ETV Bharat / health

ବିଶ୍ବ କ୍ୟାନସର ଦିବସ: ଫୁସଫୁସ ଏବଂ ସ୍ତନ କର୍କଟ ପ୍ରତି କିପରି ରହିବେ ସତର୍କ ? - WORLD CANCER DAY

ଆଜି World Cancer Day ବା ବିଶ୍ବ କର୍କଟ ଦିବସ । ଏଥର ଥିମ୍ 'ବିବିଧତା ମଧ୍ୟରେ ଏକତା' ।

World Cancer Day
World Cancer Day (Etv Bharat)
author img

By ETV Bharat Odisha Team

Published : February 4, 2025 at 1:14 PM IST

2 Min Read

ହାଇଦ୍ରାବାଦ: ପ୍ରତିବର୍ଷ ଫେବୃଆରୀ 4 ତାରିଖରେ ପାଳନ ହୁଏ 'ବିଶ୍ବ କ୍ୟାନସର ଦିବସ' । କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ । ପ୍ରତିବର୍ଷ ଅନେକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ କର୍କଟ ବା କ୍ୟାନସର ରୋଗ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ନିହାତି ଗୁରୁତ୍ବପୂର୍ଣ୍ଣ ।

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କର୍କଟ ରୋଗ ୧୨ ରୁ ୧୮ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି । ପ୍ରତିବର୍ଷ ଆଜିର ଦିନରେ ଏନେଇ ସଚେତନ କରାଯାଇଥାଏ । କର୍କଟ ରୋଗର ଲକ୍ଷଣ, ଏହାର ଚିକିତ୍ସା ଏବଂ କର୍କଟ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଏ । ବିଶ୍ୱ କର୍କଟ ଦିବସ (World Cancer day)ର ଇତିହାସ, ବିଷୟବସ୍ତୁ ଏବଂ ନିବାରଣ ପଦକ୍ଷେପ ବିଷୟରେ ଆସନ୍ତୁ ଜାଣିବା ।

କ୍ୟାନସର ଦିବସ ଇତିହାସ:

1999 ମସିହାରେ ପ୍ୟାରିସରେ କ୍ୟାନସର ରୋଗର ମୁକାବିଲା ପାଇଁ ବିଶ୍ବ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ବିଶ୍ବ କର୍କଟ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖାଯାଇଥିଲା । 4 ଫେବୃଆରୀ 2000ରେ ଫ୍ରାନ୍ସରେ ବିଶ୍ବ କ୍ୟାନସର ପରିଷଦ ପକ୍ଷରୁ ଆଉ ଏକ କ୍ୟାନସର ସମ୍ମିଳନୀ ଆୟୋଜିତ କରାଯାଇଥିଲା । ୟୁନେସ୍କୋ (UNESCO)ର ତତ୍କାଳୀନ ମହାନିର୍ଦ୍ଦେଶକ କୋଇଚିରୋ ମତସୁରା ଏବଂ ପ୍ରାନ୍ସର ପୂର୍ବତନ ରାଷ୍ଚ୍ରପତି ଜେକ୍ସ ଚିରାର୍ଡ କ୍ୟାନସର ଦିବସ ପାଳନ ନେଇ ପ୍ରସ୍ତାବରେ ଦସ୍ତଖତ କରିଥିଲେ । ସେହିଦିନଠାରୁ କ୍ୟାନସର ରୋଗର ଲକ୍ଷଣ, ଉପଚାର ନେଇ ସଚେତନ କରାଯାଇଆସୁଛି ।

ହାରିବ କ୍ୟାନ୍ସର ଜିତିବ ମଣିଷ; ମାନସିକ ଭାବରେ ଦୃଢ଼ ହେବା ଆବଶ୍ୟକ କହିଲେ ପୀଡ଼ିତା - ଭୁବନେଶ୍ବର ଖବର

ଆଜି ବିଶ୍ବ କର୍କଟ ଦିବସ: ଜାଣନ୍ତୁ ଏହାର କାରଣ, ଲକ୍ଷଣ, ନିରାକରଣ - ଆଜି ବିଶ୍ବ କର୍କଟ ଦିବସ

  • ଚଳିତ ବର୍ଷର ଥିମ୍: ଚଳିତ ବର୍ଷ ବିଶ୍ବ କ୍ୟାନସର ଦିବସ-2025 ଥିମ୍ ରହିଛି 'ବିବିଧତା ମଧ୍ୟରେ ଏକତା' (United By Unique) ।
  • ୨.୩ ନିୟୁତ ମହିଳାଙ୍କୁ ସ୍ତନ କର୍କଟ :

ସ୍ତନ କର୍କଟ ହେଉଛି ବିଶ୍ୱରେ ଦ୍ୱିତୀୟ ସବୁଠାରୁ ସାଧାରଣ କର୍କଟ ରୋଗ । ଯାହାକି ବହୁ ସଂଖ୍ୟାରେ ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, 2022 ମସିହାରେ 23 ଲକ୍ଷ ମହିଳାଙ୍କୁ ସ୍ତନ କର୍କଟ ହୋଇଥିବା ଚିହ୍ନଟ କରାଯାଇଥିଲା । ଏହା ବ୍ୟତୀତ, ସାରା ବିଶ୍ୱରେ କର୍କଟ ରୋଗରେ 6,70,000 ଲୋକଙ୍କର ମୃତ୍ୟୁ ହୋଇସାରିଛି ।

କ୍ୟାନସର କବଳରୁ କିପରି ସୁରକ୍ଷିତ ରହିବେ ?

  • ତମ୍ବାଖୁରୁ ଦୂରରେ ରୁହନ୍ତୁ
  • ନିଜ ଓଜନ ନିୟନ୍ତ୍ରଣ ରଖନ୍ତୁ
  • ଉତ୍ତମ ଜୀବନଶୈଳୀ
  • ଉତ୍ତମ ଆହାର
  • ନିୟମିତ ବାୟାମ
  • ଖରା ସଂସ୍ପର୍ଶରେ ନଆସିବାକୁ ସନସ୍କ୍ରିନ ଲଗାନ୍ତୁ
  • ପ୍ରକ୍ରିୟାକୃତ ମାଂସ ଖାଆନ୍ତୁ ନାହିଁ

ଏହା ବି ପଢନ୍ତୁ...କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...

ଏହା ବି ପଢନ୍ତୁ...ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ରହିଛି କି ? ହୋଇପାରେ ଗର୍ଭାଶୟ କର୍କଟ...

(Disclaimer: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.