ହାଇଦ୍ରାବାଦ: ଥାଇରଏଡ୍ ହେଉଛି ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହା ଗଳାର ଆଗ ଭାଗରେ ଆଦମସ୍ ଆପଲ୍ ତଳେ ଥାଏ । ଏହା ଶରୀରର ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ପାଇଁ ଅତ୍ୟନ୍ତ ଜରୁରୀ କାରଣ ଏହା ମେଟାବୋଲିଜିମ୍ , ଶରୀର ବୃଦ୍ଧି ଏବଂ ବିକାଶକୁ ନିୟନ୍ତ୍ରଣ କରୁଥିବା ହରମୋନ୍ ଉତ୍ପାଦନ କରେ । ଥାଇରଏଡର ପ୍ରମୁଖ୍ୟ କାର୍ଯ୍ୟ ହେଉଛି ଶରୀରର ମେଟାବୋଲିଜିମ୍ ହାରକୁ ନିୟନ୍ତ୍ରଣ କରିବା । ଏହାକୁ ମେଟାବୋଲିଜିମର ମୁଖ୍ୟ ଗ୍ରନ୍ଥି ମଧ୍ୟ କୁହାଯାଏ । ଶରୀରର ମେଟାବୋଲିଜିମ୍ ହାରକୁ ନିୟନ୍ତ୍ରଣ କରିବା ପାଇଁ ଏହା T4 (ଥାଇରକ୍ସିନ୍) ଏବଂ T3 (ଟ୍ରାଇଓଡୋଥାଇରୋନିନ୍) ହରମୋନ୍ ଉତ୍ପାଦନ କରେ । ଯାହା ଶରୀରର କୋଷ ଗୁଡ଼ିକୁ ଶକ୍ତି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଏ ।
ଥାଇରଏଡ୍ ରୋଗ ବହୁତ ସାଧାରଣ । ଭାରତରେ ପ୍ରାୟ 40-50 ନିୟୁତ ଲୋକ ଥାଇରଏଡ୍ ରୋଗରେ ପୀଡିତ । ଯଦି ଗର୍ଭବତୀ ମହିଳାଙ୍କ ପରିବାରର କୌଣସି ସଦସ୍ୟର ଥାଇରଏଡ୍ ସମସ୍ୟା ଥାଏ, ତେବେ ଜନ୍ମିତ ଶିଶୁ ମଧ୍ୟ ଥାଇରଏଡ୍ ସମସ୍ୟାରେ ପୀଡିତ ହୋଇପାରେ । ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଥାଇରଏଡର ପ୍ରାଦୁର୍ଭାବ ବହୁତ ଅଧିକ । ଥାଇରଏଡ୍ ସମସ୍ୟା ଜୀବନଶୈଳୀ, ଖାଦ୍ୟପେୟ, ପ୍ରଦୂଷଣ ଇତ୍ୟାଦି କାରଣରୁ ହୋଇଥାଏ । ବୟସ୍କ ଲୋକଙ୍କ ମଧ୍ୟରେ ଥାଇରଏଡ୍ ରୋଗ ଏକ ସାଧାରଣ ସମସ୍ୟା କିନ୍ତୁ ବର୍ତ୍ତମାନ ଏହା ଯୁବପିଢ଼ି ଏବଂ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଥାଇରଏଡ୍ ସମସ୍ୟାରେ ପୀଡିତ ଲୋକମାନେ ପ୍ରାୟତଃ ସେମାନଙ୍କ ଡାକ୍ତରଙ୍କୁ ପ୍ରଶ୍ନ ପଚାରନ୍ତି ,ସେମାନେ କେଉଁ ଲୁଣ ଖାଇବା ଉଚିତ ? ତେବେ ଆସନ୍ତୁ ଜାଣିିବା ଥାଇରଏଡ୍ ରୋଗୀମାନେ କେଉଁ ଲୁଣ ଖାଇବା ଉଚିତ ?
କେଉଁ ଲୁଣ ଖାଇବା ଉଚିତ?
