ଭୋପାଳ: ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ଏଥର ଆଉ ମଧୁମେହ ପରୀକ୍ଷା କରିବା ପାଇଁ ବାରମ୍ବାର ଛୁଞ୍ଚି ଫୋଡ଼ି ରକ୍ତ ବାହାର କରିବାକୁ ପଡ଼ିବ ନାହିଁ । ମଧ୍ୟପ୍ରଦେଶ ବାଲାଘାଟର ଜଣେ ପ୍ରଫେସର ଏଭଳି ଏକ ମେସିନ ତିଆରି କରିଛନ୍ତି, ଯେଉଁଥିରେ ଫୁଙ୍କିଲେ ଆପଣ ଜାଣିପାରିବେ ରକ୍ତରେ ଶର୍କରା ସ୍ତର କେତେ ରହିଛି ? ଏହା ଏଭଳି ଏକ ମେସିନ୍ ଯେଉଁଥିରେ କେବଳ ଥରେ ଫୁଙ୍କିଲେ ଆପଣ ଜାଣିପାରିବେ ସୁଗାର ଲେଭେଲ୍ ।

ଫୁଙ୍କିଲେ ଜାଣିପାରିବେ 'ସୁଗାର ଲେଭେଲ୍':
ବାଲାଘାଟର ସରକାରୀ ଜଟାଶଙ୍କର ତ୍ରିବେଦୀ କଲେଜର ପ୍ରଫେସର ଡ଼ାକ୍ତର ଦୁର୍ଗେଶ ଆଗାସେ ଏବଂ ଛାତ୍ରଛାତ୍ରୀ ମାନେ ମିଶି ଏଭଳି ଏକ ମେସିନ ଅବିଷ୍କାର କରିଛନ୍ତି । ଯାହାର ନାମ 'ସୁଗାର ବ୍ରେଥ୍ ଆସେଟୋନ୍ 3.0' ରହିଥିବା ବେଳେ ଏହା ସାହାଯ୍ୟରେ ଆପଣ ଫୁଙ୍କିଲେ କିଛି ସେକେଣ୍ଡ ମଧ୍ୟରେ ଶରୀରର ଶର୍କରା ସ୍ତର ଜାଣିପାରିବେ । ଫଳରେ ଆପଣଙ୍କୁ ଆଉ ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ, ଘରେ ବସି ନିଜ ଯତ୍ନ ନେଇପାରିବେ । ଏହି ମେସିନଟି ଭୋପାଳରେ ଆୟୋଜିତ ସୃଜନ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ସବୁଠି ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟୁଛି ।

'ସୁଗାର ବ୍ରେଥ୍ ଆସେଟୋନ୍ 3.0 '
ଭୋପାଳରେ ଆୟୋଜିତ ସୃଜନ କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରୁ 150ଟି ପ୍ରକଳ୍ପ ଚୟନ କରାଯାଇଥିଲା, ଯେଉଁଥିରେ 'ସୁଗାର ବ୍ରେଥ୍ ଏସିଟୋନ୍ 3.0' ନାମକ ଏହି ପ୍ରକଳ୍ପକୁ ମଧ୍ୟ ଚୟନ କରାଯାଇଥିବା ବେଳେ ଏହା ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହା ଏପରି ଏକ ଉପକରଣ ଯେଉଁଥିରେ ଛୁଞ୍ଚି ନ ଲଗାଇ ଅର୍ଥାତ୍ ଶରୀରରୁ ରକ୍ତ ବାହାର ନକରି ଶର୍କରା ସ୍ତର ଜାଣିହେବ । ତୁମକୁ କେବଳ ଏହି ମେସିନରେ ଫୁଙ୍କିବାକୁ ପଡିବ । ଏହାପରେ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କର ସୁଗାର ଲେଭେଲ୍ କହିଥାଏ । ଯଦିଓ ଏହା ସଠିକ୍ ସୁଗାର ଲେଭେଲ ପ୍ରକାଶ କରେ ନାହିଁ । ଏହା ତିନୋଟି ଉପାୟରେ ସୂଚନା ଦେଇଥାଏ । ଯଦି ସେମିନରେ 'ନିମ୍ନ' ଦର୍ଶାଏ ତାହଲେ ଆପଣଙ୍କ ଶରୀରେ ସୁଗାର ଲେଭେଲ କମ୍ ରହିଛି, ସେହିପରି 'ମଧ୍ୟମ' ଅର୍ଥ ହେଉଛି ସୁଗାର ଲେଭେଲ୍ ସ୍ୱାଭାବିକ ଏବଂ ଯେତେବେଳେ 'ଉଚ୍ଚ' ଦେଖାଏ ସେତେବେଳେ ସୁଗାର ଲେଭେଲ୍ ଅଧିକ ଥାଏ ବୋଲି ଆପଣ ଜାଣିପାରିବେ ।
ଏପରି କହିଲେ ପ୍ରଫେସର ଦୁର୍ଗେଶ ଆଗାସେ:
ଏନେଇ ପ୍ରଫେସର ଡାକ୍ତର ଦୁର୍ଗେଶ ଆଗାସେ କହିଛନ୍ତି, "୨୦୧୭ ମସିହାରେ ସେ ଏହି ପ୍ରୋଜେକ୍ଟ ତିଆରି କରିବା ଆରମ୍ଭ କରିଥିଲି । ମଧୁମେହ ରୋଗୀଙ୍କ ମଧ୍ୟରେ କେଟୋଜେନିକ୍ ମେଟାବୋଲିଜିମ୍ ଆରମ୍ଭ ହୁଏ । ସେମାନଙ୍କ ଶରୀର ଭିତରେ କେଟୋନ୍ ଗଠନ ହେବା ଆରମ୍ଭ ହୁଏ । ତା'ପରେ କେଟୋନ୍ରେ ଥିବା ଆସିଟୋନ୍ ସେମାନଙ୍କ ନିଶ୍ୱାସରେ ଆସିବା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ ଆସିଟୋନ୍ ଏବଂ ଗ୍ଲୁକୋଜ୍ ମଧ୍ୟରେ ସମ୍ପର୍କ ଅଧ୍ୟୟନ କରାଯାଇଥିଲା । ପରେ ଏହି ଆଧାରରେ ଏହି ମେସିନ୍ ଉଦ୍ଭାବନ କରାଯାଇଛି । "
ଏହା ମଧ୍ୟ ପଢନ୍ତୁ...ଆପଣ ଥାଇରଏଡ୍ ରୋଗରେ ପୀଡିତ କି ? ଜାଣନ୍ତୁ କେଉଁ ଲୁଣ ଖାଇବେ - BEST SALT FOR THYROID HEALTH |
ସେହିପରି ଆଉ ଜଣେ ଡ଼ାକ୍ତର ବେଦପ୍ରକାଶ ଲିଲହାରେ କହିଛନ୍ତି,"ଏହା ପ୍ରଫେସର ଡାକ୍ତର ଦୁର୍ଗେଶ ଆଗାସେ ଏବଂ ପିଲାମାନଙ୍କ ଦ୍ୱାରା ଏକ ଭଲ ଉଦ୍ଭାବନା । ରକ୍ତ ବାହାର କରି ସୁଗର ପରୀକ୍ଷା କରାଯାଉଥିବା ଉପାୟରୁ ମୁକ୍ତି ପାଇବା । ପ୍ରଫେସର ଆଗାସେଙ୍କ ଶ୍ୱାସ ବିଶ୍ଳେଷକ ଆସିଟୋନ ଉପରେ କାମ କରୁଛନ୍ତି ଏବଂ ପ୍ରତ୍ୟେକ ମଧୂମେହ ରୋଗୀଙ୍କଠାରେ ଆସିଟୋନ ଉତ୍ପାଦିତ ହୁଏ ନାହିଁ । ମୁଁ ତାଙ୍କ ସହିତ ନିରନ୍ତର ଆଲୋଚନା କରୁଛି, ସେ ଆଉ କ’ଣ ଅପଡେଟ୍ କରୁଛନ୍ତି, ସେ ବିଷୟରେ ମଧ୍ୟ ନିରନ୍ତର ଆଲୋଚନା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