୍‌

ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ୧ ଘଣ୍ଟା ଚାଲିଲା ଆଲୋଚନା

Last Updated : April 21, 2025 at 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.