ETV Bharat / health

ଏହି ସମୟରେ ପିଅନ୍ତୁ କଲରା ରସ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା - KARELA JUICE BENEFITS

ସକାଳେ ନା ସନ୍ଧ୍ୟାରେ ? ମଧୁମେହ ରୋଗୀମାନେ କେତେବେଳେ କଲରା ରସ ପିଇବା ଉଚିତ୍ ? ଜାଣନ୍ତୁ

KARELA JUICE BENEFITS
KARELA JUICE BENEFITS (GETTY IMAGES)
author img

By ETV Bharat Odisha Team

Published : June 3, 2025 at 8:16 PM IST

2 Min Read

ହାଇଦ୍ରାବାଦ: ବଦଳୁଥିବା ଜୀବନଶୈଳୀ ଯୋଗୁଁ ଆଜିକାଲି ଅନେକ ଲୋକ ମଧୁମେହ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ମଧୁମେହକୁ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ବୋଲି କହୁଛି । ଏପରି ପରିସ୍ଥିତିରେ, ଡାଇବେଟିସ ରୋଗୀମାନଙ୍କୁ ସେମାନଙ୍କ ଖାଦ୍ୟ ପ୍ରତି ବହୁତ ସତର୍କ ରହିବାକୁ ପଡିବ । ଏହାର ଅର୍ଥ ହେଉଛି ସୁଗାର ରୋଗୀମାନଙ୍କୁ ଏପରି ଖାଦ୍ୟ ବାଛିବା ଉଚିତ,ଯାହା ସେମାନଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । ତଥାପି,ଅନେକ ଲୋକ ଜାଣି ନାହାଁନ୍ତି ଯେ ସେମାନେ କ'ଣ ଖାଇବା ଉଚିତ ଏବଂ କ'ଣ ନୁହେଁ ? ଏପରି ପରିସ୍ଥିତିରେ,ଏହି ଖବର ମାଧ୍ୟମରେ ଜାଣନ୍ତୁ ଡାଇବେଟିସ ରୋଗୀଙ୍କ ପାଇଁ କଲରା ରସ କେତେ ଲାଭଦାୟକ ଏବଂ ଏହାକୁ କେତେବେଳେ ପିଇବା ଉଚିତ୍ ?

ବିଶେଷଜ୍ଞମାନେ କୁହନ୍ତି ଯେ, କଲରା ରସ ସେବନ ଦ୍ବାରା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । କଲରା ରସରେ ପୋଟାସିୟମ୍, ଆଇରନ୍, ଜିଙ୍କ୍, ଫାଇବର, ଫୋଲେଟ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଭଳି ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଏହାକୁ ସଠିକ୍ ପରିମାଣରେ ସେବନ କରାଯାଏ, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇପାରେ । କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ।

କଲରା ରସ କେଉଁ ସମୟରେ ପିଇବା ଲାଭଦାୟକ ?

ବିଶେଷଜ୍ଞମାନେ କୁହନ୍ତି ଯେ, ପ୍ରତିଦିନ କଲରା ରସ ପିଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ହ୍ରାସ କରେ ଏବଂ ମେଟାବୋଲିଜିମ୍ ବୃଦ୍ଧି କରେ । ଏହା ପାଚନ ଶକ୍ତିକୁ ଉନ୍ନତ କରେ ଏବଂ ଚର୍ମ ପାଇଁ ମଧ୍ୟ ଭଲ । ସକାଳେ ଖାଲି ପେଟରେ କଲରା ରସ ପିଇବା ଉଚିତ୍ ।

NCBIରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏକ ସନ୍ତୁଳିତ ଖାଦ୍ୟ ଆବଶ୍ୟକ । ଯଦି ସମସ୍ତ ଜିନିଷ ଉପଯୁକ୍ତ ପରିମାଣ ଏବଂ ସଠିକ ସମୟରେ ସେବନ କରାଯାଏ, ତେବେ ସ୍ବାସ୍ଥ୍ୟ ଆରୋଗ୍ୟ ରହିଥାଏ । ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀମାନେ ତାଜା କଲରା ରସ ପିଇବା ଉଚିତ୍ କାରଣ, କଲରାକୁ ଭାଜି ଖାଇବାରେ କୌଣସି ବିଶେଷ ଲାଭ ନାହିଁ । ଭାଜିବା ଦ୍ଵାରା କଲରାର ସମସ୍ତ ପୋଷକ ତତ୍ତ୍ୱ ଦୂର ହୋଇଯାଏ ।

ଡାଇବେଟିସ ପାଇଁ ଲାଭଦାୟକ:

କଲରାରେ ପଲିପେପ୍ଟାଇଡ୍-P ମିଳିଥାଏ । ଏହା ଏକ ପ୍ରକାରର ପ୍ରୋଟିନ୍,ଯାହା ରକ୍ତ ଶର୍କରା ସ୍ତର କମ କରିବାରେ ସାହାଯ୍ୟ କରେ । ତେଣୁ କଲରା ରସ ପିଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ଅଧିକ ଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ।

ହଜମ ପ୍ରକ୍ରିୟା ଉନ୍ନତ କରିବାରେ ସହାୟକ:

କଲରାରେ ଫାଇବର ଭରପୂର ରହିଛି, ଯାହା ପାଚନ ଶକ୍ତି ଉନ୍ନତ କରିବା ପାଇଁ ଆବଶ୍ୟକ । ଏପରି ସମୟରେ ଏହି ରସ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା କମିଯାଏ । ଏହା ଶରୀରକୁ ଡିଟକ୍ସାଇଫିକେସନ୍ କରିବାରେ ସାହାଯ୍ୟ କରେ ।

ତ୍ବଚା ଚମକଦାର ହୁଏ:

କଲରାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଚର୍ମ ପାଇଁ ଲାଭଦାୟକ । କଲରା ରସ ପିଇବା ଦ୍ୱାରା ବ୍ରଣ,ଦାଗ, କୁଞ୍ଚନ ଏବଂ କିଛି ପ୍ରକାରର ଆଲର୍ଜି ହ୍ରାସ ଏବଂ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ଏହା ତ୍ବଚାକୁ ଚମକଦାର ରଖେ ।

ଏହା ମଧ୍ୟ ପଢନ୍ତୁ...ରକ୍ତରେ ୟୁରିକ୍ ଏସିଡର ମାତ୍ରା ଅଧିକ ଅଛି କି ? ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ - FOODS TO AVOID IN HIGH URIC ACID

ଏହା ମଧ୍ୟ ପଢନ୍ତୁ...ଖାଆନ୍ତୁ ପାଣିରେ ଭିଜା ହୋଇଥିବା ବାଦାମ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା - HEALTH BENEFITS OF PEANUT

ଏହା ମଧ୍ୟ ଫଢନ୍ତୁ...ଆଳୁ ଖାଇଲେ ବଢିବନି ସୁଗାର ସ୍ତର, ଗବେଷଣାରେ ଖୁଲାସା - DIABETES AND POTATOES

ଓଜନ ହ୍ରାସରେ ସହାୟକ...

କଲରା ରସ ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ । ଏଥିରେ କ୍ୟାଲୋରି କମ୍ ଏବଂ ଫାଇବର ଅଧିକ ଥାଏ,ତେଣୁ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିପାରେ । ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ଅନୁଭବ ମିଳିଥାଏ ଏବଂ କ୍ୟାଲୋରି ମଧ୍ୟ ହ୍ରାସ ପାଏ ।

Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ETV Bharatର ନିଜସ୍ବ ମତ ନୁହେଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.