ଡାକ୍ତର ସୁରିନ୍ଦର କୁମାରଙ୍କ ମତରେ,"ଥାଇରଏଡ୍ ଗ୍ରନ୍ଥି ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଲୁଣ ଖାଇବା ଗୁରୁତ୍ୱପୂର୍ଣ୍ଣ । ଥାଇରଏଡ୍ ଗ୍ରନ୍ଥିକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଆୟୋଡିନ୍ ଆବଶ୍ୟକ ତେଣୁ ଥାଇରଏଡ୍ ରୋଗୀମାନେ ସର୍ବଦା ଆୟୋଡିନଯୁକ୍ତ ଲୁଣ ଖାଇବା ଉଚିତ୍। ଏଥିରେ ଆୟୋଡିନ୍ ମିଶାଯାଏ । ଆୟୋଡିନ୍ଯୁକ୍ତ ଲୁଣ ଥାଇରଏଡ୍ ଗ୍ରନ୍ଥିକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ ଏବଂ ହାଇପୋଥାଇରଏଡିଜ୍ର ଆଶଙ୍କା ହ୍ରାସ କରେ ।
ଥାଇରଏଡ୍ ପାଇଁ ଆୟୋଡିନ୍ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଥାଇରଏଡ୍ ହରମୋନ୍ (T3 ଏବଂ T4) ଉତ୍ପାଦନରେ ଆୟୋଡିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାର ଅଭାବ ଗଳଗଣ୍ଡ ଭଳି ସମସ୍ୟା ସୃଷ୍ଟି କରିପାରେ । ଆୟୋଡିନର ଆବଶ୍ୟକତା ପୂରଣ କରିବା ପାଇଁ ଆୟୋଡିନଯୁକ୍ତ ଲୁଣ ଅତ୍ୟାବଶ୍ୟକ ।
ଥାଇରଏଡ୍ ରୋଗୀମାନେ ଏହି ଲୁଣ ଖାଇବା ଉଚିତ୍ ନୁହେଁ:
ଡାକ୍ତର ସୁରିନ୍ଦର କୁମାର କୁହନ୍ତି," ଥାଇରଏଡ୍ ରୋଗୀମାନେ ହିମାଳୟ ଗୋଲାପୀ ଲୁଣ ଖାଇବା ଠାରୁ ଦୂରେଇ ରହିବା ଉଚିତ । ହିମାଳୟ ଗୋଲାପୀ ଲୁଣରେ ଆୟୋଡିନର ପରିମାଣ ବହୁତ କମ୍ । ଏହି ଲୁଣ ସେମାନଙ୍କ ପାଇଁ ଅଧିକ ଉପଯୋଗୀ ଯେଉଁମାନଙ୍କୁ ସୀମିତ ପରିମାଣରେ ଆୟୋଡିନ୍ ନେବାକୁ ପରାମର୍ଶ ଦିଆଯାଏ । ହାଇପରଥାଇରଏଡିଜ୍ ପାଇଁ ହିମାଳୟ ଗୋଲାପୀ ଲୁଣ ଏକ ଭଲ ଉତ୍ସ । ଥାଇରଏଡ୍ ପାଇଁ ସମୁଦ୍ର ଲୁଣ ମଧ୍ୟ ସୁପାରିଶ କରାଯାଏ ନାହିଁ। ଏଥିରେ ପ୍ରାକୃତିକ ଭାବରେ ଆୟୋଡିନ୍ କମ୍ ଥାଏ । ଏହା ହାଇପରଥାଇରଏଡିଜରେ ପୀଡିତ ଲୋକଙ୍କ ପାଇଁ ମଧ୍ୟ ଭଲ ହୋଇପାରେ କିନ୍ତୁ ଆୟୋଡିନର ଅଭାବ ଥିବା ଲୋକଙ୍କ ପାଇଁ ନୁହେଁ ।
ଆପଣଙ୍କ ଥାଇରଏଡ୍ କିପରି ନିୟନ୍ତ୍ରଣ କରିବେ?
ଆପଣଙ୍କ ଥାଇରଏଡ୍କୁ ସୁସ୍ଥ କିମ୍ବା ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ନୁହେଁ। ଥାଇରଏଡ୍ ଗ୍ରନ୍ଥି ଗଠନ ପାଇଁ ଆୟୋଡିନ୍ ଆବଶ୍ୟକ । ଯଦି ଆମେ ନିୟମିତ ଭାବରେ ଆମ ଖାଦ୍ୟରେ ଆବଶ୍ୟକ ପରିମାଣର ଆୟୋଡିନ୍ ଯୁକ୍ତ ଖାଦ୍ୟ ସାମିଲ କରିବା, ତେବେ ଆମର ଥାଇରଏଡ୍ ସନ୍ତୁଳିତ ରହିବ । ତେଣୁ ଆମେ ବହୁତ କମ୍ ଆୟୋଡିନ୍ ଥିବା ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହା ସହିତ ଆମେ ଅତ୍ୟଧିକ ଆୟୋଡିନ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଅଧିକାଂଶ ଲୋକ ଆୟୋଡିନ୍ ଯୁକ୍ତ ଖାଦ୍ୟ ଖାଆନ୍ତି । ଯେତେବେଳେ ଖାଦ୍ୟରୁ ସନ୍ତୁଳିତ ପରିମାଣରେ ଆୟୋଡିନ୍ ଉପଲବ୍ଧ ନହୁଏ, ସେତେବେଳେ ଡାକ୍ତରମାନେ ଆୟୋଡିନ୍ ଯୁକ୍ତ ଲୁଣ ଏବଂ ଆୟୋଡିନ୍ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ।