Colombian presidential candidate Miguel Uribe shot ବୋଗୋଟା: କଲମ୍ବିଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ । ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ନିର୍ବାଚନ ପ୍ରଚାର ବେଳେ ଗୁଳିମାଡ ହୋଇଛି । ଏଥିରେ ସେ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ବର୍ତ୍ତମାନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ପ୍ରଚାର ବେଳେ ଗୁଳିମାଡ:
ନିର୍ବାଚନ ଥିବା ବେଳେ କଲମ୍ବିଆର ରାଜଧାନୀରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ ପ୍ରଚାର କରୁଥିଲେ । ଭାଷଣ ଚାଲିଥିବା ବେଳେ ଅଚାନକ ଗୁଳି ଶବ୍ଦ ଶୁଣାଯାଇଥିଲା । ଯେଉଁ ଗୁଳି ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୁଣ୍ଡରେ ବାଜିଥିଲା । ଏଥିରେ ସେ ଗୁରୁତର ହୋଇଛନ୍ତି । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
El atroz atentanto contra el senador Miguel Uribe es una nueva y profunda herida en nuestra democracia.
— Carlos F. Galán (@CarlosFGalan) June 8, 2025
La violencia política le ha costado demasiada sangre a nuestro país. Es una historia dolorosa que todos conocemos y hemos sufrido en mayor o menor medida.
En esto nos debemos…
ICUରେ ରାଷ୍ଟ୍ରପତି:
ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ଭିଡିଓ ଭାଇରାଲ:
ତେବେ ଗୁଳିମାଡ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳୁଛି, ଜନସାଧାରଣଙ୍କ ସମ୍ମୁଖରେ ଭାଷଣ ଦେଉଥିଲେ ମିଗୁଏଲ ଭାଷଣ ଦେଉଥିଲେ । ଏହି ସମୟରେ ଗୁଳିମାଡର ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କୁହାଯାଉଛି କି, ତାଙ୍କ ମୁଣ୍ଡରେ 2ଟି ଗୁଳି ବାଜିଛି । ଗୁଳିମାଡ କରିଥିବା ସନ୍ଦିଗ୍ଧକୁ ଗିରଫ କରିଛି ପୋଲିସ ।
ଘଟଣାକୁ କଲମ୍ବିଆ ସରକାରଙ୍କ ନିନ୍ଦା:
ଏନେଇ କଲମ୍ବିଆ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ରାଜଧାନୀରେ ପଶ୍ଚିମରେ ଏକ ପ୍ରଚାର ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଛି । ଏହି ଘଟଣାକୁ ଦୃଢ ନିନ୍ଦା କରୁଛୁ । ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି, ହିଂସାର କ୍ରୁରତା ବ୍ୟକ୍ତିଗତ ବିରୁଦ୍ଧ କେବଳ ନୁହେଁ ଏହା ଲୋକତନ୍ତ୍ର, ବିଚାର ଓ କଲମ୍ବିଆ ରାଜନୀତିର ବୈଧ ଅଭ୍ୟାସର ମଧ୍ୟ ବିରୁଦ୍ଧ ଅଟେ ।
ଏହା ମଧ୍ୟ ପଢନ୍ତୁ: ଚଳିତ ନୁହେଁ ଆସନ୍ତାବର୍ଷ ହେବ ବାଂଲାଦେଶ ନିର୍ବାଚନ, ୟୁନୁସଙ୍କ ଉପରେ ତେଜିଲା ଅସନ୍ତୋଷ OPINION: ଟ୍ରମ୍ପଙ୍କ ଗୋଲ୍ଡେନ ଡୋମ୍, ସ୍ୱପ୍ନ ପାଇଁ ଆକାଶ ହେଉଛି ଶେଷ ସୀମା |
ମିଗୁଏଲ ରାଷ୍ଟ୍ରପତି ଗୁସ୍ତବୋ ପେଟ୍ରୋଙ୍କୁ କଡା ସମାଲୋଚକ ଅଟନ୍ତି । ସେ ଡେମୋକ୍ରାଟିକ ସେଣ୍ଟର ପାର୍ଟିର ସଦସ୍ୟ ଅଟନ୍ତି । ମିଗୁଏଲ ଗତବର୍ଷ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ । ଆସନ୍ତା 2026ରେ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।