ETV Bharat / health

ନିଶା କବଳରେ ଯୁବପିଢି ! କେମିତି ଛାଡିବେ ତମାଖୁ ? ଜାଣନ୍ତୁ ଉପାୟ - WORLD NO TOBACCO DAY 2025

ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ । ଚଳିତ ବର୍ଷ ଥିମ୍‌ ରହିଛି ‘Unmasking the Appeal’ ଯୁବବର୍ଗଙ୍କୁ ସଚେତନ କଲେ ଡାକ୍ତର ।

WORLD NO TOBACCO DAY 2025
WORLD NO TOBACCO DAY 2025 (Getty)
author img

By ETV Bharat Odisha Team

Published : May 31, 2025 at 1:39 PM IST

3 Min Read

World No Tobacco Day 2025 ଭୁବନେଶ୍ବର: ନିଶା କବଳରେ ଯୁବପିଢି ! ଘଟୁଛି ଅପରାଧ । ନିଶା ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଏହା ଜାଣିବା ସତ୍ତ୍ବେ ଯେମିତି ଅଣଦେଖା କରୁଛନ୍ତି ସଭିଏଁ । ଫଳରେ ଦେଶରେ ତମାଖୁ ସେବନ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗୁଛି । ଯାହା ଅତ୍ୟଧିକ ଭାବରେ ଯୁବପିଢିଙ୍କୁ ଆକୃଷ୍ଟ ହେଉଛନ୍ତି । ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ଅତ୍ୟଧିକ ମାତ୍ରାରେ ଯୁବପିଢି ମାନେ ଏହାର ବ୍ୟବହାର କରି ନାନା ରୋଗକୁ ଡାକିବା ସହିତ ମୃତ୍ୟୁବରଣ କରୁଛନ୍ତି । ସମାଜକୁ ସଚେତନ କରିବା ପାଇଁ ପ୍ରତି ବର୍ଷ ମେ’ 31 ତାରିଖକୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥାଏ ।

ବିଶେଷ କରି ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ପ୍ରଭାବ ପକାଏ ନାହିଁ କିନ୍ତୁ ଏହାର ଆଖପାଖରେ ରହୁଥିବା ଅନେକ ଶିଶୁ ଗର୍ଭବତୀ ମହିଳା ଏବଂ ବୟସ୍କ ଲୋକଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯାହା ଫଳରେ କି ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଦେଖାଯାଉଥିବା ବେଳେ ଛୋଟ ପିଲାଙ୍କୁ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ତମାଖୁ ସେବନ ବିକ୍ରିରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ଭାରତ:

ଏନେଇ ଡାକ୍ତର ସଚିନ ଶେଖର ବିଶ୍ଵାଳ କହିଛନ୍ତି, ‘ତମାଖୁରୁ ଅଧିକ ମାତ୍ରାରେ କ୍ୟାନସର ହୋଇଥାଏ । ତମାଖୁରେ ଥିବା ନିକୋଟିନର ମାତ୍ରା ଆଧିକ ଥିବାରୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ । ବିଶ୍ବସ୍ତରରେ ତମାଖୁ କହିଲେ କେବଳ ସିଗାରେଟକୁ ବୁଝାଇଥାଏ । କିନ୍ତୁ ଭାରତରେ ତମାଖୁ କହିଲେ ସିଗାରେଟ ସହିତ ଖଇନି ଗୁଟୁଖା ସହିତ ପାନରେ ପକାଇ ଖାଉଥିବ ତମାଖୁ ଆଦିକୁ ବୁଝାଇଥାଏ । ଭାରତ ହେଉଛି ବିଶ୍ବରେ ଦିତୀୟ ସ୍ଥାନରେ ରହିଛି । ଯାହା ତମାଖୁ ସେବନ କରିବା ସହିତ ବିକ୍ରି କରିବାରେ ଭାରତ ଆଗରେ ରହିଛି । ଯାହା ଫଳରେ ଭାରତରେ ତମାଖୁ କ୍ୟାନ୍ସର ବହୁ ମାତ୍ରାରେ ଦେଖାଯାଇଥାଏ ।’

ଆଜି ବିଶ୍ବ ପାଳୁଛି ବିଶ୍ଵ ତମାଖୁ ବର୍ଜନ ଦିବସ (ETV Bharat Odisha)

ଏଥର ଥିମ୍‌ Unmasking the Appeal:

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତରେ ଅଧିକ ତମାଖୁଯୁକ୍ତ କ୍ୟାନ୍ସର ନାମ ହେଉଛି ମୁଖ କ୍ୟାନସର ଏବଂ ଲଙ୍ଗସ କ୍ୟାନ୍ସର । ଯାହା ଅଧିକ ମାତ୍ରାରେ ତମାଖୁ ଦ୍ଵାରା ହି ଦେଖାଯାଇଥାଏ । ଚଳିତ ବର୍ଷ ଥିମ ରହିଛି "Unmasking the Appeal"। ଏହାର ଅର୍ଥ ହେଉଛି ସବୁବେଳେ କମ୍ପାନୀମାନେ ଚାହିଥାନ୍ତି କି ଯୁବପିଢି ମାନେ ଅଧିକ ଲମ୍ବା ସମୟ ଧରି ତମାଖୁ ସେବନ କରନ୍ତୁ । ଯାହା ଫଳରେ କି କମ୍ପାନୀର ଆୟ ସୀମିତ ନରହୁ । ଯେଭଳି ଭାବରେ ନୂଆ ନୂଆ ପ୍ରକାରର ତମାଖୁ ବଜାରକୁ ଆସୁଛି ତାହାକୁ ପ୍ରଲୋଭନ ନଦେଖି ଏହାଠାରୁ ଯୁବାବର୍ଗ ମାନେ ଦୂରେଇ ରହିବା ଆବଶ୍ୟକ । ଏହା ଦ୍ଵାରା କେବଳ କ୍ୟାନସର ନୁହେ ଅଲଗା ମାରାତ୍ମକ ରୋଗ ମଧ୍ୟ ହୋଇଥାଏ । ତମାଖୁ ସେବନ ନକରିବା ଦ୍ଵାରା ଯୁବପିଢି ମାନେ ନିଜକୁ ବଞ୍ଚାଇ ପାରିବେ ।’

