ETV Bharat / entertainment

ପରଲୋକରେ ଫିଲ୍ମ ନିର୍ମାତା ବିକ୍ରମ ସୁଗୁମାରଣ, ବସ୍‌ରେ ଯାଉଥିବା ବେଳେ ମୃତ୍ୟୁ - VIKRAM SUGUMARAN PASSES AWAY

ତାମିଲ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ସୁଗୁମାରଣଙ୍କ ଦେହାନ୍ତ । ବସ୍‌ରେ ଯାତ୍ରା କରୁଥିବା ସମୟରେ ହୃଦଘାତରେ ଆଖି ବୁଜିଛନ୍ତି ।

Etv Bharat
Etv Bharat (Etv Bharat)
author img

By ETV Bharat Entertainment Team

Published : June 2, 2025 at 1:12 PM IST

2 Min Read

ହାଇଦ୍ରାବାଦ: ଆଉନାହାନ୍ତି ତାମିଲ ଫିଲ୍ମନିର୍ମାତା ବିକ୍ରମ ସୁଗୁମାରନ । ଆଜି (ଜୁନ୍ ୨) ତାରିଖରେ ମଦୁରାଇରୁ ଚେନ୍ନାଇ ଯାଉଥିବା ସମୟରେ ହଠାତ୍ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 47 ବର୍ଷ ହୋଇଥିଲା । ତେବେ ତାଙ୍କ ଅଚାନକ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେଲିବ୍ରିଟି ସମେତ ଫ୍ୟାନ୍ସ ସୋସିଆଲ ମିଡିଆ ଜରିଆରେ ତାଙ୍କୁଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ହୃଦଘାତରେ ବିକ୍ରମ ସୁଗୁମାରନଙ୍କ ମୃତ୍ୟୁ

ଆଇଏଏନ୍ଏସ୍ ଅନୁଯାୟୀ, ବିକ୍ରମ ସୁଗୁମାରନ ସ୍କ୍ରିପ୍ଟ ପାଇଁ ଜଣେ ପ୍ରଯୋଜକଙ୍କୁ ଭେଟିବାକୁ ଯାଇଥିଲେ, ଯାହା ପରେ ସେ ବସ ଯୋଗେ ମଦୁରାଇରୁ ଫେରୁଥିଲେ, ସେତେବେଳେ ତାଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇପାରିଲେ ନାହିଁ । ସେ ହୃଦଘାତର ଶିକାର ହୋଇଥିବା ଜଣାପଡିଛି । ନିର୍ଦ୍ଦେଶକଙ୍କ ହଠାତ୍ ମୃତ୍ୟୁ ସୋସିଆଲ ମିଡିଆରେ ଶୋକର ଛାତି ଖେଳିଯାଇଛି । ପ୍ରଶଂସକ ଏବଂ ତାମିଲ ଚଳଚ୍ଚିତ୍ର ଜଗତର ସଦସ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଶୋକବ୍ୟକ୍ତ କଲେ ସେଲିବ୍ରିଟି

