ହାଇଦ୍ରାବାଦ: ବିଶ୍ବରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ମଧୁମେହ ଏପରି ଏକ ରୋଗ ଯାହାର କୌଣସି ଚିକିତ୍ସା ନାହିଁ । କିନ୍ତୁ ଉପଯୁକ୍ତ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ବର୍ତ୍ତମାନ ସମୟରେ ଯୁବବର୍ଗଙ୍କଠାରୁ ବୟସ୍କ ଯାଏଁ ପ୍ରାୟ ଅଧିକାଂଶ ଲୋକ ମଧୁମେହ ପୀଡ଼ିତ । ମଧୁମେହକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ । ନଚେତ୍ ଶରୀରରେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଯେ କ’ଣ ଖାଇବା ଦ୍ବରା ମଧୁମେହକୁ ମୂଳରୁ ସମାପ୍ତ କରାଯାଇପାରିବ ? ହେଲେ ମଧୁମେହକୁ ସମ୍ପୂର୍ଣ୍ଣ ମୂଳରୁ ନାଶ କରାଯାଇପାରିବ ନାହିଁ । ହେଲେ କିଛି ଉପାୟ ଅବଲମ୍ବନ କଲେ ଏହାର ମାତ୍ରାକୁ ସାମାନ୍ୟ ଏଡାଇ ଦିଆଯାଇପାରିବ ।
ମଧୁମେହକୁ ଘରୋଇ ଉପଚାର କିମ୍ବା କିଛି ମେଡ଼ିସିନ ଦ୍ବାରା କିଛି ସମୟ ପାଇଁ ନିୟନ୍ତ୍ରଣ କରାଯାଇପାରିବ । ନଚେତ୍ ଏହି ଭୟାବହ ରୋଗ ଆପଣଙ୍କୁ ସାରା ଜୀବନ ଔଷଧ ଖାଇବାକୁ ବାଧ୍ୟ କରିପାରେ। ତେବେ ଔଷଧର ପ୍ରଭାବ କମିଗଲେ, ରକ୍ତରେ ଶର୍କରା ପୁଣି ବଢ଼ିବାକୁ ଲାଗେ । କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ, ଓଜନ ହ୍ରାସ କରିବା,ସୁସ୍ଥ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନ୍ୟୁଟ୍ରିସିଆନ ଆରବୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, "ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ କେଉଁ ସୁପରଫୁଡ୍ ସାମିଲ କରିବା ଉଚିତ୍ ।" ତାହାଲେ ଆସନ୍ତୁ ଜାଣିବା ଏହି ସୁପଫୁଡ୍ ବିଷୟରେ...
ମଧୁମେହ ପାଇଁ ସୁପରଫୁଡ୍ :
ମେଥି: ମେଥି ଦାନାରେ ଦ୍ରବଣୀୟ ଫାଇବର ଏବଂ ଗ୍ୟାଲେକ୍ଟୋମେନନ ଥିବାରୁ ଏହା ରକ୍ତରେ ଶର୍କରାସ୍ତର କମାଇବା ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରିବା ପାଇଁ ଲାଭଦାୟକ ଅଟେ । ଯାହାଫଳରେ ଶରୀରରେ ମଧୁମେହ ନିୟନ୍ତ୍ରଣ ରହିବ ।
ଡାଲଚିନି: ଡାଲଚିନିରେ ପ୍ରାକୃତିକ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ରହିଛି। ତେଣୁ, ଡାଲଚିନି ଇନସୁଲିନ ସମ୍ବେଦନଶୀଳତା ଏବଂ କୋଷଗୁଡ଼ିକରେ ଗ୍ଲୁକୋଜ୍ ଶୋଷଣକୁ ବୃଦ୍ଧି କରି ରକ୍ତ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ।
ପିଜୁଳି ମଞ୍ଜି: ପିଜୁଳି ମଞ୍ଜିରେ ଜାମ୍ବୋଲିନ୍ ଥାଏ । ଏହି ଯୌଗିକ ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଇନସୁଲିନ୍ କାର୍ଯ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।
ଲାଉ: ଲାଉ ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୁର । ଯାହା ରକ୍ତରେ ଶର୍କରାସ୍ତର ନିୟନ୍ତ୍ରଣ କରିବା ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରେ ।
|
ଚିଆ ସିଡ୍: ଚିଆ ମଞ୍ଜିରେ ଫାଇବର, ପ୍ରୋଟିନ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଭରପୁର ପରିମାଣରେ ଥାଏ । ଏଥିରେ ଥିବା କାର୍ବୋହାଇଡ୍ରେଟ୍ ହଜମ ଏବଂ ଶୋଷଣକୁ ଧୀର କରିବାରେ ସାହାଯ୍ୟ କରିପାରେ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିପାରେ।
କଳାଜିରା: କଳାଜିରାରେ ମଧୁମେହକୁ ପ୍ରତିରୋଧ କରିବାର ଗୁଣ ରହିଛି । ଯାହା ରକ୍ତରେ ଶର୍କରାସ୍ତର ହ୍ରାସ କରେ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରେ ।
ଭୃସଙ୍ଗ ପତ୍ର : ଏଥିରେ ମହାନିମ୍ବାଇନ ଭଳି ଯୌଗିକ ପଦାର୍ଥ ରହିଥାଏ । ଯାହା ରକ୍ତରେ ଶର୍କରାସ୍ତର କମାଇବା ଏବଂ ଇନସୁଲିନ୍ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଲାଭଦାୟକ ।
ଜିମ୍ନେମା ସିଲଭେଷ୍ଟ୍ରେ(ମେଡିସିନ): ଜିମ୍ନେମା ସିଲଭେଷ୍ଟ୍ରେ ଏକ ଔଷଧି ଯାହା ପାରମ୍ପରିକ ଭାରତୀୟ ଔଷଧରେ ବର୍ଷ ବର୍ଷ ଧରି ରକ୍ତ ଶର୍କରାସ୍ତର ନିୟନ୍ତ୍ରଣ କରିବା ଏବଂ ଇନସୁଲିନ୍ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ବ୍ୟବହୃତ ହୋଇଥାଏ ।
(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ବୁଝିବା ପାଇଁ । ଆମେ କିଛି ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତ ସୁପାରିଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।)