ETV Bharat / health

ମିସ୍‌କ୍ୟାରେଜ ପାଇଁ ଚିନ୍ତିତ କି? କେମିତି ରୋକିବେ ଗର୍ଭନଷ୍ଟ, କିଭଳି ଜନ୍ମ ଦେବେ ସୁସ୍ଥ ଶିଶୁ, କଣ କହୁଛନ୍ତି ସ୍ତ୍ରୀ ରୋଗ ବିଶେେଷଜ୍ଞ ... - Causes of miscarriage

Miscarriage: Symptoms, Causes, Diagnosis, Treatment and Precaution: ଆଜିକାଲି ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣରେ ସମସ୍ୟା ଦେଖିବାକୁ ମିଳୁଛି । ଯଦି ଆପଣ ବି ଗର୍ଭନଷ୍ଟ ହେବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି ଓ ଭାବୁଛନ୍ତି କେବେ ମାଆ ହୋଇପାରିବେ ନାହିଁ ତେବେ ଏହି ଖବର ନିଶ୍ଚିତ ପଢନ୍ତୁ । ସ୍ୱତଃପ୍ରବୃତ୍ତ ଭାବେ ଗର୍ଭନଷ୍ଟ ହେବାର କାରଣ, କେଉଁ ଭୁଲ ପାଇଁ ଏଭଳି ହୋଇଥାଏ, ଗର୍ଭପାତ ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ, କେଉଁ ବୟସରେ ଏହା ଅଧିକ ହୋଇଥାଏ, କିପରି ଗର୍ଭଧାରଣ କରିପାରିବେ ଓ କିପରି ସୁସ୍ଥ ଶିଶୁଟିଏ ଜନ୍ମ ଦେବେ ସେନେଇ କଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଶିବାନୀ ଦେବୀ ଜାଣନ୍ତୁ...

author img

By ETV Bharat Odisha Team

Published : Aug 7, 2024, 2:43 PM IST

Etv Bharat
Etv Bharat (Etv Bharat)

ଭୁବନେଶ୍ବର: 'ଗର୍ଭଧାରଣ' ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ଅନୁଭୂତି । କିନ୍ତୁ ଆଜିକାଲି ମହିଳାମାନେ ଗର୍ଭଧାରଣ କରିବା ପାଇଁ ଚାହୁଁଥିଲେ ମଧ୍ୟ ଅଧିକାଂଶଙ୍କ କ୍ଷେତ୍ରରେ ସ୍ୱତଃ ଗର୍ଭନଷ୍ଟ ବା ମିସକ୍ୟାରେଜ ହୋଇଯାଉଥିବା ଅଧିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ପରିବାର, ବିଶେଷ କରି ସଂପୃକ୍ତ ମହିଳା ମାନସିକ ଭାବେ ଭାଙ୍ଗିପଡ଼ନ୍ତି । ତେବେ ଅନେକ ମହିଳାଙ୍କ ମନରେ ପ୍ରଶ୍ନ ଉଠେ କାହିଁକି ଏଭଳି ହୋଇଥାଏ ? ଯଦି ଆପଣ ବି ଗର୍ଭନଷ୍ଟ ହେବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି ଓ ଭାବୁଛନ୍ତି କେବେ ମାଆ ହୋଇପାରିବେ ନାହିଁ ତେବେ ଏହି ଖବର ନିଶ୍ଚିତ ପଢନ୍ତୁ । ସ୍ୱତଃପ୍ରବୃତ୍ତ ଭାବେ ଗର୍ଭନଷ୍ଟ ହେବାର କାରଣ, କେଉଁ ଭୁଲ ପାଇଁ ଏଭଳି ହୋଇଥାଏ, ଗର୍ଭପାତ ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ, କେଉଁ ବୟସରେ ଏହା ଅଧିକ ହୋଇଥାଏ, କିପରି ଗର୍ଭଧାରଣ କରିପାରିବେ ଓ କିପରି ସୁସ୍ଥ ଶିଶୁଟିଏ ଜନ୍ମ ଦେବେ ସେନେଇ କଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଶିବାନୀ ଦେବୀ ଜାଣନ୍ତୁ।

Causes of miscarriage (ETV Bharat Odisha)

ଏହାମଧ୍ୟ ପଢନ୍ତୁ... ସମୟରେ ଋତୁସ୍ରାବ ହେଉନଥିଲେ କରନ୍ତୁନି ଅଣଦେଖା, ଆସିପାରେ ବଡ଼ ବିପଦ ! ଜାଣନ୍ତୁ ସମାଧାନର ବାଟ - Irregular Menstruation

ଗର୍ଭନଷ୍ଟ ବା ମିସକ୍ୟାରେଜ(miscarriage) କଣ ?