ଦିବଂଗତ ନିର୍ଦ୍ଦେଶକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଭିନେତା ଶାନ୍ତନୁ ତାଙ୍କ ଏକ୍ସ (ପୂର୍ବ ଟ୍ୱିଟର) ହ୍ୟାଣ୍ଡେଲରେ ଲେଖିଛନ୍ତି, 'RIP ପ୍ରିୟ ଭାଇ । ମୁଁ ତୁମଠାରୁ ବହୁତ କିଛି ଶିଖିଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ସର୍ବଦା ମନେ ରଖିବି । ବହୁତ ଶୀଘ୍ର ଚାଲିଗଲ । ତୁମର ସର୍ବଦା ମନେ ପଡ଼ିବ । ସଂଗୀତ ସଂଗୀତଜ୍ଞ ଜଷ୍ଟିନ୍ ପ୍ରଭାକରନ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ବିକ୍ରମଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, 'ଏକ ଚଳଚ୍ଚିତ୍ର ନିର୍ମାତା ଯିଏ ଫ୍ରେମ୍ ବାହାରେ ସ୍ୱପ୍ନ ଦେଖିଥିଲେ କିନ୍ତୁ ଆମକୁ ବହୁତ ଶୀଘ୍ର ଛାଡ଼ି ଚାଲିଗଲେ । ଅଗଣିତ ଅକୁହା କାହାଣୀ ଛାଡିଗଲେ । ବିକ୍ରମ ସୁଗୁମାରଣ ସାର୍ଙ୍କୁ ଶ୍ରଦ୍ଧାଞ୍ଜଳି ।'' ତାମିଲ ଅଭିନେତା ଆଧବ ଶରଣ କନ୍ନଡସନ ଦିବଂଗତ ନିର୍ଦ୍ଦେଶକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କ ଏକ୍ସରେ ଲେଖିଛନ୍ତି, 'ମହାଶୟ.. ମୁଁ ଆପଣଙ୍କୁ ବହୁତ ମନେ ପକାଇବି । ଆପଣଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମୁଁ ସବୁବେଳେ ମନେ ରଖିବି । ଆପଣ ବହୁତ ଶୀଘ୍ର ଚାଲିଗଲେ ।'

ବିକ୍ରମ ସୁଗୁମାରନଙ୍କ ଫିଲ୍ମ କ୍ୟାରିଅର

ବିକ୍ରମ ସୁଗୁମାରନଙ୍କ ଫିଲ୍ମ କ୍ୟାରିଅର ୧୯୯୯ ରୁ ୨୦୦୦ ମଧ୍ୟରେ ଆରମ୍ଭ ହୋଇଥିଲା । ସେ ପ୍ରସିଦ୍ଧ ନିର୍ଦ୍ଦେଶକ ବାଲୁ ମହେନ୍ଦ୍ରଙ୍କ ସହାୟକ ଭାବରେ ଆରମ୍ଭ କରିଥିଲେ । ତା'ପରେ ସେ ୨୦୧୩ ରେ 'ମାଧା ଯାନୈ କୂଟ୍ଟମ୍' ଫିଲ୍ମ ସହ ଷ୍ଟାରଡମ୍ ହାସଲ କରିଥିଲେ । ଏହି ଫିଲ୍ମଟି ଏକ ଗ୍ରାମୀଣ ନାଟକ, ଯାହାକୁ ଏହାର କଞ୍ଚା କାହାଣୀ ଏବଂ ସାମାଜିକ ମନ୍ତବ୍ୟ ପାଇଁ ଲୋକମାନେ ପ୍ରଶଂସା କରିଥିଲେ । ତାଙ୍କର ସାମ୍ପ୍ରତିକ ନିର୍ଦ୍ଦେଶନା ଥିଲା 'ରାବଣ କୋଟ୍ଟମ୍', ଯେଉଁଥିରେ ଶାନ୍ତନୁ ଭାଗ୍ୟରାଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ବିକ୍ରମ ସୁଗୁମାରନ 'ଥେରମ ପୋରମ' ନାମକ ଏକ ନୂତନ ପ୍ରୋଜେକ୍ଟରେ କାମ କରୁଥିଲେ । ଏକ ସାମ୍ପ୍ରତିକ ଗଣମାଧ୍ୟମ ଆଲୋଚନା ସମୟରେ, ଫିଲ୍ମ ନିର୍ମାତା ପ୍ରକାଶ କରିଥିଲେ ଯେ ସେ ଶିଳ୍ପର କିଛି ବ୍ୟକ୍ତିଙ୍କଠାରୁ ବିଶ୍ୱାସଘାତକର ସମ୍ମୁଖୀନ ହୋଇଛନ୍ତି । ତଥାପି, ସେ କାହାରି ନାମ ନେଇ ନଥିଲେ ଏବଂ କହିଥିଲେ ଯେ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ତାଙ୍କ ପାଖରେ ଠୋସ୍ ପ୍ରମାଣ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ବଲିଉଡ ଅଭିନେତା ମୁକୁଲ ଦେବ, ଶୋକରେ ବୁଡ଼ିଲା ଇଣ୍ଡଷ୍ଟ୍ରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.