ମସ୍ତିଷ୍କକୁ ଉତ୍ତେଜିତ କରେ ତମାଖୁ:

ବିଶେଷ ଭାବରେ ତମାଖୁ ଖାଇବା ଦ୍ଵାରା ଗୁଟଖା, ଜର୍ଦ୍ଦା, ଖଇନି ସିଗାରେଟ ଓ ବିଡି ତମାଖୁ ଆଦି ସେବନ ପରେ ଏଥିରେ ଥିବା ନିକୋଟିନର ରାସାୟନିକ କିଛି ସମୟ ମଧ୍ୟରେ ମସ୍ତିଷ୍କରେ ପହଞ୍ଚିଥାଏ । ଯାହା ଫଳରେ ମସ୍ତିଷ୍କକୁ ଉତ୍ତେଜିତ କରିଥାଏ । ଏହା କିଛି ସମୟ ପାଇଁ ପ୍ରଭାବ ପକାଇଥାଏ । ଏହି ନିଶା ଦ୍ରବ୍ୟର ପ୍ରଭାବ କମିଯିବା ପରେ ପୁଣି ଏହାକୁ ଖାଇବାକୁ ଆହୁରି ଇଚ୍ଛା ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଚାପଗ୍ରସ୍ତ ଥାଏ ସେତେବେଳେ ଅଧିକ ସେବନ କରିଥାଏ ।

ଏମିତି ଛାଡିପାରିବେ ତମାଖୁ:

ତମାଖୁ ଆଦିକୁ ଛାଡିବାକୁ ହେଲେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି କିମ୍ବା NRT ମାଧ୍ୟମରେ ତମାଖୁ କିମ୍ବା ଧୂମପାନ ମଧ୍ୟ ଛାଡି ଦିଆଯାଇପାରେ । ଏଥିରେ ଏକ ଚୁଇଙ୍ଗମ୍ ଦିଆଯାଏ, ଯେଉଁଥିରେ ନିକୋଟିନ୍ ପଦାର୍ଥ ରହିଥାଏ । ବ୍ୟକ୍ତିର ଧୂମପାନ କ୍ଷମତା ଉପରେ ନିର୍ଭର କରି ଏହା ବିଭିନ୍ନ ଆକାରରେ ଉପଲବ୍ଧ ରହିଥାଏ ।

ଏହା ମଧ୍ୟ ପଢନ୍ତୁ:

ରକ୍ତରେ ୟୁରିକ୍ ଏସିଡର ମାତ୍ରା ଅଧିକ ଅଛି କି ? ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଆଉ ଛୁଞ୍ଚି ଫୋଡ଼ା ନୁହେଁ, ଏଥର ଫୁଙ୍କିଲେ ଜାଣିପାରିବେ 'ସୁଗାର ଲେଭେଲ୍'

ଥଣ୍ଡା ଜ୍ବର ବେଳେ ଏହି ଔଷଧ ମାତ୍ରାଧିକ ଖାଉଛନ୍ତି କି ? ସତର୍କ କରାଇଲେ ବିଶେଷଜ୍ଞ ଡାକ୍ତର

ଏହି ଜିନିଷ ଖାଉଥିଲେ ସାବଧାନ, ଶ୍ୱାସ ରୋଗୀଙ୍କ ପାଇଁ ହୋଇପାରେ ସାଂଘାତିକ...

କେବେଠୁ ପାଳନ ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ ?

ବିଶ୍ବ ତମାଖୁ ବର୍ଜନ ଦିବସ । ବିଶ୍ବରେ ତମାଖୁ ସେବନ ଦ୍ବାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ମେ’ 31 ତାରିଖରେ ବିଶ୍ବ ତମାଖୁ ଦିବସ ପାଳନ କରାଯାଏ । 1987 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କାରଣ ସେହି ସମୟରେ ତମାଖୁ ସେବନ ହେତୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିଲା । ତେବେ ନିଷ୍ପତ୍ତି ନେବାର ବର୍ଷେ ପରେ ଅର୍ଥାତ 1988 ମେ’ ମାସରେ ପ୍ରଥମ ଥର ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରାଯାଇଥିଲା । ତମାଖୁ ସେବନ ବନ୍ଦ କରିବା ଏବଂ ଏହା ଦ୍ବାରା ହେଉଥିବା ସମସ୍ୟାକୁ ଲୋକଙ୍କୁ ଅବଗତ କରାଇବା ପାଇଁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

  • ପ୍ରତିବର୍ଷ ମେ’ 31ରେ ପାଳନ ହୁଏ ବିଶ୍ବ ତମାଖୁ ବର୍ଜନ ଦିବସ
  • 1987 ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେଇଥିଲା ନିଷ୍ପତ୍ତି
  • 1988 ମେ’ ମାସରେ ପ୍ରଥମ ଥର ପାଳନ ହୋଇଥିଲା ବିଶ୍ବ ତମାଖୁ ବର୍ଜନ ଦିବସ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.