ETV Bharat / international

ବୋଇଂ ଡିଲରୁ ବେଜିଂ ଓହରିବା ପ୍ରସଙ୍ଗରେ ଟ୍ରମ୍ପଙ୍କ ପ୍ରତିକ୍ରିୟା 'ନିଷ୍ପତ୍ତି ଚୀନ ହାତରେ' - AMERICA TARIFF WAR

ଆମେରିକାର ଟାରିଫ ଚାପରେ ଘାଇଲା ଚୀନ । ଆମେରିକା ବିମାନ କମ୍ପାନୀ ବୋଇଂ ସହ ବେଜିଂ ଡିଲ୍ ନେଇ ଅନିଶ୍ଚିତତା ।

Etv Bharat
Etv Bharat ((AP))
author img

By AFP

Published : April 16, 2025 at 2:49 PM IST

2 Min Read

ଓ୍ବାଂସିଟନ(ଆମେରିକା) : ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧ ଅଧିକ ଘନେଇବାରେ ଲାଗିଛି । ଚୀନ ଏହାର ଏୟାରଲାଇନ୍ସ କମ୍ପାନୀକୁ ଆମେରିକାର ବିମାନ କମ୍ପାନୀ ବୋଇଂରୁ ବିମାନ କିଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଏକ ରିପୋର୍ଟରୁ ଜଣାପଡିଛି । ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ତିକ୍ତତା ବଢାଇବା ଆଶଙ୍କା କରାଯାଉଛି । ଏହାକୁ ନେଇ ହ୍ବାଇଟହାଉସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ଡୋନାଲ୍ଟ ଟ୍ରମ୍ପ ବିଶ୍ବାସ କରନ୍ତି ଯେ, ବାଣିଜ୍ୟକୁ ନେଇ ବୁଝାମଣା ଟେବୁଲକୁ ଆସିବା ଚୀନ ଉପରେ ନିର୍ଭର କରେ ବୋଲି ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି ।

ପ୍ରେସ ସଚିବ କେରୋଲିନ ଲିଭିଟଙ୍କ ଦ୍ୱାରା ଜାରି ହୋଇଥିବା ଟ୍ରମ୍ପଙ୍କ ଏକ ବିବୃତ୍ତିରେ କୁହାଯାଇଛି, " ନିଷ୍ପତ୍ତି ଏବେ ଚୀନ ହାତରେ । ଚୀନକୁ ଆମ ସହିତ ଏକ ଚୁକ୍ତି କରିବା ଆବଶ୍ୟକ । ଆମକୁ ସେମାନଙ୍କ ସହିତ ଚୁକ୍ତି କରିବାକୁ ପଡ଼ିବ ନାହିଁ। କେବଳ ବଡ ଦେଶ ବ୍ୟତିତ ଚୀନ ଏବଂ ଅନ୍ୟ ଦେଶ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। "

ଚୀନ୍ ଅଭିବୃଦ୍ଧି:

ରାଷ୍ଟ୍ରପତି ପଦକୁ ଫେରିବା ପରେ ଚଳିତ ମାସ ଆରମ୍ଭରୁ ଡୋନାଲ୍ଟ ଟ୍ରମ୍ପ ରେସିପ୍ରୋକାଲ ଟାରିଫ (ପାଲଟା ଶୁଳ୍କ) ଅର୍ଥାତ ପାରସ୍ପରିକ ଶୁଳ୍କ ଲାଗୁ ନୀତି ଲାଗୁ କରିଛନ୍ତି । ଭାରତ ସମେତ 25 ଦେଶ ଉପରେ ରେସିପ୍ରୋକାଲ ଟାରିଫ ଅର୍ଥାତ୍ ପାରସ୍ପରିକ ଶୁଳ୍କ ଲାଗୁ କରିଛି ଟ୍ରମ୍ପ ପ୍ରଶାସନ । ଚୀନ ଉପରେ ସର୍ବାଧିକ ଶୁଳ୍କ ଲଗାଯାଇଛି । ଚୀନ ଆମଦାନୀ ଉପରେ ଅତିରିକ୍ତ 145 ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ଚୀନ ବୁଧବାର କହିଛି ଯେ ପ୍ରଥମ ମାସରେ ଏହାର ଅର୍ଥନୀତି ପୂର୍ବନୁମାନ ଅନୁସାରେ ଅଧିକ 5.4 ପ୍ରତିଶତ ବୃଦ୍ଧି ହୋଇଛି । କାହିଁକି ନା ରପ୍ତାନିକାରୀମାନେ ଆମେରିକାର ଶୁଳ୍କ ପୂର୍ବରୁ କାରଖାନା ଫାଟକରୁ ସାମଗ୍ରୀ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାରତ ଆଶ୍ୱସ୍ତ: ଟାରିଫ ଉପରେ ୯୦ ଦିନିଆ ବ୍ରେକ ଲଗାଇଲେ ଟ୍ରମ୍ପ, ହେଲେ ଚୀନକୁ ଛାଡ଼ିଲେନି - US CHINA TRADE WAR

ଏହା ବି ପଢନ୍ତୁ- ଟ୍ରମ୍ପଙ୍କ 'ଯେସାକୁ ତେସା ନୀତି'; ଆଜିଠୁ ଚୀନ ଉପରେ ୧୦୪% ଶୁଳ୍କ, ଭାରତର ଉପରେ କେତେ ? - TRUMP RECIPROCAL TARIFFS ON CHINA

ଚୀନର ଜାତୀୟ ପରିସଂଖ୍ୟାନ ବ୍ୟୁରୋର ବରିଷ୍ଠ ଅଧିକାରୀ ଶେଙ୍ଗ ଲାୟୁନ୍ କହିଛନ୍ତି ଯେ, ଆମେରିକାର ଶୁଳ୍କ ଆମ ଦେଶର ବୈଦେଶିକ ବାଣିଜ୍ୟ ଏବଂ ଅର୍ଥନୀତି ଉପରେ କିଛି ଚାପ ସୃଷ୍ଟି କରିବ। ଏହା ମଧ୍ୟରେ ହଂକଂର ଡାକ ସେବା କହିଛି ଯେ, ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଶୁଳ୍କର ଜବାବରେ ଏହା ଆମେରିକା ପାଇଁ ସାମଗ୍ରୀ ପରିବହନ ବନ୍ଦ କରିବ।

ଟ୍ରମ୍ପ "ଡି ମିନିମିସ୍" ଛାଡକୁ ସମାପ୍ତ କରିଛନ୍ତି । ଯାହା ଦ୍ବାରା 800 ଡଲାରରୁ କମ୍ ମୂଲ୍ୟର ଦ୍ରବ୍ୟକୁ କୌଣସି ଶୁଳ୍କ କିମ୍ବା ନିର୍ଦ୍ଦିଷ୍ଟ ଟିକସ ବିନା ପ୍ରବେଶ କରିବାକୁ ଅନୁମତି ଥିଲା । ଏହା ଏକ ଏମିତି ନିୟମ ଯାହା ଚୀନର ପ୍ରତିଷ୍ଠିତ ଅନଲାଇନ ଖୁଚୁରା ବ୍ୟବସାୟୀ ଶେନ୍ ଏବଂ ଟେମୁଙ୍କ ଦ୍ରୁତ ଅଭିବୃଦ୍ଧିରେ ସାହାଯ୍ୟ କରିଛି । ୱାଶିଂଟନରେ ହେବାକୁ ଥିବା ଆଲୋଚନା ପାଇଁ ଜାପାନର ଦୂତ କହିଛନ୍ତି ଯେ, ଉଭୟ ଦେଶ ପାଇଁ ଏକ ବିଜୟ ଫଳାଫଳକୁ ନେଇ ଆଶାବାଦୀ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.