ETV Bharat / international

ଦକ୍ଷିଣ କୋରିଆରେ ଭୟଙ୍କର ଜଙ୍ଗଲ ନିଆଁ, 18 ମୃତ, 27 ହଜାର ବାସହୀନ, ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ - SOUTH KOREA WILDFIRES

ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଥିବା ନିଆଁକୁ ବର୍ତ୍ତମାନର ସବୁଠାରୁ ଭୟଙ୍କର ବନାଗ୍ନି ବୋଲି ବର୍ଣ୍ଣନା କରାଯାଉଛି।

SOUTH KOREA WILDFIRES
SOUTH KOREA WILDFIRES (AP)
author img

By ETV Bharat Odisha Team

Published : March 26, 2025 at 4:53 PM IST

2 Min Read

ସିଓଲ: ଦକ୍ଷିଣ କୋରିଆ ଜଙ୍ଗଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଦେଶର ଦକ୍ଷିଣ ଅଞ୍ଚଳକୁ ଧ୍ୱଂସ କରିଦେଇ ସାରିଲାଣି। ଏହି ବିପର୍ଯ୍ୟୟରେ 18 ଜଣଙ୍କର ମୃତ୍ୟୁ ଘଟିଛି, 200ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି ଏବଂ 27 ହଜାର ଲୋକ ସେମାନଙ୍କ ବାସସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ରିଲିଫ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ହେଲିକପ୍ଟର ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି।

କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ସହର ଉଇସୋଙ୍ଗ ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। କୋରିଆ ବନ ସେବା କହିଛି ଯେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆକଳନ କରାଯାଉଛି ଯେ, ହେଲିକପ୍ଟରଟି ଜଣେ ପାଇଲଟ୍ ଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ସେଥିରେ କୌଣସି ଚାଳକ ଦଳର ସଦସ୍ୟ ନ ଥିଲେ।

SOUTH KOREA WILDFIRES
SOUTH KOREA WILDFIRES (AP)

ସରକାରଙ୍କ ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ରର ସୂଚନା ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗି ଏକ ପ୍ରାଚୀନ ବୌଦ୍ଧ ମନ୍ଦିର, ଘର, କାରଖାନା ଏବଂ ଯାନ ବାହାନ ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ 43,330 ଏକର ଜମି ପୋଡି ଯାଇଛି ଓ ଏଥିରେ 19 ଜଣ ଆହତ ହୋଇଛନ୍ତି। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ ଡକ୍ ସୁ ଏକ ଟେଲିଭିଜନ ସମ୍ବୋଧନରେ କହିଛନ୍ତି ଯେ, ଗତ ଶୁକ୍ରବାର ଅଗ୍ନିକାଣ୍ଡ, ପୂର୍ବର ସମସ୍ତ ଅଗ୍ନିକାଣ୍ଡ ଅପେକ୍ଷା ଅଧିକ କ୍ଷତି ଘଟାଇଛି।

ୟୋନହାପ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ବ୍ୟାପୁଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ତାଙ୍କାକ ପରିଶ୍ରମ ଜାରି ରଖିଛନ୍ତି। ଗତ ଶୁକ୍ରବାର ଦିନ ଦକ୍ଷିଣ ଜିଆଙ୍ଗସାଙ୍ଗ ପ୍ରଦେଶର ସାନଚୋଙ୍ଗ କାଉଣ୍ଟିରେ ଘଟିଥିବା ଏହି ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯଦିଓ ଏହା ଉଇସୋଙ୍ଗ ଆଡ଼କୁ ବ୍ୟାପିଛି ଏବେ ପ୍ରବଳ ଶୁଖିଲା ପବନ ହେତୁ ଜଙ୍ଗଲ ନିଆଁ ଆଣ୍ଡୋଙ୍ଗ, ଚୋଙ୍ଗସେଙ୍ଗ, ୟୋଙ୍ଗୟାଙ୍ଗ ଏବଂ ୟୋଙ୍ଗଡେକ୍ ଆଡକୁ ଗତି କରୁଛି।