ଗର୍ଭନଷ୍ଟ ଏକ ପଦ୍ଧତି ଯାହାଦ୍ୱାରା ଗର୍ଭସ୍ଥ ଶିଶୁ ବା ଭୃଣକୁ ଗର୍ଭ ମଧ୍ୟରେ ନଷ୍ଟ ହୋଇଯାଇଥାଏ । ସ୍ୱତଃ ଗର୍ଭନଷ୍ଟ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) କୁହାଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଗର୍ଭପାତ ବା ଇନ୍‌ଡ୍ୟୁସ୍‌ଡ୍ ଆବରସନ (induced abortion) କୁହାଯାଏ । ମହିଳାଙ୍କ ଗର୍ଭଧାରଣର ୨୦ ସପ୍ତାହ ଅର୍ଥାତ 3 ରୁ 4 ମାସ ମଧ୍ୟରେ ରକ୍ତସ୍ରାବ ବା ଅନ୍ୟ କୌଣସି କାରଣ ଯୋଗୁଁ ଗର୍ଭ ନଷ୍ଟ ହୋଇଯାଇଥାଏ ।

Causes of miscarriage
Causes of miscarriage (Getty images)

ମହିଳାଙ୍କୁ ମାନସିକ ଆଘାତ ଦେଇଥାଏ ବାରମ୍ବାର ମିସକ୍ୟାରେଜ :

ଡାକ୍ତର ଶିବାନୀ ଦେବୀଙ୍କ କହିବାନୁଯାୟୀ, " ବାରମ୍ବାର ମିସକ୍ୟାରେଜ ହେଲେ ଅନେକ ସମସ୍ୟା ଦେଖାଯାଇଥାଏ । ବିଶେଷ ଭାବରେ ମହିଳାମାନଙ୍କ ମାନସିକ ସ୍ତରରେ ଏହା ଅଧିକ ମାତ୍ରାରେ ପ୍ରଭାବ ପକାଇଥାଏ । ଜଣଙ୍କ ବୟସ ବଢିବା ସହ ବିଭିନ୍ନ ଚାପ ବଢ଼ିଥାଏ । ଯଦି ଜଣେ ମହିଳାଙ୍କ କ୍ଷେତ୍ରରେ ଗର୍ଭଧାରଣ କରିବାରେ ବାରମ୍ବାର ସମସ୍ୟା ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଡାକ୍ତରମାନେ ବିଭିନ୍ନ ଟେଷ୍ଟ କରି ଏହାର କାରଣ ଓ ନିରାକରଣ ଜାଣିପାରିବେ । ଏହାକୁ ନେଇ ସଚେତନ ରହିବା ଆବଶ୍ୟକ ।

Causes of miscarriage
Causes of miscarriage (Getty images)

ଗର୍ଭଧାରଣ ପୂର୍ବରୁ କରାନ୍ତୁ ପ୍ରି ପ୍ରେଗନେନ୍ସି ଟେଷ୍ଟ:

ଡାକ୍ତର ଶିବାନୀ ଦେବୀଙ୍କ କହିବାନୁଯାୟୀ " ଗର୍ଭଧାରଣ ପୂର୍ବରୁ ସଠିକ ପ୍ଲାନ କରିବା ଆବଶ୍ୟକ । ଯଦି ଶିଶୁ ପାଇଁ ପ୍ଲାନ କରୁଛନ୍ତି ତେବେ ଗର୍ଭଧାରଣର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କୁ ପରାମର୍ଶ କ୍ରମେ ଶରୀର ବର୍ତ୍ତମାନ ଫିଟ୍ ଅଛି କି ନାହିଁ ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ସମୟ କି ନାହିଁ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ । ଡାକ୍ତର କିଛି ଟେଷ୍ଟ କରିଥାନ୍ତି ଏବଂ ଔଷଧ ଦେଇଥାନ୍ତି । ଯାହା ଫଳରେ ମିସକ୍ୟାରେଜ ହେବାରୁ ରୋକା ଯାଇପାରିବ ।

Causes of miscarriage
Causes of miscarriage (Getty images)

ବାରମ୍ବାର ଗର୍ଭନଷ୍ଟ ବା ମିସକ୍ୟାରେଜ ହେବାର କାରଣ କଣ:

ବାରମ୍ବାର ଗର୍ଭନଷ୍ଟ ବା ମିସକ୍ୟାରେଜ ହେବାର କାରଣ ମଧ୍ୟରେ ଜେନେଟିକ ଡିଫେକ୍ଟ ପ୍ରଥମ । କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଗର୍ଭାଶୟରେ କୌଣସି ସମସ୍ୟା ଥିଲେ ମଧ୍ୟ ଗର୍ଭ ନଷ୍ଟ ହୋଇଯାଇଥାଏ । ତେବେ ଏନେଇ ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଗର୍ଭନଷ୍ଟ ହେବାର ପ୍ରଥମ କାରଣ ହେଉଛି ଜେନେଟିକ ଡିଫେକ୍ଟ । ଯଦି ପ୍ରଥମ ମାସରେ ପ୍ରଥମ ମିସକ୍ୟାରେଜ ହୋଇଛି ତେବେ ଟିକେ ସଚେତନ ରହିଲେ ଆଗକୁ ଭଲରେ ଗର୍ଭଧାରଣ କରିପାରିବେ । ଯାହା 100 ଜଣଙ୍କ ମଧ୍ୟରୁ 90 ଜଣଙ୍କ ପକ୍ଷରେ ଏହା ଦେଖାଯାଇଥାଏ ।

