ହାଇଦ୍ରାବାଦ: ଚିକେନ୍ ନାଁ ଶୁଣିଲା ମାତ୍ରେ କିଛି ଲୋକଙ୍କ ପାଟିରୁ ଲାଳ ଆସିଯାଏ । ଛୋଟରୁ ବଡ଼ ଯାଏଁ ପ୍ରାୟ ସବୁ ଲୋକ ଚିକେନ ଖାଇବା ପାଇଁ ପସନ୍ଦ କରନ୍ତି । ତେବେ ଚିକେନ୍ ସେହି ଖାଦ୍ୟ ମଧ୍ୟରେ ପ୍ରଥମେ ଆସେ ଯାହାକୁ ଅନେକ ଲୋକ ସୁସ୍ଥ ଖାଦ୍ୟ ଭାବରେ ବିବେଚନା କରନ୍ତି । କାରଣ ଏହା ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ପୁଷ୍ଟିକର । ଏଥିରେ ପ୍ରଚୁର ପରିମାଣ ପ୍ରୋଟିନ ରହିଛି । ଅନେକ ଲୋକ ଏହାକୁ ସୁସ୍ଥ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ଏବଂ ପ୍ରତିଦିନ ଖାଆନ୍ତି । ଏପରି ପରିସ୍ଥିତିରେ ଆପଣ ଜାଣନ୍ତି କି ? ପ୍ରତିଦିନ ଚିକେନ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ ? ଚିକେନରେ ଭିଟାମିନ୍, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୁର ଥାଇ ମଧ୍ୟ ପ୍ରତିଦିନ ଚିକେନ୍ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରତିଦିନ ଚିକେନ ଖାଇଲେ ଏହି ସମସ୍ୟା ହେବ ? ଜାଣିବା ପାଇଁ କ୍ଲିକ୍ କରନ୍ତୁ ।
- ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟା :
ଚିକେନକୁ ସଠିକ ଭାବେ ପ୍ରସ୍ତୁତ କରି ଖାଇବା ଦ୍ବାରା ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଇବ ନାହିଁ । ଆପଣ ଏହାକୁ କିପରି ଖାଉଛନ୍ତି, ତାହା ଉପରେ ଏହା ନିର୍ଭର କରେ । ଯଦି ଆପଣ ନିୟମିତ ଭାବରେ ମସଲାଯୁକ୍ତ ଚିକେନ୍ ଖାଆନ୍ତି । ତେବେ ଆପଣଙ୍କର କୋଲେଷ୍ଟ୍ରୋଲ ସ୍ତର ବୃଦ୍ଧି ହୋଇପାରେ ଏଥିରେ କୌଣସି ସନ୍ଦେହ ନାହିଁ । ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ ଦ୍ବାରାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି । ଯେ ହ୍ବାଇଟ୍ ମାଂସ, ଲାଲ୍ ମାଂସ ସହିତ ସମାନ ହାରରେ ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ବୃଦ୍ଧି କରେ । ଆପଣଙ୍କର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଗ୍ରୀଲ୍ କିମ୍ବା ସିଝା ହୋଇଥିବା ଚିକେନ୍ ଖାଇବା ଭଲ ।
- ଚିକେନ୍ ଶରୀରର ତାପମାତ୍ରାକୁ ବୃଦ୍ଧି କରେ:
ଚିକେନକୁ ଏକ ଉଚ୍ଚ ଉତ୍ତାପଯୁକ୍ତ ଖାଦ୍ୟ ଭାବରେ ବିବେଚନା କରାଯାଏ । ଏହା ଶରୀରର ସାମଗ୍ରିକ ତାପମାତ୍ରାକୁ ବୃଦ୍ଧି କରିଥାଏ । ସରଳ ଶବ୍ଦରେ ଏହା ଶରୀରରେ 'ଉତ୍ତାପ' ସୃଷ୍ଟି କରିପାରେ । ଏହି କାରଣରୁ କିଛି ଲୋକଙ୍କ ବିଶେଷ କରି ଖରାଦିନେ ନାକରୁ ରକ୍ତ ପଡ଼େ । ନିୟମିତ ଭାବେ ଚିକେନ୍ ଖାଇବା ପରେ ଯଦି ଆପଣଙ୍କର ନାକ ରକ୍ତସ୍ରାବର ସମସ୍ୟା ଅଛି । ତେବେ ପ୍ରତିଦିନ ଚିକେନ୍ ଖାଇବା ବନ୍ଦ କରନ୍ତୁ କିମ୍ବା କିଛି ଦିନର ବ୍ୟବଧାନରେ ଏହାକୁ ଖାଇବା ଭଲ ।
