ETV Bharat / entertainment

ପରଲୋକରେ ଭେଟେରାନ ଅଭିନେତା ମନୋଜ କୁମାର, ଦେଶାତ୍ମବୋଧକ ଫିଲ୍ମ ପାଇଁ ଥିଲେ ଜଣାଶୁଣା - ACTOR MANOJ KUMAR PASSES AWAY

ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା ।

Veteran Bollywood Actor and director Manoj Kumar passes away at the age of 87
Veteran Bollywood Actor and director Manoj Kumar passes away at the age of 87 (ETV BHARAT ODISHA)
author img

By ETV Bharat Odisha Team

Published : April 4, 2025 at 8:48 AM IST

2 Min Read

ମୁମ୍ବାଇ: ବଲିଉଡ ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତା ମନୋଜ କୁମାର । ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର 87 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଦେଶପ୍ରେମ ଉପରେ ନିର୍ମିତ ଚଳଚ୍ଚିତ୍ର ପାଇଁ ବେଶ ପରିଚିତ ଥିଲେ ମନୋଜ । ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ 1992ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଭାରତୀୟ ସିନେମାର ଆଇକନ୍ ମନୋଜ କୁମାର:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''କିମ୍ବଦନ୍ତୀ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କ ଦେହାନ୍ତରେ ମୁଁ ଗଭୀର ଶୋକବ୍ୟକ୍ତ କରୁଛି । ସେ ଭାରତୀୟ ସିନେମାର ଏକ ଆଇକନ୍ ଥିଲେ, ଯିଏକି ତାଙ୍କର ଦେଶାତ୍ମକ ଚିନ୍ତାଧାରା ପାଇଁ ସ୍ମରଣୀୟ ହୋଇ ରହିବେ । ଯାହା ତାଙ୍କ ଚଳଚ୍ଚିତ୍ରରେ ମଧ୍ୟ ପ୍ରତିଫଳିତ ହୋଇଥିଲା ।ମନୋଜ ଜୀଙ୍କର କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା, ଯାହା ଯୁବପିଢିଙ୍କୁ ପ୍ରେରଣା ଦେବ । ''

'ଫ୍ୟାଶନ' ଚଳଚ୍ଚିତ୍ର ମାଧ୍ୟରେ ବଲିଉଡରେ ଡେବ୍ୟୁ:

1937 ଜୁଲାଇ 24 ତାରିଖରେ ସେ ପଞ୍ଜାବର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମନୋଜ କୁମାର । ହିନ୍ଦୀ ଫିଲ୍ମରେ ନିଜର ବଳିଷ୍ଠ ଅଭିନୟ ଦ୍ବାରା ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ଅଭିନୟର ଯାଦୁରେ ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । 1957 ମସିହାରେ ଚଳଚ୍ଚିତ୍ର 'ଫ୍ୟାଶନ' ମାଧ୍ୟରେ ମସେ ଫିଲ୍ମ ଜଗତରେ ପାଦ ରଖିଥିଲେ । 1965 ମସିହାରେ ଫିଲ୍ମ ଶଦୀଦ ତାଙ୍କୁ ଅନେକ ସଫଳତା ଦେଇଥିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ ।

ପ୍ରଶଂସକମାନେ ମନୋଜ କୁମାରଙ୍କୁ ଭାରତ କୁମାର ବୋଲି ଡାକନ୍ତି କାରଣ ସେ ତାଙ୍କ ଫିଲ୍ମୀ କ୍ୟାରିୟରରେ ଅନେକ ଦେଶପ୍ରେମୀ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କର ଶ୍ରେଷ୍ଠ ଚଳଚ୍ଚିତ୍ର ଗୁଡ଼ିକ ହେଲା 'ଶହୀଦ', 'ହିମାଳୟ କି ଗଡମେନ୍', 'ପାଥର୍ କେ ସାନମ୍', 'ଉପକାର', 'ନୀଲ କମଲ', 'ପୁରବ ଅର ପଶ୍ଚମ', 'ମେରା ନାମ ଜୋକର', 'ରୋଟି କପଡା ଅର ମାକାନ', 'କ୍ରାନ୍ତି', 'ମୁଝେ ଇନସାଫ ଚାୟିହେ'। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ମଇଦାନ-ଇ-ଜଙ୍ଗ'।ଦେଶାତ୍ମକ ଚଳଚ୍ଚିତ୍ର ପାଇଁ ସେ ବେଶ ଜଣାଶୁଣା ଥିଲେ ।

ଏହା ମଧ୍ୟ ପଢନ୍ତୁ-ଭେଟେରାନ ଗାୟକ ହଂସ ରାଜ ହଂସଙ୍କ ପତ୍ନୀ ରେଶମ କୌରଙ୍କ ପରଲୋକ - HANS RAJ HANS WIFE PASSES AWAY

ଅଭିନୟ ପାଇଁ ସମ୍ମାନ:

ଭାରତୀୟ ସିନେମା ପ୍ରତି ଅତୁଳନୀୟ ଅବଦାନ ପାଇଁ ମନେଜ କୁମାରଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ସାତୋଟି ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତୀୟ ସିନେମାରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ 1992 ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। 2015 ମସିହାରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

  • 1973ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର (ବିଇମାମନ)
  • 1999ରେ ଫିଲ୍ମଫେୟାର ଲାଇଫଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ
  • 1992ରେ ପଦଶ୍ମୀ ପୁରସ୍କାର
  • 1968ରେ ଶ୍ରେଷ୍ଠ ଷ୍ଟୋରୀ ପାଇଁଫିଲ୍ମଫେୟାର ପୁରସ୍କାର (ଉପକାର)
  • 1968-75ରେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ ପାଇଁ ଫିଲ୍ମଫେୟାର ପୁରସ୍କାର (ରୋଟି କପଡା ଅର୍‌ ମକାନ, ଉପକାର)
  • 1968ରେ ଶ୍ରେଷ୍ଠ ସଂଳାପ ପାଇଁ ଫିଲ୍ମଫେୟାର ପୁରସ୍କାର (ଉପକାର)
  • 2008ରେ ସ୍କ୍ରିନ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ
  • 2015 ମସିହାରେ ଦାଦାସାହେବ ଫାଲକେ ପୁରସ୍କାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.