Causes of miscarriage
Causes of miscarriage (Getty images)

ବାରମ୍ବାର ଗର୍ଭନଷ୍ଟ ବା ମିସକ୍ୟାରେଜର ପ୍ରତିକାର :
ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଗର୍ଭବତୀ ହେବା ପୂର୍ବରୁ ନିଜର ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ରଖନ୍ତୁ । ଯଦି ଜଣେ ଗର୍ଭବତୀ ମହିଳା ବାରମ୍ବାର ନିଶାଦ୍ରବ୍ୟ ସେବନ କରୁଥାନ୍ତି, ଧୂମ୍ରପାନ କରୁଥାନ୍ତି ତେବେ ଏସମସ୍ତ ଜିନିଷ ତୁରନ୍ତ ବନ୍ଦ କରିବା ଆବଶ୍ୟକ । ଶରୀରର ଓଜନ ସଠିକ ହେବା ଆବଶ୍ୟକ । ପ୍ରତ୍ୟେକ ଦିନ ବ୍ୟାୟାମ ପ୍ରାଣାୟମ କିମ୍ବା ଯୋଗ ମଧ୍ୟ କରିବା ଆବଶ୍ୟକ । ପ୍ରତ୍ୟେକ ଦିନ କେଉଁ ଖାଦ୍ୟ ଖାଇବେ କେତେ ପରିମାଣରେ ଖାଦ୍ୟ ଖାଇବେ ତାହା ଡାଏଟସିଆନ୍ ସହିତ ଆଲୋଚନା କରିବା ଆବଶ୍ୟକ । ନିଜର ଡାଏଟ ସୁସ୍ଥ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ପ୍ରତ୍ୟେକ ଦିନ ଗ୍ରୀନ ପନିପରିବା, ଫଳ ଆଦି ଖାଇବାକୁ ଚେଷ୍ଟା କରନ୍ତୁ । କଫି କିମ୍ବା ଚା ଯଦି ଅଧିକ ପିଉଛନ୍ତି ତେବେ ତାହାକୁ କମ କରନ୍ତୁ ।

Causes of miscarriage
Causes of miscarriage (Getty images)

କେଉଁ ବୟସରେ ଅଧିକ ଦେଖାଯାଉଛି ଗର୍ଭପାତ:

ଡାକ୍ତର ଶିବାନୀ ଦେବୀଙ୍କ କହିବାନୁଯାୟୀ, ସାଧାରଣତଃ ୩୫ ବର୍ଷ ବୟସ ପରେ ହିଁ ଅଧିକ ଭାବରେ ମିସକ୍ୟାରେଜ ବା ଗର୍ଭପାତ ହେବାର ସମ୍ଭାବନା ରହିଥାଏ । ଏହି ବୟସରେ ରହିଥାନ୍ତି ହାଇ ରିକ୍ସ ମଦର । ୩୫ ବର୍ଷ ବୟସରେ ଓଭାରି ଦୁର୍ବଳ ହେବା ଆରମ୍ଭ କରିଦେଇଥାଏ । ଏହା ସହ ୩୫ ବର୍ଷ ବୟସ ପରେ ଶରୀରରେ ରକ୍ତଚାପ, ସୁଗାର , ଥାଇରଏଡ, ହରମୋହନ ଅଧିକ ଭଳି ସମସ୍ୟା ଦେଖାଯାଏ । ଯଦି ଗର୍ଭବତୀ ହେବା ପୂର୍ବରୁ ଭଲ ଭାବରେ ଟେଷ୍ଟ ନ କରାଯାଏ ତେବେ ଛୁଆ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଫଳରେ ଗର୍ଭନଷ୍ଟ ହେବାର ସମ୍ଭାବନା ରହିଥାଏ । ତେଣୁ ଗର୍ଭବତୀ ହେବା ପୂର୍ବରୁ ପ୍ରଥମେ ସମସ୍ତ ଟେଷ୍ଟ କରାଇବା ଜରୁରୀ ।

Causes of miscarriage
Causes of miscarriage (Getty images)
କେଉଁ ଖାଦ୍ୟ ଗର୍ଭନଷ୍ଟ ଆଶଙ୍କାକୁ ବଢାଏ:ବିଶେଷ ଭାବରେ ଅମୃତଭଣ୍ଡା, ସାମୁଦ୍ରିକ ମାଛ, ଆଲାର୍ଜି ଥିବା ଖାଦ୍ୟ, ଜଙ୍କ ଫୁଡ୍ ଏବଂ ଫାଷ୍ଟ ଫୁଡ୍ ନଖାଇବା ଉଚିତ୍ । ଏହି ଖାଦ୍ୟଗୁଡିକୁ ଦୂରେଇ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ଶିବାନୀ ଦେବୀ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.