- ଓଜନ ବୃଦ୍ଧି:
ନିୟମିତ ଭାବରେ ଚିକେନ୍ ଖାଇବାର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ଓଜନ ବୃଦ୍ଧି ହୋଇପାରେ । ଚିକେନ୍ ବିରିୟାନି,ବଟର ଚିକେନ୍, ଫ୍ରାଏ ଚିକେନ୍ ଇତ୍ୟାଦି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ।ତେଣୁ ଏହାକୁ ନିୟମିତ ଖାଇବା ଦ୍ବାରା ଓଜନ ବୃଦ୍ଧି ଏବଂ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୋଇପାରେ ।
- ଚିକେନ୍ ଶରୀରର ଉତ୍ତାପକୁ ବୃଦ୍ଧି କରେ
- ୟୁରିକ୍ ଏସିଡ୍ ବୃଦ୍ଧି
- UTI ସମସ୍ୟା
- ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟା
- UTI ସମସ୍ୟା:
କେତେକ କ୍ଷେତ୍ରରେ ଚିକେନ୍ ଖାଇବା ଦ୍ବାରା ମୂତ୍ରନଳୀ ସଂକ୍ରମଣ କିମ୍ବା UTI ସହିତ ସଂଯୁକ୍ତ ହୋଇପାରେ । ଆମେରିକୀୟ ସୋସାଇଟି ଫର୍ ମାଇକ୍ରୋବିଓଲୋଜିର ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଚିକେନରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର E.coli ରହିଛି । ଯହା UTI ସମେତ ଅନେକ ପ୍ରକାରର ସଂକ୍ରମଣ ସୃଷ୍ଟି କରିପାରନ୍ତି । ସେହିପରି ସାଇନ୍ସ ଡେଲି ଅନୁଯାୟୀ 2,452 ମାଂସ ନମୁନାରୁ ପ୍ରାୟ 80 ପ୍ରତିଶତ ଏବଂ ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ 72 ପ୍ରତିଶତର E.coli ମିଳିଛି । ଏହିପରି ସଂକ୍ରମଣକୁ ରୋକିବା ପାଇଁ ହେଲେ ବିନା ଆଣ୍ଟିବାୟୋଟିକରେ ବଢିଥିବା ଚିକେନ୍ ଖାଇବା ଭଲ ।
- ୟୁରିକ୍ ଏସିଡ୍ ବୃଦ୍ଧି:
ଆମେ ସମସ୍ତେ ଜାଣୁ ଯେ ଚିକେନ୍ ପ୍ରୋଟିନର ଉତ୍ସ । ସାଧାରଣତଃ ଏହାକୁ କମ୍-ପ୍ୟୁରିନ୍ ଖାଦ୍ୟ ଭାବରେ ବିବେଚନା କରାଯାଏ । କିନ୍ତୁ ଏହାକୁ ପ୍ରତିଦିନ ବହୁ ପରିମାଣରେ ଖାଇବା ଦ୍ବାରା କେତେକ ବ୍ୟକ୍ତିଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ହୋଇପାରେ । ଚିକେନ୍ର ଅତ୍ୟଧିକ ଖାଇବା ଦ୍ବାରା ହାତ-ଗୋଡ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହୋଇପାରେ ।
Disclaimer: (ଏହି ରିପୋର୍ଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଗବେଷଣା, ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ପଦ୍ଧତି କିମ୍ବା ପ୍ରକ୍ରିୟା ଅନୁସରଣ କରିବା ପୂର୍ବରୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ ଏବଂ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ।)