ETV Bharat / health

ପାଣିପାଗ ପରିବର୍ତ୍ତନରେ କେମିତି ନେବେ ଯତ୍ନ ? କଣ କହୁଛନ୍ତି ଡାକ୍ତର ଜାଣନ୍ତୁ - AYURVEDIC REMEDIES CLIMATE CHANGE

ପାଣିପାଗ ବଦଳିବା ସମୟରେ କେମିତି ନେବେ ଶରୀରର ଯତ୍ନ । ଏନେଇ ଆୟୁର୍ବେଦ ଡାକ୍ତର ଶାନ୍ତନୁ ଦାସଙ୍କ ସହ ସ୍ବତନ୍ତ୍ର ଆଲୋଚନା ।

ପାଣିପାଗ ବଦଳିବା ବେଳେ ଦେହର କେମିତି ଯତ୍ନ ନିଆଯିବ ଜାଣନ୍ତୁ
ପାଣିପାଗ ବଦଳିବା ବେଳେ ଦେହର କେମିତି ଯତ୍ନ ନିଆଯିବ ଜାଣନ୍ତୁ (Freepik)
author img

By ETV Bharat Odisha Team

Published : June 3, 2025 at 1:08 PM IST

Updated : June 3, 2025 at 2:04 PM IST

2 Min Read

ବାଲେଶ୍ବର: ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ଏମିତି ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ। ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି କାହାକୁ ଜ୍ୱର ହେଉଛି ତ ପୁଣି କାହାକୁ ଥଣ୍ଡା, କାଶ, ହେଉଛି, ପୁଣି କାହାର ପେଟ ଯନ୍ତ୍ରଣା ହେଉଛି। ଏମିତି ପାଣିପାଗ ବଦଳିବା ବେଳେ ଶରୀର ଯତ୍ନ କେମିତି ନିଆଯିବ ? କେମିତି ଶରୀର ସୁସ୍ଥ ରହିବ ? କଣ ଏହାର ପ୍ରତିକାର ?

କାହିଁକି ହୁଏ ଦେହ ଖରାପ ?

ଏନେଇ ଆୟୁର୍ବେଦ ଡାକ୍ତର ଶାନ୍ତନୁ ଦାସଙ୍କ କହିବା ଅନୁୟାୟୀ, " ଆସାଧାରଣ ଭାବେ ପାଣିପାଗ ବଦଳିବାକୁ ଆମେ ଖରାପ ବୋଲି କହିଥାଉ। ହଠାତ ଖରା ଥିବ ପୁଣି ଆକସ୍ମିକ ଭାବେ ବର୍ଷା ହେବ। ଯାହା ଫଳରେ ଶରୀର ଭିତରେ ଥିବା ଉତ୍ତାପରେ ଏକ ଅସନ୍ତୁଳନ ଅବସ୍ଥା ଆସିଯାଏ। ଏ ଅସନ୍ତୁଳନ ଅବସ୍ଥାକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ରୋଗ ଏବଂ ତାର ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆଵଶ୍ୟକତା ରହିଛି। ବର୍ତ୍ତମାନ ଏଇ ଯେଉଁ ଋତୁ ପରିବର୍ତ୍ତନ ହେଉଛି ଏହାକୁ ଆୟୁର୍ବେଦରେ ଆଦାନ କାଳ ବୋଲି କୁହାଯାଏ। ଏହି ସମୟରେ ଦେହର ବଳ ସ୍ବଭାବିକ ଭାବରେ କ୍ଷୟ ହୋଇଥାଏ। ''

ଆୟୁର୍ବେଦ ଡାକ୍ତର ଶାନ୍ତନୁ ଦାସ (ETV BHARAT ODISHA)

କେଉଁ କେଉଁ ଲକ୍ଷଣ ଦେଖାଯାଏ ?

ସେ ଆହୁରି ମଧ୍ୟ କହିଛି ଯେ, ଏହି ସମୟରେ ମୁଖ୍ୟତଃ ଥଣ୍ତା, ଛିଙ୍କ, କାଶ ଏବଂ ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ତେଣୁ ଏହାର ପ୍ରତିକାର ସ୍ବରୂପ ଦୁଇ ପ୍ରକାର ଚିକିତ୍ସା ନେଇ ପାରିବେ । ଗୋଟିଏ ଘରୋଇ ଉପାୟରେ ଅନ୍ୟଟି ଡାକ୍ତରଙ୍କ ପରାମର୍ଶ କ୍ରମେ ।

କଣ ରହିଛି ପ୍ରତିକାର ?

ଆୟୁର୍ବେଦ ଡାକ୍ତରଙ୍କ କହିବା ଅନୁୟାୟୀ, ''ବର୍ତ୍ତମାନ ସମୟରେ ୧୦ ବର୍ଷରୁ ୮୦ ବର୍ଷ ବୟସର ବ୍ୟକ୍ତି ମାନେ ଯଦି ପାଗ ପରିବର୍ତ୍ତନ ସମୟରେ ଥଣ୍ତା, ଛିଙ୍କ, କାଶ ଏବଂ ପେଟ ଜନିତ ସମସ୍ୟା ଦେଖାଯାଏ ତେବେ ଘରୋଇ ଉପଚାର ଭାବେ ପ୍ରତିଦିନ ବୟସ ଅନୁଯାୟୀ କଳା ଜିରା ପାଞ୍ଚ, ସାତ, ଦଶ ଗ୍ରାମ ସେବନ କଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୁଏ। ଯାହା କି ଏହି ପାଣିପାଗ ବଦଳିବା ସମୟରେ ଶରୀରକୁ ସୁସ୍ଥ ରଖିବ। ଆମ ଘରେ ବ୍ୟବହାର ହେଉଥିବା ଜିରା, ଜୁଆଣି, ପାନ ମହୁରୀ, ଲବଙ୍ଗ, ଡାଲଚିନି ଆଦିରେ ଅନେକ ରୋଗ ଭଲ ହୋଇ ପାରୁଛି। ''

କିପରି ସେବନ କରିବେ ?

