Health benefits of Cauliflower: ସାଧାରଣତଃ ଶୀତ ଦିନେ ବଜାରରେ ଅଧିକ ଫୁଲକୋବି ମିଳିଥାଏ । ଏହି ଦିନରେ ଫୁଲକୋବିର ବେଶ୍ ଚାହିଦା ଥାଏ । ଖାସ୍ କରି ଶାକାହାରୀ ଲୋକଙ୍କର ଏହି ପରିବା ବେଶୀ ପସନ୍ଦ । ଜାଣନ୍ତି ଫୁଲକୋବି କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ବିଶେଷଜ୍ଞଙ୍କ କହିବା ଅନୁସାରେ ଫୁଲକୋବିରେ କମ୍ କ୍ୟାଲୋରୀ ସହ ଫାଇବର, ପ୍ରୋଟିନ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡିୟମ ଓ କାର୍ବୋହାଇଡ୍ରେଟ ରହିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଏହି ଖବରରେ ଜାଣନ୍ତୁ ଫୁଲକୋବି ଖାଇବାର ଫାଇଦା:
ହଜମ କ୍ରିୟା:
ଫୁଲକୋବିରେ ଅଧିକ ଫାଇବର ଓ ପାଣି ଥାଏ । ଉଭୟ କୋଷ୍ଠକାଠିନ୍ୟ ରୋକିବା, ସୁସ୍ଥ ହଜମ ପ୍ରକ୍ରିୟା ବଜାୟ ରଖିବା ଓ କୋଲୋନ କ୍ୟାନ୍ସର ଆଶଙ୍କା କମାଇବା ପାଇଁ ଗୁରୁତ୍ବପୂର୍ଣ୍ଣ । ଅଧ୍ୟୟନରୁ ଜଣାପଡେ, ଡାଏଟାରୀ ଫାଇବର ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଫଳସୂରୁପ, ଏହା ହୃଦରୋଗ, ମଧୁମେହ, କ୍ୟାନ୍ସର ଓ ମୋଟାପା ଭଳି ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ହ୍ରାସ କରିପାରେ ।
ହାଡ ମଜଭୁତ:
ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ-କେ ମିଳିଥାଏ, ଯାହା ହାଡ ମଜଭୁତ କରିବାରେ ସାହାଯ୍ୟ କରେ । ଏହା ହାଡର ଘନତ୍ବ ଉନ୍ନତ କରି ହାଡ ଭାଙ୍ଗିବା ଓ ଅଷ୍ଟିଓପୋରୋସିସ୍ ଆଶଙ୍କା କମାଇପାରେ । ଶରୀରକୁ ନିୟମିତ ଭିଟାମିନ-କେ ମିଳିବା ଦ୍ବାରା ହାଡ ସୁଦୃଢ ହୁଏ ।
ଓଜନ ନିୟନ୍ତ୍ରଣରେ ସହାୟକ:
ଫୁଲକୋବିରେ ଥିବା କେତେକ ଗୁଣ ଓଜନ ହ୍ରାସରେ ସହାୟକ ହୋଇପାରେ । ଏହା କମ୍ କ୍ୟାଲୋରୀ ଯୁକ୍ତ କିନ୍ତୁ ଫାଇବାର ଓ ଜଳ ମାତ୍ରା ଅଧିକ । ଏସବୁ ତତ୍ତ୍ବ ଓଜନ କମାଇବାରେ ଉପଯୋଗୀ ହୋଇଥାଏ । ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ପେଟ ଫୁଲ୍ ରହିବାର ଅନୁଭବ ହୁଏ ଓ ହଜମ ପ୍ରକ୍ରିୟା ଠିକ୍ ରହେ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ଏହି ଶୀତଦିନିଆ ପରିବାର ଖାଇବା ଲାଭଦାୟକ ।
କ୍ୟାନ୍ସର ବିରୋଧି:
କୋବି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ, ଯାହାକି କ୍ଷତିକାରକ ମୁକ୍ତ ରେଡିକାଲରୁ ସେଲ୍ଗୁଡିକୁ ସୁରକ୍ଷା ଦିଏ । ଏଥିରେ ଥିବା କାରୋଟେନୋଏଡ ଓ ଫ୍ଲାଭୋନଏଡ ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର ବିରୋଧି ଅଟେ । ଏହା କ୍ୟାନ୍ସର ସେଲ୍ ବୃଦ୍ଧିକୁ ଧିମା କରିଥାଏ । ଏଥିସହ ଫୁଲକୋବି ହୃଦରୋଗ ଭଳି ଅନ୍ୟାନ୍ୟ ଗମ୍ଭୀର ରୋଗ ଆଶଙ୍କା ହ୍ରାସ କରିପାରେ । ସେହିପରି ଭିଟାମିନ-ସି ଇମ୍ୟୁନିଟି ବୁଷ୍ଟ କରିବା ସଙ୍ଗେ ସଙ୍ଗେ କ୍ୟାନ୍ସର ଓ ହୃଦରୋଗ ଆଶଙ୍କା କମାଇପାରେ ।
ଶରୀର ଡିଟକ୍ସିଫାଏ:
ଡିଟକ୍ସିଫିକେସନ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଫୁଲକୋବି ଖାଇବା ଏହି ପ୍ରକ୍ରିୟାରେ ସାହାଯ୍ୟ କରେ । ଫୁଲକୋବିରେ ଥିବା ଏନଜାଇମ ଆଭ୍ୟନ୍ତରୀଣ ବର୍ଜ୍ୟ ବାହାର କରିବାରେ କାମ କରନ୍ତି । ବିଷାକ୍ତ ପଦାର୍ଥ ଓ ବର୍ଜ୍ୟଗୁଡିକୁ ଶରୀରରୁ ବାହାର ନେଇଯାଆନ୍ତି ।
Ref- https://www.medicalnewstoday.com/articles/282844#risks
https://www.healthline.com/nutrition/benefits-of-cauliflower
ଏହା ମଧ୍ୟ ପଢନ୍ତୁ: 7 ଦିନରେ କମ୍ ହୋଇପାରିବ କି କୋଲେଷ୍ଟ୍ରଲ ? ଜାଣନ୍ତୁ କ'ଣ କହୁଛି ମେଡିକାଲ ସାଇନ୍ସ ଏହା ମଧ୍ୟ ପଢନ୍ତୁ: ଏହି ପ୍ରକାର ଖାଦ୍ୟ ଖାଉଥିଲେ ବଢିପାରେ କ୍ୟାନ୍ସର ବିପଦ, ଏକ୍ସପର୍ଟ ଦେଲେ ଚେତାବନୀ |
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)