SOUTH KOREA WILDFIRES
SOUTH KOREA WILDFIRES (AP)

ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଆଣ୍ଡୋଙ୍ଗରେ, ତିନି ଜଣ ଚୋଙ୍ଗସେଙ୍ଗରେ, ଛଅ ଜଣ ୟୋଙ୍ଗୟାଙ୍ଗରେ ଏବଂ ସାତ ଜଣ ୟୋଙ୍ଗଡୋକରେ ମିଳିଛନ୍ତି। ଚୋଙ୍ଗସଙ୍ଗରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଏହା ବ୍ୟତୀତ 10 ଜଣ ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି। ୟୋଙ୍ଗୟାଙ୍ଗରେ ମଙ୍ଗଳବାର ରାତି ପ୍ରାୟ 11ଟା ବେଳେ ରାସ୍ତାରେ ପାଞ୍ଚ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।

ଦକ୍ଷିଣରେ ମାରାତ୍ମକ ଅଗ୍ନିକାଣ୍ଡ ଯେପରି ବିସ୍ତାର ନହୁଏ ସେଥିପାଇଁ ବୁଧବାର କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ ଡକ୍ ସୁ ବ୍ୟାପକ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି। ଏହାକୁ ବର୍ତ୍ତମାନର ସବୁଠାରୁ ଭୟଙ୍କର ଜଙ୍ଗଲ ନିଆଁ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 17 ହଜାର ହେକ୍ଟର ଜଙ୍ଗଲ ଏବଂ 209 ବିଲଡିଂ ଏବଂ କାରଖାନା ନଷ୍ଟ ହୋଇଯାଇଛି।

SOUTH KOREA WILDFIRES
SOUTH KOREA WILDFIRES (AP)

ନିଆଁ ଲିଭାଇବା ପାଇଁ ହଜାର ହଜାର ଅଗ୍ନିଶମ କର୍ମଚାରୀ, ବହୁ ହେଲିକପ୍ଟର ଏବଂ ଯାନବାହାନ ନିୟୋଜିତ କରାଯାଇଛି। ଖବର ଅନୁଯାୟୀ, ଗତ ଶୁକ୍ରବାର ଠାରୁ ଦେଶର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ 5 ହଜାର ସେନା ଯବାନ ଏବଂ 146ଟି ହେଲିକପ୍ଟର ନିୟୋଜିତ କରାଯାଇଛି।

ଦକ୍ଷିଣ କୋରିଆର ନ୍ୟାୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନିଆଁରୁ ରକ୍ଷା ପାଇବା ପାଇଁ ଉତ୍ତର ଜିଆଙ୍ଗସଙ୍ଗ ପ୍ରଦେଶର ଏକ ଜେଲ୍ ରୁ ପ୍ରାୟ 500 କଏଦୀଙ୍କୁ ରାତିସାରା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରାରମ୍ଭରେ, ମନ୍ତ୍ରଣାଳୟ ଏହି ଅଞ୍ଚଳର ବିଭିନ୍ନ ଜେଲରୁ ପ୍ରାୟ 3500 କଏଦୀଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲା, କିନ୍ତୁ କିଛି ନିଆଁ ଲିଭାଇବା ପରେ ଏହି ସଂଖ୍ୟା ହ୍ରାସ ପାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ- ବାଂଲାଦେଶରେ ପୁଣି ହେବ କି କ୍ଷମତା ପରିବର୍ତ୍ତନ? ସେନା ଅଧିକାରୀଙ୍କ ସହ ସେନା ମୁଖ୍ୟଙ୍କ ଜରୁରୀ ବୈଠକ, ସେନା ପାଟ୍ରୋଲିଂ ତୀବ୍ର - BANGLADESH POLITICAL UNREST

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.