"ଡାଲଚିନି ଯଦି ଆମେ ଚା'ରେ ମିଶାଇ ପିଅନ୍ତି ତେବେ ତା ହେଲେ ଫେଟି ଲିଭର ଓ ଆଣ୍ଟି ଡାଇବେଟିକ ଭାବେ କାମ କରିବ। ସେହି ଡାଲଚିନି ମହୁ ସହ ମିଶାଇ ନେଲେ କଫ ଭଲ ହୋଇ ପାରିବ। ସେହିପରି ଜିରା, ପାନମହୁରୀ, ଜୁଆଣି ଗୁଣ୍ଡକରି ମିଶାଇ ପିଇଲେ ତା ପେଟରେ ଗ୍ୟାସ, ଏସିଡିଟି ପାଇଁ କାମ କରିବ। ଯଦି ଖାଲି ଜୁଆଣି ଫୁଟାଇ ତା ପାଣି ପିଆଯାଏ ତେବେ ତାହା ପେଟରେ ଗ୍ୟାସ କମାଇଥାଏ। "

ଘୋଳଦହି ଶରୀର ପାଇଁ ଲାଭଦାୟକ:

"ଏହି ସମୟରେ ଘୋଳ ଦହି ସମସ୍ତ ରୋଗୀ ଖାଇ ପାରିବେ, ଏହା ପ୍ରୋ ବାଇଓଟିକ ଭାବରେ କାମ କରେ। ଦେହ ଭିତରର ଭଲ ବ୍ୟାକ୍ଟେରିଆ ଗୁଡିକୁ ଆହୁରି ମଜବୁତ କରାଇ ହଜମ ପ୍ରକ୍ରିୟାରେ ସହାୟକ କରେ। ଘୋଳଦହି ଏ ସମୟରେ ସବୁଠାରୁ ଭଲ ଖାଦ୍ୟ।"

ଜଙ୍କ ଫୁଡ଼ ଓ ଅଧିକ ତେଲ ମସଲା ଠାରୁ ଦୂରେଇ ରୁହନ୍ତୁ:

"ସୁସ୍ଥ ଲୋକ ନିଜର ଶୋଇବା ପ୍ରକ୍ରିୟା, ଖାଇବା ପ୍ରକ୍ରିୟାକୁ ବେଶ ସନ୍ତୁଳିତ ଢଙ୍ଗରେ କରିବା ଦରକାର। ବାହାର ଜିନିଷ ଆପଣ ଖାଆନ୍ତୁ ନାହିଁ। ଯେଉଁ ସବୁ ଷ୍ଟ୍ରିଟ ଫୁଡ଼ ଅଛି, ଜଙ୍କ ଫୁଡ଼ ଅଛି ଯେଉଁଥିରେ ଅଧିକ ମସଲା, ତେଲ ଅଛି ଯାହା ଆମର ଶରୀର ଦ୍ୱାରା ଠିକ୍ ଭାବେ ହଜମ ହୋଇ ପାରିବନାହିଁ ସେ ସବୁକୁ ବର୍ଜନ କରିବା ଉଚିତ। "

ଫଳ କିଣିବା ସମରେ ସତର୍କ ରୁହନ୍ତୁ:

ଆୟୁର୍ବେଦ ଡାକ୍ତର ଶାନ୍ତନୁ ଦାସ ଆହୁରି ମଧ୍ୟ କହିଛନ୍ତି ," ଏହାସହ ଏବେ ଫଳରେ ରସାୟନିକ ପ୍ରକ୍ରିୟାରେ ରଙ୍ଗ ଦିଆଯାଇ ବିକ୍ରି ହେଉଛି। ଏଥିପାଇଁ ଯେତେବେଳେ ଫଳ କିଣୁଛନ୍ତି ତାହା ସଠିକ ଭାବେ ଦେଖି, ତଦାରଖ କରି କିଣିବାର ଆଵଶ୍ୟକତା ଅଛି।"

ଏହି ସବୁ ରୋଗରେ ପିଡିତ ଥିଲେ, ରୁହନ୍ତୁ ସତର୍କ:

ଯେଉଁମାନେ ଶ୍ବାସ, ହୃଦରୋଗୀ, ସନ୍ଧିବାତ ରୋଗୀ ଅଛନ୍ତି ସେମାନେ ଚିକିତ୍ସକଙ୍କ ପରାମର୍ଶ ନେଇ ସେମାନଙ୍କ ଖାଦ୍ୟରେ, ଔଷଧରେ, ଶୋଇବାରେ ସନ୍ତୁଳନ କେମିତି କରିବେ ସେନେଇ ପରାମର୍ଶ କରିବାକୁ ପଡ଼ିବ।

ଏହା ମଧ୍ୟ ପଢନ୍ତୁ-ନିଶା କବଳରେ ଯୁବପିଢି ! କେମିତି ଛାଡିବେ ତମାଖୁ ? ଜାଣନ୍ତୁ ଉପାୟ - WORLD NO TOBACCO DAY 2025

ଇଟିଭି ଭାରତ, ବାଲେଶ୍ବର

Last Updated : June 3, 2025 at 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.